ଆଜି ପବିତ୍ର ମହାଳୟା: ପିତୃପକ୍ଷ ଲୋକଙ୍କ ଆତ୍ମାର ସଦଗତି କାମନା କରି ଶ୍ରାଦ୍ଧ ଦେଉଛନ୍ତି ଆତ୍ମୀୟ

The Sakala Picture
Published On

ଭୁବନେଶ୍ବର: ଆଜି ପବିିତ୍ର ମହାଳୟା । ଆଶ୍ବିନ ମାସ କୃଷ୍ଣପକ୍ଷ ପ୍ରତିପଦା ଠାରୁ ଆରମ୍ଭ ହୋଇଥିବା ପିତୃ ପକ୍ଷର ଶେଷ ଦିନ । ପିତୃପକ୍ଷ ଲୋକଙ୍କ ଆତ୍ମାର ସଦଗତି କାମନା କରି ଶ୍ରାଦ୍ଧ ଦେଉଛନ୍ତି ଆତ୍ମୀୟ । ଆଜି ଦିନରେ ପିତୃ ପୁରୁଷଙ୍କୁ ପିଣ୍ଡ ଦେବାର ପରମ୍ପରା ରହିଛି । ଏହି ପିଣ୍ଡ ପିତୃକୂଳର ୩ ପୁରୁଷ ପିତା, ପିତାମହ ଏବଂ ପ୍ରମିତାମହ ତଥା ମାତୃକୂଳର ମାତାମହ, ପ୍ରମାତାମହ ଏବଂ ବୃଦ୍ଧ ପ୍ରମାତାମହଙ୍କ ଉଦ୍ଦେଶ୍ୟରେ ଅର୍ପଣ କରାଯାଇଥାଏ। […]

ଭୁବନେଶ୍ବର: ଆଜି ପବିିତ୍ର ମହାଳୟା । ଆଶ୍ବିନ ମାସ କୃଷ୍ଣପକ୍ଷ ପ୍ରତିପଦା ଠାରୁ ଆରମ୍ଭ ହୋଇଥିବା ପିତୃ ପକ୍ଷର ଶେଷ ଦିନ । ପିତୃପକ୍ଷ ଲୋକଙ୍କ ଆତ୍ମାର ସଦଗତି କାମନା କରି ଶ୍ରାଦ୍ଧ ଦେଉଛନ୍ତି ଆତ୍ମୀୟ । ଆଜି ଦିନରେ ପିତୃ ପୁରୁଷଙ୍କୁ ପିଣ୍ଡ ଦେବାର ପରମ୍ପରା ରହିଛି । ଏହି ପିଣ୍ଡ ପିତୃକୂଳର ୩ ପୁରୁଷ ପିତା, ପିତାମହ ଏବଂ ପ୍ରମିତାମହ ତଥା ମାତୃକୂଳର ମାତାମହ, ପ୍ରମାତାମହ ଏବଂ ବୃଦ୍ଧ ପ୍ରମାତାମହଙ୍କ ଉଦ୍ଦେଶ୍ୟରେ ଅର୍ପଣ କରାଯାଇଥାଏ। ଅନେକ ଗୃହସ୍ଥ ମଧ୍ୟ ନିଜର ସ୍ୱଗୃହରେ ଏହି ଅବସରରେ ତର୍ପଣ କରିବା ସହ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରିଥାନ୍ତି। ବିଶ୍ୱାସ ରହିଛି ମହାଳୟା ତିଥିରେ ପିଣ୍ଡଦାନ କଲେ ପରଲୋକଗତ ପିତୃପୁରୁଷ ତୃପ୍ତ ହୋଇଥାନ୍ତି। ଏହି ଭାବଧାରକୁ ପାଥେୟ କରି ଓଡ଼ିଶାର କୋଣ ଅନୁକୋଣରୁ ଶ୍ରଦ୍ଧାଳୁମାନେ ଆସି ପିଣ୍ଡଦାନ କରୁଛନ୍ତି।

ଆହୁରି ପଢ଼ନ୍ତୁ: ଇନଷ୍ଟାଗ୍ରାମରୁ ପରିଚୟ ପରେ ବିବାହ ଆଳରେ ପ୍ରତାରଣା, ପ୍ରେମିକକୁ ବାନ୍ଧିଲା ପୋଲିସ

ହିନ୍ଦୁ ଧର୍ମ ପରମ୍ପରାରେ ପିତୃପୁରୁଷଙ୍କ ପାଇଁ ପାଳନ କରାଯାଉଥିବା ବିଭିନ୍ନ ଶ୍ରାଦ୍ଧ କର୍ମ ମଧ୍ୟରେ ମହାଳୟା ଶ୍ରେଷ୍ଠତମ । ଦୁଇବର୍ଷ ପରେ ମହାଳୟାରେ ଭକ୍ତଙ୍କ ପାଇଁ ଖୋଲା ରହିଛି ବିଭିନ୍ନ ଧର୍ମାନୁଷ୍ଠାନ । କୋରୋନା ପାଇଁ ଗତ ଦୁଇ ବର୍ଷ ପୁରୀ ଓ ଭୁବନେଶ୍ବର ବିନ୍ଦୁସାଗରରେ ପିଣ୍ଡଦାନ ବନ୍ଦ ରହିଥିଲା ।

ଆହୁରି ପଢ଼ନ୍ତୁ: ବାରବାଙ୍କ ଘାଟିରେ ଭୟଙ୍କର ଭୂସ୍ଖଳନ, ଲଗାଣ ବର୍ଷାରେ ଖସିଲା ମାଟି ଅତଡ଼ା

ଚଳିତବର୍ଷ କଟକଣା ନଥିବାରୁ ପିଣ୍ଡଦାନ ପାଇଁ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼ । ସେପଟେ ପବିତ୍ର ମହାଳୟାରେ ଭକ୍ତଙ୍କୁ ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି, ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀ । ମାଆଙ୍କ ଏହି ବେଶକୁ ଦର୍ଶନ କଲେ ଗଙ୍ଗା ଦର୍ଶନର ଲାଭ ମିଳିଥାଏ ବୋଲି ବିଶ୍ବାସ ରହିଛି ।

ଆହୁରି ପଢ଼ନ୍ତୁ: ସାଧାରଣ ସେବା ପ୍ରଦାନରେ ବିଳମ୍ବ ହେଲେ ଅଫିସରଙ୍କୁ ଲାଗିବ ଜରିମାନା: ସରକାର ଲାଗୁ କଲେ ‘ଅଟୋ-ଅପିଲ୍ ସିଷ୍ଟମ୍’

ପିତୃପକ୍ଷର ଆଜି ଶେଷ ଦିନ ହୋଇଥିବାରୁ ପିଣ୍ଡ ଦାନ ଏବଂ ଶ୍ରାଦ୍ଧ ଦେବା ପାଇଁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ସମାଗମ ଦେଖିବାକୁ ମୁିଳିଛି । ସେହିପରି ବିନ୍ଦୁ ସାଗରରେ ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ ଲାଗି ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମ ହୋଇଛି । ଦୀର୍ଘ ୨ ବର୍ଷ ପରେ କୋଭିଡ କଟକଣା ହଟିବା ପରେ ବିନ୍ଦୁ ସାଗରରେ ଲୋକଙ୍କ ଭିଡ଼ ଜମିଛି ।

25 Sep 2022 By The Sakala

ଆଜି ପବିତ୍ର ମହାଳୟା: ପିତୃପକ୍ଷ ଲୋକଙ୍କ ଆତ୍ମାର ସଦଗତି କାମନା କରି ଶ୍ରାଦ୍ଧ ଦେଉଛନ୍ତି ଆତ୍ମୀୟ

ଭୁବନେଶ୍ବର: ଆଜି ପବିିତ୍ର ମହାଳୟା । ଆଶ୍ବିନ ମାସ କୃଷ୍ଣପକ୍ଷ ପ୍ରତିପଦା ଠାରୁ ଆରମ୍ଭ ହୋଇଥିବା ପିତୃ ପକ୍ଷର ଶେଷ ଦିନ । ପିତୃପକ୍ଷ ଲୋକଙ୍କ ଆତ୍ମାର ସଦଗତି କାମନା କରି ଶ୍ରାଦ୍ଧ ଦେଉଛନ୍ତି ଆତ୍ମୀୟ । ଆଜି ଦିନରେ ପିତୃ ପୁରୁଷଙ୍କୁ ପିଣ୍ଡ ଦେବାର ପରମ୍ପରା ରହିଛି । ଏହି ପିଣ୍ଡ ପିତୃକୂଳର ୩ ପୁରୁଷ ପିତା, ପିତାମହ ଏବଂ ପ୍ରମିତାମହ ତଥା ମାତୃକୂଳର ମାତାମହ, ପ୍ରମାତାମହ ଏବଂ ବୃଦ୍ଧ ପ୍ରମାତାମହଙ୍କ ଉଦ୍ଦେଶ୍ୟରେ ଅର୍ପଣ କରାଯାଇଥାଏ। ଅନେକ ଗୃହସ୍ଥ ମଧ୍ୟ ନିଜର ସ୍ୱଗୃହରେ ଏହି ଅବସରରେ ତର୍ପଣ କରିବା ସହ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରିଥାନ୍ତି। ବିଶ୍ୱାସ ରହିଛି ମହାଳୟା ତିଥିରେ ପିଣ୍ଡଦାନ କଲେ ପରଲୋକଗତ ପିତୃପୁରୁଷ ତୃପ୍ତ ହୋଇଥାନ୍ତି। ଏହି ଭାବଧାରକୁ ପାଥେୟ କରି ଓଡ଼ିଶାର କୋଣ ଅନୁକୋଣରୁ ଶ୍ରଦ୍ଧାଳୁମାନେ ଆସି ପିଣ୍ଡଦାନ କରୁଛନ୍ତି।

ହିନ୍ଦୁ ଧର୍ମ ପରମ୍ପରାରେ ପିତୃପୁରୁଷଙ୍କ ପାଇଁ ପାଳନ କରାଯାଉଥିବା ବିଭିନ୍ନ ଶ୍ରାଦ୍ଧ କର୍ମ ମଧ୍ୟରେ ମହାଳୟା ଶ୍ରେଷ୍ଠତମ । ଦୁଇବର୍ଷ ପରେ ମହାଳୟାରେ ଭକ୍ତଙ୍କ ପାଇଁ ଖୋଲା ରହିଛି ବିଭିନ୍ନ ଧର୍ମାନୁଷ୍ଠାନ । କୋରୋନା ପାଇଁ ଗତ ଦୁଇ ବର୍ଷ ପୁରୀ ଓ ଭୁବନେଶ୍ବର ବିନ୍ଦୁସାଗରରେ ପିଣ୍ଡଦାନ ବନ୍ଦ ରହିଥିଲା ।

ଚଳିତବର୍ଷ କଟକଣା ନଥିବାରୁ ପିଣ୍ଡଦାନ ପାଇଁ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼ । ସେପଟେ ପବିତ୍ର ମହାଳୟାରେ ଭକ୍ତଙ୍କୁ ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି, ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀ । ମାଆଙ୍କ ଏହି ବେଶକୁ ଦର୍ଶନ କଲେ ଗଙ୍ଗା ଦର୍ଶନର ଲାଭ ମିଳିଥାଏ ବୋଲି ବିଶ୍ବାସ ରହିଛି ।

ପିତୃପକ୍ଷର ଆଜି ଶେଷ ଦିନ ହୋଇଥିବାରୁ ପିଣ୍ଡ ଦାନ ଏବଂ ଶ୍ରାଦ୍ଧ ଦେବା ପାଇଁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ସମାଗମ ଦେଖିବାକୁ ମୁିଳିଛି । ସେହିପରି ବିନ୍ଦୁ ସାଗରରେ ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ ଲାଗି ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମ ହୋଇଛି । ଦୀର୍ଘ ୨ ବର୍ଷ ପରେ କୋଭିଡ କଟକଣା ହଟିବା ପରେ ବିନ୍ଦୁ ସାଗରରେ ଲୋକଙ୍କ ଭିଡ଼ ଜମିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର