ମନୋରଞ୍ଜନ
ଫେରିଲା ତାତି : ୩ ଦିନ ମଧ୍ୟରେ ତାପମାତ୍ରା ୫ ଡିଗ୍ରୀ ବଢ଼ିବ
ଭୁବନେଶ୍ୱର : ଆସନ୍ତା ୨-୩ ଦିନ ମଧ୍ୟରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ତାପମାତ୍ରା ୫ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ସୂର୍ଯ୍ୟଙ୍କ ପ୍ରଖର କିରଣ ଯୋଗୁଁ ତାପମାତ୍ରା ବଢ଼ିବ। ଫଳରେ ରାଜ୍ୟକୁ ପୁଣି ଥରେ ଗରମ ଫେରିବ। ଫେବୃଆରୀ ତୃତୀୟ ସପ୍ତାହ ପରଠାରୁ ରାଜ୍ୟର ଅନେକ ସ୍ଥାନରେ ପାରା ୪୦ ଡିଗ୍ରୀ ଅତିକ୍ରମ କରିଥିଲା। କିନ୍ତୁ କାଳବୈଶାଖି ଜନିତ ବର୍ଷା ଓ ଟ୍ରଫ ଲାଇନ୍ ପ୍ରଭାବରେ ଏବେ ଏହା ସାମାନ୍ୟ ହ୍ରାସ ପାଇଛି। ମାତ୍ର ଏବେ ମେଘମୁକ୍ତ […]
ଭୁବନେଶ୍ୱର : ଆସନ୍ତା ୨-୩ ଦିନ ମଧ୍ୟରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ତାପମାତ୍ରା ୫ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ସୂର୍ଯ୍ୟଙ୍କ ପ୍ରଖର କିରଣ ଯୋଗୁଁ ତାପମାତ୍ରା ବଢ଼ିବ। ଫଳରେ ରାଜ୍ୟକୁ ପୁଣି ଥରେ ଗରମ ଫେରିବ। ଫେବୃଆରୀ ତୃତୀୟ ସପ୍ତାହ ପରଠାରୁ ରାଜ୍ୟର ଅନେକ ସ୍ଥାନରେ ପାରା ୪୦ ଡିଗ୍ରୀ ଅତିକ୍ରମ କରିଥିଲା। କିନ୍ତୁ କାଳବୈଶାଖି ଜନିତ ବର୍ଷା ଓ ଟ୍ରଫ ଲାଇନ୍ ପ୍ରଭାବରେ ଏବେ ଏହା ସାମାନ୍ୟ ହ୍ରାସ ପାଇଛି। ମାତ୍ର ଏବେ ମେଘମୁକ୍ତ ଆକାଶ ଯୋଗୁ ପୁଣି ଥରେ ତାପମାତ୍ରା ବଢ଼ିବାର ସମ୍ଭାବନା ରହିଛି। ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାଶ କହିଛନ୍ତି ଯେ ଗତ ୩୬ ଘଣ୍ଟା ମଧ୍ୟରେ ରାଜ୍ୟର ଗୋଟିଏ ଦୁଇଟି ସ୍ଥାନରେ ହଲାକା ବର୍ଷା ହୋଇଥିଲା। କେନ୍ଦୁଝରର ଯୋଡ଼ାଠାରେ ସର୍ବାଧିକ ୧୭.୪ ମିମି ବର୍ଷା ରେକର୍ଡ କରାଯାଇଛି। ବୌଦ୍ଧ, ଅନୁଗୁଳ, ସୁନ୍ଦରଗଡ଼ ଓ ଦେବଗଡ଼ ଆଦି ଜିଲ୍ଲାରେ ବର୍ଷା ହୋଇଛି। ତେବେ ରାଜ୍ୟରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ପାଗ ମୁଖ୍ୟତଃ ଶୁଖିଲା ରହିବ।
ବର୍ତ୍ତମାନ ରାଜ୍ୟର ପ୍ରାୟ ଅଞ୍ଚଳରେ ସ୍ୱାଭାବିକଠାରୁ ତାପମାତ୍ରା କମ୍ ରହିଛି। କିନ୍ତୁ ଆସନ୍ତା ୨-୩ ଦିନ ମଧ୍ୟରେ ଏଥିରେ ପରିବର୍ତ୍ତନ ଆସିବ। ଅଧିକାଂଶ ଅଞ୍ଚଳରେ ଦିନର ତାପମାତ୍ରା ୪-୫ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ହେତୁ ପଣି ତାତି ଫେରିବ। ଅନ୍ୟପଟେ ଏହି ତାପମାତ୍ରା ବୃଦ୍ଧି ପରେ ଅଧିକାଂଶ ଅଞ୍ଚଳରେ ସ୍ୱାଭାବିକଠାରୁ ତାପମାତ୍ରା ଉପରକୁ ଯିବ। ଦିନର ତାପମାତ୍ରା ବୃଦ୍ଧି ହେବାର ସମ୍ଭାବନା ଥିବା ବେଳେ ରାତିର ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।
ଗତ ୨୪ ଘଣ୍ଟାରେ ମାଲକାନଗିରି ଠାରେ ରାଜ୍ୟର ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି। ଏଠାରେ ତାପମାତ୍ରା ୩୮.୧ ଡିଗ୍ରୀ ସେଲ୍ଫସିୟସ ଥିବା ବେଳେ ବୌଦ୍ଧରେ ୩୭୫ ଡିଗ୍ରୀ ସେଲ୍ଫସିୟସ ରେକର୍ଡ କରାଯାଇଛି। ସେହିପରି ଫୁଲବାଣି ଓ ସୁନ୍ଦରଗଡ଼ରେ ରାତିର ସର୍ବନିମ୍ନ ତାପମାତ୍ରା ୧୫.୫ ଡିଗ୍ରୀ ସେଲ୍ଫସିୟସ ରେକର୍ଡ ହୋଇଛି।