ଦକ୍ଷିଣ ଓଡ଼ିଶାରେ ଅଟକିଛି ମୌସୁମୀ

The Sakala Picture
Published On

ଭୁବନେଶ୍ୱର : ରାଜ୍ୟକୁ ମୌସୁମୀ ଅଗ୍ରସର ହେବା ପାଇଁ ଧୀରେ ଧୀରେ ପାଗ ଅନୁକୂଳ ହେଉଛି। ଗତ ୧୬ ତାରିଖରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବା ପରେ ନିଷ୍କ୍ରିୟ ରହିଥିଲା। ପ୍ରଥମ ଦିନରେ ମୌସୁମୀ କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲା ଛୁଇଁଥିବା ବେଳେ ନୂଆପଡ଼ା, କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାକୁ ଆଂଶିକ ଛୁଇଁଥିଲା। ମାତ୍ର ଦୁର୍ବଳ ମୌସୁମୀ ଟ୍ରାପ ଯୋଗୁଁ ଗତ ୩ ଦିନ ମଧ୍ୟରେ ରାଜ୍ୟର ଅନ୍ୟ କୌଣସି ଜିଲ୍ଲାକୁ ମୌସୁମୀ […]

ଭୁବନେଶ୍ୱର : ରାଜ୍ୟକୁ ମୌସୁମୀ ଅଗ୍ରସର ହେବା ପାଇଁ ଧୀରେ ଧୀରେ ପାଗ ଅନୁକୂଳ ହେଉଛି। ଗତ ୧୬ ତାରିଖରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବା ପରେ ନିଷ୍କ୍ରିୟ ରହିଥିଲା। ପ୍ରଥମ ଦିନରେ ମୌସୁମୀ କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲା ଛୁଇଁଥିବା ବେଳେ ନୂଆପଡ଼ା, କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାକୁ ଆଂଶିକ ଛୁଇଁଥିଲା। ମାତ୍ର ଦୁର୍ବଳ ମୌସୁମୀ ଟ୍ରାପ ଯୋଗୁଁ ଗତ ୩ ଦିନ ମଧ୍ୟରେ ରାଜ୍ୟର ଅନ୍ୟ କୌଣସି ଜିଲ୍ଲାକୁ ମୌସୁମୀ ଅଗ୍ରସର ହୋଇପାରି ନାହିଁ। ହେଲେ ଆସନ୍ତା ଦିନେ ଦୁଇ ଦିନ ଭିତରେ ପୁଣି ଥରେ ମୌସୁମୀ ବିଭିନ୍ନ ଜିଲ୍ଲାକୁ ଅଗ୍ରସର ହେବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। କାରଣ ମୌସୁମୀ ଆଗକୁ ବଢ଼଼ିବା ପାଇଁ ବିଭିନ୍ନ ଅଞ୍ଚଳରେ ପ୍ରାକ-ମୌସୁମୀ ବର୍ଷା ଜାରି ରହିଛି।

ଆହୁରି ପଢ଼ନ୍ତୁ: ରାଜଧାନୀରେ ଚାଞ୍ଚଲ୍ୟ: ବାପାକୁ ପଥରରେ ଛେଚି ହତ୍ୟା କଲା ନୃଶଂସ ପୁଅ, ପାରିବାରିକ କଳହ ସନ୍ଦେହ

ଏହାସହିତ ଆଗାମୀ ୫ ଦିନ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ (୭ ରୁ ୧୧ ସେମି) ରୁ ଅତି ପ୍ରବଳ ବର୍ଷା (୧୧ ରୁ ୨୦ ସେମି) ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ଓଡ଼ିଶାର ଅନ୍ୟ ଅଞ୍ଚଳକୁ ମୌସୁମୀ ଅଗ୍ରସର ପାଇଁ ପାଗ ସମ୍ପୂର୍ଣ ଅନୁକୂଳ ରହିଛି ବୋଲି ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି। ଅନ୍ୟପଟେ ମୌସୁମୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଥିବା ବର୍ଷା ଯୋଗୁଁ ନିଅଣ୍ଟିଆ ବର୍ଷା ଭରଣା ହେବାରେ ଲାଗିଛି। ଜୁନ ମାସର ପ୍ରଥମ ୧୪ ଦିନରେ, ରାଜ୍ୟରେ ମାତ୍ର ୧୪.୧ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ଏହା ସ୍ୱାଭାବିକ ବର୍ଷା ୭୦.୮ ମିମି ତୁଳନାରେ ୮୦ ପ୍ରତିଶତ କମ୍‍ ରହିଥିଲା। ଗତ ହେଲେ ଗତ ୫ ଦିନ ମଧ୍ୟରେ ଅର୍ଥାତ ୧୪- ୧୯ ତାରିଖ ସୁଦ୍ଧା ରାଜ୍ୟରେ ହୋଇଥିବା ବର୍ଷା ଯୋଗୁଁ ଆଜି ସୁଦ୍ଧା ରାଜ୍ୟରେ ୪୬.୯ ମିମି ବର୍ଷଆ ହୋଇ ସାରିଛି।

ଆହୁରି ପଢ଼ନ୍ତୁ: ଲଗାଣ ବର୍ଷା ଯୋଗୁଁ ଓଡ଼ିଶାରେ ବନ୍ୟା ବିଭୀଷିକା: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି, ବିଭିନ୍ନ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି

ଏହି ବର୍ଷା ଦ୍ୱାରା ୨୩ ପ୍ରତିଶତ ନିଅଣ୍ଟିଆ ଭରଣ ହୋଇଥିବା ବେଳେ ବର୍ତ୍ତମାନ ନିଅଣ୍ଟିଆ ବର୍ଷାର ପରିମାଣ ୫୭ ପ୍ରତିଶତ ରହିଛି। ଏହି ସ୍ଥିତିରେ ଆହୁରି ସୁଧାର ଆସିବାର ସମ୍ଭାବନା ରହିଛି। କାରଣ ସୋମବାର କନ୍ଧମାଳ, ଗଞ୍ଜାମ, କେନ୍ଦ୍ରାପଡ଼ା, ଯାଜପୁର, ଢେଙ୍କାନାଳ ଓ କଟକ ଆଦିରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ଆକନଳ କରିଛି। ଏହାସହିତ ବାଲେଶ୍ୱର, କଟକ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼଼, ଗଞ୍ଜାମ, ଗଜପତି, କେନ୍ଦୁଝରସ ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ, କଳାହାଣ୍ଡି, ବୌଦ୍ଧ ଓ ବଲାଙ୍ଗୀରରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ଥିବା କେନ୍ଦ୍ର କହିଛି।

ଆହୁରି ପଢ଼ନ୍ତୁ: ଖୋଲିଲା ରେଙ୍ଗାଲି ଡ୍ୟାମ୍ ଗେଟ୍: ନିଷ୍କାସିତ ହେଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ, ୪ ଜିଲ୍ଲାକୁ ସତର୍କ ସୂଚନା

20 Jun 2022 By The Sakala

ଦକ୍ଷିଣ ଓଡ଼ିଶାରେ ଅଟକିଛି ମୌସୁମୀ

ଭୁବନେଶ୍ୱର : ରାଜ୍ୟକୁ ମୌସୁମୀ ଅଗ୍ରସର ହେବା ପାଇଁ ଧୀରେ ଧୀରେ ପାଗ ଅନୁକୂଳ ହେଉଛି। ଗତ ୧୬ ତାରିଖରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବା ପରେ ନିଷ୍କ୍ରିୟ ରହିଥିଲା। ପ୍ରଥମ ଦିନରେ ମୌସୁମୀ କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲା ଛୁଇଁଥିବା ବେଳେ ନୂଆପଡ଼ା, କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାକୁ ଆଂଶିକ ଛୁଇଁଥିଲା। ମାତ୍ର ଦୁର୍ବଳ ମୌସୁମୀ ଟ୍ରାପ ଯୋଗୁଁ ଗତ ୩ ଦିନ ମଧ୍ୟରେ ରାଜ୍ୟର ଅନ୍ୟ କୌଣସି ଜିଲ୍ଲାକୁ ମୌସୁମୀ ଅଗ୍ରସର ହୋଇପାରି ନାହିଁ। ହେଲେ ଆସନ୍ତା ଦିନେ ଦୁଇ ଦିନ ଭିତରେ ପୁଣି ଥରେ ମୌସୁମୀ ବିଭିନ୍ନ ଜିଲ୍ଲାକୁ ଅଗ୍ରସର ହେବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। କାରଣ ମୌସୁମୀ ଆଗକୁ ବଢ଼଼ିବା ପାଇଁ ବିଭିନ୍ନ ଅଞ୍ଚଳରେ ପ୍ରାକ-ମୌସୁମୀ ବର୍ଷା ଜାରି ରହିଛି।

ଏହାସହିତ ଆଗାମୀ ୫ ଦିନ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ (୭ ରୁ ୧୧ ସେମି) ରୁ ଅତି ପ୍ରବଳ ବର୍ଷା (୧୧ ରୁ ୨୦ ସେମି) ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ଓଡ଼ିଶାର ଅନ୍ୟ ଅଞ୍ଚଳକୁ ମୌସୁମୀ ଅଗ୍ରସର ପାଇଁ ପାଗ ସମ୍ପୂର୍ଣ ଅନୁକୂଳ ରହିଛି ବୋଲି ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି। ଅନ୍ୟପଟେ ମୌସୁମୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଥିବା ବର୍ଷା ଯୋଗୁଁ ନିଅଣ୍ଟିଆ ବର୍ଷା ଭରଣା ହେବାରେ ଲାଗିଛି। ଜୁନ ମାସର ପ୍ରଥମ ୧୪ ଦିନରେ, ରାଜ୍ୟରେ ମାତ୍ର ୧୪.୧ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ଏହା ସ୍ୱାଭାବିକ ବର୍ଷା ୭୦.୮ ମିମି ତୁଳନାରେ ୮୦ ପ୍ରତିଶତ କମ୍‍ ରହିଥିଲା। ଗତ ହେଲେ ଗତ ୫ ଦିନ ମଧ୍ୟରେ ଅର୍ଥାତ ୧୪- ୧୯ ତାରିଖ ସୁଦ୍ଧା ରାଜ୍ୟରେ ହୋଇଥିବା ବର୍ଷା ଯୋଗୁଁ ଆଜି ସୁଦ୍ଧା ରାଜ୍ୟରେ ୪୬.୯ ମିମି ବର୍ଷଆ ହୋଇ ସାରିଛି।

ଏହି ବର୍ଷା ଦ୍ୱାରା ୨୩ ପ୍ରତିଶତ ନିଅଣ୍ଟିଆ ଭରଣ ହୋଇଥିବା ବେଳେ ବର୍ତ୍ତମାନ ନିଅଣ୍ଟିଆ ବର୍ଷାର ପରିମାଣ ୫୭ ପ୍ରତିଶତ ରହିଛି। ଏହି ସ୍ଥିତିରେ ଆହୁରି ସୁଧାର ଆସିବାର ସମ୍ଭାବନା ରହିଛି। କାରଣ ସୋମବାର କନ୍ଧମାଳ, ଗଞ୍ଜାମ, କେନ୍ଦ୍ରାପଡ଼ା, ଯାଜପୁର, ଢେଙ୍କାନାଳ ଓ କଟକ ଆଦିରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ଆକନଳ କରିଛି। ଏହାସହିତ ବାଲେଶ୍ୱର, କଟକ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼଼, ଗଞ୍ଜାମ, ଗଜପତି, କେନ୍ଦୁଝରସ ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ, କଳାହାଣ୍ଡି, ବୌଦ୍ଧ ଓ ବଲାଙ୍ଗୀରରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ଥିବା କେନ୍ଦ୍ର କହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର