ଭାରତକୁ ସାଟେଲାଇଟ୍ ଇଣ୍ଟରନେଟ୍ ଆଣିବାକୁ ‘ଷ୍ଟାରଲିଙ୍କ’କୁ ମିଳିଲା ଅନୁମୋଦନ….

The Sakala Picture
Published On

ନୂଆଦିଲ୍ଲୀ : ଭାରତ ସରକାର ଆମେରିକୀୟ ଅରବପତି ବ୍ୟବସାୟୀ ଏଲନ୍ ମସ୍କଙ୍କ ସାଟେଲାଇଟ୍‌ ଇଣ୍ଟରନେଟ୍ ସେବା ପ୍ରଦାନକାରୀ କମ୍ପାନୀ ଷ୍ଟାରଲିଙ୍କକୁ ଦେଶରେ ସାଟେଲାଇଟ୍ ଇଣ୍ଟରନେଟ୍ ସେବା ଆରମ୍ଭ କରିବା ପାଇଁ ସବୁଜ ସଙ୍କେତ ଦେଇଛନ୍ତି। ସରକାରୀ ସୂତ୍ର ଅନୁଯାୟୀ, ଦୂରସଂଚାର ବିଭାଗ (DoT) ଷ୍ଟାରଲିଙ୍କକୁ ଏକ ‘ଇଣ୍ଟେଣ୍ଟ ଲେଟର’ (LOI) ଜାରି କରିଛି। ଏହାର ଅର୍ଥ ହେଉଛି ଯେ କମ୍ପାନୀ ଏବେ ଭାରତରେ ଏହାର ସେବା ଆରମ୍ଭ କରିବା ପାଇଁ ପରବର୍ତ୍ତୀ ପଦକ୍ଷେପ ନେଇପାରିବ। ଅନ୍ୟ କମ୍ପାନୀଗୁଡ଼ିକ […]

ନୂଆଦିଲ୍ଲୀ : ଭାରତ ସରକାର ଆମେରିକୀୟ ଅରବପତି ବ୍ୟବସାୟୀ ଏଲନ୍ ମସ୍କଙ୍କ ସାଟେଲାଇଟ୍‌ ଇଣ୍ଟରନେଟ୍ ସେବା ପ୍ରଦାନକାରୀ କମ୍ପାନୀ ଷ୍ଟାରଲିଙ୍କକୁ ଦେଶରେ ସାଟେଲାଇଟ୍ ଇଣ୍ଟରନେଟ୍ ସେବା ଆରମ୍ଭ କରିବା ପାଇଁ ସବୁଜ ସଙ୍କେତ ଦେଇଛନ୍ତି। ସରକାରୀ ସୂତ୍ର ଅନୁଯାୟୀ, ଦୂରସଂଚାର ବିଭାଗ (DoT) ଷ୍ଟାରଲିଙ୍କକୁ ଏକ ‘ଇଣ୍ଟେଣ୍ଟ ଲେଟର’ (LOI) ଜାରି କରିଛି। ଏହାର ଅର୍ଥ ହେଉଛି ଯେ କମ୍ପାନୀ ଏବେ ଭାରତରେ ଏହାର ସେବା ଆରମ୍ଭ କରିବା ପାଇଁ ପରବର୍ତ୍ତୀ ପଦକ୍ଷେପ ନେଇପାରିବ।

ଆହୁରି ପଢ଼ନ୍ତୁ: ମା’ ପାଇଁ ଔଷଧ ଆଣିବାକୁ ଯାଇଥିବା ପୁଅକୁ ଫାଣ୍ଡିରେ ଅଟକ ରଖି ନିସ୍ତୁକ ମାଡ଼ ଅଭିଯୋଗ

ଅନ୍ୟ କମ୍ପାନୀଗୁଡ଼ିକ ପୂର୍ବରୁ ଲାଇସେନ୍ସ ପାଇସାରିଛନ୍ତି

ଆହୁରି ପଢ଼ନ୍ତୁ: ମାଲକାନଗିରିରେ ଆସନ୍ତା ୧୯ ଓ ୨୦ ତାରିଖରେ ସ୍କୁଲ୍‌ ଓ କଲେଜ ଛୁଟି ଘୋଷଣା

ଷ୍ଟାରଲିଙ୍କ ପୂର୍ବରୁ, ୟୁଟେଲସାଟ୍ ୱାନୱେବ୍ ଏବଂ ଜିଓ ସାଟେଲାଇଟ୍ କମ୍ୟୁନିକେସନ୍ସ ଭାରତରେ ସାଟେଲାଇଟ୍ ଇଣ୍ଟରନେଟ୍ ସେବା ପାଇଁ ଲାଇସେନ୍ସ ପାଇସାରିଛନ୍ତି। ଏବେ ଷ୍ଟାରଲିଙ୍କ ଯୋଗ ହେବା ସହିତ, ପ୍ରତିଯୋଗିତା ଏବଂ ବିକଳ୍ପ ଉଭୟ ବୃଦ୍ଧି ପାଇବ।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଅଁଳା ନବମୀ: ସାକ୍ଷୀଗୋପାଳ ମନ୍ଦିରରେ ମା’ ରାଧାରାଣୀଙ୍କ ପାଦ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼

ଷ୍ଟାରଲିଙ୍କ୍ କଣ ଏବଂ ଏହା କିପରି କାମ କରେ?

ଷ୍ଟାରଲିଙ୍କ୍ ହେଉଛି ଆମେରିକୀୟ କମ୍ପାନୀ ସ୍ପେସଏକ୍ସର ଏକ ପ୍ରକଳ୍ପ, ଯାହା ୨୦୦୨ମସିହାରେ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍ ମସ୍କଙ୍କ ଦ୍ୱାରା ଆରମ୍ଭ କରାଯାଇଥିଲା। ଷ୍ଟାରଲିଙ୍କ୍‌ର ଲକ୍ଷ୍ୟ ହେଉଛି ବିଶ୍ୱର ପ୍ରତ୍ୟେକ କୋଣରେ ଉଚ୍ଚ ଗତି, କମ୍-ଲ୍ୟାଟେନ୍ସୀ ଇଣ୍ଟରନେଟ୍ ଯୋଗାଇବା, ତାହା ମଧ୍ୟ ସାଟେଲାଇଟ୍ ମାଧ୍ୟମରେ।

LEO ସାଟେଲାଇଟ୍ ଦ୍ରୁତ ଇଣ୍ଟରନେଟ୍ ଯୋଗାଇବ

ଷ୍ଟାରଲିଙ୍କ୍ ଅନ୍ୟ ପାରମ୍ପରିକ ସାଟେଲାଇଟ୍ ସେବାଠାରୁ ଭିନ୍ନ। ଇଣ୍ଟରନେଟ୍ ପ୍ରଦାନକାରୀ ଉପଗ୍ରହଗୁଡ଼ିକ ସାଧାରଣତଃ ପୃଥିବୀଠାରୁ ପ୍ରାୟ ୩୬,୦୦୦ କିଲୋମିଟର (ଭୂସ୍ଥିର କକ୍ଷପଥ) ଉପରେ ଅବସ୍ଥିତ ଥିଲେ ମଧ୍ୟ, ଷ୍ଟାରଲିଙ୍କ ନେଟୱାର୍କ ନିମ୍ନ ପୃଥିବୀ କକ୍ଷପଥ (LEO) ରେ ଅଛି, ଯାହା ମାତ୍ର ୫୫୦ କିଲୋମିଟର ଉପରେ ଅଛି। ଷ୍ଟାରଲିଙ୍କ ପାଖରେ ବର୍ତ୍ତମାନ ୭ ହଜାର ସାଟେଲାଇଟର ନେଟୱାର୍କ ଅଛି, କିନ୍ତୁ ଭବିଷ୍ୟତରେ ଏହାକୁ ୪୦ ହଜାର ସାଟେଲାଇଟକୁ ବୃଦ୍ଧି କରିବାର ଯୋଜନା ଅଛି। ଏହି ପ୍ରଯୁକ୍ତିବିଦ୍ୟା ସାହାଯ୍ୟରେ ଲୋକମାନେ କେବଳ ଦ୍ରୁତ ଇଣ୍ଟରନେଟ୍ ପାଇପାରିବେ ନାହିଁ, ବରଂ ଅନଲାଇନ୍ ଗେମିଂ, ଭିଡିଓ କଲିଂ ଏବଂ ଷ୍ଟ୍ରିମିଂ ଭଳି ସୁବିଧା ମଧ୍ୟ ବିନା ବାଧାରେ ବ୍ୟବହାର କରିପାରିବେ।

ଗ୍ରାମାଞ୍ଚଳରେ ଇଣ୍ଟରନେଟ୍ ବିପ୍ଳବର ଆଶା

ଦେଶର ଯେଉଁ ଅଞ୍ଚଳ ଇଣ୍ଟରନେଟ୍‌ ସେବା ପହଞ୍ଚିନି ଯେପରିକି ପାହାଡ଼ିଆ, ଗ୍ରାମାଞ୍ଚଳ ଏବଂ ଦୁର୍ଗମ ଅଞ୍ଚଳ, ସେହି ସବୁ ଅଞ୍ଚଳ ପାଇଁ ଷ୍ଟାରଲିଙ୍କ ବିଶେଷ ଲାଭଦାୟକ ବୋଲି ବିବେଚନା କରାଯାଏ। କାରଣ ଏହି ଅଞ୍ଚଳରେ ବର୍ତ୍ତମାନ ନେଟୱକ୍‌ ସମସ୍ୟା ରହିଛି। କିନ୍ତୁ ଷ୍ଟାରଲିଙ୍କ୍ ସାଟେଲାଇଟ୍ ଇଣ୍ଟରନେଟ୍ ସେବା ଆାରମ୍ଭ ହେଲେ ଏହା ବିନା ବାଧାରେ ହୋଇପାରିବ।  ସରକାର ଆଶା କରୁଛନ୍ତି ଯେ ଏହା ଡିଜିଟାଲ ଇଣ୍ଡିଆ ଅଭିଯାନକୁ ମଧ୍ୟ ନୂତନ ଗତି ଦେବ। ଏବେ ଷ୍ଟାରଲିଙ୍କକୁ ବାକି ଔପଚାରିକତା ପୂରଣ କରିବାକୁ ପଡିବ, ଯେପରିକି ସ୍ପେକ୍ଟ୍ରମ୍ ଆବଣ୍ଟନ ଏବଂ ଘରୋଇ ସହଭାଗୀତା ପାଇଁ ପ୍ରସ୍ତୁତି। ଆଗାମୀ କିଛି ମାସ ମଧ୍ୟରେ ଷ୍ଟାରଲିଙ୍କ ଭାରତରେ ଏହାର ସେବା ଆରମ୍ଭ କରିବ ବୋଲି ଆଶା କରାଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର