ଭାଇ-ଭଉଣୀଙ୍କ ପବିତ୍ର ବନ୍ଧନର ପର୍ବ ‘ରକ୍ଷାବନ୍ଧନ’

The Sakala Picture
Published On

ସ୍ନେହ, ଶ୍ରଦ୍ଧା, ସମ୍ମାନର ପ୍ରତୀକ ରକ୍ଷା ବନ୍ଧନ ସମଗ୍ର ଭାରତବର୍ଷର ଏକ ସମୃଦ୍ଧ ଉତ୍ସବ। ଶ୍ରାବଣ ପୂର୍ଣ୍ଣିମାର ଶୁଭ ଅବସରରେ ପାଳିତ ହେଉଥିବା ଏହି ଉତ୍ସବଟି କେବଳ ଭାଇ-ଭଉଣୀର ପବିତ୍ର ସ୍ନେହର ବନ୍ଧନ ନୁହେଁ ବରଂ ଦୁଇଟି ଆତ୍ମା, ଦୁଇଟି ହୃଦୟ ଏବଂ ଦୁଇଟି ପ୍ରାଣ ମଧ୍ୟରେ ପରସ୍ପର ପ୍ରତି ଘନିଷ୍ଠତା ଆବେଗ ଓ ସମ୍ମାନର ପ୍ରତୀକ। ଏହି ଦିନ ନିଜ ସୁରକ୍ଷା ପାଇଁ ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ। ଗାଁ ଗଣ୍ଡା, ସହର ଚାରିଆଡ଼େ […]

ସ୍ନେହ, ଶ୍ରଦ୍ଧା, ସମ୍ମାନର ପ୍ରତୀକ ରକ୍ଷା ବନ୍ଧନ ସମଗ୍ର ଭାରତବର୍ଷର ଏକ ସମୃଦ୍ଧ ଉତ୍ସବ। ଶ୍ରାବଣ ପୂର୍ଣ୍ଣିମାର ଶୁଭ ଅବସରରେ ପାଳିତ ହେଉଥିବା ଏହି ଉତ୍ସବଟି କେବଳ ଭାଇ-ଭଉଣୀର ପବିତ୍ର ସ୍ନେହର ବନ୍ଧନ ନୁହେଁ ବରଂ ଦୁଇଟି ଆତ୍ମା, ଦୁଇଟି ହୃଦୟ ଏବଂ ଦୁଇଟି ପ୍ରାଣ ମଧ୍ୟରେ ପରସ୍ପର ପ୍ରତି ଘନିଷ୍ଠତା ଆବେଗ ଓ ସମ୍ମାନର ପ୍ରତୀକ। ଏହି ଦିନ ନିଜ ସୁରକ୍ଷା ପାଇଁ ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ। ଗାଁ ଗଣ୍ଡା, ସହର ଚାରିଆଡ଼େ ବଡ଼ ଉତ୍ସାହ, ଆନନ୍ଦ ଓ ଉଦ୍ଦୀପନାର ସହ ଏହା ପାଳନ କରାଯାଏ। ଏହା ଏକ କୃଷିଭିତ୍ତିକ ପର୍ବ। ଏଥିରେ ଆମ ଦେଶର ଧର୍ମଦର୍ଶନ,ରୀତିନୀତି, ଆଚାରବ୍ୟବହାର, ପ୍ରଥା, ପରମ୍ପରା, ସଂସ୍କୃତି ସ୍ପଷ୍ଟ ପ୍ରତିଫଳିତ।

ଆହୁରି ପଢ଼ନ୍ତୁ: କ୍ରସ୍‌ ଭୋଟିଂକୁ ନେଇ କଡ଼ା ଭାଷାରେ ଭର୍ତ୍ସନା କଲେ ନବୀନ; କହିଲେ, 'ମୁଁ ବାରମ୍ବାର କହୁଛି କି ବିଜେପି ଘୋଡ଼ା ବେପାର କରୁଛି'

ତେବେ ରକ୍ଷା ବନ୍ଧନକୁ ନେଇ ଅନେକ ପୌରାଣିକ କାହାଣୀ ରହିଛି। ତନ୍ମଧ୍ୟରେ ଅସୁର ସମ୍ରାଟ ବଳିଙ୍କ ସହ ମା’ ଲକ୍ଷ୍ମୀ ଏବଂ ଶ୍ରୀକୃଷ୍ଣ ସହ ଦ୍ରୌପଦୀଙ୍କ କାହାଣୀ ବେଶ୍ ଲୋକପ୍ରିୟ। ଅସୁର ସମ୍ରାଟ ବଳି, ଭଗବାନ ବିଷ୍ଣୁଙ୍କର ଜଣେ ବଡ଼ ଭକ୍ତ ଥିଲେ। ବଳିଙ୍କଠାରୁ ତିନିପାଦ ଭୂମି ମାଗିବା ପରେ ବଳିଙ୍କ ଅନୁରୋଧକ୍ରମେ ଶ୍ରୀବିଷ୍ଣୁ ବଳିଙ୍କ ରାଜପ୍ରାସାଦ ଦ୍ବାରରେ ରକ୍ଷକ ଭାବେ ଅବସ୍ଥାନ କଲେ। ମହାଲକ୍ଷ୍ମୀ ବାମନରୂପୀ ଶ୍ରୀବିଷ୍ଣୁଙ୍କୁ ମୁକ୍ତ କରିବା ପାଇଁ ବଳି ରାଜାଙ୍କ ପୁରକୁ ଯାଇ ବଳିଙ୍କ ହାତରେ ରାକ୍ଷୀବନ୍ଧନ କରି ସ୍ବାମୀଙ୍କୁ ଉଦ୍ଧାର କଲେ। ମହାଭାରତରେ ମଧ୍ୟ ଏପରି ଏକ ପୌରାଣିକ କାହାଣୀ ରହିଛି। କାହାଣୀଟି ହେଲା କୃଷ୍ଣ ଓ ଦ୍ରୌପଦୀଙ୍କୁ ନେଇ । ଶ୍ରୀକୃଷ୍ଣ ଅତ୍ୟାଚାରୀ ଶିଶୁପାଳକୁ ବଧ କରିବା ବେଳେ ତାଙ୍କର ଅଙ୍ଗୁଳି କଟିଯାଇଥିଲା । ସେଥିରୁ ରକ୍ତ ବାହାରିବା ଦେଖି ଦ୍ରୌପଦୀ ନିଜ ପିନ୍ଧା ଶାଢ଼ି ଚିରି ସେଥିରେ ଗୁଡ଼ାଇ ଦେଇଥିଲେ, ଫଳରେ ଶ୍ରୀକୃଷ୍ଣଙ୍କ ରକ୍ତ ବନ୍ଦ ହେଇଯାଇଥିଲା । ଦ୍ରୌପଦୀଙ୍କ ମଧ୍ୟରେ ଶ୍ରୀକୃଷ୍ଣ ଭଉଣୀର ସ୍ନେହ ପାଇଥିଲେ ।

ଆହୁରି ପଢ଼ନ୍ତୁ: ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ; ପ୍ରଥମେଶ ଅରବିନ୍ଦ ରାଜସିର୍କେଙ୍କୁ ମାଲକାନଗିରି ଜିଲ୍ଲାପାଳ ଦାୟିତ୍ୱ

ଯେତେବେଳେ କୁରୁସଭାରେ ଦ୍ରୌପଦୀଙ୍କୁ କୌରବମାନେ ବିବସନା କରିବାକୁ ଉଦ୍ୟତ ହେଲେ, ସେତେବେଳେ ଶ୍ରୀକୃଷ୍ଣ ବସ୍ତ୍ରଦାନକରି ଦ୍ରୌପଦୀଙ୍କ ସମ୍ମାନ ରକ୍ଷା କରିଥିଲେ । ଶ୍ରାବଣ ପୂର୍ଣ୍ଣିମାରେ ପ୍ରଭୁ ବଳରାମ ଏହି ଦିନ ଧରାପୃଷ୍ଠରେ ଅବତୀର୍ଣ୍ଣ ହୋଇଥିଲେ, ତେଣୁ ଏହି ଦିନଟିକୁ ବଳଭଦ୍ରଙ୍କ ଜନ୍ମ ତିଥିଭାବେ ପାଳନ କରାଯାଏ। ହଳମୁଷଳ ଧାରଣ କରିଥିବା ବଳଭଦ୍ରଙ୍କୁ ସମ୍ମାନ ଜଣାଇ ଏହିଦିନ ଗୋ-ମାତାଙ୍କୁ ପୂଜା କରାଯାଏ। ସକାଳୁ ଗୋ-ମାତାଙ୍କୁ ଗାଧୋଇ ଦିଆଯାଇ ତାଙ୍କ ଶିଙ୍ଗରେ ରାକ୍ଷୀ ବାନ୍ଧିବା ପରେ ପିଠା ଖାଇବାକୁ ଦେବାର ପରମ୍ପରା ରହିଛି। ଏହା ସହ ଘରେ ଘରେ ରକ୍ଷାବନ୍ଧନ ପର୍ବ ପାଳନ କରାଯାଏ। ପରମ୍ପରା ଅନୁସାରେ ଭଉଣୀର ରକ୍ଷା କରିବା ପାଇଁ ଭାଇ ହାତରେ ଭଉଣୀ ବାନ୍ଧିଥାଏ ରାକ୍ଷୀ । ପୂର୍ଣ୍ଣିମା ଦିନ ସକାଳୁ ସକାଳୁ ଭଉଣୀମାନେ ଗାଧୋଇ ନିଜ ଘରର ଇଷ୍ଟ ଦେବତାଙ୍କୁ ପୂଜା କରିବା ସହ ଭାଇମାନଙ୍କ ହାତରେ ରାକ୍ଷୀ ବାନ୍ଧିଥାଆନ୍ତି । ଏହାକୁ ଭାଇ ଓ ଭଉଣୀ ମଧ୍ୟରେ ଥିବା ପାରସ୍ପରିକ ସ୍ନେହ ଏବଂ ବିଶ୍ୱାସର ପ୍ରତୀକ ରୂପେ ବିବେଚନା କରାଯାଏ। ଭଉଣୀମାନେ ରଙ୍ଗବେରଙ୍ଗର ରାକ୍ଷୀ ଭାଇମାନଙ୍କର ହାତରେ ବାନ୍ଧି ସେମାନଙ୍କର ଦୀର୍ଘଜୀବନ କାମନା କରିଥାନ୍ତି। ଭାଇ ମଧ୍ୟ ଭଉଣୀଙ୍କୁ ସବୁବେଳେ ସୁରକ୍ଷା ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତି ଦେଇ ସେମାନଙ୍କୁ ଉପହାର ପ୍ରଦାନ କରିଥାଏ। ଏହି ପର୍ବକୁ ଶହ ଶହ ବର୍ଷଧରି ସାମାଜିକ ସୌହାର୍ଦ୍ଦ୍ୟର ବଡ଼ ଉଦାହରଣ ଭାବେ ବିବେଚନା କରାଯାଉଛି ।

ଆହୁରି ପଢ଼ନ୍ତୁ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି: ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ମହାପ୍ରଭୁଙ୍କ ମାନବୀୟ ଲୀଳାକ୍ଷେତ୍ର ଶ୍ରୀମନ୍ଦିରରେ ମଧ୍ୟ ରାକ୍ଷୀ ପୂର୍ଣ୍ଣିମାର ବିଶେଷ ପରମ୍ପରା ରହିଛି। ଭଗବାନ ମଧ୍ୟ ପାରିବାରିକ ସଂପର୍କର ଡୋରିରେ ବନ୍ଧା। ଭଉଣୀ ହାତରୁ ରାକ୍ଷୀ ପିନ୍ଧନ୍ତି ଲୀଳାମୟ ଠାକୁର । ସାନଭଉଣୀ ସୁଭଦ୍ରା ‘ପାଟରାକ୍ଷୀ’ ବଡ଼ଭାଇ ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କୁ ପିନ୍ଧାଇ ଦିଅନ୍ତି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦିଆଯାଇଥିବା ବାସୁଙ୍ଗା ପାଟରେ, ପାଟରା ବିଶୋଇ ସେବାୟତ ଅତି ଶ୍ରଦ୍ଧା, ଭକ୍ତିର ସହ ରାକ୍ଷୀ ପ୍ରସ୍ତୁତ କରି ଶ୍ରୀମନ୍ଦିରରେ ପ୍ରଦାନ କରିଥାନ୍ତି। ଏହି ଅବସରରେ ଶ୍ରୀଜୀଉମାନେ ରାକ୍ଷୀ ଗୁଆର ମାଳ ମଧ୍ୟ ପରିଧାନ କରିଥାନ୍ତି। ୫୪ଟି ଲେଖାଏଁ ଗୁଆରେ ଏହି ଗୁଆ ମାଳ ନାଲି, ସବୁଜ, ହଳଦିଆ ଓ ନୀଳ ରଙ୍ଗର ହୋଇଥାଏ। ଶ୍ରୀକ୍ଷେତ୍ରରେ ଶ୍ରାବଣ ପୂର୍ଣ୍ଣିମା ମଧ୍ୟ ଝୁଲଣ ପୂର୍ଣ୍ଣିମା ଭାବେ ଜଣାଯାଏ। ଶ୍ରାବଣ ଶୁକ୍ଳ ଦଶମୀଠାରୁ ଆରମ୍ଭ ହୋଇ ଶ୍ରାବଣ ପୂର୍ଣ୍ଣିମା ପରଦିନ ପର୍ଯ୍ୟନ୍ତ ସାତଦିନ ଏହି ଝୁଲଣ ଯାତ୍ରା ପର୍ବ ପାଳନ କରାଯାଏ । ଭଗବାନ କୃଷ୍ଣ ଏବଂ ରାଧା ଏହି ବର୍ଷା ଋତୁରେ ଦୋଳି ଖେଳି ଆନନ୍ଦ ନେଇଥାନ୍ତି। ରାଧା କୃଷ୍ଣଙ୍କୁ ଝୁଲଣରେ ସଜ୍ଜାଯାଇ ଦୋଳି ଖେଳା ଯାଇଥାଏ। ଗୁଜରାଟ, ମହାରାଷ୍ଟ୍ର, ଗୋଆ, କର୍ଣ୍ଣାଟକ ଆଦି ସ୍ଥାନରେ ଶ୍ରାବଣ ପୂର୍ଣ୍ଣିମାକୁ ନାରିକେଳ ପୂର୍ଣ୍ଣିମା ଭାବେ ପାଳିତ ହେଇଥାଏ । ଏହି ଦିନ ସମୁଦ୍ର ଦେବତା ବରୁଣଙ୍କୁ ନାରିକେଳ ବା ନଡ଼ିଆ ପ୍ରଦାନ କରାଯାଏ। ଚଳିତ ବର୍ଷ ଭଦ୍ରାକାଳ ପଡ଼ୁଥିବା ହେତୁ ରାକ୍ଷୀ ପୂର୍ଣ୍ଣିମା ଦୁଇଦିନ ଧରି ପାଳିତ ହେବ । ଅଗଷ୍ଟ ୩୦ ଓ ୩୧ ଚଳିତ ବର୍ଷ ଦୁଇ ଦିନ ଧରି ରାକ୍ଷୀ ଉତ୍ସବ ପାଳିତ ହେବ। ରାକ୍ଷୀ ବାନ୍ଧିବା ପୂର୍ବରୁ ଭଦ୍ରାକାଳ ଓ ରାହୁ କାଳ ଉପରେ ବିଶେଷ ଧ୍ୟାନ ଦିଆଯାଇଥାଏ । ଶାସ୍ତ୍ରଅନୁସାରେ ଭଦ୍ରାକାଳରେ ରାକ୍ଷୀ ବାନ୍ଧିବା ଶୁଭ ନୁହେଁ। ମାନ୍ୟତା ରହିଛି କି ଭଦ୍ରାକାଳରେ କୌଣସି ଶୁଭ କାର୍ଯ୍ୟ ସଫଳ ହୁଏ ନାହିଁ। ଜ୍ୟୋତିଷଙ୍କ ମତାନୁସାରେ, ଅଗଷ୍ଟ ୩୦ ରାତି ୯ଟା ଯାଏଁ ଭଦ୍ରାକାଳ ରହୁଛି । ରାତି ୯ଟା ପରଠୁ ୩୧ ତାରିଖ ସକାଳ ୭ଟା ଯାଏଁ ଭଉଣୀମାନେ ଭାଇ ହାତରେ ରାକ୍ଷୀ ବାନ୍ଧିପାରିବେ । ଅନ୍ୟପଟେ ଜ୍ୟୋତିଷମାନେ ମତ ଦେଇଛନ୍ତି ଯେ, ଏହି ରାକ୍ଷୀ ପୂର୍ଣ୍ଣିମା ଅତି ଦୁର୍ଲ୍ଲଭ ଅଟେ।

30 Aug 2023 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର