ପ୍ୟାକେଟରେ କମ୍ ଥିଲା ଗୋଟିଏ ପଟ ବିସ୍କୁଟ : କେସ କଲେ ଗ୍ରାହକ, ୧ଲକ୍ଷ ଟଙ୍କା ତଣ୍ଡ ଗଣିବ କମ୍ପାନୀ

The Sakala Picture
Published On

ଚେନ୍ନାଇ : ସାଧାରଣତଃ ବଜାରରେ ମିଳୁଥିବା ପ୍ୟାକେଟ୍ ଖାଦ୍ୟ ପଦାର୍ଥରେ ତାହାର ଓଜନ, ପ୍ରସ୍ତୁତି ତାରିଖ ଆଦି ଉଲ୍ଲେଖ ରହିଥାଏ। ଯାହାକୁ ଅଧିକାଂଶ ସମୟରେ ଗ୍ରାହକମାନେ ନଜର ଦେଇ ନଥାଆନ୍ତି। ଏହାକୁ ନେଇ ଅନେକ ସମୟରେ କମ୍ପାନୀମାନେ ଫାଇଦା ଉଠାଇଥାଆନ୍ତି। କିନ୍ତୁ ଏଭଳି ବିଷୟକୁ ନେଇ ଏକ ପ୍ରତିଷ୍ଠିତ ବିସ୍କୁଟ କମ୍ପାନୀ ଉପରେ ଏକ ଲକ୍ଷ ଟଙ୍କାର ଜୋରିମାନା କରାଯାଇଛି। ପ୍ୟାକେଟ ଉପରେ ଉଲ୍ଲେଖ ଥିବା ବିସ୍କୁଟ ସଂଖ୍ୟାଠାରୁ ଗୋଟିଏ ବିସ୍କୁଟ କମ ଥିବାରୁ ସଂପୃକ୍ତ ବିସ୍କୁଟ […]

ଚେନ୍ନାଇ : ସାଧାରଣତଃ ବଜାରରେ ମିଳୁଥିବା ପ୍ୟାକେଟ୍ ଖାଦ୍ୟ ପଦାର୍ଥରେ ତାହାର ଓଜନ, ପ୍ରସ୍ତୁତି ତାରିଖ ଆଦି ଉଲ୍ଲେଖ ରହିଥାଏ। ଯାହାକୁ ଅଧିକାଂଶ ସମୟରେ ଗ୍ରାହକମାନେ ନଜର ଦେଇ ନଥାଆନ୍ତି। ଏହାକୁ ନେଇ ଅନେକ ସମୟରେ କମ୍ପାନୀମାନେ ଫାଇଦା ଉଠାଇଥାଆନ୍ତି। କିନ୍ତୁ ଏଭଳି ବିଷୟକୁ ନେଇ ଏକ ପ୍ରତିଷ୍ଠିତ ବିସ୍କୁଟ କମ୍ପାନୀ ଉପରେ ଏକ ଲକ୍ଷ ଟଙ୍କାର ଜୋରିମାନା କରାଯାଇଛି। ପ୍ୟାକେଟ ଉପରେ ଉଲ୍ଲେଖ ଥିବା ବିସ୍କୁଟ ସଂଖ୍ୟାଠାରୁ ଗୋଟିଏ ବିସ୍କୁଟ କମ ଥିବାରୁ ସଂପୃକ୍ତ ବିସ୍କୁଟ କମ୍ପାନୀକୁ ୧ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ପଡ଼ିଛି।

ଆହୁରି ପଢ଼ନ୍ତୁ: ମଧ୍ୟ ପ୍ରାଚ୍ୟରେ ଫସିରହିଥିବା ଓଡ଼ିଆ ଲୋକଙ୍କୁ ସୁରକ୍ଷିତ ଫେରାଇ ଆଣିବାକୁ ସରକାରଙ୍କୁ ଅନୁରୋଧ କଲେ ନବୀନ

ମିଳିଥିବା ଖବର ଅନୁସାରେ , ଜଣେ ଗ୍ରାହକ ଆଇଟିସି କମ୍ପାନୀର ବିସ୍କୁଟ୍‌ ବ୍ରାଣ୍ଡ୍ ସନ୍‌ଫିଷ୍ଟ୍‌ ମେରି ଲାଇଟ୍ କିଣିଥିଲା ବେଳେ ପ୍ୟାକେଟ୍ ଖୋଳ ଉପରେ ଲେଖାଥିବା ବିସ୍କୁଟ୍‌ର ସଂଖ୍ୟା ଠାରୁ ଗୋଟିଏ ବିସ୍କୁଟ କମ୍ ଥିବା ଦେଖାଥିଲେ। ଏହାପରେ ଗ୍ରାହକଜଣକ ତାମିଲନାଡୁର ତିରୁଭାଲ୍ଲାର ଜିଲ୍ଲା ଉପଭୋକ୍ତା ଫୋରମ୍‌ରେ ଏନେଇ ଅଭିଯୋଗ କରିଥିଲେ। ସଂପୃକ୍ତ ଅଦାଲତ ଆଇଟିସି କମ୍ପାନୀର ଫୁଡ୍ ଡିଭିଜନକୁ ଅନ୍ୟାୟୋଚିତ ବାଣିଜ୍ୟିକ କାରବାର ପାଇଁ ୧ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, CISFର ୫୭ତମ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ

ଏଥିସହିତ ଜିଲ୍ଲା ଖାଉଟି ଫୋରମ୍ ‘ସନ୍‌ଫିଷ୍ଟ ମେରି ଲାଇଟ୍’ର ବିକ୍ରି ବନ୍ଦ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ବିସ୍କୁଟର ଓଜନକୁ ନେଇ ଯେଉଁ ଚ୍ୟାଲେଞ୍ଜ କରାଯାଇଛି ତାହା ଲାଗୁ ହେବ ନାହିଁ ବୋଲି କମ୍ପାନୀ କରିଥିବା ଯୁକ୍ତିକୁ ଖାଉଟି ଫୋରମ୍ ଖାରଜ କରିଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଚେନ୍ନାଇର ଅଭିଯୋଗକାରୀ ପି ଦିଲ୍ଲୀବାବୁ ପ୍ୟାକେଟରେ ୧୬ଟି ବିସ୍କୁଟ ଥିବା ଉଲ୍ଲେଖ ରହିଥିବା ବେଳେ ପ୍ୟାକେଟ୍ ଭିତରେ ମାତ୍ର ୧୫ଟି ବିସ୍କୁଟ୍ ରହିଥିବା ଦେଖି ଆଇଟିସି ବିରୋଧରେ ଅଭିଯୋଗ କରିଥିଲେ।

ଆହୁରି ପଢ଼ନ୍ତୁ: ଆସାମରେ ବାୟୁସେନାର ସୁଖୋଇ-୩୦ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ୍ ଶହୀଦ

07 Sep 2023 By The Sakala

ପ୍ୟାକେଟରେ କମ୍ ଥିଲା ଗୋଟିଏ ପଟ ବିସ୍କୁଟ : କେସ କଲେ ଗ୍ରାହକ, ୧ଲକ୍ଷ ଟଙ୍କା ତଣ୍ଡ ଗଣିବ କମ୍ପାନୀ

ଚେନ୍ନାଇ : ସାଧାରଣତଃ ବଜାରରେ ମିଳୁଥିବା ପ୍ୟାକେଟ୍ ଖାଦ୍ୟ ପଦାର୍ଥରେ ତାହାର ଓଜନ, ପ୍ରସ୍ତୁତି ତାରିଖ ଆଦି ଉଲ୍ଲେଖ ରହିଥାଏ। ଯାହାକୁ ଅଧିକାଂଶ ସମୟରେ ଗ୍ରାହକମାନେ ନଜର ଦେଇ ନଥାଆନ୍ତି। ଏହାକୁ ନେଇ ଅନେକ ସମୟରେ କମ୍ପାନୀମାନେ ଫାଇଦା ଉଠାଇଥାଆନ୍ତି। କିନ୍ତୁ ଏଭଳି ବିଷୟକୁ ନେଇ ଏକ ପ୍ରତିଷ୍ଠିତ ବିସ୍କୁଟ କମ୍ପାନୀ ଉପରେ ଏକ ଲକ୍ଷ ଟଙ୍କାର ଜୋରିମାନା କରାଯାଇଛି। ପ୍ୟାକେଟ ଉପରେ ଉଲ୍ଲେଖ ଥିବା ବିସ୍କୁଟ ସଂଖ୍ୟାଠାରୁ ଗୋଟିଏ ବିସ୍କୁଟ କମ ଥିବାରୁ ସଂପୃକ୍ତ ବିସ୍କୁଟ କମ୍ପାନୀକୁ ୧ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ପଡ଼ିଛି।

ମିଳିଥିବା ଖବର ଅନୁସାରେ , ଜଣେ ଗ୍ରାହକ ଆଇଟିସି କମ୍ପାନୀର ବିସ୍କୁଟ୍‌ ବ୍ରାଣ୍ଡ୍ ସନ୍‌ଫିଷ୍ଟ୍‌ ମେରି ଲାଇଟ୍ କିଣିଥିଲା ବେଳେ ପ୍ୟାକେଟ୍ ଖୋଳ ଉପରେ ଲେଖାଥିବା ବିସ୍କୁଟ୍‌ର ସଂଖ୍ୟା ଠାରୁ ଗୋଟିଏ ବିସ୍କୁଟ କମ୍ ଥିବା ଦେଖାଥିଲେ। ଏହାପରେ ଗ୍ରାହକଜଣକ ତାମିଲନାଡୁର ତିରୁଭାଲ୍ଲାର ଜିଲ୍ଲା ଉପଭୋକ୍ତା ଫୋରମ୍‌ରେ ଏନେଇ ଅଭିଯୋଗ କରିଥିଲେ। ସଂପୃକ୍ତ ଅଦାଲତ ଆଇଟିସି କମ୍ପାନୀର ଫୁଡ୍ ଡିଭିଜନକୁ ଅନ୍ୟାୟୋଚିତ ବାଣିଜ୍ୟିକ କାରବାର ପାଇଁ ୧ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।

ଏଥିସହିତ ଜିଲ୍ଲା ଖାଉଟି ଫୋରମ୍ ‘ସନ୍‌ଫିଷ୍ଟ ମେରି ଲାଇଟ୍’ର ବିକ୍ରି ବନ୍ଦ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ବିସ୍କୁଟର ଓଜନକୁ ନେଇ ଯେଉଁ ଚ୍ୟାଲେଞ୍ଜ କରାଯାଇଛି ତାହା ଲାଗୁ ହେବ ନାହିଁ ବୋଲି କମ୍ପାନୀ କରିଥିବା ଯୁକ୍ତିକୁ ଖାଉଟି ଫୋରମ୍ ଖାରଜ କରିଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଚେନ୍ନାଇର ଅଭିଯୋଗକାରୀ ପି ଦିଲ୍ଲୀବାବୁ ପ୍ୟାକେଟରେ ୧୬ଟି ବିସ୍କୁଟ ଥିବା ଉଲ୍ଲେଖ ରହିଥିବା ବେଳେ ପ୍ୟାକେଟ୍ ଭିତରେ ମାତ୍ର ୧୫ଟି ବିସ୍କୁଟ୍ ରହିଥିବା ଦେଖି ଆଇଟିସି ବିରୋଧରେ ଅଭିଯୋଗ କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର