କମିଛି ରାଜ୍ୟର ଋଣ ଭାର, ଅନ୍ୟରାଜ୍ୟ ତୁଳନାରେ ଓଡ଼ିଶାରେ ମୁଣ୍ଡପିଛା ଋଣ ହାର ସବୁଠୁ କମ୍‌‌

The Sakala Picture
Published On

ଭୁବନେଶ୍ୱର: ରାଜ୍ୟରେ ବିତ୍ତୀୟ ପରିଚାଳନା ବେଶ୍‌‌ ଶୃଙ୍ଖଳିତ ରହିଥିବା ବେଳେ ଆର୍ଥିକ ସ୍ଥିତି ଏବଂ ଋଣ ପରିଚାଳନା ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଉତ୍ତମ ସ୍ଥିତିରେ ରହିଛି। ରାଜ୍ୟ ମହାଲେଖାଗାରଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗତ ଜୁଲାଇ ମାସ ଶେଷ ସୁଦ୍ଧା ରାଜ୍ୟରେ ରାଜ୍ୟର ଋଣ ପରିମାଣ ୮୮୪୮୭ କୋଟି ଟଙ୍କା ରହିଛି। ସେହିପରି ମୁଣ୍ଡପିଛା ଋଣଭାର ୧୯୧୭୧ ଟଙ୍କାକୁ ହ୍ରାସ ପାଇଛି ବୋଲି ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି। ବିତ୍ତୀୟ ଉତ୍ତରଦାୟିତ୍ୱ ଏବଂ ବଜେଟ୍‌‌ […]

ଭୁବନେଶ୍ୱର: ରାଜ୍ୟରେ ବିତ୍ତୀୟ ପରିଚାଳନା ବେଶ୍‌‌ ଶୃଙ୍ଖଳିତ ରହିଥିବା ବେଳେ ଆର୍ଥିକ ସ୍ଥିତି ଏବଂ ଋଣ ପରିଚାଳନା ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଉତ୍ତମ ସ୍ଥିତିରେ ରହିଛି। ରାଜ୍ୟ ମହାଲେଖାଗାରଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗତ ଜୁଲାଇ ମାସ ଶେଷ ସୁଦ୍ଧା ରାଜ୍ୟରେ ରାଜ୍ୟର ଋଣ ପରିମାଣ ୮୮୪୮୭ କୋଟି ଟଙ୍କା ରହିଛି। ସେହିପରି ମୁଣ୍ଡପିଛା ଋଣଭାର ୧୯୧୭୧ ଟଙ୍କାକୁ ହ୍ରାସ ପାଇଛି ବୋଲି ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି।

ଆହୁରି ପଢ଼ନ୍ତୁ: ଅନ୍ତସାରଶୂନ୍ୟ ବଜେଟ; ସାଧାରଣ ଓ ମଧ୍ୟବିତ୍ତ ନିରାଶ: ମାନସ ମଙ୍ଗରାଜ

ବିତ୍ତୀୟ ଉତ୍ତରଦାୟିତ୍ୱ ଏବଂ ବଜେଟ୍‌‌ ପରିଚାଳନା (ଏଫଆର୍‌‌ବିଏମ୍‌‌) ଅଧିନିୟମ ଅନୁଯାୟୀ ରାଜ୍ୟର ଋଣଭାର ବେଶ୍‌‌ ପୋଷଣୀୟ ଥିବାବେଳେ ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଓଡ଼ିଶାରେ ମୁଣ୍ଡ ପିଛା ଋଣଭାର ସବଠାରୁ କମ୍‌‌ ବୋଲି ରାଜ୍ୟ ଅର୍ଥ ବିଭାଗର ପ୍ରମୁଖ ସଚିବ ବିଶାଲ ଦେବ ସୂଚନା ଦେଇଛନ୍ତି। କେବଳ ଏତିକି ନୁହେଁ, ଟିକସ ସଂଗ୍ରହ କ୍ଷେତ୍ରରେ ମଧ୍ୟ ଗତବର୍ଷ ଅଗଷ୍ଟ ମାସ ତୁଳନାରେ ଚଳିତ ବର୍ଷ ଅଗଷ୍ଟ ଯାଏଁ ରାଜ୍ୟରେ ଆଖିଦୃଶିଆ ଅଭିବୃଦ୍ଧି ପରିଲିକ୍ଷିତ ହୋଇଛି ବୋଲି ଅତିରିକ୍ତ ବଜେଟ୍‌‌ ପରବର୍ତ୍ତୀ ସାମ୍ବାଦିକ ସମ୍ମିଳନୀରେ ଅର୍ଥମନ୍ତ୍ରୀ ଓ ଅର୍ଥ ବିଭାଗ ପ୍ରମୁଖ ସଚିବ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: SpaceX ସହ ମିଶିଲା xAI: ୧.୨୫ ଟ୍ରିଲିୟନ ଡଲାରର IPO ପାଇଁ ଇଲନ୍ ମସ୍କଙ୍କ ବଡ଼ ଯୋଜନା

ରାଜ୍ୟ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ସୂଚନା ଅନୁଯାୟୀ ୨୦୨୩-୨୪ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ ଏଫଆର୍‌‌ବିଏମ ଅଧିନିୟମକୁ ଅନୁପାଳନ କରୁଛି। କାରଣ ଏହି ବଜେଟ ଅତିରିକ୍ତ ରାଜସ୍ୱ କିମ୍ୱା ସଞ୍ଚିତ / ସମର୍ପିତ ସମ୍ୱଳର ଉପଲବ୍ଧତା ମଧ୍ୟରେ ପ୍ରସ୍ତୁତ କରାଯାଇଛି। ଏହି ଅତିରିକ୍ତ ବଜେଟ ସହ ରାଜସ୍ୱ ବଳକା ସ୍ଥିତି ବଜାୟ ରହିବ ଏବଂ ବିତ୍ତୀୟ ନିଅଣ୍ଟ ସାମଗ୍ରିକ ରାଜ୍ୟ ଘରୋଇ ଉତ୍ପାଦ (ଜିଏସଡିପି)ର ୩ ପ୍ରତିଶତ ମଧ୍ୟରେ ସୀମିତ ରହିବ। ମନ୍ତ୍ରୀ କହିଛନ୍ତି ଯେ ଏଫଆର୍‌‌ବିଏମ ଅଧିନିୟମ ଅନୁଯାୟୀ ରାଜ୍ୟର ଋଣଭାର ଜିଏସଡିପିର ୨୫ ପ୍ରତିଶତ ଏବଂ ସୁଧ ଦେୟ ଏବଂ ରାଜସ୍ୱ ଆୟର ଅନୁପାତ(ଆଇପି/ଆରଆର)-୧୫ ପ୍ରତିଶତ ମଧ୍ୟରେ ରହିବା ଆବଶ୍ୟକ। ତେବେ ମହାଲେଖାକାରଙ୍କ ଠାରୁ ମିଳିଥିବା ତଥ୍ୟ ଅନୁଯାୟୀ ଗତ ଜୁଲାଇ ଶେଷ ସୁଦ୍ଧା ରାଜ୍ୟର ଋଣ ଭାର ରାଜ୍ୟ ସକଳ ଘରୋଇ ଉତ୍ପାଦର ଅନୁପାତ (ଜିଏସ୍‌‌ଡିପି)ର ୧୦.୨୭ ପ୍ରତିଶତ ରହିଅଛି ଏବଂ ସୁଧ ଦେୟ ଓ ରାଜସ୍ୱ ଆୟର ଅନୁପାତ ୧.୯ ପ୍ରତିଶତରେ ସୀମିତ ରହିଛି। ଯାହାକି ବେଶ୍‌‌ ପୋଷଣୀୟ ଅଟେ।

ଆହୁରି ପଢ଼ନ୍ତୁ: ନନ୍ଦନକାନନ ପ୍ରାଣୀ ଉଦ୍ୟାନର ନୂଆ ନିର୍ଦ୍ଦେଶକ ହେଲେ IFS ସନତ କୁମାର ଏନ୍

ସେହିପରି ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ରାଜ୍ୟରେ ରାଜସ୍ୱ ଆଦାୟ ପୂର୍ବବର୍ଷ ତୁଳନାରେ ୧୯ ପ୍ରତିଶତ ଅଧିକ ଅଭିବୃଦ୍ଧି ହୋଇଛି। ୨୦୨୩-୨୪ ଆର୍ଥିକ ବର୍ଷର ଅଗଷ୍ଟ ସୁଦ୍ଧା ରାଜ୍ୟରେ ନିଜସ୍ୱ ରାଜସ୍ୱ ସଂଗ୍ରହ ପରିମାଣ ୪୧୨୩୧ କୋଟି ଟଙ୍କା ହୋଇଥିବା ବେଳେ ପୂର୍ବ ଆର୍ଥିକ ବର୍ଷର ଅଗଷ୍ଟ ମାସ ତୁଳନାରେ ଏହା ୧୨.୯ ପ୍ରତିଶତ। ସେହିପରି ଗତ ଅଗଷ୍ଟ ସୁଦ୍ଧା ରାଜ୍ୟରେ ନିଜସ୍ୱ ଟିକସ ରାଜସ୍ୱ ସଂଗ୍ରହ ପରିମାଣ ୨୦୧୩୧ କୋଟି ଟଙ୍କା ହୋଇଥିବା ବେଳେ ଏହା ଗତବର୍ଷ ତୁଳନାରେ ୧୪.୫ ପ୍ରତିଶତ ଅଧିକ ରହିଛି। ଅପରପକ୍ଷେ ଗତ ଅଗଷ୍ଟ ସୁଦ୍ଧା ନିଜସ୍ୱ ଅଣଟିକସ ରାଜସ୍ୱ ସଂଗ୍ରହ ପରିମାଣ ୨୧୧୦୦ କୋଟିରେ ପହଞ୍ଚିଥିବା ବେଳେ ପୂର୍ବବର୍ଷ ଅଗଷ୍ଟ ତୁଳନାରେ ଏହା ୧୧.୫ ପ୍ରତିଶତ ଅଧିକ ବୋଲି ମନ୍ତ୍ରୀ ଆକଳନ କରିଛନ୍ତି। ସେହିପରି ଚଳିତ ଆର୍ଥିକ ବର୍ଷର ପ୍ରଥମ ପାଞ୍ଚ ମାସ ମଧ୍ୟରେ ଅର୍ଥାତ୍‌‌ ଗତ ଅଗଷ୍ଟ ସୁଦ୍ଧା ରାଜ୍ୟରେ ସାମଗ୍ରିକ ବ୍ୟୟ ପୂର୍ବ ବର୍ଷ ତୁଳନାରେ ୩୯ ପ୍ରତିଶତ ଅଧିକ ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।। ତେବେ ଗତ ଅଗଷ୍ଟ ଶେଷ ସୁଦ୍ଧା ରାଜ୍ୟର ମୋଟ ବଜେଟ ଅର୍ଥର ୨୯ ପ୍ରତିଶତ ଅର୍ଥ ଖର୍ଚ୍ଚ ହୋଇପାରିଥିବା ସାମ୍ବାଦିକ ସମ୍ମିଳନୀରେ ଅର୍ଥ ବିଭାଗର ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp