କେନ୍ଦ୍ର ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ୨୮ ହଜାରରୁ ଅଧିକ ମୋବାଇଲ୍ ବ୍ଲକ୍ କରିବାକୁ ନିର୍ଦ୍ଦେଶ

The Sakala Picture
Published On

ନୂଆଦିଲ୍ଲୀ: ଦେଶରେ ବଢ଼ିଚାଲିଥିବା ସାଇବର ଅପରାଧ ରୋକିବାକୁ କେନ୍ଦ୍ର ସରକାର ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏହି ଅନୁଯାୟୀ, ୨୮,୨୦୦ ମୋବାଇଲ୍ ଫୋନ୍‌କୁ ବ୍ଲକ୍ କରିବାକୁ କେନ୍ଦ୍ର ସରକାର ଟେଲିକମ୍ ଅପରେଟରଙ୍କୁ ନିର୍ଦ୍ଦେଶ ନିର୍ଦ୍ଦେଶ ଦେଇଛନ୍ତି। ଏହି ମୋବାଇଲ୍ ଫୋନ୍ ବ୍ୟବହାରକାରୀମାନେ ବିଭିନ୍ନ ସାଇବର ଅପରାଧରେ ଲିପ୍ତ ଥିବା ଜଣାପଡ଼ିବା ପରେ କେନ୍ଦ୍ର ସରକାର ଏଭଳି ନିର୍ଦ୍ଦେଶ ଦେଇଛନ୍ତି। କେବଳ ସେତିକି ନୁହେଁ ଏହିସବୁ ମୋବାଇଲ୍‌ଗୁଡିକ ସହ ସମ୍ପୃକ୍ତ ୨୦ ଲକ୍ଷ ମୋବାଇଲ୍ ନମ୍ବରକୁ ରି-ଭେରିଫିକେସନ(ପୁନଃ ପ୍ରମାଣନ) […]

ନୂଆଦିଲ୍ଲୀ: ଦେଶରେ ବଢ଼ିଚାଲିଥିବା ସାଇବର ଅପରାଧ ରୋକିବାକୁ କେନ୍ଦ୍ର ସରକାର ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏହି ଅନୁଯାୟୀ, ୨୮,୨୦୦ ମୋବାଇଲ୍ ଫୋନ୍‌କୁ ବ୍ଲକ୍ କରିବାକୁ କେନ୍ଦ୍ର ସରକାର ଟେଲିକମ୍ ଅପରେଟରଙ୍କୁ ନିର୍ଦ୍ଦେଶ ନିର୍ଦ୍ଦେଶ ଦେଇଛନ୍ତି। ଏହି ମୋବାଇଲ୍ ଫୋନ୍ ବ୍ୟବହାରକାରୀମାନେ ବିଭିନ୍ନ ସାଇବର ଅପରାଧରେ ଲିପ୍ତ ଥିବା ଜଣାପଡ଼ିବା ପରେ କେନ୍ଦ୍ର ସରକାର ଏଭଳି ନିର୍ଦ୍ଦେଶ ଦେଇଛନ୍ତି।
କେବଳ ସେତିକି ନୁହେଁ ଏହିସବୁ ମୋବାଇଲ୍‌ଗୁଡିକ ସହ ସମ୍ପୃକ୍ତ ୨୦ ଲକ୍ଷ ମୋବାଇଲ୍ ନମ୍ବରକୁ ରି-ଭେରିଫିକେସନ(ପୁନଃ ପ୍ରମାଣନ) କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯଦି ଏହିସବୁ ସିମ୍ ଭେରିଫିକେସନ ବିଫଳ ହୁଏ ତେବେ ଏଗୁଡ଼ିକୁ ବାତିଲ୍‌ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଓ ରାଜ୍ୟ ପୁଲିସ ଦ୍ୱାରା ଯାଞ୍ଚ କରିବା ପରେ ୨୮,୨୦୦ ମୋବାଇଲ୍ ସାଇବର କ୍ରାଇମ୍‌ରେ ବ୍ୟବହାର ହେଉଥିବା ଜଣାପଡ଼ିଥିଲା। ଏହାପରେ ଟେଲିକମ୍ୟୁନିକେଶନ(ଡଟ୍‌) ଦ୍ୱାରା ମଧ୍ୟ ଏକ ଯାଞ୍ଚ କରାଯାଇଥିଲା। ଯେଉଁଥିରେ ଜଣାପଡ଼ିଥିଲା ଯେ ଏହି ମୋବାଇଲ୍‌ ଗୁଡ଼ିକରେ ୨୦ ଲକ୍ଷ ନମ୍ବର ବ୍ୟବହାର କରାଯାଇଛି। ତେଣୁ ଏଗୁଡିକର ରି-ଭେରିଫିକେସନ୍ ପାଇଁ ଡଟ୍ ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ ଜାରି ହୋଇଥିବା ସରକାର ବିବୃତ୍ତିରେ କୁହାଯାଇଛି ଡଟ୍ ଟେଲିକମ ସେବା ଯୋଗାଉଥିବା କମ୍ପାନୀଗୁଡିକ ପାଇଁ ନର୍ଦ୍ଦେଶନାମା ଜାରି କରି ୨୮,୨୦୦ ମୋବାଇଲ୍‌ ଫୋନ୍‌ରେ ବ୍ୟବହାର ହେଉଥିବା ୨୦ ଲକ୍ଷ ମୋବାଇଲ ସଂଯୋର ରି-ଭେରିଫିକେସନ୍ ପାଇଁ ନିର୍ଦ୍ଦେଶ ଦେଇଛି। ତେବେ ଭେରିଫିକେସନ ଫେଲ୍ ମାରିଲେ ଏଗୁଡ଼ିକର ସଂଯୋଗ ବିଚ୍ଛିନ୍ନ କରିବାକୁ ନିର୍ଦ୍ଦେଶନାମାରେ କୁହାଯାଇଛି। ସାଇବର ଅପରାଧ ଦ୍ୱାରା ହେଉଥିବା ଆର୍ଥିକ ଠକେଇ ରୋକିବାକୁ ଡଟ୍, ଗୃହ ମନ୍ତ୍ରଣାଳୟ ଓ ରାଜ୍ୟ ପୁଲିସ ପକ୍ଷରୁ ମିଳିତ ଉଦ୍ୟମରେ ଏଭଳି ପ୍ରୟାସ ହୋଇଛି। ଠକେଇ କରୁଥିବା ନେଟୱର୍କକୁ ନଷ୍ଟ କରିବା ସହ ଜନସାଧାରଣଙ୍କୁ ଡିଜିଟାଲ୍ ବିପଦରୁ ରକ୍ଷା କରିବା ଓ ସୁରକ୍ଷିତ ଡିଜିଟାଲ ପରିବେଶ ଏହାର ମୂଳ ଉଦେଶ୍ୟ।

ଆହୁରି ପଢ଼ନ୍ତୁ: ଶବ ସତ୍କାର ପାଇଁ ମିଳିଲାନି ଶ୍ମଶାନ, ବାଇକରେ ବୁହାହେଲା ନାବାଳିକାର ମୃତଦେହ

ସାଇବର ଅପରାଧ ଓ ଆର୍ଥିକ ଠକେଇରେ ଅପବ୍ୟବହାର ହେଉଥିବା ଟେଲିକମ ଉତ୍ସକୁ ରୋକିବାକୁ ଅଂଶୀଦାରଙ୍କ ସହ ସହଯୋଗ ରଖିବାକୁ ନିକଟରେ ସରକାର ଡିଜିଟାଲ୍ ଇଣ୍ଟେଲିଜେନ୍ସ ପ୍ଲାଟଫର୍ମ(ଡିଆଇପି) ଶୁଭାରମ୍ଭ କରାଯାଇଥିଲା। ରିଅଲ ଟାଇମ୍ ଇଣ୍ଟେଲିଜେନ୍ସ ଶେୟାରିଂ, ସୂଚନା ବିନିମୟ ଏବଂ ବିଭିନ୍ନ ଅଂଶୀଦାରମାନଙ୍କ ସହ ସହଯୋଗ ରକ୍ଷା କରିବା ପାଇଁ ଡଟ୍ ଦ୍ୱାରା ଡିଆଇପି ସର୍ଭର ବିକଶିତ କରାଯାଇଥିଲା। ଅଂଶୀଦାରମାନଙ୍କ ମଧ୍ୟରେ ଟେଲିକମ୍ କମ୍ପାନୀ,ଆଇନ ପ୍ରବର୍ତ୍ତନ ସଂସ୍ଥା(ଏଲ୍ଇଏ), ବ୍ୟାଙ୍କ୍, ଏବଂ ଆର୍ଥିକ ସଂସ୍ଥାନ, ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏବଂ ପରିଚୟପତ୍ର ଜାରି କରୁଥିବା ଅଧିକାରୀ ଆଦି ରହିଛନ୍ତି। ସୁରକ୍ଷିତ ସଂଯୋଗ ଦ୍ୱାରା(ସିକ୍ୟୁର କନେକ୍ଟଭିଟି)ଡିଆଇପି ନିଜର ଭୂମିକା ଅନୁସାରେ, ଆବଶ୍ୟକୀୟ ସୂଚନା ଶେୟାର କରିଥାଏ। ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ପ୍ଲାଟ୍ଫର୍ମଟି ସାଧାରଣ ନାଗରିକଙ୍କ ବ୍ୟବହାର ପାଇଁ ଉଦ୍ଦିଷ୍ଟ ନୁହେଁ।

ଆହୁରି ପଢ଼ନ୍ତୁ: ଡିଜିପିଙ୍କ ରଥଯାତ୍ରା ସମୀକ୍ଷା: ପୁରୀରେ ସୁରକ୍ଷା ପାଇଁ ରାଜ୍ୟ ପୋଲିସ ସହ ମୁତୟନ ହେବେ ୧୫ କମ୍ପାନୀ କେନ୍ଦ୍ରୀୟ ଫୋର୍ସ

11 May 2024 By The Sakala

କେନ୍ଦ୍ର ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ୨୮ ହଜାରରୁ ଅଧିକ ମୋବାଇଲ୍ ବ୍ଲକ୍ କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦେଶରେ ବଢ଼ିଚାଲିଥିବା ସାଇବର ଅପରାଧ ରୋକିବାକୁ କେନ୍ଦ୍ର ସରକାର ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏହି ଅନୁଯାୟୀ, ୨୮,୨୦୦ ମୋବାଇଲ୍ ଫୋନ୍‌କୁ ବ୍ଲକ୍ କରିବାକୁ କେନ୍ଦ୍ର ସରକାର ଟେଲିକମ୍ ଅପରେଟରଙ୍କୁ ନିର୍ଦ୍ଦେଶ ନିର୍ଦ୍ଦେଶ ଦେଇଛନ୍ତି। ଏହି ମୋବାଇଲ୍ ଫୋନ୍ ବ୍ୟବହାରକାରୀମାନେ ବିଭିନ୍ନ ସାଇବର ଅପରାଧରେ ଲିପ୍ତ ଥିବା ଜଣାପଡ଼ିବା ପରେ କେନ୍ଦ୍ର ସରକାର ଏଭଳି ନିର୍ଦ୍ଦେଶ ଦେଇଛନ୍ତି।
କେବଳ ସେତିକି ନୁହେଁ ଏହିସବୁ ମୋବାଇଲ୍‌ଗୁଡିକ ସହ ସମ୍ପୃକ୍ତ ୨୦ ଲକ୍ଷ ମୋବାଇଲ୍ ନମ୍ବରକୁ ରି-ଭେରିଫିକେସନ(ପୁନଃ ପ୍ରମାଣନ) କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯଦି ଏହିସବୁ ସିମ୍ ଭେରିଫିକେସନ ବିଫଳ ହୁଏ ତେବେ ଏଗୁଡ଼ିକୁ ବାତିଲ୍‌ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଓ ରାଜ୍ୟ ପୁଲିସ ଦ୍ୱାରା ଯାଞ୍ଚ କରିବା ପରେ ୨୮,୨୦୦ ମୋବାଇଲ୍ ସାଇବର କ୍ରାଇମ୍‌ରେ ବ୍ୟବହାର ହେଉଥିବା ଜଣାପଡ଼ିଥିଲା। ଏହାପରେ ଟେଲିକମ୍ୟୁନିକେଶନ(ଡଟ୍‌) ଦ୍ୱାରା ମଧ୍ୟ ଏକ ଯାଞ୍ଚ କରାଯାଇଥିଲା। ଯେଉଁଥିରେ ଜଣାପଡ଼ିଥିଲା ଯେ ଏହି ମୋବାଇଲ୍‌ ଗୁଡ଼ିକରେ ୨୦ ଲକ୍ଷ ନମ୍ବର ବ୍ୟବହାର କରାଯାଇଛି। ତେଣୁ ଏଗୁଡିକର ରି-ଭେରିଫିକେସନ୍ ପାଇଁ ଡଟ୍ ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ ଜାରି ହୋଇଥିବା ସରକାର ବିବୃତ୍ତିରେ କୁହାଯାଇଛି ଡଟ୍ ଟେଲିକମ ସେବା ଯୋଗାଉଥିବା କମ୍ପାନୀଗୁଡିକ ପାଇଁ ନର୍ଦ୍ଦେଶନାମା ଜାରି କରି ୨୮,୨୦୦ ମୋବାଇଲ୍‌ ଫୋନ୍‌ରେ ବ୍ୟବହାର ହେଉଥିବା ୨୦ ଲକ୍ଷ ମୋବାଇଲ ସଂଯୋର ରି-ଭେରିଫିକେସନ୍ ପାଇଁ ନିର୍ଦ୍ଦେଶ ଦେଇଛି। ତେବେ ଭେରିଫିକେସନ ଫେଲ୍ ମାରିଲେ ଏଗୁଡ଼ିକର ସଂଯୋଗ ବିଚ୍ଛିନ୍ନ କରିବାକୁ ନିର୍ଦ୍ଦେଶନାମାରେ କୁହାଯାଇଛି। ସାଇବର ଅପରାଧ ଦ୍ୱାରା ହେଉଥିବା ଆର୍ଥିକ ଠକେଇ ରୋକିବାକୁ ଡଟ୍, ଗୃହ ମନ୍ତ୍ରଣାଳୟ ଓ ରାଜ୍ୟ ପୁଲିସ ପକ୍ଷରୁ ମିଳିତ ଉଦ୍ୟମରେ ଏଭଳି ପ୍ରୟାସ ହୋଇଛି। ଠକେଇ କରୁଥିବା ନେଟୱର୍କକୁ ନଷ୍ଟ କରିବା ସହ ଜନସାଧାରଣଙ୍କୁ ଡିଜିଟାଲ୍ ବିପଦରୁ ରକ୍ଷା କରିବା ଓ ସୁରକ୍ଷିତ ଡିଜିଟାଲ ପରିବେଶ ଏହାର ମୂଳ ଉଦେଶ୍ୟ।

ସାଇବର ଅପରାଧ ଓ ଆର୍ଥିକ ଠକେଇରେ ଅପବ୍ୟବହାର ହେଉଥିବା ଟେଲିକମ ଉତ୍ସକୁ ରୋକିବାକୁ ଅଂଶୀଦାରଙ୍କ ସହ ସହଯୋଗ ରଖିବାକୁ ନିକଟରେ ସରକାର ଡିଜିଟାଲ୍ ଇଣ୍ଟେଲିଜେନ୍ସ ପ୍ଲାଟଫର୍ମ(ଡିଆଇପି) ଶୁଭାରମ୍ଭ କରାଯାଇଥିଲା। ରିଅଲ ଟାଇମ୍ ଇଣ୍ଟେଲିଜେନ୍ସ ଶେୟାରିଂ, ସୂଚନା ବିନିମୟ ଏବଂ ବିଭିନ୍ନ ଅଂଶୀଦାରମାନଙ୍କ ସହ ସହଯୋଗ ରକ୍ଷା କରିବା ପାଇଁ ଡଟ୍ ଦ୍ୱାରା ଡିଆଇପି ସର୍ଭର ବିକଶିତ କରାଯାଇଥିଲା। ଅଂଶୀଦାରମାନଙ୍କ ମଧ୍ୟରେ ଟେଲିକମ୍ କମ୍ପାନୀ,ଆଇନ ପ୍ରବର୍ତ୍ତନ ସଂସ୍ଥା(ଏଲ୍ଇଏ), ବ୍ୟାଙ୍କ୍, ଏବଂ ଆର୍ଥିକ ସଂସ୍ଥାନ, ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏବଂ ପରିଚୟପତ୍ର ଜାରି କରୁଥିବା ଅଧିକାରୀ ଆଦି ରହିଛନ୍ତି। ସୁରକ୍ଷିତ ସଂଯୋଗ ଦ୍ୱାରା(ସିକ୍ୟୁର କନେକ୍ଟଭିଟି)ଡିଆଇପି ନିଜର ଭୂମିକା ଅନୁସାରେ, ଆବଶ୍ୟକୀୟ ସୂଚନା ଶେୟାର କରିଥାଏ। ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ପ୍ଲାଟ୍ଫର୍ମଟି ସାଧାରଣ ନାଗରିକଙ୍କ ବ୍ୟବହାର ପାଇଁ ଉଦ୍ଦିଷ୍ଟ ନୁହେଁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର