ପିପିଲି ଉପନିର୍ବାଚନ ପାଇଁ ବିଜେଡ଼ିର ପ୍ରସ୍ତୁତି, ନେତାଙ୍କୁ ପଞ୍ଚାୟତ ଦାୟିତ୍ୱ

The Sakala Picture
Published On

ଭୁବନେଶ୍ୱର: ପାଖେଇ ଆସୁଛି ପିପିଲି ଉପନିର୍ବାଚନ। ଏପ୍ରିଲ ୧୭ ତାରିଖରେ ହେବ ଭୋଗଗ୍ରହଣ। ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି ବିଭିନ୍ନ ଦଳ। ଏଥିରେ ଆଗରେ ଅଛି ବିଜେଡି। ପ୍ରାର୍ଥୀ ଚୟନ ଲାଗି ଦଳ ପୂର୍ବରୁ ପ୍ରତାପ ଦେବଙ୍କୁ ପର୍ଯ୍ଯବେକ୍ଷକ ଦାୟିତ୍ୱ ଦେଇଥିବା ବେଳେ ଏବେ ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳିରେ ନେତାଙ୍କୁ ଦେଇଛି ପଞ୍ଚାୟତ ଦାୟିତ୍ୱ । ପିପିଲି ବ୍ଲକର ୨୫ ପଞ୍ଚାୟତ ଦାୟିତ୍ୱ ମନ୍ତ୍ରୀ ସମୀର ରଞ୍ଜନ ଦାଶ ଓ ବିଜେଡି ନେତା ଅତନୁ […]

ଭୁବନେଶ୍ୱର: ପାଖେଇ ଆସୁଛି ପିପିଲି ଉପନିର୍ବାଚନ। ଏପ୍ରିଲ ୧୭ ତାରିଖରେ ହେବ ଭୋଗଗ୍ରହଣ। ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି ବିଭିନ୍ନ ଦଳ। ଏଥିରେ ଆଗରେ ଅଛି ବିଜେଡି। ପ୍ରାର୍ଥୀ ଚୟନ ଲାଗି ଦଳ ପୂର୍ବରୁ ପ୍ରତାପ ଦେବଙ୍କୁ ପର୍ଯ୍ଯବେକ୍ଷକ ଦାୟିତ୍ୱ ଦେଇଥିବା ବେଳେ ଏବେ ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳିରେ ନେତାଙ୍କୁ ଦେଇଛି ପଞ୍ଚାୟତ ଦାୟିତ୍ୱ ।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉନାହିଁ FCI : ହାତ ଟେକିଦେଲେ ଅସହାୟ ଯୋଗାଣମନ୍ତ୍ରୀ; କହିଲେ, କେନ୍ଦ୍ର ଆମ କଥା ଶୁଣୁନି

ପିପିଲି ବ୍ଲକର ୨୫ ପଞ୍ଚାୟତ ଦାୟିତ୍ୱ ମନ୍ତ୍ରୀ ସମୀର ରଞ୍ଜନ ଦାଶ ଓ ବିଜେଡି ନେତା ଅତନୁ ସବ୍ୟସାଚୀ ନାୟକଙ୍କୁ ବିଜେଡି ଦେଇଛି । ସେହିଭଳି ଡେଲାଙ୍ଗ ବ୍ଲକର ୨୧ ପଞ୍ଚାୟତ ଦାୟିତ୍ୱ ମନ୍ତ୍ରୀ ସୁଶାନ୍ତ ସିଂହଙ୍କୁ ଦେଇଛି ଦଳ । ୧୬ ୱାର୍ଡ ବିଶିଷ୍ଟ ପିପିଲି ଏନଏସି ଦାୟିତ୍ୱ ସୁଧିର କୁମାର ସାମଲଙ୍କୁ ଦେଇଛି ବିଜେଡି ।

ଆହୁରି ପଢ଼ନ୍ତୁ: ଚାଷୀଙ୍କୁ ମିଳିଲା 'ସିଏମ୍ କିଷାନ' ଯୋଜନାର ୫ମ କିସ୍ତି, DBT ମାଧ୍ୟମରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ୨ ହଜାର ଟଙ୍କା

ଏମାନଙ୍କ ନେତୃତ୍ୱରେ ଅନ୍ୟ ନେତା ଓ ବିଧାୟକଙ୍କୁ ପଞ୍ଚାୟତ ଦାୟିତ୍ୱ ଦିଆଯାଇଛି । ରାଜ୍ୟ ବିଜେଡି କାର୍ୟ୍ୟାଳୟର କର୍ମକର୍ତ୍ତା, ବିଜୁ ଯୁବ ଜନତା ଦଳର ନେତା, ବିଜୁ ଛାତ୍ର ଜନତା ଦଳର ନେତା ଓ ବିଜୁ ମହିଳା ଜନତା ଦଳର ନେତ୍ରୀ ମଧ୍ୟ ପ୍ରତି ପଞ୍ଚାୟତ ସ୍ତରରେ ନେତା ଓ ବିଧାୟକଙ୍କ ନେତୃତ୍ୱରେ କାର୍ଯ୍ଯକରିବେ । ଏଥିସହ ଦଳ ସୋସିଆଲ୍ ମିଡିଆ ଓ ଭର୍ଚୁଆଲ୍ ମିଟିଂ କୋଅର୍ଡିନେସନ୍ ଲାଗି ୨ ଜଣଙ୍କୁ ଦାୟିତ୍ୱ ଦେଇଛି ।

ଆହୁରି ପଢ଼ନ୍ତୁ: ରାଉରକେଲାରେ ଚାଞ୍ଚଲ୍ୟ: ଯୁବକଙ୍କ ମୁଣ୍ଡକୁ ଛେଚି ହତ୍ୟା ପରେ ଡ୍ରେନରେ ଫିଙ୍ଗିଦେଲେ ଦୁର୍ବୃତ୍ତ !

ସୂଚନା ଅନୁଯାୟୀ, ପିପିଲି ଉପନିର୍ବାଚନ ପରିପ୍ରେକ୍ଷୀରେ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ଏକ ସର୍ବଦଳୀୟ ବୈଠକ ଡାକିଥିଲେ। ଏହି ଅବସରରେ ଉପନିର୍ବାଚନ ପାଇଁ ନିର୍ବାଚନ ଆୟୋଗଙ୍କ ଦ୍ବାରା ଘୋଷିତ ତାରିଖ ଓ ଅନ୍ୟ ଜରୁରୀ ବିଷୟ ସମ୍ପର୍କରେ ସେ ଦଳମାନଙ୍କୁ ଅବଗତ କରାଇଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର