୫ ରାଜ୍ୟରେ କିଏ କରିବ ଶାସନ, ଚଳିତ ନିର୍ବାଚନରେ ଯୁବ ଭୋଟରଙ୍କ ହାତରେ ରିମୋଟ୍‌ କଣ୍ଟ୍ରୋଲ

The Sakala Picture
Published On

ନୂଆଦିଲ୍ଲୀ : କରୋନା କାଳରେ ୫ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଘୋଷଣା ହୋଇଛି ତାରିଖ। ଲୋକସଭା ନିର୍ବାଚନର ସେମି ଫାଇନାଲ୍ କୁହାଯାଉଥିବା ଉତ୍ତର ପ୍ରଦେଶ ସମେତ ୫ ରାଜ୍ୟର ନିର୍ବାଚନ ତାରିଖ ଆଜି ଘୋଷଣା କରିଛନ୍ତି ନିର୍ବାଚନ କମିଶନ।ଉତ୍ତରପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ, ଗୋଆ ଓ ମଣିପୁର ନିର୍ବାଚନ୍ ପାଇଁ ତାରିଖ ଘୋଷଣା କରାଯାଇଛି । ଯାହାକି ଫେବୃଆରୀ ୧୦ରୁ ଆରମ୍ଭ ହୋଇ ମାର୍ଚ୍ଚ ୧୦ ତାରିଖରେ ଭୋଟ ଗଣତି ସହ ଫଳାଫଳ ଆସିବ। ଉତ୍ତର ପ୍ରଦେଶରେ […]

ନୂଆଦିଲ୍ଲୀ : କରୋନା କାଳରେ ୫ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଘୋଷଣା ହୋଇଛି ତାରିଖ। ଲୋକସଭା ନିର୍ବାଚନର ସେମି ଫାଇନାଲ୍ କୁହାଯାଉଥିବା ଉତ୍ତର ପ୍ରଦେଶ ସମେତ ୫ ରାଜ୍ୟର ନିର୍ବାଚନ ତାରିଖ ଆଜି ଘୋଷଣା କରିଛନ୍ତି ନିର୍ବାଚନ କମିଶନ।ଉତ୍ତରପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ, ଗୋଆ ଓ ମଣିପୁର ନିର୍ବାଚନ୍ ପାଇଁ ତାରିଖ ଘୋଷଣା କରାଯାଇଛି । ଯାହାକି ଫେବୃଆରୀ ୧୦ରୁ ଆରମ୍ଭ ହୋଇ ମାର୍ଚ୍ଚ ୧୦ ତାରିଖରେ ଭୋଟ ଗଣତି ସହ ଫଳାଫଳ ଆସିବ।

ଆହୁରି ପଢ଼ନ୍ତୁ: କଟକ ଜଗତପୁର ଶିଳ୍ପାଞ୍ଚଳରେ ଥିବା ଏକ କ୍ଷୀର ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

ଉତ୍ତର ପ୍ରଦେଶରେ ୭ଟି ପର୍ଯ୍ୟାୟରେ ଓ ମଣିପୁରରେ ୨ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବ। ସେହିପରି ପଞ୍ଜାବ, ଗୋଆ ଓ ଉତ୍ତରାଖଣ୍ଡରେ ଗୋଟିଏ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯିବ।  ୪୦୩ ବିଧାନସଭା ଆସନ ବିଶିଷ୍ଟ ଉତ୍ତର ପ୍ରଦେଶରେ ଫେବୃଆରୀ ୧୦ରୁ ସାତଟି ପର୍ଯ୍ୟାୟରେ ନିର୍ବାଚନ ହେବ । ଉତ୍ତରପ୍ରଦେଶରେ ଫେବୃଆରୀ ୧୦, ଫେବୃଆରୀ ୧୪, ଫେବୃଆରୀ ୨୦, ଫେବୃଆରୀ ୨୩, ଫେବୃଆରୀ ୨୭, ମାର୍ଚ୍ଚ ୩ ଏବଂ ମାର୍ଚ୍ଚ ୭ ତାରିଖରେ ଭୋଟ୍ ହେବ । ମୋଟ୍ ୭ଟି ପର୍ଯ୍ୟାୟରେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ପଡିବ । ଯାହାର ଫଳାଫଳ ମାର୍ଚ୍ଚ ୧୦ ତାରିଖରେ ପ୍ରକାଶ ପାଇବ। ଏହାଛଡ଼ା ଉତ୍ତରାଖଣ୍ଡ, ପଞ୍ଜାବ ଓ ଗୋଆରେ ଫେବୃଆରୀ ୧୪ରେ ଗୋଟିଏ ପର୍ଯ୍ୟାୟରେ ମତଦାନ ହେବ। ଫେବୃଆରୀ ୨୭ ଓ ମାର୍ଚ୍ଚ ୩ରେ ମଣିପୁରରେ ଦୁଇ ପର୍ଯ୍ୟାୟରେ ଭୋଟର ଗ୍ରହଣ କରାଯିବ । ମାର୍ଚ୍ଚ ୧୦ରେ ସମସ୍ତ ପାଞ୍ଚ ରାଜ୍ୟର ଫଳାଫଳ ଘୋଷଣା କରାଯିବ ବୋଲି ମୁଖ୍ୟ ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ର କହିଛନ୍ତି।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ କୋଠା ଭୁଶୁଡିବା ପରେ ରାଜ୍ୟ ସରକାର ତତ୍ପର; ସହରରେ ଭଙ୍ଗାଯିବ ଦୁର୍ବଳ ଓ ଅସୁରକ୍ଷିତ କୋଠା

ତେବେ ନିର୍ବାଚନ ହେବାକୁ ଥିବା ପାଞ୍ଚ ରାଜ୍ୟ ଉତ୍ତରପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ, ଗୋଆ ଓ ମଣିପୁରରେ ଚଳିତ ଥର ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଯୁବ ଭୋଟର। କାରଣ ଚଳିତ ନିର୍ବାଚନରେ ୫ଟି ଯାକ ରାଜ୍ୟରେ ୨୪.୯ ଲକ୍ଷ ନୂଆ ଭୋଟର ପ୍ରଥମ ଥର ଭୋଟ ଦେବେ ବୋଲି ଜଣାପଡିଛି। ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ମଧ୍ୟ ଭୋଟରଙ୍କ ମଧ୍ୟରେ ବହୁତ ଉତ୍ସାହ ରହିଥିଲା । ତାରିଖ ଘୋଷଣା ପରେ ବର୍ତ୍ତମାନ ଏହି ଉତ୍ସାହ ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । କାରଣ ବହୁ ସଂଖ୍ୟକ ଭୋଟର ଅଛନ୍ତି ଯେଉଁମାନେ ପ୍ରଥମ ଥର ପାଇଁ ଭୋଟ୍ ଦେବାକୁ ଆସିବେ । ମୁଖ୍ୟ ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ର କହିଛନ୍ତି ଯେ ଚଳିତ ବର୍ଷ ୫ ଟି ରାଜ୍ୟର ଭୋଟର ତାଲିକାରେ ୨୪.୯ ଲକ୍ଷ ନୂତନ ଭୋଟର ଯୋଡିଛନ୍ତି। ଏଥିମଧ୍ୟରୁ ୧୧.୪ ଲକ୍ଷ ସଂଖ୍ୟା ମହିଳା ଅଟନ୍ତି।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରୁ ଓରାଙ୍ଗଉଟାନ୍‌ ଉଦ୍ଧାର ଘଟଣା: ଅନ୍ତର୍ଜାତୀୟ ଚୋରାଚାଲାଣ ଲିଙ୍କ୍ ଆଶଙ୍କା କଲେ ଜଙ୍ଗଲ ମନ୍ତ୍ରୀ

ଯୁବ ଭୋଟର ମାନେ ପ୍ରଥମ ଥର ମତଦାନ କରିବାକୁ ଉତ୍ସାହିତ ରହିଥିବା ବେଳେ ସେମାନଙ୍କୁ ଆପଣାଇବା ପାଇଁ ବିଭିନ୍ନ ଦଳ ପ୍ରୟାସ ଆରମ୍ଭ କରିଦେଇଛନ୍ତି। ବର୍ତ୍ତମାନର ଯୁବଗୋଷ୍ଠୀ ବିଭିନ୍ନ ସମସ୍ୟାକୁ ଦେଖି ସ୍ବର ଉଠାଇବା ସହ ଆଗୁକୁ ନିର୍ବାଚନରେ ଏହି ସବୁକୁ ନେଇ ମତଦାନ କରିବା ପାଇଁ ଚାହିଁ ବସିଛନ୍ତି। ବିଭିନ୍ନ ଦଳ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ମତଦାତାଙ୍କୁ ଆପଣେଇନେଉଥିବା ବେଳେ ଯୁବ ଭୋଟରମାନେ କିନ୍ତୁ ସେ ସବୁରୁ ଉର୍ଦ୍ଧ୍ବରେ ରହି ଅଞ୍ଚଳରୁ ବିଭିନ୍ନ ସମସ୍ୟା,ବେକାରୀ ଏବଂ ଦରଦାମ ବୃଦ୍ଧିକୁ ନେଇ ମତଦାନ କରିବା ଆଗଭର ହୋଇଆସିବା ପାଇଁ କହୁଛନ୍ତି।

ଅନ୍ୟପଟେ  ୫ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଚଳିତ ଥର ମହିଳା ଭୋରଟଙ୍କ ସଂଖ୍ୟା ବୃଦ୍ଧି ପାଇଛି।ମୁଖ୍ୟ ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ର ନିର୍ବାଚନରେ ​​ମହିଳାଙ୍କ ଅଂଶଗ୍ରହଣକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ସମ୍ପ୍ରତି ନିର୍ବାଚନରେ ​​ମହିଳାମାନେ ପୁରୁଷଙ୍କ ତୁଳନାରେ ଖୋଲାଖୋଲି ଭୋଟ୍ ଦେଇଛନ୍ତି। ଏହା ଦେଶରେ ସମାନତାକୁ ପ୍ରୋତ୍ସାହିତ କରୁଛି । କମିଶନର୍ କହିଛନ୍ତି ଯେ ନିର୍ବାଚନ ସମୟରେ ପ୍ରତ୍ୟେକ ବିଧାନସଭା ନିର୍ବାଚନମଣ୍ଡଳୀରେ ଅତି କମରେ ଗୋଟିଏ ମତଦାନ କେନ୍ଦ୍ର ରହିବ, ଯାହା ମହିଳା କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ହେବ।ସମୁଦାୟ ୨ ଲକ୍ଷ ୧୫ ହଜାର ୩୬୮ ବୁଥରେ ଭୋଟ ଗ୍ରହଣ କରାଯିବାକୁ ଥିବା ବେଳେ କିଛି ବୁଥ୍ କେବଳ ମହିଳାଙ୍କ ପାଇଁ ରହିଛି।ମହିଳା ଭୋଟରଙ୍କୁ ନିର୍ବାଚନ ପ୍ରକ୍ରିୟାରେ ଭାଗ ନେବାକୁ ଉତ୍ସାହିତ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି।

ଏହା ସହିତ ୮୦ ବର୍ଷରୁ ଅଧିକ ବୟସର ଭୋଟରଙ୍କ ପାଇଁ ପୋଷ୍ଟାଲ ବାଲାଟର ବ୍ୟବସ୍ଥା କରାଯାଇଛି । ପୂର୍ବରୁ କେବଳ ସରକାରୀ କର୍ମଚାରୀ ଏବଂ ଭୋଟିଂ ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ଏହି ସୁବିଧା ପ୍ରଦାନ କରାଯାଉଥିଲା । କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ଏହି ବ୍ୟବସ୍ଥା ପାଳନ କରାଯାଇଛି । ଅନ୍ୟ ପକ୍ଷରେ ଦିବ୍ୟାଙ୍ଗ ମାନଙ୍କୁ ମଧ୍ୟ ନିର୍ବାଚନ ପରିଚାଳନା କାର୍ଯ୍ୟରେ ନିୟୋଜିତ କରାଯିବ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର