ପରଲୋକରେ ‘ରାମାୟଣ’ରେ ରାବଣ ଭୂମିକାରେ ଅଭିନୟ କରୁଥିବା ଅଭିନେତା ଅରବିନ୍ଦ ତ୍ରିବେଦୀ

The Sakala Picture
Published On

ମୁମ୍ବାଇ: ରମାନନ୍ଦ ସାଗରଙ୍କ ସୁପରହିଟ୍ ଧାରାବାହିକ ରାମାୟଣରେ ରାବଣ ଭୂମିକାରେ ଅଭିନୟ କରିଥିବା ଅରବିନ୍ଦ ତ୍ରିବେଦୀଙ୍କର ଦେହାନ୍ତ ହୋଇଛି । ଗତକାଲି ବିଳମ୍ବିତ ରାତିରେ ମୁମ୍ୱାଇରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା । ଗତ କିଛି ଦିନ ହେବ ସେ ଅସୁସ୍ଥ ଥିଲେ । ଗତକାଲି ହୃଦଘାତରେ ସେ ପ୍ରାଣ ହରାଇଛନ୍ତି । ଅରବିନ୍ଦ ତ୍ରିବେଦୀଙ୍କ ବିୟୋଗରେ ଟିଭି ଓ ଫିଲ୍ମ ଦୁନିଆରେ ଶୋକର ଛାୟା […]

ମୁମ୍ବାଇ: ରମାନନ୍ଦ ସାଗରଙ୍କ ସୁପରହିଟ୍ ଧାରାବାହିକ ରାମାୟଣରେ ରାବଣ ଭୂମିକାରେ ଅଭିନୟ କରିଥିବା ଅରବିନ୍ଦ ତ୍ରିବେଦୀଙ୍କର ଦେହାନ୍ତ ହୋଇଛି । ଗତକାଲି ବିଳମ୍ବିତ ରାତିରେ ମୁମ୍ୱାଇରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା । ଗତ କିଛି ଦିନ ହେବ ସେ ଅସୁସ୍ଥ ଥିଲେ । ଗତକାଲି ହୃଦଘାତରେ ସେ ପ୍ରାଣ ହରାଇଛନ୍ତି ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ କ୍ୟାପିଟାଲ ହସ୍ପିଟାଲ ଡାକ୍ତର, ୩୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଲେ

ଅରବିନ୍ଦ ତ୍ରିବେଦୀଙ୍କ ବିୟୋଗରେ ଟିଭି ଓ ଫିଲ୍ମ ଦୁନିଆରେ ଶୋକର ଛାୟା ଖେଳିଯାଇଛି । ବହୁ ଅଭିନେତା ଓ ଅଭିନେତ୍ରୀ ଶୋକ ପ୍ରକାଶ କରିଛନ୍ତି । ମଧ୍ୟପ୍ରଦେଶର ମୂଳ ବାସିନ୍ଦା ଅରବିନ୍ଦ ତ୍ରିବେଦୀ । ଫିଲ୍ମ ‘ପରାୟା ଧନ’ରୁ ସେ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । କିଛି ହିନ୍ଦୀ ଓ ଗୁଜରାଟୀ ଫିଲ୍ମରେ ସେ ଅଭିନୟ ବି କରିଥିଲେ ।

ଆହୁରି ପଢ଼ନ୍ତୁ: ମୋବାଇଲ୍‌ ବ୍ୟବହାରକାରୀଙ୍କୁ ଲାଗିବ ବଡ଼ ଝଟ୍‌କା ! ଖୁବ୍‌ ଶୀଘ୍ର ମହଙ୍ଗା ହେବ ମୋବାଇଲ୍ ରିଚାର୍ଜ

ଅରବିନ୍ଦ ତ୍ରିବେଦୀ ପାଖାପାଖି ୩୦୦ ଫିଲ୍ମରେ କାମ କରିଛନ୍ତି । ‘ରାମାୟଣ’ ସିରିଏଲ୍ ସହ ‘ବିକ୍ରମ ଔର ବେତାଲ’ରେ ବି ଗୁରୁତ୍ୱପୂର୍ଣ୍ଣ କ୍ୟାରେକ୍ଟରରେ ନଜର ଆସିଥିଲେ । ଗୁଜରାଟୀ ଫିଲ୍ମରେ ଅଭିନୟ ପାଇଁ ବହୁ ସମ୍ମାନର ଅଧିକାରୀ ହୋଇଥିଲେ ଅରବିନ୍ଦ ତ୍ରିବେଦୀ । ଏଥିସହ ରାଜନୀତି ମୈଦାନରେ ବି ପାଦ ଥାପିଥିଲେ । ୧୯୯୧ରେ ଗୁଜରାଟର ସାବରକାନ୍ଥା ଲୋକସଭା ଆସନରୁ ବିଜେପି ଟିକେଟରେ ବିଜୟୀ ହୋଇ ସଂସଦକୁ ଯାଇଥିଲେ ।

ଆହୁରି ପଢ଼ନ୍ତୁ: ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ପରଲୋକ, ଓଡ଼ିଆ ସଙ୍ଗୀତ ଜଗତରେ ଶୋକର ଛାୟା

06 Oct 2021 By The Sakala

ପରଲୋକରେ ‘ରାମାୟଣ’ରେ ରାବଣ ଭୂମିକାରେ ଅଭିନୟ କରୁଥିବା ଅଭିନେତା ଅରବିନ୍ଦ ତ୍ରିବେଦୀ

ମୁମ୍ବାଇ: ରମାନନ୍ଦ ସାଗରଙ୍କ ସୁପରହିଟ୍ ଧାରାବାହିକ ରାମାୟଣରେ ରାବଣ ଭୂମିକାରେ ଅଭିନୟ କରିଥିବା ଅରବିନ୍ଦ ତ୍ରିବେଦୀଙ୍କର ଦେହାନ୍ତ ହୋଇଛି । ଗତକାଲି ବିଳମ୍ବିତ ରାତିରେ ମୁମ୍ୱାଇରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା । ଗତ କିଛି ଦିନ ହେବ ସେ ଅସୁସ୍ଥ ଥିଲେ । ଗତକାଲି ହୃଦଘାତରେ ସେ ପ୍ରାଣ ହରାଇଛନ୍ତି ।

ଅରବିନ୍ଦ ତ୍ରିବେଦୀଙ୍କ ବିୟୋଗରେ ଟିଭି ଓ ଫିଲ୍ମ ଦୁନିଆରେ ଶୋକର ଛାୟା ଖେଳିଯାଇଛି । ବହୁ ଅଭିନେତା ଓ ଅଭିନେତ୍ରୀ ଶୋକ ପ୍ରକାଶ କରିଛନ୍ତି । ମଧ୍ୟପ୍ରଦେଶର ମୂଳ ବାସିନ୍ଦା ଅରବିନ୍ଦ ତ୍ରିବେଦୀ । ଫିଲ୍ମ ‘ପରାୟା ଧନ’ରୁ ସେ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । କିଛି ହିନ୍ଦୀ ଓ ଗୁଜରାଟୀ ଫିଲ୍ମରେ ସେ ଅଭିନୟ ବି କରିଥିଲେ ।

ଅରବିନ୍ଦ ତ୍ରିବେଦୀ ପାଖାପାଖି ୩୦୦ ଫିଲ୍ମରେ କାମ କରିଛନ୍ତି । ‘ରାମାୟଣ’ ସିରିଏଲ୍ ସହ ‘ବିକ୍ରମ ଔର ବେତାଲ’ରେ ବି ଗୁରୁତ୍ୱପୂର୍ଣ୍ଣ କ୍ୟାରେକ୍ଟରରେ ନଜର ଆସିଥିଲେ । ଗୁଜରାଟୀ ଫିଲ୍ମରେ ଅଭିନୟ ପାଇଁ ବହୁ ସମ୍ମାନର ଅଧିକାରୀ ହୋଇଥିଲେ ଅରବିନ୍ଦ ତ୍ରିବେଦୀ । ଏଥିସହ ରାଜନୀତି ମୈଦାନରେ ବି ପାଦ ଥାପିଥିଲେ । ୧୯୯୧ରେ ଗୁଜରାଟର ସାବରକାନ୍ଥା ଲୋକସଭା ଆସନରୁ ବିଜେପି ଟିକେଟରେ ବିଜୟୀ ହୋଇ ସଂସଦକୁ ଯାଇଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର