ଜାତୀୟ ପତାକାର ତ୍ରାଣକର୍ତ୍ତା

The Sakala Picture
Published On

ତାମିଲନାଡୁ ଚିହପୁର ସହରର ନିବାସୀ ଥିଲେ କୁମାରନ୍ । ସେ ‘ତିରୁପୁର କୁମାରନ୍’ ନାଁରେ ଥିଲେ ବେଶ୍ ପରିଚିତ । ସେ ତାଙ୍କ ଜୀବନକୁ ଦେଶ ପାଇଁ ଉତ୍ସର୍ଗ କରିଥିଲେ। ପଞ୍ଚମ ଶ୍ରେଣୀରୁ ଆଉ ପାଠ ପଢ଼ି ନ ଥିଲେ କୁମାରନ୍। ତେବେ ସେ ସମୟରେ ବ୍ରିଟିଶ ସରକାର ଭାରତରେ ତ୍ରିରଙ୍ଗା ଉଡାଇବାକୁ ବାରଣ କରିଥିଲେ। ମାତ୍ର କୁମାରନ୍ ବ୍ରିଟିଶରମାନଙ୍କ ଏହି କଥାକୁ ଆଦୌ ଖାତିର୍ କରି ନ ଥିଲେ । ୧୯୩୨ରେ ସେ ବ୍ରିଟିଶ ବିରୋଧରେ […]

ତାମିଲନାଡୁ ଚିହପୁର ସହରର ନିବାସୀ ଥିଲେ କୁମାରନ୍ । ସେ ‘ତିରୁପୁର କୁମାରନ୍’ ନାଁରେ ଥିଲେ ବେଶ୍ ପରିଚିତ । ସେ ତାଙ୍କ ଜୀବନକୁ ଦେଶ ପାଇଁ ଉତ୍ସର୍ଗ କରିଥିଲେ। ପଞ୍ଚମ ଶ୍ରେଣୀରୁ ଆଉ ପାଠ ପଢ଼ି ନ ଥିଲେ କୁମାରନ୍। ତେବେ ସେ ସମୟରେ ବ୍ରିଟିଶ ସରକାର ଭାରତରେ ତ୍ରିରଙ୍ଗା ଉଡାଇବାକୁ ବାରଣ କରିଥିଲେ। ମାତ୍ର କୁମାରନ୍ ବ୍ରିଟିଶରମାନଙ୍କ ଏହି କଥାକୁ ଆଦୌ ଖାତିର୍ କରି ନ ଥିଲେ । ୧୯୩୨ରେ ସେ ବ୍ରିଟିଶ ବିରୋଧରେ ଆନ୍ଦୋଳନ ଡାକରା ଦେଇଥିଲେ । ଆଉ ଜାତୀୟ ପତାକାକୁ ହାତରେ ଧାରଣ କରିବାରୁ ଓହରି ନ ଥିଲେ। କୁମାରନଙ୍କ ଏଭଳି କାର୍ଯ୍ୟକଳାପ ବ୍ରିଟିଶ ଅଧିକାରୀଙ୍କୁ ମର୍ମାହତ କରିଥିଲା।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଭୋକେସନାଲ ଶିକ୍ଷକଙ୍କୁ ମିଳିନି ୬ ମାସର ଦରମା, ବିଭିନ୍ନ ସ୍ଥାନରେ ୫ମାସ ହେଲାଣି ମିଳିନି ବାର୍ଦ୍ଧକ୍ୟ ଭତ୍ତା

ସେଇଠୁ କୁମାରନଙ୍କ ସମେତ ଅନ୍ୟ ବିକ୍ଷୋଭକାରୀଙ୍କ ଉପରେ ଇଂରେଜମାନେ ଆକ୍ରମଣ କରି ନଥିଲେ। ଫଳରେ ଇଂରେଜମାନଙ୍କ ଦ୍ଵାରା ଲାଠିମାଡ଼ ଖାଇ ଗୁରୁତର ହୋଇଥିଲେ। ଆଉ ସେହି ଆହତ ଅବସ୍ଥାରେ ହିଁ ସେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ। ତେବେ ପ୍ରାଣବାୟୁ ଉଡ଼ିବା ପୂର୍ବରୁ ପତାକା ଯେଭଳି ତଳେ ନ ପଡ଼ିବ ସେଥିପାଇଁ ସେ ନିଜ ଦେହରେ ତାହାକୁ ଗୁଡ଼େଇ ହୋଇ ଥିଲେ। ଏଭଳି କରି ସେ ଜାତୀୟ ପତାକାକୁ ରକ୍ଷା କରିଥିଲେ। ଜାତୀୟ ପତାକା ପ୍ରତି ଥିବା ତାଙ୍କ ଭଲପାଇବା ଆଉ ସମ୍ମାନ ଯୋଗୁଁ କୁମାରନଙ୍କୁ ମିଳିଛି ‘କୋଦି କାଠ କୁମାରନର ଆଖ୍ୟା ତାଙ୍କ ସ୍ମୃତିରେ ଟିରୁପୂର ରେଳ ଷ୍ଟେସନ ନିକଟରେ କୁମାରନ ସଲାଇରେ ତିରୁପରୁ କୁମାରନ ସ୍ମାରକୀ ନିର୍ମାଣ କରାଯାଇଛି ।

ଆହୁରି ପଢ଼ନ୍ତୁ: SCB ମାନସିକ ରୋଗ ବିଭାଗରେ ରୋଗୀଙ୍କ ସନ୍ଦେହଜନକ ମୃତ୍ୟୁ: ସୁରକ୍ଷାକର୍ମୀଙ୍କ ନାଁରେ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର