ଚାପରେ ଅର୍ଥନୀତି : ରିୟଲ ଇଷ୍ଟେଟରେ ମାନ୍ଦାବସ୍ଥାର ଆଭାସ, ଦେଶର ବଡ଼ ୯ ସହରରେ ଘର ବିକ୍ରି ହ୍ରାସ

The Sakala Picture
Published On

ନୂଆଦିଲ୍ଲୀ : ଦେଶର ଅର୍ଥନୀତି ଏବେ ଚାପଗ୍ରସ୍ତ। ସେୟାରବଜାର କ୍ଷେତ୍ରରେ କ୍ରମାଗତ ହ୍ରାସ ଦେଖିବାକୁ ମିଳିଥିବାବେଳେ ବିଦେଶୀ ନିବେଶକ ଭାରତୀୟ ପୁଞ୍ଜି ବଜାରରୁ ନିୟମିତ ଭାବରେ ଅର୍ଥ ଉଠାଇ ନେଇ ଚାଲିଛନ୍ତି। ନିବେଶର ବିକଳ୍ପ ମାଧ୍ୟମ ରୂପେ ବିବେଚିତ ସୁନା ମୂଲ୍ୟ ପ୍ରତିଦିନ ସର୍ବକାଳୀନ ରେକର୍ଡ ଭାଙ୍ଗିଚାଲିଛି। ଏହି ସ୍ଥିତିରେ ରିୟଲ ଇଷ୍ଟେଟ କ୍ଷେତ୍ର ମଧ୍ୟ ଗଭୀର ଭାବରେ ପ୍ରଭାବିତ ହେବା ସହ ମାନ୍ଦାବସ୍ଥାର ଆଭାସ ଦେଇଛି। କ୍ରମାଗତ ତୃତୀୟ ତ୍ରୟମାସିକରେ ବଡ଼ ସହରଗୁଡ଼ିକରେ ରିୟଲ ଇଷ୍ଟେଟ […]

ନୂଆଦିଲ୍ଲୀ : ଦେଶର ଅର୍ଥନୀତି ଏବେ ଚାପଗ୍ରସ୍ତ। ସେୟାରବଜାର କ୍ଷେତ୍ରରେ କ୍ରମାଗତ ହ୍ରାସ ଦେଖିବାକୁ ମିଳିଥିବାବେଳେ ବିଦେଶୀ ନିବେଶକ ଭାରତୀୟ ପୁଞ୍ଜି ବଜାରରୁ ନିୟମିତ ଭାବରେ ଅର୍ଥ ଉଠାଇ ନେଇ ଚାଲିଛନ୍ତି। ନିବେଶର ବିକଳ୍ପ ମାଧ୍ୟମ ରୂପେ ବିବେଚିତ ସୁନା ମୂଲ୍ୟ ପ୍ରତିଦିନ ସର୍ବକାଳୀନ ରେକର୍ଡ ଭାଙ୍ଗିଚାଲିଛି। ଏହି ସ୍ଥିତିରେ ରିୟଲ ଇଷ୍ଟେଟ କ୍ଷେତ୍ର ମଧ୍ୟ ଗଭୀର ଭାବରେ ପ୍ରଭାବିତ ହେବା ସହ ମାନ୍ଦାବସ୍ଥାର ଆଭାସ ଦେଇଛି। କ୍ରମାଗତ ତୃତୀୟ ତ୍ରୟମାସିକରେ ବଡ଼ ସହରଗୁଡ଼ିକରେ ରିୟଲ ଇଷ୍ଟେଟ କ୍ଷେତ୍ରରେ ମନ୍ଥରତା ଦେଖିବାକୁ ମିଳିବା ସହ ଗୃହ ବିକ୍ରି ପ୍ରାୟ ୨୩% ହ୍ରାସ ପାଇଛି । ଅର୍ଥନୀତିଜ୍ଞମାନେ ଯଦିଓ ଏହାକୁ ‘ଚକ୍ରୀୟ ମାନ୍ଦାବସ୍ଥା’ ବୋଲି ଅଭିହିତ କରିଛନ୍ତି, ତଥାପି ଦେଶର ଅର୍ଥନୀତିକୁ ଏହା ଗଭୀର ପ୍ରଭାବିତ କରିବାର ଆଶଙ୍କା ସୃଷ୍ଟି କରିଛି।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଜନ୍ମାଷ୍ଟମୀ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

କେନ୍ଦ୍ର ସରକାରଙ୍କ ଦ୍ୱାରା ମୁଦ୍ରା ଓ ଆର୍ଥିକ ନୀତିକୁ କଠୋର କରାଯିବା ଯୋଗୁ ଏହି ମାନ୍ଦାବସ୍ଥା ଦେଖା ଦେଇଥିବା କୁହାଯାଉଛି । ଏହା ବ୍ୟତୀତ୍‌ ଉପଭୋକ୍ତା ବ୍ୟୟ ସହ ଋଣ ଅଭିବୃଦ୍ଧି ନିମ୍ନଗାମୀ ହେବା ଓ ସରକାରଙ୍କ ଦ୍ୱାରା ପୁଞ୍ଜି ବ୍ୟୟ ହ୍ରାସ ନିମନ୍ତେ ଏପରି ଅବସ୍ଥା ସୃଷ୍ଟି ହୋଇଥିବା ଅର୍ଥନୀତିଜ୍ଞମାନେ ମତପ୍ରକାଶ କରିଛନ୍ତି। ଗତ କିଛିମାସ ହେଲା ଦେଶର ରିୟଲ ଇଷ୍ଟେଟ କ୍ଷେତ୍ରରେ ଏକ ବଡ଼ଧରଣର ଅସ୍ଥିରତା ସୃଷ୍ଟି ହୋଇଛି । ତିନି ଶୟନକକ୍ଷ ବା ଏହାଠାରୁ ବଡ଼ ଘରବିକ୍ରିରେ ଦୃତ ହ୍ରାସ ଦେଖା ଦେଇଛି। ଦୀର୍ଘଦିନ ହେବ ଦେଶର ସେୟାର ବଜାର ତଳମୁହାଁ ହେବାରେ ଲାଗିଥିବାବେଳେ ନିବେଶକମାନେ ଅତିଶୟ କ୍ଷତିଗ୍ରସ୍ତ ହୋଇଛନ୍ତି। ଏପରି କ୍ଷେତ୍ରରେ ବାସଗୃହରେ ନିବେଶ କରିବାକୁ ଲୋକମାନେ ଆଗ୍ରହ ପ୍ରକାଶ କରୁନାହାନ୍ତି।

ଆହୁରି ପଢ଼ନ୍ତୁ: ଚାଷୀଙ୍କୁ ମିଳିଲା 'ସିଏମ୍ କିଷାନ' ଯୋଜନାର ୫ମ କିସ୍ତି, DBT ମାଧ୍ୟମରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ୨ ହଜାର ଟଙ୍କା

ଦେଶର ୯ ପ୍ରମୁଖ ସହରରେ ଘର ବିକ୍ରି ଚଳିତ କ୍ୟାଲେଣ୍ଡର ବର୍ଷର ପ୍ରଥମ ତ୍ରୟମାସିକ (ଜାନୁଆରୀ-ମାର୍ଚ୍ଚ)ରେ ୨୩ ପ୍ରତିଶତ ହ୍ରାସ ପାଇ ୧.୦୬ ଲକ୍ଷ ୟୁନିଟ୍‌ରେ ପହଞ୍ଚିଛି। ରିଅଲ୍‌ ଇଷ୍ଟେଟ୍‌ ଡାଟା ବିଶ୍ଳେଷଣ କମ୍ପାନୀ ପ୍ରପଇକ୍ୱିଟି ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁସାରେ ଗତବର୍ଷ କ୍ୟାଲେଣ୍ଡର ବର୍ଷର ପ୍ରଥମ ତ୍ରୟମାସିକରେ ୧,୩୬,୭୦୨ ଘର ବିକ୍ରି ହୋଇଥିବାବେଳେ ଚଳିତ ବର୍ଷ ଏହା ୧,୦୫,୭୯୧କୁ ହ୍ରାସ ପାଇବ । ଗୃହ ନିର୍ମାଣ ସାମଗ୍ରୀର ମୂଲ୍ୟ ବୃଦ୍ଧି ଯୋଗୁ ଘରର ମୂଲ୍ୟ ବୃଦ୍ଧି ପାଇଛି। ଏହା ସହ ଗୃହ ପ୍ରକଳ୍ପଗୁଡ଼ିକର ଅନୁମୋଦନରେ ବିଳମ୍ବ, ବ୍ୟାଙ୍କର ଅସହଯୋଗ ଓ ଅନ୍ୟାନ୍ୟ କାରଣରୁ ରିୟଲଇଷ୍ଟେଟ କ୍ଷେତ୍ର ପ୍ରଭାବିତ ହୋଇଛି। ରିୟଲ ଇଷ୍ଟେଟ କମ୍ପାନୀଗୁଡ଼ିକ ପାର୍ବଣ ସମୟରେ ଦେଉଥିବା ଅଫର ଏବେ ଅସମୟରେ ଦେଲେ ମଧ୍ୟ ତାହା ଗ୍ରାହକଙ୍କୁ ଆକୃଷ୍ଟ କରିପାରୁ ନାହିଁ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ କୋଠା ଭୁଶୁଡିବା ପରେ ରାଜ୍ୟ ସରକାର ତତ୍ପର; ସହରରେ ଭଙ୍ଗାଯିବ ଦୁର୍ବଳ ଓ ଅସୁରକ୍ଷିତ କୋଠା

ଏ ସମ୍ପର୍କରେ ପ୍ରପ୍‌ଇକ୍ୱିଟିର ପ୍ରତିଷ୍ଠାତା ଏବଂ ସିଇଓ ସମୀର ଜାସୁଜା କହିଛନ୍ତି ଯେ ଘରର ମୂଲ୍ୟ ବୃଦ୍ଧି, ଭୂ-ରାଜନୈତିକ ଉତ୍ତେଜନା, ଭାରତୀୟ ଅର୍ଥନୀତିରେ ଦୁର୍ବଳତାକୁ ନେଇ ନିବେଶକମାନେ ସତର୍କ ହୋଇ ଯାଇଛନ୍ତି। ଯାହା ଫଳରେ ଘର ବିକ୍ରି ହ୍ରାସ ପାଇଛି। ମୁମ୍ବଇ, ଚେନ୍ନଇ, ଦିଲ୍ଲୀ-ଏନ୍‌ସିଆର, କଲକାତା, ପୁନେ ଥାନେ ପରି ସହର ସହ ଦ୍ୱିତୀୟ ବର୍ଗ ସହରଗୁଡ଼ିକରେ ମଧ୍ୟ ଗୃହ ବିକ୍ରିରେ ତୀବ୍ର ହ୍ରାସ ଘଟିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର