LPG ଦର ବୃଦ୍ଧି : ୬ ମାସରେ ବଢ଼ିଲା ୧୩୮ ଟଙ୍କା

The Sakala Picture
Published On

ନୂଆଦିଲ୍ଲୀ: ଗ୍ୟାସ୍ ସିଲିଣ୍ଡର ଦର ୬ ମାସରେ ବଢ଼ିଲା ୧୩୮ ଟଙ୍କା । ଖାଇବା ତେଲ, ଡିଜେଲ୍ ଦର ବଢ଼ି ବଢ଼ି ଚାଲିଥିବା ବେଳେ ଆଜି ରନ୍ଧନ ଗ୍ୟାସ୍ ସିଲିଣ୍ଡର ଦର ବଢ଼ିଛି । ଏଲପିଜି ସିଲିଣ୍ଡର ଦାମ ପିଛା ୨୫ ଟଙ୍କା ବୃଦ୍ଧି ପାଇଛି । ଏଥିସହ ରାଜଧାନୀ ଦିଲ୍ଲୀରେ ସିଲିଣ୍ଡର ଦାମ ୮୩୪ ଟଙ୍କାକୁ ବୃଦ୍ଧି ପାଇଥିବା ବେଳେ ମୁମ୍ବାଇରେ ଗ୍ୟାସ୍ ସିଲିଣ୍ଡର ପିଛା ଦର ୮୩୪ ଓ ଚେନ୍ନାଇରେ ୮୫୦ ଟଙ୍କା ରହିଛି […]

ନୂଆଦିଲ୍ଲୀ: ଗ୍ୟାସ୍ ସିଲିଣ୍ଡର ଦର ୬ ମାସରେ ବଢ଼ିଲା ୧୩୮ ଟଙ୍କା । ଖାଇବା ତେଲ, ଡିଜେଲ୍ ଦର ବଢ଼ି ବଢ଼ି ଚାଲିଥିବା ବେଳେ ଆଜି ରନ୍ଧନ ଗ୍ୟାସ୍ ସିଲିଣ୍ଡର ଦର ବଢ଼ିଛି । ଏଲପିଜି ସିଲିଣ୍ଡର ଦାମ ପିଛା ୨୫ ଟଙ୍କା ବୃଦ୍ଧି ପାଇଛି । ଏଥିସହ ରାଜଧାନୀ ଦିଲ୍ଲୀରେ ସିଲିଣ୍ଡର ଦାମ ୮୩୪ ଟଙ୍କାକୁ ବୃଦ୍ଧି ପାଇଥିବା ବେଳେ ମୁମ୍ବାଇରେ ଗ୍ୟାସ୍ ସିଲିଣ୍ଡର ପିଛା ଦର ୮୩୪ ଓ ଚେନ୍ନାଇରେ ୮୫୦ ଟଙ୍କା ରହିଛି । ସେହିଭଳି ଦର ବୃଦ୍ଧି ପରେ କୋଲକାତା ଓ ଭୁବନେଶ୍ୱରରେ ସିଲିଣ୍ଡର ପିଛା ଦାମ ୮୬୧ ଟଙ୍କା ରହିଛି । ଏହା ପୂର୍ବରୁ ଦିଲ୍ଲୀରେ ଗ୍ୟାସ୍ ଦର ୮୦୯ ଟଙ୍କା ଥିଲା । ଏପ୍ରିଲରେ ସିଲିଣ୍ଡର ପିଛା ୧୦ ଟଙ୍କା ଶସ୍ତା ହୋଇଥିଲା । ଏହାପରେ ମେ ଓ ଜୁନ୍ ମାସରେ ଦର ଅପରିବର୍ତ୍ତିତ ରହିଥିବା ବେଳେ ଜୁଲାଇରେ ସିଲିଣ୍ଡର ପିଛା ୨୫ ଟଙ୍କା ବୃଦ୍ଧି ପାଇଛି । ଚଳିତବର୍ଷ ଜାନୁଆରୀ ୧ରେ ଦିଲ୍ଲୀରେ ଗ୍ୟାସ୍ ସିଲିଣ୍ଡର ପିଛା ଦର ୬୯୪ ଟଙ୍କା ରହିଥିଲା । ଜୁଲାଇ ୧ରେ ଆଜି ଦର ୮୩୪ ଟଙ୍କା ରହିଛି । ଅର୍ଥାତ୍ ଚଳିତବର୍ଷ ୬ ମାସରେ ଗ୍ୟାସ୍ ଦର ୧୩୮ ଟଙ୍କା ବଢ଼ିଛି । ଦିଲ୍ଲୀରେ ୧୯ କେଜି ସିଲିଣ୍ଡର ଦାମ ୭୬ ଟଙ୍କା ୫୦ ପଇସା ବୃଦ୍ଧି ପାଇ ୧୫୫୦ ଟଙ୍କା ହୋଇଛି ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା

01 Jul 2021 By The Sakala

LPG ଦର ବୃଦ୍ଧି : ୬ ମାସରେ ବଢ଼ିଲା ୧୩୮ ଟଙ୍କା

ନୂଆଦିଲ୍ଲୀ: ଗ୍ୟାସ୍ ସିଲିଣ୍ଡର ଦର ୬ ମାସରେ ବଢ଼ିଲା ୧୩୮ ଟଙ୍କା । ଖାଇବା ତେଲ, ଡିଜେଲ୍ ଦର ବଢ଼ି ବଢ଼ି ଚାଲିଥିବା ବେଳେ ଆଜି ରନ୍ଧନ ଗ୍ୟାସ୍ ସିଲିଣ୍ଡର ଦର ବଢ଼ିଛି । ଏଲପିଜି ସିଲିଣ୍ଡର ଦାମ ପିଛା ୨୫ ଟଙ୍କା ବୃଦ୍ଧି ପାଇଛି । ଏଥିସହ ରାଜଧାନୀ ଦିଲ୍ଲୀରେ ସିଲିଣ୍ଡର ଦାମ ୮୩୪ ଟଙ୍କାକୁ ବୃଦ୍ଧି ପାଇଥିବା ବେଳେ ମୁମ୍ବାଇରେ ଗ୍ୟାସ୍ ସିଲିଣ୍ଡର ପିଛା ଦର ୮୩୪ ଓ ଚେନ୍ନାଇରେ ୮୫୦ ଟଙ୍କା ରହିଛି । ସେହିଭଳି ଦର ବୃଦ୍ଧି ପରେ କୋଲକାତା ଓ ଭୁବନେଶ୍ୱରରେ ସିଲିଣ୍ଡର ପିଛା ଦାମ ୮୬୧ ଟଙ୍କା ରହିଛି । ଏହା ପୂର୍ବରୁ ଦିଲ୍ଲୀରେ ଗ୍ୟାସ୍ ଦର ୮୦୯ ଟଙ୍କା ଥିଲା । ଏପ୍ରିଲରେ ସିଲିଣ୍ଡର ପିଛା ୧୦ ଟଙ୍କା ଶସ୍ତା ହୋଇଥିଲା । ଏହାପରେ ମେ ଓ ଜୁନ୍ ମାସରେ ଦର ଅପରିବର୍ତ୍ତିତ ରହିଥିବା ବେଳେ ଜୁଲାଇରେ ସିଲିଣ୍ଡର ପିଛା ୨୫ ଟଙ୍କା ବୃଦ୍ଧି ପାଇଛି । ଚଳିତବର୍ଷ ଜାନୁଆରୀ ୧ରେ ଦିଲ୍ଲୀରେ ଗ୍ୟାସ୍ ସିଲିଣ୍ଡର ପିଛା ଦର ୬୯୪ ଟଙ୍କା ରହିଥିଲା । ଜୁଲାଇ ୧ରେ ଆଜି ଦର ୮୩୪ ଟଙ୍କା ରହିଛି । ଅର୍ଥାତ୍ ଚଳିତବର୍ଷ ୬ ମାସରେ ଗ୍ୟାସ୍ ଦର ୧୩୮ ଟଙ୍କା ବଢ଼ିଛି । ଦିଲ୍ଲୀରେ ୧୯ କେଜି ସିଲିଣ୍ଡର ଦାମ ୭୬ ଟଙ୍କା ୫୦ ପଇସା ବୃଦ୍ଧି ପାଇ ୧୫୫୦ ଟଙ୍କା ହୋଇଛି ।

https://www.thesakala.in/big-news/lpg-price-hike-rs-138-rose-in-six-months/article-3375
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର