ଟେଲିକମ୍ ବ୍ୟବହାରକାରୀଙ୍କୁ ଲାଗିବ ବଡ଼ ଝଟ୍‌କା, ମହଙ୍ଗା ହେବ ମୋବାଇଲ ରିଚାର୍ଜ ପ୍ଲାନ୍‌

The Sakala Picture
Published On

ନୂଆଦିଲ୍ଲୀ: ମୋବାଇଲ ଉପଭୋକ୍ତାଙ୍କ ପାଇଁ ଖରାପ ଖବର। କାରଣ ସମ୍ପ୍ରତି ଦେଶରେ ଚାଲୁଥିବା ସାଧାରଣ ନିର୍ବାଚନ ପରେ ଟେଲିକମ୍‌ ବ୍ୟବହାରକାରୀଙ୍କୁ ଲାଗିପାରେ ବଡ଼ ଝଟ୍‌କା। ଲୋକସଭା ନିର୍ବାଚନର ଫଳାଫଳ ଜୁନ ୪ରେ ପ୍ରକାଶ ପାଇବ। ଏହାପରେ ଦେଶରେ ମୋବାଇଲ ଶୁଳ୍କ ବଢିବ। ଅର୍ଥାତ୍‌ ଟେଲିକମ୍‌ ଅପରରେଟରମାନେ ଟାରିଫ୍ ମୂଲ୍ୟ ବୃଦ୍ଧି କରିବେ।ଏଥିଯୋଗୁ ଘରୋଇ ବଜାରରେ ମୋବାଇଲ ରିଚାର୍ଜ ପ୍ଲାନ୍‌ ମହଙ୍ଗା ହେବ। ଆସନ୍ତା ଜୁନ୍‌ରୁ ଟେଲିକମ୍‌ ଅପରେଟରମାନେ ମୋବାଇଲ ଶୁଳ୍କରେ ୨୦ରୁ ୨୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି […]

ନୂଆଦିଲ୍ଲୀ: ମୋବାଇଲ ଉପଭୋକ୍ତାଙ୍କ ପାଇଁ ଖରାପ ଖବର। କାରଣ ସମ୍ପ୍ରତି ଦେଶରେ ଚାଲୁଥିବା ସାଧାରଣ ନିର୍ବାଚନ ପରେ ଟେଲିକମ୍‌ ବ୍ୟବହାରକାରୀଙ୍କୁ ଲାଗିପାରେ ବଡ଼ ଝଟ୍‌କା। ଲୋକସଭା ନିର୍ବାଚନର ଫଳାଫଳ ଜୁନ ୪ରେ ପ୍ରକାଶ ପାଇବ। ଏହାପରେ ଦେଶରେ ମୋବାଇଲ ଶୁଳ୍କ ବଢିବ। ଅର୍ଥାତ୍‌ ଟେଲିକମ୍‌ ଅପରରେଟରମାନେ ଟାରିଫ୍ ମୂଲ୍ୟ ବୃଦ୍ଧି କରିବେ।ଏଥିଯୋଗୁ ଘରୋଇ ବଜାରରେ ମୋବାଇଲ ରିଚାର୍ଜ ପ୍ଲାନ୍‌ ମହଙ୍ଗା ହେବ। ଆସନ୍ତା ଜୁନ୍‌ରୁ ଟେଲିକମ୍‌ ଅପରେଟରମାନେ ମୋବାଇଲ ଶୁଳ୍କରେ ୨୦ରୁ ୨୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିବାର ସମ୍ଭାବନା ରହିଛି। ବିଓଏଫଏ ସିକ୍ୟୁରିଟିଜ୍‌ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଏହା କୁହାଯାଇଛି।

ଆହୁରି ପଢ଼ନ୍ତୁ: ଆସିଲା ନୂଆ ଅବକାରୀ ନୀତି; ରାଜ୍ୟରେ ଆଉ ଖୋଲିବନି ନୂଆ ମଦ ଦୋକାନ, ଶ୍ରୀମନ୍ଦିର ନିକଟରେ ମଦ ଦୋକାନ ଓ ବିକ୍ରି ମନା

ଏଠାରେ ଗତ ଦୁଇ ବର୍ଷ ଧରି ଅପରେଟରମାନେ ସେମାନଙ୍କର ମୋବାଇଲ୍ ରିଚାର୍ଜ ପ୍ଲାନ୍‌ଗୁଡ଼ିକର ମୂଲ୍ୟରେ କୌଣସି ପରିବର୍ତ୍ତନ କରିନାହାଁନ୍ତି। ତେବେ ଖୁବ୍‌ ଶୀଘ୍ର ଏଥିରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ। ଦେଶରେ ୫ଜି ସେବା ଶୁଭାରମ୍ଭ ହେବାର ଇତି ମଧ୍ୟରେ ଦୁଇ ବର୍ଷ ବିତିଗଲାଣି। ଅନେକ ଲୋକଙ୍କ ପାଖରେ ୫ଜି ମୋବାଇଲ୍ ରହିଛି। ଏହାଛଡା ୫ ଜି ସେବା ଦେଶର ଅଧିକାଂଶ ସହରରେ ପହଞ୍ଚିଗଲାଣି। ଅପରପକ୍ଷେ ଏହି ୫ଜି ସେବାର ନେଟୱର୍କ ବିଛାଇବାରେ ଟେଲିକମ୍ କମ୍ପାନୀଗୁଡିକ ବହୁ ପରିମାରରେ ଅର୍ଥ ଖର୍ଚ୍ଚ କରିଛନ୍ତି। ସେମାନଙ୍କ ଲାଗି ଏବେ ଏହି ଟଙ୍କା ଏବେ ଅସୁଲ କରିବାର ସମୟ। ତେଣୁ ନିର୍ବାଚନ ପରେ ସମସ୍ତ ଟେଲିକମ୍ କମ୍ପାନୀଗୁଡିକ ରିଚାର୍ଜ ପ୍ଲାନ୍‌ ମହଙ୍ଗା କରିବେ। ଦେଶର ଦ୍ୱିତୀୟ ବୃହତ୍ତମ ଟେଲିକମ୍ କମ୍ପାନୀ ସାଧାରଣ ନିର୍ବାଚନ ପରେ ତା‘ର ମୋବାଇଲ୍ ଶୁଳ୍କ ମୂଲ୍ୟ ୨୦ ପ୍ରତିଶତ ବୃଦ୍ଧି ଘଟାଇବ ବୋଲି କହିଛି। ଏହା ଏହାର ଇବିଆଇଟିଡିଏକୁ ୧୨-୧୫ ପ୍ରତିଣତ ବୃଦ୍ଧି କରିବ। କମ୍ପାନୀ ଆହୁରିମଧ୍ୟ କହିଛି ଯେ ଏହା ପ୍ରତ୍ୟେକ ଉପଭୋକ୍ତା ପିଛା କମ୍ପାନୀର ହାରାହାରି ଆୟରେ ୨୭୦ ଟଙ୍କା ବୃଦ୍ଧି କରିବ। ନିର୍ବାଚନ ପରେ ନୂଆ ରିଚାର୍ଜ ପ୍ଲାନ୍‌ ଆରମ୍ଭ କରାଯିବ ବୋଲି ଆଶା କରାଯାଉଛି। ମୋବାଇଲ ରିଚାର୍ଜ ପ୍ଲାନ୍‌ ମହଙ୍ଗା ହେବା ପରେ ୧୦୦ ଟଙ୍କା ର ପ୍ଲାଡ଼୍ର ମୂଲ୍ୟ ୧୨୦ ଟଙ୍କା ହେବ। ୭୦୦ ଟଙ୍କିଆ ପ୍ଲାନ୍‌ର ମୂଲ୍ୟ ୮୨୦ ଟଙ୍କା ହେବ।

ଆହୁରି ପଢ଼ନ୍ତୁ: ବଢିବନି ବିଧାୟକଙ୍କ ଦରମା ! ବିଲ୍ ପ୍ରତ୍ୟାହାର କରିବାକୁ ନୋଟିସ ଆଣିଲେ ବିଧାନସଭା ସଚିବ

ବିଓଏଫଏ ସିକ୍ୟୁରିଟିଜ୍‌ ଦେଶର ଟେଲିକମ କ୍ଷେତ୍ରକୁ ନେଇ କରିଥିବା ଏହି ଅନୁସନ୍ଧାନ ରିପୋର୍ଟ ଅନୁଯାୟୀ, ମୋବାଇଲ ଶୁଳ୍କ ୨୦ରୁ ୨୫ ପ୍ରତିଶତ ପର୍ଯ୍ୟନ୍ତ ବଢିପାରେ ଯାହା ପୂର୍ବ ଅପେକ୍ଷା ୧୦ ରୁ ୧୫ ପ୍ରତିଶତ ଅଧିକ ରହିବ।

ଆହୁରି ପଢ଼ନ୍ତୁ: ଏପ୍ରିଲ୍ ୧ରୁ ବଦଳିବ ୫ଟି ବଡ଼ ନିୟମ: ଏଲପିଜି, ଏଟିଏମ୍‌ରୁ ଆୟକର ଓ ପ୍ୟାନ୍ କାର୍ଡ ପର୍ଯ୍ୟନ୍ତ, ଜାଣନ୍ତୁ କେମିତି ପଡ଼ିବ ପ୍ରଭାବ

07 May 2024 By The Sakala

ଟେଲିକମ୍ ବ୍ୟବହାରକାରୀଙ୍କୁ ଲାଗିବ ବଡ଼ ଝଟ୍‌କା, ମହଙ୍ଗା ହେବ ମୋବାଇଲ ରିଚାର୍ଜ ପ୍ଲାନ୍‌

ନୂଆଦିଲ୍ଲୀ: ମୋବାଇଲ ଉପଭୋକ୍ତାଙ୍କ ପାଇଁ ଖରାପ ଖବର। କାରଣ ସମ୍ପ୍ରତି ଦେଶରେ ଚାଲୁଥିବା ସାଧାରଣ ନିର୍ବାଚନ ପରେ ଟେଲିକମ୍‌ ବ୍ୟବହାରକାରୀଙ୍କୁ ଲାଗିପାରେ ବଡ଼ ଝଟ୍‌କା। ଲୋକସଭା ନିର୍ବାଚନର ଫଳାଫଳ ଜୁନ ୪ରେ ପ୍ରକାଶ ପାଇବ। ଏହାପରେ ଦେଶରେ ମୋବାଇଲ ଶୁଳ୍କ ବଢିବ। ଅର୍ଥାତ୍‌ ଟେଲିକମ୍‌ ଅପରରେଟରମାନେ ଟାରିଫ୍ ମୂଲ୍ୟ ବୃଦ୍ଧି କରିବେ।ଏଥିଯୋଗୁ ଘରୋଇ ବଜାରରେ ମୋବାଇଲ ରିଚାର୍ଜ ପ୍ଲାନ୍‌ ମହଙ୍ଗା ହେବ। ଆସନ୍ତା ଜୁନ୍‌ରୁ ଟେଲିକମ୍‌ ଅପରେଟରମାନେ ମୋବାଇଲ ଶୁଳ୍କରେ ୨୦ରୁ ୨୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିବାର ସମ୍ଭାବନା ରହିଛି। ବିଓଏଫଏ ସିକ୍ୟୁରିଟିଜ୍‌ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଏହା କୁହାଯାଇଛି।

ଏଠାରେ ଗତ ଦୁଇ ବର୍ଷ ଧରି ଅପରେଟରମାନେ ସେମାନଙ୍କର ମୋବାଇଲ୍ ରିଚାର୍ଜ ପ୍ଲାନ୍‌ଗୁଡ଼ିକର ମୂଲ୍ୟରେ କୌଣସି ପରିବର୍ତ୍ତନ କରିନାହାଁନ୍ତି। ତେବେ ଖୁବ୍‌ ଶୀଘ୍ର ଏଥିରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ। ଦେଶରେ ୫ଜି ସେବା ଶୁଭାରମ୍ଭ ହେବାର ଇତି ମଧ୍ୟରେ ଦୁଇ ବର୍ଷ ବିତିଗଲାଣି। ଅନେକ ଲୋକଙ୍କ ପାଖରେ ୫ଜି ମୋବାଇଲ୍ ରହିଛି। ଏହାଛଡା ୫ ଜି ସେବା ଦେଶର ଅଧିକାଂଶ ସହରରେ ପହଞ୍ଚିଗଲାଣି। ଅପରପକ୍ଷେ ଏହି ୫ଜି ସେବାର ନେଟୱର୍କ ବିଛାଇବାରେ ଟେଲିକମ୍ କମ୍ପାନୀଗୁଡିକ ବହୁ ପରିମାରରେ ଅର୍ଥ ଖର୍ଚ୍ଚ କରିଛନ୍ତି। ସେମାନଙ୍କ ଲାଗି ଏବେ ଏହି ଟଙ୍କା ଏବେ ଅସୁଲ କରିବାର ସମୟ। ତେଣୁ ନିର୍ବାଚନ ପରେ ସମସ୍ତ ଟେଲିକମ୍ କମ୍ପାନୀଗୁଡିକ ରିଚାର୍ଜ ପ୍ଲାନ୍‌ ମହଙ୍ଗା କରିବେ। ଦେଶର ଦ୍ୱିତୀୟ ବୃହତ୍ତମ ଟେଲିକମ୍ କମ୍ପାନୀ ସାଧାରଣ ନିର୍ବାଚନ ପରେ ତା‘ର ମୋବାଇଲ୍ ଶୁଳ୍କ ମୂଲ୍ୟ ୨୦ ପ୍ରତିଶତ ବୃଦ୍ଧି ଘଟାଇବ ବୋଲି କହିଛି। ଏହା ଏହାର ଇବିଆଇଟିଡିଏକୁ ୧୨-୧୫ ପ୍ରତିଣତ ବୃଦ୍ଧି କରିବ। କମ୍ପାନୀ ଆହୁରିମଧ୍ୟ କହିଛି ଯେ ଏହା ପ୍ରତ୍ୟେକ ଉପଭୋକ୍ତା ପିଛା କମ୍ପାନୀର ହାରାହାରି ଆୟରେ ୨୭୦ ଟଙ୍କା ବୃଦ୍ଧି କରିବ। ନିର୍ବାଚନ ପରେ ନୂଆ ରିଚାର୍ଜ ପ୍ଲାନ୍‌ ଆରମ୍ଭ କରାଯିବ ବୋଲି ଆଶା କରାଯାଉଛି। ମୋବାଇଲ ରିଚାର୍ଜ ପ୍ଲାନ୍‌ ମହଙ୍ଗା ହେବା ପରେ ୧୦୦ ଟଙ୍କା ର ପ୍ଲାଡ଼୍ର ମୂଲ୍ୟ ୧୨୦ ଟଙ୍କା ହେବ। ୭୦୦ ଟଙ୍କିଆ ପ୍ଲାନ୍‌ର ମୂଲ୍ୟ ୮୨୦ ଟଙ୍କା ହେବ।

ବିଓଏଫଏ ସିକ୍ୟୁରିଟିଜ୍‌ ଦେଶର ଟେଲିକମ କ୍ଷେତ୍ରକୁ ନେଇ କରିଥିବା ଏହି ଅନୁସନ୍ଧାନ ରିପୋର୍ଟ ଅନୁଯାୟୀ, ମୋବାଇଲ ଶୁଳ୍କ ୨୦ରୁ ୨୫ ପ୍ରତିଶତ ପର୍ଯ୍ୟନ୍ତ ବଢିପାରେ ଯାହା ପୂର୍ବ ଅପେକ୍ଷା ୧୦ ରୁ ୧୫ ପ୍ରତିଶତ ଅଧିକ ରହିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର