କାହିଁକି ଆତ୍ମହତ୍ୟା କରିଥିଲେ ଟେଲି ଅଭିନେତ୍ରୀ ରଶ୍ମିରେଖା, ପୁଲିସ ଜାଣିବାକୁ ପାଇଲା କାରଣ

The Sakala Picture
Published On

ଭୁବନେଶ୍ୱର : ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝା ମୃତ୍ୟୁ ମାମଲାରେ ଦିନକୁ ଦିନ ନୂଆ ତଥ୍ୟ ପଦାକୁ ଆସୁଛି। ରଶ୍ମିରେଖା ଆତ୍ମହତ୍ୟା କରିଥିବା ଏକ ପ୍ରକାର ସ୍ପଷ୍ଟ ହୋଇଥିଲେ ମଧ୍ୟ ଏହାର କାରଣ ଖୋଜୁଛି ପୁଲିସ। ଦୁଇ ପ୍ରେମିକ ରାଜା ଏବଂ ସନ୍ତୋଷ ପାତ୍ରକୁ ପୁଲିସ ପଚରାଉଚରା କରି ସାରିଛି। ଦୁଇ ଜଣ ପରସ୍ପର ଉପରେ ଦୋଷ ଲଦାଲଦି ହେଉଛନ୍ତି। ତେଣୁ ସେମାନେ ଦେଇଥିବା ଉତ୍ତର ଆଧାରରେ ପୁଲିସ ତଦନ୍ତ କରି ସବୁ ପ୍ରମାଣ ଯୋଗାଡ଼ କରି […]

ଭୁବନେଶ୍ୱର : ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝା ମୃତ୍ୟୁ ମାମଲାରେ ଦିନକୁ ଦିନ ନୂଆ ତଥ୍ୟ ପଦାକୁ ଆସୁଛି। ରଶ୍ମିରେଖା ଆତ୍ମହତ୍ୟା କରିଥିବା ଏକ ପ୍ରକାର ସ୍ପଷ୍ଟ ହୋଇଥିଲେ ମଧ୍ୟ ଏହାର କାରଣ ଖୋଜୁଛି ପୁଲିସ। ଦୁଇ ପ୍ରେମିକ ରାଜା ଏବଂ ସନ୍ତୋଷ ପାତ୍ରକୁ ପୁଲିସ ପଚରାଉଚରା କରି ସାରିଛି। ଦୁଇ ଜଣ ପରସ୍ପର ଉପରେ ଦୋଷ ଲଦାଲଦି ହେଉଛନ୍ତି। ତେଣୁ ସେମାନେ ଦେଇଥିବା ଉତ୍ତର ଆଧାରରେ ପୁଲିସ ତଦନ୍ତ କରି ସବୁ ପ୍ରମାଣ ଯୋଗାଡ଼ କରି ସାରିଛି। ତେଣୁ ଉଭୟଙ୍କୁ ନୂଆପଲ୍ଲୀ ଥାନା ପୁଲିସ ମୁହାଁମୁହିଁ ଜେରା କରିବ। ଏନେଇ ପୁଲିସ ଉଭୟଙ୍କୁ ନୋଟିସ୍‍ କରିଛି। ସୋମବାର କିମ୍ବା ମଙ୍ଗଳବାର ସେମାନେ ଥାନାରେ ହାଜର ହେବେ। ଆଉ ତଦନ୍ତ ଅଧିକାରୀଙ୍କ ଉପସ୍ଥିତିରେ ଥାନା ଅଧିକାରୀ ସେମାନଙ୍କୁ ପଚରାଉଚରା କରାଯିବ ବୋଲି ଜଣାପଡ଼ିଛି। ଏଥିସହ ରଶ୍ମିରେଖାଙ୍କ ଘରୁ ଜବତ ହୋଇଥିବା ମଦ ବୋତଲ ଏବଂ ସିଗାରେଟ୍‍କୁ ଫୋରେନ୍‍ସିକ୍‍ ଲ୍ୟାବ୍‍କୁ ପଠାଇ ଦିଆଯାଇଛି। ଏହାକୁ କିଏ ପିଉଥିଲା ସେ ନେଇ ରିପୋର୍ଟ ଆସିଲେ ସ୍ପଷ୍ଟ ହେବ। ଉକ୍ତ ଘରେ ସନ୍ତୋଷ ଏବଂ ରଶ୍ମିରେଖା ସହିତ ଅନ୍ୟ କେଉଁମାନେ ଥିଲେ ସେନେଇ ମଧ୍ୟ ସ୍ପଷ୍ଟ ହେବ।

ଆହୁରି ପଢ଼ନ୍ତୁ: ଶ୍ରୀଲିଙ୍ଗରାଜ ମନ୍ଦିରରେ ନୀତିକାନ୍ତି ବିଭ୍ରାଟ: ସେବାୟତଙ୍କ ବିବାଦ ଯୋଗୁଁ ଅଟକିଲା ପହୁଡ଼

ସେହିପରି ଜବତ ହୋଇଥିବା ଡାଏରୀକୁ ହିଁ ମୃତ୍ୟୁ ପୂର୍ବରୁ ରଶ୍ମିରେଖା ଲେଖିଥିବା ଜଣାପଡ଼ିଛି। ଜବତ କରିଥିବା ଡାଏରୀକୁ ପୁଲିସ ରାଜ୍ୟ ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ପଠାଇଥିଲା। ସେଠାରୁ ରବିବାର ପୁଲିସକୁ ରିପୋର୍ଟ ଆସିଛି। ଏହି ରିପୋର୍ଟରେ ଡାଏରୀରେ ଲେଖିଥିବା କଥାକୁ ହିଁ ରଶ୍ମିରେଖା ଲେଖିଥିବା ସ୍ପଷ୍ଟ ହୋଇଛି। ତେବେ ଜବତ ଫୋନ୍‍, ଲ୍ୟାପ୍‍ଟପରେ କଣ ଅଛି, ତାହା ସ୍ପଷ୍ଟ ହୋଇନାହିଁ। ଏକ୍ସପର୍ଟ ଲ୍ୟାବ୍‍ରୁ ରିପୋର୍ଟ ଆସିବା ପରେ ତାହା ସ୍ପଷ୍ଟ ହେବ।

ଆହୁରି ପଢ଼ନ୍ତୁ: ଲଘୁଚାପ ପ୍ରଭାବରେ ଅଶାନ୍ତ ବଙ୍ଗୋପସାଗର: ସେପ୍ଟେମ୍ବର ୨୪ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ସତର୍କ ସୂଚନା

ରଶ୍ମିରେଖା ରାଜା ପାଇଁ ହିଁ ଆତ୍ମହତ୍ୟା କରିଛି 

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ଘନୀଭୂତ ହେଉଛି ଅବପାତ: ଆଗାମୀ ୧୨ ଘଣ୍ଟା ମଧ୍ୟରେ ନେବ ଗଭୀର ଅବପାତର ରୂପ

ରଶ୍ମିରେଖା ରାଜା ପାଇଁ ହିଁ ଆତ୍ମହତ୍ୟା କରିଥିବା ପୁଲିସ ଜାଣିବାକୁ ପାଇଛି। କାରଣ ରଶ୍ମିରେଖା ପ୍ରଥମେ ରାଜାଙ୍କୁ ଭଲ ପାଉଥିଲେ। ଉଭୟଙ୍କ ପରିବାର ମଧ୍ୟରେ ମନ ନମିଶିବାରୁ ସେମାନେ ଅଲଗା ହୋଇଯାଇଥିଲେ। ପରେ ରଶ୍ମିରେଖା ଅନ୍ୟ ଜଣେ ଯୁବକଙ୍କ ସହ ରହୁଥିଲେ। ଯେଉଁଥିପାଇଁ ସେ ମଧ୍ୟ ପୂର୍ବରୂ ଆତ୍ମହତ୍ୟା ଉଦ୍ୟମ କରିଥିଲେ। କିନ୍ତୁ ସେଥିରେ ସେ ସଫଳ ହୋଇପାରି ନ ଥିଲେ। କୋଭିଡ୍‌ ପରେ ସେ ସୁଟିଂ ନକରି ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। ସେହି କମ୍ପାନୀରେ ଉପରିସ୍ଥ ଅଧିକାରୀ ଥିବା ସନ୍ତୋଷଙ୍କ ସହ ଚିହ୍ନାଜଣା ହେବା ପରେ ଉଭୟ ଭଲ ପାଇ ବସିଥିଲେ। ଏପରିକି ଦୁହେଁ ନୂଆପଲ୍ଲୀ ଗଡ଼ସାହିରେ ଘର ଭଡ଼ା ନେଇ ରହିଲେ। କିନ୍ତୁ ଏହାପରେ ରଶ୍ମିରେଖା ପୂର୍ବତନ ପ୍ରେମିକ ରାଜାଙ୍କ ସହ ଯୋଗାଯୋଗ କରିଥିଲେ। ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ଚାଲୁଥିଲା। ଏନେଇ ସନ୍ତୋଷ ଜାଣିବା ପରେ ସେମାନଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ଯେଉଁଥିପାଇଁ ସନ୍ତୋଷ ରଶ୍ମିରେଖାଙ୍କୁ କୋର୍ଟ ମ୍ୟାରେଜ କରି ନ ଥିଲେ। ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଭୀଷଣ ଝଗଡ଼ା ହୋଇଥିଲା। ଏହାପରଠୁ ରଶ୍ମିରେଖା ମାନସିକ ଚାପରେ ଥିଲେ। ଏଥିପାଇଁ ସେ ନିଶାଦ୍ରବ୍ୟ ମଧ୍ୟ ସେବନ କରୁଥିବା ପୁଲିସ ପ୍ରମାଣ ପାଇଛି। ରଶ୍ମିରେଖାଙ୍କ ରୁମ୍‍ରୁ ପୁଲିସ ଏକାଧିକ ସିଗାରେଟ୍‍ ପ୍ୟାକେଟ୍‍ ଏବଂ ମଦ ବୋତଲ ଜବତ କରିଥିଲା। ଏନେଇ ପୁଲିସ ସନ୍ତୋଷକୁ ପଚାରିଥିଲେ। ସେ ମଧ୍ୟ ରଶ୍ମିରେଖା ମଦ ପିଉଥିବା ସ୍ପଷ୍ଟ କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର