ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝା ମୃତ୍ୟୁ ମାମଲା : ଆସିଲା ପୋଷ୍ଟମର୍ଟମ ରିପୋର୍ଟ

The Sakala Picture
Published On

ଭୁବନେଶ୍ୱର : ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ମୃତ୍ୟୁ ମାମଲା ଏବେ ରହସ୍ୟ ବଢ଼଼ାଇ ଦେଇଛି। କ’ଣ ପାଇଁ ରଶ୍ମିରେଖା ଆତ୍ମହତ୍ୟା କଲେ? ନା ତାଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦିଆଯାଇଛି। ତାହାକୁ ନେଇ ଏବେ ସନ୍ଦେହ ଲାଗିଥିବା ବେଳେ ପୁଲିସ ହାତରେ ରଶ୍ମିରେଖାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ହସ୍ତଗତ ହୋଇଥିବା ଜଣାପଡ଼ିଛି। ଯେଉଁଥିରୁ ରଶ୍ମିରେଖା ଆତ୍ମହତ୍ୟା କରିଥିବା ସ୍ପଷ୍ଟ ଭାବେ ଜଣାପଡ଼ିଛି। ଏଥିସହ ତାଙ୍କ ଶରୀରରେ କୌଣସି ସ୍ଥାନରେ କ୍ଷତଚିହ୍ନ ନ ଥିବା ବେଳେ […]

ଭୁବନେଶ୍ୱର : ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ମୃତ୍ୟୁ ମାମଲା ଏବେ ରହସ୍ୟ ବଢ଼଼ାଇ ଦେଇଛି। କ’ଣ ପାଇଁ ରଶ୍ମିରେଖା ଆତ୍ମହତ୍ୟା କଲେ? ନା ତାଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦିଆଯାଇଛି। ତାହାକୁ ନେଇ ଏବେ ସନ୍ଦେହ ଲାଗିଥିବା ବେଳେ ପୁଲିସ ହାତରେ ରଶ୍ମିରେଖାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ହସ୍ତଗତ ହୋଇଥିବା ଜଣାପଡ଼ିଛି। ଯେଉଁଥିରୁ ରଶ୍ମିରେଖା ଆତ୍ମହତ୍ୟା କରିଥିବା ସ୍ପଷ୍ଟ ଭାବେ ଜଣାପଡ଼ିଛି। ଏଥିସହ ତାଙ୍କ ଶରୀରରେ କୌଣସି ସ୍ଥାନରେ କ୍ଷତଚିହ୍ନ ନ ଥିବା ବେଳେ କେବଳ ବେକରେ ରଶି ଲଗାଇବାର ଚିହ୍ନ ରହିଛି। ଜଣେ ଆତ୍ମହତ୍ୟା କଲେ ଯେଉଁ ସବୁ ଲକ୍ଷଣ ଦେଖିବାକୁ ମିଳେ, ତାହା ରଶ୍ମିରେଖାଙ୍କ ଠାରୁ ଦେଖିବାକୁ ମିଳିଥିବା ଡାକ୍ତର ଶବ ବ୍ୟବଚ୍ଛେଦ ରିପୋର୍ଟରେ ଉଲ୍ଲେଖ କରିଛନ୍ତି।

ଆହୁରି ପଢ଼ନ୍ତୁ: ଶ୍ମଶାନକୁ ଯିବା ପାଇଁ ନାହିଁ ରାସ୍ତା, ଶବ ସତ୍କାର କରିବାକୁ ଉଛୁଳା ନଈ ପାର୍ ହେଉଛନ୍ତି ସମ୍ପର୍କୀୟ

ରିପୋର୍ଟରେ ଦଉଡି ଦେଇ ଆତ୍ମହତ୍ୟା କରିଥିବା ସ୍ପଷ୍ଟ ହୋଇଛି। ବେକରେ ଦଉଡି ଦେଇଥିବାରୁ ଶ୍ବାଶରୁଦ୍ଧ ହୋଇଥିଲା। ପୋଷ୍ଟମର୍ଟମ ର ୨୪ ରୁ ୩୬ ଘଣ୍ଟା ପୂର୍ବରୁ ମୃତ୍ୟୁ ହୋଇଛି। ଏନେଇ କ୍ୟାପିଟାଲ ହସ୍ପିଟାଲ ସୂତ୍ରରୁ ସୂଚନା ମିଳିଛି। ଆତ୍ମହତ୍ୟା କରିବା ପୂର୍ବରୁ ସେ ବିଷ ପିଇଥିଲେ କି ଅନ୍ୟ କିଛି ତାହା ଭିସେରା ରିପୋର୍ଟରୁ ସ୍ପଷ୍ଟ ହେବ। ତେଣୁ ଭିସେରା ରିପୋର୍ଟ ପାଇଁ ରଶ୍ମିରେଖାଙ୍କ ଶରୀରରୁ କିଛି ଅଭ୍ୟନ୍ତରୀଣ ଅଂଶକୁ ପଠାଇ ଦିଆଯାଇଛି। ଅନ୍ୟପଟରେ ରଶ୍ମିରେଖା କେଉଁ କାରଣ ପାଇଁ ଆତ୍ମହତ୍ୟା କଲେ ତାହା ଜାଣିବା ପାଇଁ ତାଙ୍କର ଦୁଇ ପୁରୁଷବନ୍ଧୁଙ୍କୁ ଜେରା କରିବ ନୂଆପଲ୍ଲୀ ଥାନା ପୁଲିସ। ପ୍ରେମିକ ସନ୍ତୋଷ ପାତ୍ର ଓ ପୂର୍ବତନ ପ୍ରେମିକ ରାଜାଙ୍କୁ ତଦନ୍ତ ଅଧିକାରୀ ଜେରା କରିବ। ଖୁବ୍‍ଶୀଘ୍ର ଦୁଇ ଜଣଙ୍କୁ ଥାନାରେ ହାଜର ହେବା ଲାଗି ସମନ କରାଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଡିଜେ ନିଷେଧ ସତ୍ତ୍ବେ ରାଜରାସ୍ତାରେ ଶବ୍ଦର ତାଣ୍ଡବ; ହାତ ଟେକି ଦେଇଛି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ

ଭୁବନେଶ୍ୱର ନୂଆପଲ୍ଲୀ ଗଡ଼ସାହିସ୍ଥିତ ଭଡ଼ା ଘରେ ସନ୍ତୋଷଙ୍କ ସହ ଲିଭ୍‍ ଇନ୍‍ ରିଲେସନ୍‍ସିପ୍‍ରେ ରହୁଥିଲେ ରଶ୍ମିରେଖା। ଘର ମାଲିକଙ୍କୁ ସ୍ୱାମୀ, ସ୍ତ୍ରୀ ପରିଚୟ ଦେଇ ସନ୍ତୋଷ ଭଡ଼ା ନେଇଥିଲେ। ଘର ନେବାର ପ୍ରାୟ ୮ ଦିନ ପରେ ରଶ୍ମିରେଖା ସେଠାରେ ପହଞ୍ଚି ଥିଲେ। ଉଭୟ ପତିପତ୍ନୀ ହୋଇ ରହୁଥିଲେ। ଉଭୟ ପତିପତ୍ନୀଙ୍କ ପ୍ରେମରେ କଣ୍ଟା ସାଜିଥିଲେ ପୂର୍ବତନ ପୁରୁଷବନ୍ଧୁ ରାଜା। ସେ ବାରମ୍ୱାର ରଶ୍ମିରେଖାଙ୍କ ପାଖକୁ ଫୋନ କରୁଥିଲେ। ଏକଥା ଜାଣିବା ପରେ ସନ୍ତୋଷ ଓ ରଶ୍ମିରେଖାଙ୍କ ମଧ୍ୟରେ ତିକ୍ତତା ବଢ଼଼ିଥିଲା। ରାଜାକୁ ନେଇ ଉଭୟଙ୍କ ଭିତରେ ଯୁକ୍ତିତର୍କ ଲାଗିଥିବା ଶୁଣିବାକୁ ମିଳିଥିଲା।

ଆହୁରି ପଢ଼ନ୍ତୁ: ଅକ୍ଟୋବର ୩କୁ ଘୁଞ୍ଚିଲା ଉଚ୍ଚ ପ୍ରାଥମିକ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷା

ଯାହାର ଅଡିଓ ସୋଶାଲ ମିଡିଆରେ ଭାଇରାଲ୍‍ ହୋଇଛି। ଅଡିଓଟି କେବେକାର ତାହା ସ୍ପଷ୍ଟ ହୋଇନାହିଁ। ଅଡିଓରୁ ଯାହା ଜଣାପଡୁଛି, ରାଜାକୁ ଆଦୌ ବରଦାସ୍ତ କରିପାରୁ ନ ଥିଲେ ସନ୍ତୋଷ। ରାଜା ସନ୍ତୋଷଙ୍କ ନମ୍ବର ବ୍ଲକ କରି ଦେବାକୁ ନେଇ ସନ୍ତୋଷ ରାଗିଯାଇଥିଲେ। ତେଣୁ ସେ ବାରମ୍ବାର ରଶ୍ମିରେଖାଙ୍କୁ ତାଗିଦା କରୁଥିଲେ। ରାଜାଙ୍କୁ ନେଇ ଉଭୟଙ୍କ ମଧ୍ୟରେ ଭୀଷଣ ଝଗଡ଼ା ଲାଗୁଥିଲା। ଗତ ୧୨ତାରିଖରେ ରଶ୍ମିରେଖାଙ୍କ ଘରକୁ ଫୋନ୍‍ କରି ଧମକାଇଥିଲେ ସନ୍ତୋଷ। ତାଙ୍କ ଝିଅକୁ ନେଇଯିବାକୁ କହିଥିଲେ। ନ ହେଲେ ତାର ମୃତଦେହ ଘରକୁ ଯିବ ବୋଲି କହିଥିଲେ। ଅନ୍ୟପକ୍ଷରେ ମୃତ୍ୟୁ ପୂର୍ବରୁ ରଶ୍ମିରେଖାଙ୍କ ଆକାଉଣ୍ଟକୁ ଟଙ୍କା ଆସିଛି। ତେଣୁ ଏହି ଟଙ୍କା କିଏ ପଠାଇଛି? ଏବଂ କେଇଁ କାରଣ ପାଇଁ ଟଙ୍କା ପଠାଯାଇଛି। ତାହାର ତଦନ୍ତ ମଧ୍ୟ ପୁଲିସ କରୁଛି। ରଶ୍ମିରେଖାଙ୍କ ଫୋନ୍‍ କଲ୍‍ର ସିଡିଆର ରିପୋର୍ଟ ମଧ୍ୟ ପୁଲିସ ଘାଣ୍ଟୁଛି। ଦୁଇ ପୁରୁଷବନ୍ଧୁ ସହ ରଶ୍ମିରେଖା କେବେ, କେଉଁ ସମୟରେ କଥା ହୋଇଛନ୍ତି ତାହା ଯାଞ୍ଚ କରାଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର