ଓଡିଆ ଟେଲି ଅଭିନେତ୍ରୀ ରଶ୍ମୀରେଖାଙ୍କ ଆତ୍ମହତ୍ୟା, ଶେଷ ଥର ପାଇଁ ‘କେମିତି କହିବି କହ’ ସିରିଏଲରେ କରିଥିଲେ ଅଭିନୟ

The Sakala Picture
Published On

ଭୁବନେଶ୍ବର : ଓଡିଆ ଟେଲି ଅଭିନେତ୍ରୀ ରଶ୍ମୀରେଖା ଓଝାଙ୍କ ଆତ୍ମହତ୍ୟା ।ନୟାପଲ୍ଲୀ ଥାନା ଗଡ଼ସାହିରେ ରଶ୍ମି ଆତ୍ମହତ୍ୟା କରିଛନ୍ତି । ଘର ଭିତରୁ ନୟାପଲ୍ଲୀ ଥାନା ପୁଲିସ ଏକ ସୁଇସାଇଡିଆଲ ନୋଟ ଜବତ କରିଛି । ତାଙ୍କ ମୃତ୍ୟୁ ପାଇଁ ସେ କାହାରିକୁ ଦାୟୀ କରିନାହାନ୍ତି । ଗତକାଲି ରାତି ପ୍ରାୟ ୧୦ଟାରେ ରଶ୍ମି ଆତ୍ମହତ୍ୟା ଖବର ପାଇ ନୟାପଲ୍ଲୀ ଥାନା ପୁଲିସ ପହଞ୍ଚି ଶବ ଜବତ କରିଥିଲା । ମୃତଦେହ ନିକଟରୁ ନୟାପଲ୍ଲୀ ଥାନା ପୁଲିସ […]

ଭୁବନେଶ୍ବର : ଓଡିଆ ଟେଲି ଅଭିନେତ୍ରୀ ରଶ୍ମୀରେଖା ଓଝାଙ୍କ ଆତ୍ମହତ୍ୟା ।ନୟାପଲ୍ଲୀ ଥାନା ଗଡ଼ସାହିରେ ରଶ୍ମି ଆତ୍ମହତ୍ୟା କରିଛନ୍ତି । ଘର ଭିତରୁ ନୟାପଲ୍ଲୀ ଥାନା ପୁଲିସ ଏକ ସୁଇସାଇଡିଆଲ ନୋଟ ଜବତ କରିଛି । ତାଙ୍କ ମୃତ୍ୟୁ ପାଇଁ ସେ କାହାରିକୁ ଦାୟୀ କରିନାହାନ୍ତି । ଗତକାଲି ରାତି ପ୍ରାୟ ୧୦ଟାରେ ରଶ୍ମି ଆତ୍ମହତ୍ୟା ଖବର ପାଇ ନୟାପଲ୍ଲୀ ଥାନା ପୁଲିସ ପହଞ୍ଚି ଶବ ଜବତ କରିଥିଲା ।

ଆହୁରି ପଢ଼ନ୍ତୁ: କରମା ପୂଜା ପାଇଁ ବାଲି ଆଣିବାକୁ ଯାଇଥିଲେ, ଶଙ୍ଖ ନଦୀରେ ବୁଡ଼ି ୩ ନାବାଳିକାଙ୍କ ମୃତ୍ୟୁ

ମୃତଦେହ ନିକଟରୁ ନୟାପଲ୍ଲୀ ଥାନା ପୁଲିସ ଏକ ସୁଇସାଇଡାଲ ନୋଟ ଜବତ କରିଛି । ଯେଉଁଥିରେ ଲେଖାଅଛି ମିସ ୟୁ ବାବା, ମୁଁ ଉପରେ ଥାଇ ତୁମକୁ ବହୁତ ମିସ୍ କରିବି । ମୁଁ ଗୋଟେ ଖରାପ ଝିଅ । ଏଭଳି କିଛି ସୁଇସାଇଡ଼ ନୋଟରେ ଲେଖିଛନ୍ତି ଅଭିନେତ୍ରୀ। ଏଥି ସହିତ ବାପା ଓ ପରିବାର ଲୋକଙ୍କୁ କାହାରିକୁ ଦାୟୀ କରିବାକୁ ଚିଠିରେ ମନା କରିଛନ୍ତି ରଶ୍ମିରେଖା ।

ଆହୁରି ପଢ଼ନ୍ତୁ: ଏପ୍ରିଲ ମାସରେ ଖୋଲିବ 'ସୁଭଦ୍ରା' ପୋର୍ଟାଲ, ୨୧ ବର୍ଷ ହୋଇଥିଲେ କରିପାରିବେ ଆବେଦନ

କୌଣସି ଅଘଟଣ କିମ୍ବା ମାନସିକ ଚାପକୁ ନେଇ ରଶ୍ମି ଏଭଳି ଆତ୍ମହତ୍ୟା କରିଥିବା ପୁଲିସ ସନ୍ଦେହ କରିଛି । ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତଦନ୍ତ ଆଗକୁ ବଢାଯିବ ବୋଲି ପୁଲିସ ସୂଚନା ଦେଇଛି । ଓଡ଼ିଆ ଟେଲି ଧାରାବାହିକ କେମିତି କହିବି କହରେ ଅଭିନୟ କରିଥିଲେ ରଶ୍ମିରେଖା ।

ଆହୁରି ପଢ଼ନ୍ତୁ: ଡିଜେ ନିଷେଧ ସତ୍ତ୍ବେ ରାଜରାସ୍ତାରେ ଶବ୍ଦର ତାଣ୍ଡବ; ହାତ ଟେକି ଦେଇଛି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର