Viral Video : ରିଲ୍ ନିଶା ନେଲା ଜୀବନ: ଫ୍ଲାଏଓଭରରୁ ଖସିପଡ଼ି ଯୁବକଙ୍କ ମର୍ମନ୍ତୁଦ ମୃତ୍ୟୁ

Tapas Ranjan Nanda Picture
Published On

ଉତ୍ତର ପ୍ରଦେଶର ବରେଲି ଜିଲ୍ଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସୋସିଆଲ ମିଡିଆରେ ରିଲ୍ (Reel) ବନାଇବାର ନିଶା ପୁଣି ଥରେ ଜଣେ ହସଖୁସିର ପରିବାରକୁ ଉଜାଡି ଦେଇଛି। ନୱାବଗଞ୍ଜ ଥାନା ଅଞ୍ଚଳରେ ଏକ ନିର୍ମାଣାଧୀନ ଫ୍ଲାଏଓଭର ନିକଟରେ ରିଲ୍ ସୁଟିଂ କରୁଥିବା ବେଳେ ମହମ୍ମଦ ଫୈଜାନ ନାମକ ୨୨ ବର୍ଷୀୟ ଯୁବକଙ୍କ ଦୁଃଖଦ ମୃତ୍ୟୁ ଘଟିଛି। ଏହି ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

ଆହୁରି ପଢ଼ନ୍ତୁ: କୁକୁର ପରିସ୍ରା କରିବାକୁ ନେଇ ତୁମୁଳକାଣ୍ଡ; ମାଲିକଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ବରିଷ୍ଠ ନାଗରିକ

ସୂଚନା ଅନୁଯାୟୀ, ବିଜୌରିଆ ରେଳ ଷ୍ଟେସନ ନିକଟରେ ଏକ ଫ୍ଲାଏଓଭର ନିର୍ମାଣ କାର୍ଯ୍ୟ ଚାଲିଥିଲା। ରିଚୋଲା ଗ୍ରାମର ବାସିନ୍ଦା ଫୈଜାନ ତାଙ୍କ ବନ୍ଧୁ ଅନୁଜଙ୍କ ସହ ସେଠାରେ ବୁଲିବାକୁ ଯାଇଥିଲେ। ରିଲ୍ ବନାଇବା ପାଇଁ ଫୈଜାନ ରାସ୍ତା କଡ଼ରେ ରଖାଯାଇଥିବା ଏକ ଭାରୀ ସିମେଣ୍ଟ ସ୍ଲାବ୍ ଉପରକୁ ଚଢ଼ି ପୋଜ୍ ଦେଉଥିଲେ। ହଠାତ୍ ତାଙ୍କ ଗୋଡ଼ ଖସିଯିବାରୁ ସେ ଭାରସାମ୍ୟ ହରାଇ ତଳକୁ ପଡ଼ିଯାଇଥିଲେ। ଦୁର୍ଭାଗ୍ୟବଶତଃ, ସେ ତଳେ ପଡ଼ିବା ମାତ୍ରେ ଉପରେ ଥିବା ସେହି ଭାରୀ ସ୍ଲାବଟି ଖସି ଆସି ସିଧା ତାଙ୍କ ମୁଣ୍ଡ ଉପରେ ପଡ଼ିଥିଲା। ଗୁରୁତର ଆଘାତ ଲାଗିବା କାରଣରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।

ପେଶାରେ ଜଣେ ହେୟାର ଡ୍ରେସର ଥିବା ଫୈଜାନ ୬ ଭାଇ-ଭଉଣୀଙ୍କ ମଧ୍ୟରେ ସମସ୍ତଙ୍କର ପ୍ରିୟ ଥିଲେ। ତାଙ୍କ ମୃତ୍ୟୁ ଖବର ଶୁଣି ପରିବାରରେ କାନ୍ଦବୋବାଳି ପଡ଼ିଯାଇଛି। ତାଙ୍କ ବାପା ମେହେନ୍ଦୀ ହାସନ କହିଛନ୍ତି ଯେ ପୁଅ ସାଙ୍ଗ ସହ ବୁଲିବାକୁ ଯାଇଥିଲା, କିନ୍ତୁ ଆଉ ଫେରିଲା ନାହିଁ। ପରିବାର ଲୋକେ ଆଇନଗତ କାର୍ଯ୍ୟାନୁଷ୍ଠାନ ଏବଂ ଶବ ବ୍ୟବଚ୍ଛେଦ ନକରାଇବାକୁ ନିଷ୍ପତ୍ତି ନେବା ପରେ ପୋଲିସ ମୃତଦେହକୁ ପରିବାରକୁ ହସ୍ତାନ୍ତର କରିଛି। ଏହି ଘଟଣା ପୁଣିଥରେ ଯୁବପିଢ଼ିଙ୍କୁ ବିପଜ୍ଜନକ ସ୍ଥାନରେ ରିଲ୍ ନକରିବା ପାଇଁ ଏକ ସତର୍କ ଘଣ୍ଟି ବଜାଇଛି।

31 Jan 2026 By Tapas Ranjan Nanda

https://www.thesakala.in/trending-news/youth-dies-making-reel-bareilly-flyover-accident/article-44335
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp