ଚାଟ୍‌ଜିପିଟିରେ କ’ଣ ସେୟାର୍‌ କରିବେ ନାହିଁ…

The Sakala Picture
Published On

ଆଜିକାଲି ପ୍ରାୟ ସମସ୍ତେ ଚାଟ୍‌ଜିପିଟିର ବ୍ୟବହାର ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନରେ କରୁଛନ୍ତି। ବେଳେ ବେଳେ ଏଥିରେ ଅଜଣାତରେ ବି ଲୋକମାନେ ବ୍ୟକ୍ତିଗତ ତଥ୍ୟ ସେୟାର୍ କରନ୍ତି। ଯାହାକି ଗୋପନୀୟତା ପ୍ରତି ବିପଦ ସୃଷ୍ଟି କରିଥାଏ। ତେବେ ଚାଟ୍‌ଜିପିଟି ସହିତ କ’ଣ ସବୁ ସେୟାର୍ କରିବା ଅନୁଚିତ, ସେ ସମ୍ପର୍କରେ ଜାଣିବା। -ଚାଟ୍‌ଜିପିଟିରେ ସୋସିଆଲ ମିଡିଆ ପାସ୍‌ୱାର୍ଡ ଏବଂ ଇମେଲ୍ ଆଦି ବାବଦରେ ସେୟାର୍ କରନ୍ତୁ ନାହିଁ। -ଏଥିରେ ବ୍ୟାଙ୍କ ତଥା କ୍ରେଡିଟ୍ କାର୍ଡ ବିବରଣୀ ପ୍ରଦାନ […]

ଆଜିକାଲି ପ୍ରାୟ ସମସ୍ତେ ଚାଟ୍‌ଜିପିଟିର ବ୍ୟବହାର ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନରେ କରୁଛନ୍ତି। ବେଳେ ବେଳେ ଏଥିରେ ଅଜଣାତରେ ବି ଲୋକମାନେ ବ୍ୟକ୍ତିଗତ ତଥ୍ୟ ସେୟାର୍ କରନ୍ତି। ଯାହାକି ଗୋପନୀୟତା ପ୍ରତି ବିପଦ ସୃଷ୍ଟି କରିଥାଏ। ତେବେ ଚାଟ୍‌ଜିପିଟି ସହିତ କ’ଣ ସବୁ ସେୟାର୍ କରିବା ଅନୁଚିତ, ସେ ସମ୍ପର୍କରେ ଜାଣିବା।

-ଚାଟ୍‌ଜିପିଟିରେ ସୋସିଆଲ ମିଡିଆ ପାସ୍‌ୱାର୍ଡ ଏବଂ ଇମେଲ୍ ଆଦି ବାବଦରେ ସେୟାର୍ କରନ୍ତୁ ନାହିଁ।

-ଏଥିରେ ବ୍ୟାଙ୍କ ତଥା କ୍ରେଡିଟ୍ କାର୍ଡ ବିବରଣୀ ପ୍ରଦାନ କରନ୍ତୁ ନାହିଁ।

-ସେହିପରି ଆଧାର କାର୍ଡ, ଡ୍ରାଇଭିଂ ଲାଇସେନ୍ସ ଏବଂ ପ୍ୟାନ୍ କାର୍ଡ ତଥ୍ୟ ପ୍ରଦାନରୁ ଦୂରେଇ ରୁହନ୍ତୁ।

-କାମ କରୁଥିବା ସ୍ଥାନ ସମ୍ପର୍କରେ କୌଣସି ସୂଚନା ପ୍ରଦାନ କରନ୍ତୁ ନାହିଁ।

-ଚାଟ୍‌ଜିପିଟିରୁ ବ୍ୟକ୍ତିଗତ ତଥ୍ୟ ଲିକ୍‌ ହେବାର ଭୟ ଥାଏ। ତେଣୁ ବ୍ୟକ୍ତିଗତ ତଥ୍ୟ ପ୍ରଦାନ ନ କରିବା ଭଲ।

-ଚାଟ୍‌ଜିପିଟି ବ୍ୟବହାର କରିବା ସମୟରେ ପ୍ରାଇଭେସି ପଲିସିକୁ ଧ୍ୟାନରେ ପଢ଼ନ୍ତୁ। ଏହାର ବ୍ୟବହାର କେବଳ ଅଫିସିଆଲ ୱେବ୍‌ସାଇଟ୍ ଏବଂ ଆପ୍‌ ଦ୍ବାରା କରନ୍ତୁ।

Join Us @ WhatsApp

About The Author

Google News
Join Us @ WhatsApp

ସମ୍ବନ୍ଧିତ ଖବର