ୟୁଟ୍ୟୁବ୍ ସର୍ଟସ୍‌ରେ ‘ଗୁଗଲ୍‌ ଲେନ୍ସ’ ଫିଚର୍

The Sakala Picture
Published On

ଗୁଗଲ୍‌ ଏବେ ୟୁଟ୍ୟୁବ୍ ସର୍ଟସ୍‌ରେ ‘ଗୁଗଲ୍‌ ଲେନ୍ସ’ ଫିଚର୍‌ ଯୋଡ଼ିବ। ତେବେ ବ୍ୟବହାରକାରୀ ସର୍ଟ ଭିଡିଓରେ ଦେଖୁଥିବା ଯେକୌଣସି ବିଶେଷ ସ୍ଥାନ ବାବଦରେ ତଥ୍ୟ ଖୋଜିବାର ସୁବିଧା ଏହି ନୂଆ ଫିଚର୍‌ ପ୍ରଦାନ କରିବ। ଏହି ଲେନ୍ସ ଫିଚର ମାଧ୍ୟମରେ ସର୍ଟସ୍‌ ଦେଖୁଥିବା ବ୍ୟବହାରକାରୀ ଭିଡିଓରେ ଦେଖା ଯାଉଥିବା ଜିନିଷକୁ ଶୀଘ୍ର ଚିହ୍ନଟ ଏବଂ ବୁଝିବା ଦିଗରେ ସାହାଯ୍ୟ କରିବ। ସେହିପରି ଭିଡିଓକୁ ପଜ୍‌ କରିବା ଲାଗି ଲେନ୍ସ ବଟନରେ ଟ୍ୟାପ୍ କରିବାକୁ ହେବ। ଏହାପରେ କୌଣସି […]

ଗୁଗଲ୍‌ ଏବେ ୟୁଟ୍ୟୁବ୍ ସର୍ଟସ୍‌ରେ ‘ଗୁଗଲ୍‌ ଲେନ୍ସ’ ଫିଚର୍‌ ଯୋଡ଼ିବ। ତେବେ ବ୍ୟବହାରକାରୀ ସର୍ଟ ଭିଡିଓରେ ଦେଖୁଥିବା ଯେକୌଣସି ବିଶେଷ ସ୍ଥାନ ବାବଦରେ ତଥ୍ୟ ଖୋଜିବାର ସୁବିଧା ଏହି ନୂଆ ଫିଚର୍‌ ପ୍ରଦାନ କରିବ। ଏହି ଲେନ୍ସ ଫିଚର ମାଧ୍ୟମରେ ସର୍ଟସ୍‌ ଦେଖୁଥିବା ବ୍ୟବହାରକାରୀ ଭିଡିଓରେ ଦେଖା ଯାଉଥିବା ଜିନିଷକୁ ଶୀଘ୍ର ଚିହ୍ନଟ ଏବଂ ବୁଝିବା ଦିଗରେ ସାହାଯ୍ୟ କରିବ। ସେହିପରି ଭିଡିଓକୁ ପଜ୍‌ କରିବା ଲାଗି ଲେନ୍ସ ବଟନରେ ଟ୍ୟାପ୍ କରିବାକୁ ହେବ। ଏହାପରେ କୌଣସି ବସ୍ତୁକୁ ଟ୍ୟାପ୍ କରିବା ଦ୍ବାରା ସେ ବାବଦରେ ତଥ୍ୟ ମିଳିଥାଏ। ଏହାପରେ ଗୁଗଲ ସେହି ଜିନିଷ ସହିତ ମେଳ ଖାଉଥିବା ଭିଜୁଆଲ ରେଜଲ୍ଟ ଦେଖାଏ। ତେବେ ଆଗାମୀ ଦିନରେ ଏହି ଫିଚର୍ ୟୁଟ୍ୟୁବ୍ ମୋବାଇଲ ଆପ୍‌ର ବିଟା ପରୀକ୍ଷଣ ଭାବେ ଆରମ୍ଭ କରାଯିବ। ସେହିପରି ଯେତେବେଳେ ଏହି ସୁବିଧା କୌଣସି ବ୍ୟବହାରକାରୀଙ୍କ ଆକାଉଣ୍ଟରେ ସକ୍ରିୟ ହେବ, ଭିଡିଓ ପଜ୍ କରିକି ଲେନ୍ସ ବଟନ୍‌କୁ ବ୍ୟବହାର କରିପାରିବେ। ପ୍ରାରମ୍ଭିକ ପର୍ଯ୍ୟାୟରେ ଏଥିରେ କୌଣସି ବିଜ୍ଞାପନ କିମ୍ବା ସପିଂ ଲିଙ୍କ ରହିବ ନାହିଁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର