ଡାଉନ୍‌ଲୋଡ୍ କରୁଥିବା ଆପ୍‌ରେ ଏହି ୪ଟି ତ୍ରୁଟି ଦେଖିଲେ ତୁରନ୍ତ କରନ୍ତୁ ଡିଲିଟ୍‌, ନହେଲେ ଖାଲି ହୋଇଯିବ ବ୍ୟାଙ୍କ ଆକାଉଣ୍ଟ

The Sakala Picture
Published On

ଆଜିକାଲି ଆପଣ ସମସ୍ତଙ୍କ ହାତରେ ଏକ ସ୍ମାର୍ଟଫୋନ୍ ଦେଖିବେ। ଘରେ କାମ କରୁଥିବା ଲୋକଙ୍କ ଠାରୁ ଆରମ୍ଭ କରି ଅଫିସ୍ ପର୍ଯ୍ୟନ୍ତ ସମସ୍ତଙ୍କର କାମ ମୋବାଇଲ୍ ଫୋନ୍ ବିନା ଅଧୁରା।ଲୋକମାନେ ମୋବାଇଲରେ ଅନେକ ପ୍ରକାରର କାମ କରନ୍ତି, ସେଥିମଧ୍ୟରୁ ଗୋଟିଏ ହେଉଛି ଅନଲାଇନ୍ ବ୍ୟାଙ୍କିଙ୍ଗ୍ । ବର୍ତ୍ତମାନ ଏମିତି ହେଲାଣି ଲୋକାମାନେ ପାଖରେ ଆଉ କ୍ୟାସ୍‌ ରଖୁନାହାନ୍ତି। ଯୁଆଡେ ଗଲେ ସାଙ୍ଗରେ ମୋବାଇଲ ଥିଲେ ଆଉ କ୍ୟାସ୍‌ର ଆବଶ୍ୟକ ପଡୁନି।  ଏଭଳି ପରିସ୍ଥିତିରେ ପରସ୍ପରକୁ ଟଙ୍କା ପଠାଇବା […]

ଆଜିକାଲି ଆପଣ ସମସ୍ତଙ୍କ ହାତରେ ଏକ ସ୍ମାର୍ଟଫୋନ୍ ଦେଖିବେ। ଘରେ କାମ କରୁଥିବା ଲୋକଙ୍କ ଠାରୁ ଆରମ୍ଭ କରି ଅଫିସ୍ ପର୍ଯ୍ୟନ୍ତ ସମସ୍ତଙ୍କର କାମ ମୋବାଇଲ୍ ଫୋନ୍ ବିନା ଅଧୁରା।ଲୋକମାନେ ମୋବାଇଲରେ ଅନେକ ପ୍ରକାରର କାମ କରନ୍ତି, ସେଥିମଧ୍ୟରୁ ଗୋଟିଏ ହେଉଛି ଅନଲାଇନ୍ ବ୍ୟାଙ୍କିଙ୍ଗ୍ । ବର୍ତ୍ତମାନ ଏମିତି ହେଲାଣି ଲୋକାମାନେ ପାଖରେ ଆଉ କ୍ୟାସ୍‌ ରଖୁନାହାନ୍ତି। ଯୁଆଡେ ଗଲେ ସାଙ୍ଗରେ ମୋବାଇଲ ଥିଲେ ଆଉ କ୍ୟାସ୍‌ର ଆବଶ୍ୟକ ପଡୁନି।  ଏଭଳି ପରିସ୍ଥିତିରେ ପରସ୍ପରକୁ ଟଙ୍କା ପଠାଇବା ଅତ୍ୟନ୍ତ ସହଜ ହୋଇଛି, କିନ୍ତୁ ଏସବୁ ମଧ୍ୟରେ ସାଇବର ଠକେଇର ଆଶଙ୍କା ମଧ୍ୟ ବହୁତ ବୃଦ୍ଧି ପାଇଛି । ଏହିପରି ମାମଲା ପ୍ରତିଦିନ ସାମ୍ନାକୁ ଆସୁଛି। ଆମ ମୋବାଇଲରେ ଥିବା କେତେକ ଆପ୍‌ ପାଇଁ ମଧ୍ୟ ଆପକୁ ଅଧିକାଂଶ ସମୟରେ ସାଇବର ଠକେଇର ଶିକାର ହେବାକୁ ପଡୁଛି।

ଆହୁରି ପଢ଼ନ୍ତୁ: ହାଣ୍ଡିଶାଳରେ ଯୁଦ୍ଧର ପ୍ରଭାବ; ଲିଟର ପିଛା ୫ରୁ୧୦ ଟଙ୍କା ବଢ଼ିଲା ଖାଇବା ତେଲ ଦାମ୍

ଆମେ ଆମ ଫୋନ୍‌ରେ ବହୁତ ଆପ୍‌ ଡାଉନ୍‌ଲୋଡ୍‌ କରି ରଖିଥାନ୍ତି। ଆପ୍‌ ଡାଉନ୍‌ଲୋଡ୍‌ କରିବା ପୂର୍ବରୁ ଆମେ ସେହି ଆପ୍‌ଟି ଅସଲି କି ନକଲି ଦେଖନ୍ତିନି। ଏପରି ବହୁତ ନକଲି ଆପ୍‌ ରହିଛି ଯାହା ଅସଲି ଆପ ପରି ଲାଗିଥାଏ କିନ୍ତୁ ତାହା ନକଲି ହୋଇଯାଏ। ଏପରି ପରିସ୍ଥିତିରେ ଆପଣ କିପରି ଜାଣିବେ ଆପଣ ଡାଉନଲୋଡ କରୁଥିବା ଆପ୍‌ଟି ଅସଲି କି ନକଲି। ତାହା ଜାଣିବା ନିହାତି ଆବଶ୍ୟକ କାରଣ ନଜାଣିଲେ କେତେବେଳେ ସାଇବର ଠକେଇର ଶିକାର ହୋଇପାରନ୍ତି।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସର ହ୍ବିପ୍ ଜାରି: ୧୩ରୁ ୧୬ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ନ ଛାଡ଼ିବାକୁ ନିର୍ଦ୍ଦେଶ

ମୋବାଇଲର ବ୍ୟାଟେରୀ ଶିଘ୍ର ସରୁଥିଲେ

ଏପରି ଅନେକ ଆପ୍‌ ରହିଛି ଯାହାକୁ ଆପଣ ଇନ୍‌ଷ୍ଟଲ କରିବା ପରେ ଆପଣଙ୍କ ମୋବାଇଲ୍‌ ବ୍ୟାଟେରୀ ଶିଘ୍ର ସରିଥାଏ। ଏପରି ସ୍ଥିତି ହୁଏ ଆପଣ ଦେଖିଥିବେ ଆପଣଙ୍କ ମୋବାଇଲରେ ୭୦% ଚାର୍ଜ ଥିବ କିନ୍ତୁ କିଛି ସମୟ ପରେ ତାହା ୧୦% ହୋଇଯାଇଥିବ। ଏପରି ସ୍ଥଳେ ଆପଣ ଜାଣିନେବା ଉଚିତ କି ଆପଣଙ୍କ ମୋବାଇଲରେ କିଛି ଗୋଟେ ନକଲି ଆପ୍‌ ରହିଛି। କାରଣ ମୋବାଇଲରେ କୌଣସି ଭାରରସ୍‌ ରହିଲେ ମୋବାଇଲର ବ୍ୟାଟେରୀ ଶିଘ୍ର ସରିଥାଏ।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିର ରତ୍ନ ଅଳଙ୍କାର ଗଣତି ମଣତିର ଶୁଭ ମୁହୂର୍ତ୍ତକୁ ନେଇ କେଁ; ତିଥି ଓ ବାରକୁ ନେଇ ଆପତ୍ତି ଉଠାଇଲେ ଜ୍ୟୋତିର୍ବିଦ୍‌

ଆପ୍‌ ଡାଉନ୍‌ଲୋଡ୍‌ ପୂର୍ବରୁ ରେଣ୍ଟିଙ୍ଗ ଦେଖନ୍ତୁ

ଆପ୍ ଡାଉନଲୋଡ୍ କରିବାବେଳେ, ଏହି ଆପ୍ କେତେ ଲୋକ ଡାଉନଲୋଡ୍ କରିଛନ୍ତି ସେଥିପ୍ରତି ଧ୍ୟାନ ଦିଅନ୍ତୁ । ଯଥା ସେମାନେ ଏହାକୁ କେତେଥର ଡାଉନଲୋଡ୍ କରିଛନ୍ତି । ଲୋକମାନେ ଆପ୍ ବିଷୟରେ ସେମାନଙ୍କର ଅଭିଜ୍ଞତା ମଧ୍ୟ ବାଣ୍ଟନ୍ତି । ଆପ୍‌ଟିକୁ କେତେ ରେଣ୍ଟିରେ ମିଳିଛି ତାହା ମଧ୍ୟ ଦେଖନ୍ତୁ।  ଏହାକୁ ଦେଖିବା ପରେ ଆପ୍ ଡାଉନଲୋଡ୍ କରନ୍ତୁ ।

ଆପ୍‌ର ସ୍ପେଲିଙ୍ଗ(ବନାନ)

ଆପ୍ ଡାଉନଲୋଡ୍ କରିବାବେଳେ, ଆପଣ ଧ୍ୟାନ ଦେବା ଉଚିତ୍ ଯେ ଯଦି ଏକ ଆପର ବନାନରେ କିଛି ଭୁଲ୍ ଥାଏ, ତେବେ ଏପରି ଆପ୍ ଡାଉନଲୋଡ୍ କରିବା ଠାରୁ ଦୂରେଇ ରୁହନ୍ତୁ । କାରଣ ସାଇବର ଠକ ମାନେ ସଠିକ ଆପ୍‌ର ଅବିକଳ ନକଲ ଆପ ପ୍ରସ୍ତୁତ କରି ପ୍ଲେଷ୍ଟୋରରେ ଛାଡିଥାନ୍ତି। ସଠିକ୍‌ ଆପର ସ୍ପେଲିଙ୍ଗ(ବନାନ) ସହିତ ନକଲି ଆପର ମାତ୍ର ଗୋଟିଏ ଲେଟର ଚେଞ୍ଜ କରିଦେଇଥାନ୍ତି। ଯାହା ହଠାତ୍‌ ଜାଣିହୁଏ ନାହିଁ। ସଠିକ ଭାବେ ନଦେଖି ଡାଉନ୍‌ଲୋକ କରି ମୋବାଇଲ୍‌ରେ ଇନ୍‌ଷ୍ଟଲ କରିଦେଲେ ସାଇବର ଠକ ମାନେ ସେହି ଆପ୍‌ ମାଧ୍ୟମରେ ଆପଣଙ୍କର ମୋବାଇଲକୁ ସେମାନଙ୍କ ଅସ୍ତିଆରକୁ ନେଇଯାଆନ୍ତି। ମୋବାଇଲ ଆପଣ ଧରିଥିବେ କିନ୍ତୁ ସେମାନେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ଖାଲି କରିଦେବେ ।

ଅସଲି-ନକଲି ଚିହ୍ନନ୍ତୁ

ପ୍ଲେଷ୍ଟୋରରେ ଅନେକ ଆପ୍ ଅଛି ଯାହା ନକଲି ଏବଂ ଏକ ପ୍ରକୃତ ଆପ୍ କପି। ଏଗୁଡିକ ମଧ୍ୟ ଡାଉନଲୋଡ୍ କରିବା ଠାରୁ ଦୂରେଇ ରୁହନ୍ତୁ, କାରଣ ଏହି ଆପଗୁଡ଼ିକ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଖାଲି କରିପାରେ। ବର୍ତ୍ତମାନ  ପ୍ଲେଷ୍ଟୋରରେ ଫଟୋ ଏଡିଟ୍‌, ଭିଡିଓ ଏଡିଟ୍‌, ସ୍କାନର ଇତ୍ୟାଦି ବହୁ ମାଳମାଳ ଆପ୍‌ ରହିଛି। ସେଥି ମଧ୍ୟରୁ ବହୁ ଆପ୍‌ ନକଲି, ଯାହା ଆପଣଙ୍କୁ ଅସୁବିଧାରେ ପକାଇପାରେ। ତେଣୁ ଆପ୍‌ ଡାଉନ୍‌ଲୋଡ୍‌ କରିବା ସମୟରେ ଠିକ୍‌ ଭାବେ ଦେଖି ସଠିକ ଆପ୍‌ ଡାଉନଲୋଡ୍‌ କରନ୍ତୁ।

28 Nov 2021 By The Sakala

ଡାଉନ୍‌ଲୋଡ୍ କରୁଥିବା ଆପ୍‌ରେ ଏହି ୪ଟି ତ୍ରୁଟି ଦେଖିଲେ ତୁରନ୍ତ କରନ୍ତୁ ଡିଲିଟ୍‌, ନହେଲେ ଖାଲି ହୋଇଯିବ ବ୍ୟାଙ୍କ ଆକାଉଣ୍ଟ

ଆଜିକାଲି ଆପଣ ସମସ୍ତଙ୍କ ହାତରେ ଏକ ସ୍ମାର୍ଟଫୋନ୍ ଦେଖିବେ। ଘରେ କାମ କରୁଥିବା ଲୋକଙ୍କ ଠାରୁ ଆରମ୍ଭ କରି ଅଫିସ୍ ପର୍ଯ୍ୟନ୍ତ ସମସ୍ତଙ୍କର କାମ ମୋବାଇଲ୍ ଫୋନ୍ ବିନା ଅଧୁରା।ଲୋକମାନେ ମୋବାଇଲରେ ଅନେକ ପ୍ରକାରର କାମ କରନ୍ତି, ସେଥିମଧ୍ୟରୁ ଗୋଟିଏ ହେଉଛି ଅନଲାଇନ୍ ବ୍ୟାଙ୍କିଙ୍ଗ୍ । ବର୍ତ୍ତମାନ ଏମିତି ହେଲାଣି ଲୋକାମାନେ ପାଖରେ ଆଉ କ୍ୟାସ୍‌ ରଖୁନାହାନ୍ତି। ଯୁଆଡେ ଗଲେ ସାଙ୍ଗରେ ମୋବାଇଲ ଥିଲେ ଆଉ କ୍ୟାସ୍‌ର ଆବଶ୍ୟକ ପଡୁନି।  ଏଭଳି ପରିସ୍ଥିତିରେ ପରସ୍ପରକୁ ଟଙ୍କା ପଠାଇବା ଅତ୍ୟନ୍ତ ସହଜ ହୋଇଛି, କିନ୍ତୁ ଏସବୁ ମଧ୍ୟରେ ସାଇବର ଠକେଇର ଆଶଙ୍କା ମଧ୍ୟ ବହୁତ ବୃଦ୍ଧି ପାଇଛି । ଏହିପରି ମାମଲା ପ୍ରତିଦିନ ସାମ୍ନାକୁ ଆସୁଛି। ଆମ ମୋବାଇଲରେ ଥିବା କେତେକ ଆପ୍‌ ପାଇଁ ମଧ୍ୟ ଆପକୁ ଅଧିକାଂଶ ସମୟରେ ସାଇବର ଠକେଇର ଶିକାର ହେବାକୁ ପଡୁଛି।

ଆମେ ଆମ ଫୋନ୍‌ରେ ବହୁତ ଆପ୍‌ ଡାଉନ୍‌ଲୋଡ୍‌ କରି ରଖିଥାନ୍ତି। ଆପ୍‌ ଡାଉନ୍‌ଲୋଡ୍‌ କରିବା ପୂର୍ବରୁ ଆମେ ସେହି ଆପ୍‌ଟି ଅସଲି କି ନକଲି ଦେଖନ୍ତିନି। ଏପରି ବହୁତ ନକଲି ଆପ୍‌ ରହିଛି ଯାହା ଅସଲି ଆପ ପରି ଲାଗିଥାଏ କିନ୍ତୁ ତାହା ନକଲି ହୋଇଯାଏ। ଏପରି ପରିସ୍ଥିତିରେ ଆପଣ କିପରି ଜାଣିବେ ଆପଣ ଡାଉନଲୋଡ କରୁଥିବା ଆପ୍‌ଟି ଅସଲି କି ନକଲି। ତାହା ଜାଣିବା ନିହାତି ଆବଶ୍ୟକ କାରଣ ନଜାଣିଲେ କେତେବେଳେ ସାଇବର ଠକେଇର ଶିକାର ହୋଇପାରନ୍ତି।

ମୋବାଇଲର ବ୍ୟାଟେରୀ ଶିଘ୍ର ସରୁଥିଲେ

ଏପରି ଅନେକ ଆପ୍‌ ରହିଛି ଯାହାକୁ ଆପଣ ଇନ୍‌ଷ୍ଟଲ କରିବା ପରେ ଆପଣଙ୍କ ମୋବାଇଲ୍‌ ବ୍ୟାଟେରୀ ଶିଘ୍ର ସରିଥାଏ। ଏପରି ସ୍ଥିତି ହୁଏ ଆପଣ ଦେଖିଥିବେ ଆପଣଙ୍କ ମୋବାଇଲରେ ୭୦% ଚାର୍ଜ ଥିବ କିନ୍ତୁ କିଛି ସମୟ ପରେ ତାହା ୧୦% ହୋଇଯାଇଥିବ। ଏପରି ସ୍ଥଳେ ଆପଣ ଜାଣିନେବା ଉଚିତ କି ଆପଣଙ୍କ ମୋବାଇଲରେ କିଛି ଗୋଟେ ନକଲି ଆପ୍‌ ରହିଛି। କାରଣ ମୋବାଇଲରେ କୌଣସି ଭାରରସ୍‌ ରହିଲେ ମୋବାଇଲର ବ୍ୟାଟେରୀ ଶିଘ୍ର ସରିଥାଏ।

ଆପ୍‌ ଡାଉନ୍‌ଲୋଡ୍‌ ପୂର୍ବରୁ ରେଣ୍ଟିଙ୍ଗ ଦେଖନ୍ତୁ

ଆପ୍ ଡାଉନଲୋଡ୍ କରିବାବେଳେ, ଏହି ଆପ୍ କେତେ ଲୋକ ଡାଉନଲୋଡ୍ କରିଛନ୍ତି ସେଥିପ୍ରତି ଧ୍ୟାନ ଦିଅନ୍ତୁ । ଯଥା ସେମାନେ ଏହାକୁ କେତେଥର ଡାଉନଲୋଡ୍ କରିଛନ୍ତି । ଲୋକମାନେ ଆପ୍ ବିଷୟରେ ସେମାନଙ୍କର ଅଭିଜ୍ଞତା ମଧ୍ୟ ବାଣ୍ଟନ୍ତି । ଆପ୍‌ଟିକୁ କେତେ ରେଣ୍ଟିରେ ମିଳିଛି ତାହା ମଧ୍ୟ ଦେଖନ୍ତୁ।  ଏହାକୁ ଦେଖିବା ପରେ ଆପ୍ ଡାଉନଲୋଡ୍ କରନ୍ତୁ ।

ଆପ୍‌ର ସ୍ପେଲିଙ୍ଗ(ବନାନ)

ଆପ୍ ଡାଉନଲୋଡ୍ କରିବାବେଳେ, ଆପଣ ଧ୍ୟାନ ଦେବା ଉଚିତ୍ ଯେ ଯଦି ଏକ ଆପର ବନାନରେ କିଛି ଭୁଲ୍ ଥାଏ, ତେବେ ଏପରି ଆପ୍ ଡାଉନଲୋଡ୍ କରିବା ଠାରୁ ଦୂରେଇ ରୁହନ୍ତୁ । କାରଣ ସାଇବର ଠକ ମାନେ ସଠିକ ଆପ୍‌ର ଅବିକଳ ନକଲ ଆପ ପ୍ରସ୍ତୁତ କରି ପ୍ଲେଷ୍ଟୋରରେ ଛାଡିଥାନ୍ତି। ସଠିକ୍‌ ଆପର ସ୍ପେଲିଙ୍ଗ(ବନାନ) ସହିତ ନକଲି ଆପର ମାତ୍ର ଗୋଟିଏ ଲେଟର ଚେଞ୍ଜ କରିଦେଇଥାନ୍ତି। ଯାହା ହଠାତ୍‌ ଜାଣିହୁଏ ନାହିଁ। ସଠିକ ଭାବେ ନଦେଖି ଡାଉନ୍‌ଲୋକ କରି ମୋବାଇଲ୍‌ରେ ଇନ୍‌ଷ୍ଟଲ କରିଦେଲେ ସାଇବର ଠକ ମାନେ ସେହି ଆପ୍‌ ମାଧ୍ୟମରେ ଆପଣଙ୍କର ମୋବାଇଲକୁ ସେମାନଙ୍କ ଅସ୍ତିଆରକୁ ନେଇଯାଆନ୍ତି। ମୋବାଇଲ ଆପଣ ଧରିଥିବେ କିନ୍ତୁ ସେମାନେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ଖାଲି କରିଦେବେ ।

ଅସଲି-ନକଲି ଚିହ୍ନନ୍ତୁ

ପ୍ଲେଷ୍ଟୋରରେ ଅନେକ ଆପ୍ ଅଛି ଯାହା ନକଲି ଏବଂ ଏକ ପ୍ରକୃତ ଆପ୍ କପି। ଏଗୁଡିକ ମଧ୍ୟ ଡାଉନଲୋଡ୍ କରିବା ଠାରୁ ଦୂରେଇ ରୁହନ୍ତୁ, କାରଣ ଏହି ଆପଗୁଡ଼ିକ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଖାଲି କରିପାରେ। ବର୍ତ୍ତମାନ  ପ୍ଲେଷ୍ଟୋରରେ ଫଟୋ ଏଡିଟ୍‌, ଭିଡିଓ ଏଡିଟ୍‌, ସ୍କାନର ଇତ୍ୟାଦି ବହୁ ମାଳମାଳ ଆପ୍‌ ରହିଛି। ସେଥି ମଧ୍ୟରୁ ବହୁ ଆପ୍‌ ନକଲି, ଯାହା ଆପଣଙ୍କୁ ଅସୁବିଧାରେ ପକାଇପାରେ। ତେଣୁ ଆପ୍‌ ଡାଉନ୍‌ଲୋଡ୍‌ କରିବା ସମୟରେ ଠିକ୍‌ ଭାବେ ଦେଖି ସଠିକ ଆପ୍‌ ଡାଉନଲୋଡ୍‌ କରନ୍ତୁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର