୧୩ ବର୍ଷ ପ୍ରତିକ୍ଷାର ହେଲା ଅନ୍ତ : ଆକ୍ସନ-ଥ୍ରୀଲର-ସସ୍‌ପେନ୍ସ ଭରା ଫାଇନାଲରେ ଜିତିଲା ଟିମ୍‌ ଇଣ୍ଡିଆ

The Sakala Picture
Published On

ନୂଆଦିଲ୍ଲୀ : ୧୩ ବର୍ଷ ଧରି ଆଇସିସି ଟ୍ରଫିକୁ ଭାରତ କରିଥିବା ପ୍ରତିକ୍ଷାର ଅନ୍ତ ହୋଇଛି। ଶେଷରେ ଭାରତ ୨୦୧୧ ପରେ ପୁଣି ଥରେ ଆଇସିସି ଟ୍ରଫି ଜିତିଛି। ବାର୍ବାଡୋସ ବ୍ରିଜ୍‌ଟାଉନ୍‌ସ୍ଥିତ କେନସିଂଟନ ଓଭାଲ ଗ୍ରାଉଣ୍ଡରେ ଖେଳାଯାଉଥିବା  ଟି-୨୦ ବିଶ୍ୱକପ୍‌ ୯ମ ସଂସ୍କରଣର ଫାଇନାଲ ମ୍ୟାଚରେ ଭାରତ ଦକ୍ଷିଣ ଆଫ୍ରିକାକୁ ୭ ରନରେ ପରାସ୍ତ କରି ଚାମ୍ପିଅନ ହୋଇଛି । ୨୦୧୧ରେ ଆଇସିସି ଦିନିକିଆ ବିଶ୍ବକପ୍‌ ଏବଂ  ୧୭ ବର୍ଷ ପରେ ଅର୍ଥାତ ୨୦୦୭ ପରେ ଭାରତ […]

ନୂଆଦିଲ୍ଲୀ : ୧୩ ବର୍ଷ ଧରି ଆଇସିସି ଟ୍ରଫିକୁ ଭାରତ କରିଥିବା ପ୍ରତିକ୍ଷାର ଅନ୍ତ ହୋଇଛି। ଶେଷରେ ଭାରତ ୨୦୧୧ ପରେ ପୁଣି ଥରେ ଆଇସିସି ଟ୍ରଫି ଜିତିଛି। ବାର୍ବାଡୋସ ବ୍ରିଜ୍‌ଟାଉନ୍‌ସ୍ଥିତ କେନସିଂଟନ ଓଭାଲ ଗ୍ରାଉଣ୍ଡରେ ଖେଳାଯାଉଥିବା  ଟି-୨୦ ବିଶ୍ୱକପ୍‌ ୯ମ ସଂସ୍କରଣର ଫାଇନାଲ ମ୍ୟାଚରେ ଭାରତ ଦକ୍ଷିଣ ଆଫ୍ରିକାକୁ ୭ ରନରେ ପରାସ୍ତ କରି ଚାମ୍ପିଅନ ହୋଇଛି । ୨୦୧୧ରେ ଆଇସିସି ଦିନିକିଆ ବିଶ୍ବକପ୍‌ ଏବଂ  ୧୭ ବର୍ଷ ପରେ ଅର୍ଥାତ ୨୦୦୭ ପରେ ଭାରତ ପୁଣି ଥରେ ଟି-୨୦ ବିଶ୍ବ ଚାମ୍ପିଅନ ହୋଇଛି ।

ଆହୁରି ପଢ଼ନ୍ତୁ: ଜିମ୍ବାୱେ ବିପକ୍ଷ ଟି-୨୦ ସିରିଜ୍ ପୂର୍ବରୁ ଅଧିନାୟକ ଶ୍ରେୟସ ଆୟରଙ୍କ ବଡ଼ ବୟାନ, ଦଳକୁ ଦେଲେ 'ନିର୍ଭୀକ' ମନ୍ତ୍ର

ଆଜି ଖେଳାଯାଉଥିବା ଫାଇନଲା ମ୍ୟାଚରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହେବା ପରେ ମଧ୍ୟ ବିରାଟଙ୍କ ଦମଦାର ଅର୍ଦ୍ଧଶତକ ଓ ଅକ୍ଷର ପଟେଲଙ୍କ ନିର୍ଭରଯୋଗ୍ୟ ପାଳି ପାଇଁ ଭାରତ ନିର୍ଦ୍ଧାରିତ ୨୦ ଓଭର ଖେଳି ୭ ୱିକେଟ ହରାଇ ୧୭୬ ରନ୍‌ ସଂଗ୍ରହ କରିଥିଲା। ଯାହା ଫଳରେ ଦକ୍ଷିଣ ଆଫ୍ରିକାକୁ ଫାଇନାଲ ଜିତିବା ପାଇଁ ୧୭୭ ରନ୍‌ର ଟାର୍ଗେଟ ମିଳିଥିଲା।

ଆହୁରି ପଢ଼ନ୍ତୁ: ଆସନ୍ତା ସେପ୍ଟେମ୍ବର ମାସରେ ଆନ୍ତର୍ଜାତୀୟ ଫୁଟବଲରୁ ଅବସର ନେବେ କ୍ରିଷ୍ଟିଆନୋ ରୋନାଲ୍ଡୋ!

ପ୍ରଥମ ଥର ପାଇଁ କୌଣସି ଆଇସିସି ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଥିବା ଦକ୍ଷିଣ ଆଫ୍ରିକା ୧୭୭ ରନ୍‌ର ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲେ ମଧ୍ୟ ଆରମ୍ଭରୁ ଦୁଇଟି ଓ୍ବିକେଟ ହରାଇ ସଂକଟରେ ପଡ଼ିଥିଲା । ରେଜା ହେଣ୍ଡରିକ୍ସ ମାତ୍ର ୪ ରନ ଓ ଅଧିନାୟକ ଆଇଡେନ ମାର୍କରାମ ୭ ରନ କରି ଆଉଟ ହୋଇଥିଲେ । କିନ୍ତୁ ଏହାପରେ ଅସଲ ଖେଳ ଆରମ୍ଭ ହୋଇଥିଲା। ୱିକେଟ କିପର ବ୍ୟାଟର କ୍ବିଣ୍ଟନ ଡିକକ୍ ଓ ଟ୍ରଷ୍ଟାନ ଷ୍ଟବସ୍ ଏକ ଭଲ ପାର୍ଟନରସିପ କରି ପାଳିକୁ ସମ୍ଭାଳିଥିଲେ । ଷ୍ଟବସ ୩୧ ରନ କରି ଆଉଟ ହେବା ପରେ ଡିକକ୍ ଓ ହେନରିକ କ୍ଲାସେନଙ୍କ ମଧ୍ୟରେ ବି ଏକ ଭଲ ପାର୍ଟନରସିପ ହୋଇଥିଲା । ଡିକକ୍ ୩୯ ରନ କରିଥିବାବେଳେ କ୍ଲାସେନ ୫୨ରନ କରିଥିଲେ । ଡେଭିଡ ମିଲର ୨୧ ରନ କରି ଆଉଟ ହୋଇଥିଲେ । ଦକ୍ଷିଣ ଆଫ୍ରିକା ଦଳ ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୬୯ ରନ କରିପାରିଥିଲା ।

ଆହୁରି ପଢ଼ନ୍ତୁ: ସେପ୍ଟେମ୍ବରରେ ଭାରତ-ଆଫଗାନିସ୍ତାନ ଟି-୨୦ ସିରିଜ୍‌: ଦିଲ୍ଲୀରେ ଖେଳାଯିବ ମ୍ୟାଚ୍‌, ଆୟୋଜକ ସାଜିବ ଆଫଗାନିସ୍ତାନ

29 Jun 2024 By The Sakala

୧୩ ବର୍ଷ ପ୍ରତିକ୍ଷାର ହେଲା ଅନ୍ତ : ଆକ୍ସନ-ଥ୍ରୀଲର-ସସ୍‌ପେନ୍ସ ଭରା ଫାଇନାଲରେ ଜିତିଲା ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ : ୧୩ ବର୍ଷ ଧରି ଆଇସିସି ଟ୍ରଫିକୁ ଭାରତ କରିଥିବା ପ୍ରତିକ୍ଷାର ଅନ୍ତ ହୋଇଛି। ଶେଷରେ ଭାରତ ୨୦୧୧ ପରେ ପୁଣି ଥରେ ଆଇସିସି ଟ୍ରଫି ଜିତିଛି। ବାର୍ବାଡୋସ ବ୍ରିଜ୍‌ଟାଉନ୍‌ସ୍ଥିତ କେନସିଂଟନ ଓଭାଲ ଗ୍ରାଉଣ୍ଡରେ ଖେଳାଯାଉଥିବା  ଟି-୨୦ ବିଶ୍ୱକପ୍‌ ୯ମ ସଂସ୍କରଣର ଫାଇନାଲ ମ୍ୟାଚରେ ଭାରତ ଦକ୍ଷିଣ ଆଫ୍ରିକାକୁ ୭ ରନରେ ପରାସ୍ତ କରି ଚାମ୍ପିଅନ ହୋଇଛି । ୨୦୧୧ରେ ଆଇସିସି ଦିନିକିଆ ବିଶ୍ବକପ୍‌ ଏବଂ  ୧୭ ବର୍ଷ ପରେ ଅର୍ଥାତ ୨୦୦୭ ପରେ ଭାରତ ପୁଣି ଥରେ ଟି-୨୦ ବିଶ୍ବ ଚାମ୍ପିଅନ ହୋଇଛି ।

ଆଜି ଖେଳାଯାଉଥିବା ଫାଇନଲା ମ୍ୟାଚରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହେବା ପରେ ମଧ୍ୟ ବିରାଟଙ୍କ ଦମଦାର ଅର୍ଦ୍ଧଶତକ ଓ ଅକ୍ଷର ପଟେଲଙ୍କ ନିର୍ଭରଯୋଗ୍ୟ ପାଳି ପାଇଁ ଭାରତ ନିର୍ଦ୍ଧାରିତ ୨୦ ଓଭର ଖେଳି ୭ ୱିକେଟ ହରାଇ ୧୭୬ ରନ୍‌ ସଂଗ୍ରହ କରିଥିଲା। ଯାହା ଫଳରେ ଦକ୍ଷିଣ ଆଫ୍ରିକାକୁ ଫାଇନାଲ ଜିତିବା ପାଇଁ ୧୭୭ ରନ୍‌ର ଟାର୍ଗେଟ ମିଳିଥିଲା।

ପ୍ରଥମ ଥର ପାଇଁ କୌଣସି ଆଇସିସି ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଥିବା ଦକ୍ଷିଣ ଆଫ୍ରିକା ୧୭୭ ରନ୍‌ର ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲେ ମଧ୍ୟ ଆରମ୍ଭରୁ ଦୁଇଟି ଓ୍ବିକେଟ ହରାଇ ସଂକଟରେ ପଡ଼ିଥିଲା । ରେଜା ହେଣ୍ଡରିକ୍ସ ମାତ୍ର ୪ ରନ ଓ ଅଧିନାୟକ ଆଇଡେନ ମାର୍କରାମ ୭ ରନ କରି ଆଉଟ ହୋଇଥିଲେ । କିନ୍ତୁ ଏହାପରେ ଅସଲ ଖେଳ ଆରମ୍ଭ ହୋଇଥିଲା। ୱିକେଟ କିପର ବ୍ୟାଟର କ୍ବିଣ୍ଟନ ଡିକକ୍ ଓ ଟ୍ରଷ୍ଟାନ ଷ୍ଟବସ୍ ଏକ ଭଲ ପାର୍ଟନରସିପ କରି ପାଳିକୁ ସମ୍ଭାଳିଥିଲେ । ଷ୍ଟବସ ୩୧ ରନ କରି ଆଉଟ ହେବା ପରେ ଡିକକ୍ ଓ ହେନରିକ କ୍ଲାସେନଙ୍କ ମଧ୍ୟରେ ବି ଏକ ଭଲ ପାର୍ଟନରସିପ ହୋଇଥିଲା । ଡିକକ୍ ୩୯ ରନ କରିଥିବାବେଳେ କ୍ଲାସେନ ୫୨ରନ କରିଥିଲେ । ଡେଭିଡ ମିଲର ୨୧ ରନ କରି ଆଉଟ ହୋଇଥିଲେ । ଦକ୍ଷିଣ ଆଫ୍ରିକା ଦଳ ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୬୯ ରନ କରିପାରିଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର