ଟିମ୍‌ ଇଣ୍ଡିଆ ଟି-୨୦ ବିଶ୍ୱକପ୍ ଦଳରେ ପରିବର୍ତ୍ତନ, ଅକ୍ଷର ପଟେଲଙ୍କ ସ୍ଥାନରେ ଦଳରେ ସ୍ଥାନ ପାଇଲେ ସାର୍ଦ୍ଦୁଲ ଠାକୁର

The Sakala Picture
Published On

ଦୁବାଇ : ଟି-୨୦ ବିଶ୍ଵ କପ୍ ଆରମ୍ଭ ହେବାକୁ ଆଉ ଚାରି ଦିନ ବାକି ରହିଛି। ଏହି ମେଗା ଟୁର୍ଣ୍ଣାମେଣ୍ଟ ପାଇଁ ସମସ୍ତ ଦେଶ ନିଜର ଦଳ ଘୋଷଣା କରି ସାରିଛନ୍ତି। ତଥାପି ଏବେ ମଧ୍ୟ ଯେ କୌଣସି ଦଳ ନିଜ ଖେଳାଳିଙ୍କ ମଧ୍ୟରେ କିଛି ପରିବର୍ତ୍ତନ କରୁଛନ୍ତି। ଏହି କ୍ରମରେ ଭାରତୀୟ ଟି-୨୦ ବିଶ୍ୱକପ୍ ଦଳରେ ପରିବର୍ତ୍ତନ ହୋଇଛି । ଅଲରାଉଣ୍ଡର ଅକ୍ଷର ପଟେଲଙ୍କ ଜାଗା ନେଇଛନ୍ତି ଦ୍ରୁତ ବୋଲର ସାର୍ଦ୍ଦୁଲ ଠାକୁର । ବୁଧବାର ଏନେଇ […]

ଦୁବାଇ : ଟି-୨୦ ବିଶ୍ଵ କପ୍ ଆରମ୍ଭ ହେବାକୁ ଆଉ ଚାରି ଦିନ ବାକି ରହିଛି। ଏହି ମେଗା ଟୁର୍ଣ୍ଣାମେଣ୍ଟ ପାଇଁ ସମସ୍ତ ଦେଶ ନିଜର ଦଳ ଘୋଷଣା କରି ସାରିଛନ୍ତି। ତଥାପି ଏବେ ମଧ୍ୟ ଯେ କୌଣସି ଦଳ ନିଜ ଖେଳାଳିଙ୍କ ମଧ୍ୟରେ କିଛି ପରିବର୍ତ୍ତନ କରୁଛନ୍ତି। ଏହି କ୍ରମରେ ଭାରତୀୟ ଟି-୨୦ ବିଶ୍ୱକପ୍ ଦଳରେ ପରିବର୍ତ୍ତନ ହୋଇଛି । ଅଲରାଉଣ୍ଡର ଅକ୍ଷର ପଟେଲଙ୍କ ଜାଗା ନେଇଛନ୍ତି ଦ୍ରୁତ ବୋଲର ସାର୍ଦ୍ଦୁଲ ଠାକୁର । ବୁଧବାର ଏନେଇ ବିସିସିଆଇ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି । ବିସିସିଆଇ ପକ୍ଷରୁ କୁହାଯାଇଛି ଯେ, ସିନିୟର ସିଲେକ୍ସନ କମିଟି ସହିତ ଆଲୋଚନା କରିବା ପରେ ଏନେଇ ନିଷ୍ପତ୍ତି ନିଆଯାଇଛି। ଅକ୍ଷରଙ୍କୁ ରିଜର୍ଭ ଖେଳାଳି ଭାବେ ଦଳରେ ରଖାଯାଇଛି।

ଆହୁରି ପଢ଼ନ୍ତୁ: ଆଇପିଏଲ୍ ୨୦୨୬: ହ୍ୟାଟ୍ରିକ୍ ପରାଜୟ ପରେ ସିଏସକେ ପାଇଁ ଖୁସି ଖବର, ଦଳକୁ ଫେରିବେ ଏମଏସ୍ ଧୋନି ଓ ଡେୱାଲ୍ଡ ବ୍ରେଭିସ୍

ଚୟନକର୍ତ୍ତାମାନେ ଗତ ସେପ୍ଟେମ୍ବରରେ ୯ରେ  ଟି -୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କରିଥିଲେ। ସେଥିରେ ୧୫ ଜଣ ଖେଳାଳି ମନୋନୀତ ହୋଇଥିଲେ । ଅବଶ୍ୟ  ଆଇପିଏଲରେ କିଛି ଖେଳାଳିଙ୍କ ଫର୍ମ ଚିନ୍ତାର ବିଷୟ ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ଏହି ପରିବର୍ତ୍ତନ କରାଯାଇଛି। ଶାର୍ଦ୍ଦୁଲଙ୍କୁ ହାର୍ଦ୍ଦିକଙ୍କ କଭର ଭାବେ ଦଳରେ ସାମିଲ କରାଯାଇଛି। ଦୀର୍ଘ ଦିନ ଧରି ହାର୍ଦ୍ଦିକ ବୋଲିଂ କରିନାହାଁନ୍ତି। ତାଙ୍କୁ କେବଳ ବ୍ୟାଟ୍ସମ୍ୟାନ୍ ଭାବରେ ଦଳରେ ସାମିଲ କରାଯାଇଛି।ଏଭଳି ପରିସ୍ଥିତିରେ ଶାର୍ଦ୍ଦୁଲଙ୍କୁ ତାଙ୍କ ସ୍ଥାନରେ ଅନ୍ତର୍ଭୁକ୍ତ କରାଯାଇପାରେ। ବୋଲିଂ ସହିତ ଶାର୍ଦ୍ଦୁଲ ମଧ୍ୟ ଆକ୍ରମଣାତ୍ମକ ବ୍ୟାଟିଂ କରିପାରିବେ।

13 Oct 2021 By The Sakala

ଟିମ୍‌ ଇଣ୍ଡିଆ ଟି-୨୦ ବିଶ୍ୱକପ୍ ଦଳରେ ପରିବର୍ତ୍ତନ, ଅକ୍ଷର ପଟେଲଙ୍କ ସ୍ଥାନରେ ଦଳରେ ସ୍ଥାନ ପାଇଲେ ସାର୍ଦ୍ଦୁଲ ଠାକୁର

ଦୁବାଇ : ଟି-୨୦ ବିଶ୍ଵ କପ୍ ଆରମ୍ଭ ହେବାକୁ ଆଉ ଚାରି ଦିନ ବାକି ରହିଛି। ଏହି ମେଗା ଟୁର୍ଣ୍ଣାମେଣ୍ଟ ପାଇଁ ସମସ୍ତ ଦେଶ ନିଜର ଦଳ ଘୋଷଣା କରି ସାରିଛନ୍ତି। ତଥାପି ଏବେ ମଧ୍ୟ ଯେ କୌଣସି ଦଳ ନିଜ ଖେଳାଳିଙ୍କ ମଧ୍ୟରେ କିଛି ପରିବର୍ତ୍ତନ କରୁଛନ୍ତି। ଏହି କ୍ରମରେ ଭାରତୀୟ ଟି-୨୦ ବିଶ୍ୱକପ୍ ଦଳରେ ପରିବର୍ତ୍ତନ ହୋଇଛି । ଅଲରାଉଣ୍ଡର ଅକ୍ଷର ପଟେଲଙ୍କ ଜାଗା ନେଇଛନ୍ତି ଦ୍ରୁତ ବୋଲର ସାର୍ଦ୍ଦୁଲ ଠାକୁର । ବୁଧବାର ଏନେଇ ବିସିସିଆଇ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି । ବିସିସିଆଇ ପକ୍ଷରୁ କୁହାଯାଇଛି ଯେ, ସିନିୟର ସିଲେକ୍ସନ କମିଟି ସହିତ ଆଲୋଚନା କରିବା ପରେ ଏନେଇ ନିଷ୍ପତ୍ତି ନିଆଯାଇଛି। ଅକ୍ଷରଙ୍କୁ ରିଜର୍ଭ ଖେଳାଳି ଭାବେ ଦଳରେ ରଖାଯାଇଛି।

ଚୟନକର୍ତ୍ତାମାନେ ଗତ ସେପ୍ଟେମ୍ବରରେ ୯ରେ  ଟି -୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କରିଥିଲେ। ସେଥିରେ ୧୫ ଜଣ ଖେଳାଳି ମନୋନୀତ ହୋଇଥିଲେ । ଅବଶ୍ୟ  ଆଇପିଏଲରେ କିଛି ଖେଳାଳିଙ୍କ ଫର୍ମ ଚିନ୍ତାର ବିଷୟ ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ଏହି ପରିବର୍ତ୍ତନ କରାଯାଇଛି। ଶାର୍ଦ୍ଦୁଲଙ୍କୁ ହାର୍ଦ୍ଦିକଙ୍କ କଭର ଭାବେ ଦଳରେ ସାମିଲ କରାଯାଇଛି। ଦୀର୍ଘ ଦିନ ଧରି ହାର୍ଦ୍ଦିକ ବୋଲିଂ କରିନାହାଁନ୍ତି। ତାଙ୍କୁ କେବଳ ବ୍ୟାଟ୍ସମ୍ୟାନ୍ ଭାବରେ ଦଳରେ ସାମିଲ କରାଯାଇଛି।ଏଭଳି ପରିସ୍ଥିତିରେ ଶାର୍ଦ୍ଦୁଲଙ୍କୁ ତାଙ୍କ ସ୍ଥାନରେ ଅନ୍ତର୍ଭୁକ୍ତ କରାଯାଇପାରେ। ବୋଲିଂ ସହିତ ଶାର୍ଦ୍ଦୁଲ ମଧ୍ୟ ଆକ୍ରମଣାତ୍ମକ ବ୍ୟାଟିଂ କରିପାରିବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର