ରୋହିତ ଶର୍ମାଙ୍କ ବଡ଼ ରେକର୍ଡ : ଷଷ୍ଠ ଭାରତୀୟ ବ୍ୟାଟର ଭାବେ ଦିନିକିଆରେ ପୂରଣ କଲେ ୧୦ ହଜାର ରନ୍‌

The Sakala Picture
Published On

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ଏକ ବଡ଼ ରେକର୍ଡା ଅଧିକାରୀ ହୋଇଛନ୍ତି। କଲମ୍ବୋର ଆର୍ ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଉଥିବା ଏସିଆ କପ୍‌ର ସୁପର-୪ର ମ୍ୟାଚରେ ରୋହିତ ଦିନିକିଆ କ୍ରିକେଟରେ ୧୦ ହଜାର ରନ୍‌ ପୂରଣ କରିଛନ୍ତି। ରୋହିତ ଏହି ରେକର୍ଡ ହାସଲ କରିବାରେ ଷଷ୍ଠ ଭାରତୀୟ ହୋଇଛନ୍ତି।  ତାଙ୍କ ପୂର୍ବରୁ ସଚିନ ତେନ୍ଦୁଲକର,ସୌରଭ ଗାଙ୍ଗୁଲି, ରାହୁଲ ଦ୍ରାବିଡ, ମହେନ୍ଦ୍ର ସିଂ ଧୋନୀ ଏବଂ ବିରାଟ କୋହଲି ଏହି ରେକର୍ଡ ହାସଲ କରିଛନ୍ତି। […]

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ଏକ ବଡ଼ ରେକର୍ଡା ଅଧିକାରୀ ହୋଇଛନ୍ତି। କଲମ୍ବୋର ଆର୍ ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଉଥିବା ଏସିଆ କପ୍‌ର ସୁପର-୪ର ମ୍ୟାଚରେ ରୋହିତ ଦିନିକିଆ କ୍ରିକେଟରେ ୧୦ ହଜାର ରନ୍‌ ପୂରଣ କରିଛନ୍ତି। ରୋହିତ ଏହି ରେକର୍ଡ ହାସଲ କରିବାରେ ଷଷ୍ଠ ଭାରତୀୟ ହୋଇଛନ୍ତି।  ତାଙ୍କ ପୂର୍ବରୁ ସଚିନ ତେନ୍ଦୁଲକର,ସୌରଭ ଗାଙ୍ଗୁଲି, ରାହୁଲ ଦ୍ରାବିଡ, ମହେନ୍ଦ୍ର ସିଂ ଧୋନୀ ଏବଂ ବିରାଟ କୋହଲି ଏହି ରେକର୍ଡ ହାସଲ କରିଛନ୍ତି। ରୋହିତ ଏପର୍ଯ୍ୟନ୍ତ ୧୦ ହଜାର ରନ୍‌ ପୂରଣ କରିବା ପାଇଁ ୩୦ ଶତକ ଏବଂ ୫୦ ଅର୍ଦ୍ଧଶତକୀୟ ପାଳି ଖେଳି ସାରିଛନ୍ତି।

ଆହୁରି ପଢ଼ନ୍ତୁ: ଗାଜିଆବାଦ୍ ତିନି ଭଉଣୀଙ୍କ ଆତ୍ମହତ୍ୟା ମାମଲା: ମୋବାଇଲରୁ ଖୋଲିଲା ‘କୋରିଆନ୍ ଗେମ୍’ର ରହସ୍ୟ, ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ


କଲମ୍ବୋର ଆର୍ ପ୍ରେମଦାସା ଷ୍ଟାଡିୟମରେ ଆଜି ଶ୍ରୀଲଙ୍କା ବିପକ୍ଷରେ ଏସିଆ କପର ସୁପର-୪ର ଚତୁର୍ଥ ମ୍ୟାଚରେ ରୋହିତଙ୍କୁ ୧୦ ହଜାର ରନ୍‌ ପୂରଣ କରିବାକୁ ୨୨ ରନ୍‌ର ଆବଶ୍ୟକତା ଥିଲା ଏବଂ ସେ ଏହି ସଫଳତା ସହଜରେ ହାସଲ କରିନେଇଛନ୍ତି। ରୋହିତ ଆଜିର ମ୍ୟାଚରେ ୪୮ ବଲରେ ୫୩ରନ୍‌ର ପାଳି ଖେଳି ଆଉଟ ହୋଇଛନ୍ତି।

ଏଥି ସହିତ ପୂର୍ବରୁ ରୋହିତଙ୍କ ନାମରେ ଦିନିକିଆରେ ସବୁଠୁ ବନ ରେକର୍ଡ ରହିଛି। ରୋହିତ ଶର୍ମା ODI ରେ ସର୍ବାଧିକ ତିନି ଦ୍ୱିଶତକ ହାସଲ କରିଛନ୍ତି। ଏଥି ସହିତ ODI କ୍ରିକେଟର ସବୁଠାରୁ ବଡ ସ୍କୋର (୨୬୫ ରନ୍) ମଧ୍ୟ ରୋହିତଙ୍କ ନାମରେ ରହିଛି। ରୋହିତ ଶର୍ମା ୨୦୧୩ ରେ ODI କ୍ରିକେଟ ଖେଳିବା ଆରମ୍ଭ କରିଥିଲେ ଏବଂ ସେହି ଦିନଠାରୁ ତାଙ୍କ ନାମରେ ଅନେକ ରେକର୍ଡ ଆସିବାରେ ଲାଗିଛି।  ସେ ମଧ୍ୟ ୨୦୧୯ ବିଶ୍ୱକପରେ ସର୍ବାଧିକ ଶତକ ହାସଲ କରିଥିବା ବ୍ୟାଟର ହୋଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp