ରାଜରାସ୍ତାରେ ମାଧ୍ୟାନ୍ନ ଭୋଜନ ପାଚିକା: ସନ୍ଧ୍ୟାସୁଦ୍ଧା ସରକାର ଆଲୋଚନାକୁ ନ ଆସିଲେ ଆନ୍ଦୋଳନକୁ ବ୍ୟାପକ କରିବାକୁ ଚେତାବନୀ

Madhusudan Das Picture
Published On

ଭୁବନେଶ୍ୱର: ତୃତୀୟ ଦିନରେ ରାଜରାସ୍ତାରେ ମାଧ୍ୟାନ୍ନ ଭୋଜନ ପାଚିକାଙ୍କ ଦୁର୍ବାର ଆନ୍ଦୋଳନ । ସନ୍ଧ୍ୟା ସୁଦ୍ଧା ସରକାର ଆଲୋଚନାକୁ ନ ଆସିଲେ ଆନ୍ଦୋଳନ କୁ ବ୍ୟାପକ କରିବାକୁ ଚେତାବନୀ ଦେଇଛି ପାଚକ ପାଚିକା ରାଜ୍ୟ ସଙ୍ଘ । ୭ ଦଫା ଦାବି ସହ ବକେୟା ତିନି ମାସର ଦରମା ପ୍ରଦାନ ଦାବି ନେଇ ଲୋୟାର ପିଏମଜି ରେ ସରକାରଙ୍କ ବିରୁଦ୍ଧରେ ଗର୍ଜିଲେ ନିଖିଳ ଓଡିଶା ମଧ୍ୟାନ ଭୋଜନ ପାଚକ ପାଚିକା ରାଜ୍ୟ ସଙ୍ଘ । ବିଜୁ ଶ୍ରମିକ ସାମୁଖ୍ୟ ସହ ଅନୁବନ୍ଧିତ ଏହି ସଙ୍ଘର ରାଜ୍ୟ ସଭାପତି ଯୋଗେନ୍ଦ୍ର ସ୍ୱାଇଁଙ୍କ ସଂଯୋଜନାରେ ଏହି ଆନ୍ଦୋଳନରେ ହଜାର ହଜାର ପାଚକ ପାଚିକା ଦିନରେ ଖରା ଓ ରାତିରେ କାକରରେ ଶୋଇ ଆନ୍ଦୋଳନରେ ସାମିଲ ହୋଇ ଜୋରଦାର ପ୍ରତିବାଦ ଚଳାଇଛନ୍ତି । 

ଆହୁରି ପଢ଼ନ୍ତୁ: ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗ: ପଟ୍ଟାମୁଣ୍ଡାଇ ଅବକାରୀ SI ଛାୟାକାନ୍ତ ନାୟକଙ୍କ ନାଁରେ ରୁଜୁ ହେଲା ମାମଲା

ପାଚକ ପାଚିକାଙ୍କୁ ପରିଚୟ ପତ୍ର ପ୍ରଦାନ, ସର୍ବନିମ୍ନ ମଜୁରୀ ୪୬୨ ଟଙ୍କା ହିସାବରେ ମାସିକ ୧୩୮୬୦  ଟଙ୍କା ପ୍ରଦାନ, ୬୦ ବର୍ଷ ପରେ ପରିବାରରୁ ଜଣଙ୍କୁ ସେହି ପଦବୀରେ ଥଇଥାନ କରିବା ଓ ବର୍ଷରେ ୧୦ ମାସ ବଦଳରେ ୧୨ ମାସର ଦରମା ସହ ମା' ମାନଙ୍କୁ ସାମାଜିକ ସ୍ୱୀକୃତି ପ୍ରଦାନ ଆଦି ୭ ଦଫା ଦାବି ନେଇ ଏହି ଆନ୍ଦୋଳନ ଜାରି ରହିଛି । ବାରମ୍ବାର ଆନ୍ଦୋଳନ ବିକ୍ଷୋଭ କରି ସରକାରଙ୍କୁ ଅବଗତ କରିଥିଲେ ମଧ୍ୟ ଦାବି ପ୍ରତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କର୍ଣ୍ଣପାତ କରୁ ନଥିବା ଅଭିଯୋଗ କରିଛି ରାଜ୍ୟ ସଙ୍ଘ । ଯଦି ଏହି ଦାବି ପୂରଣ ନ କରନ୍ତି ତେବେ ଏହି ଆନ୍ଦୋଳନକୁ ବ୍ୟାପକ କରିବାକୁ ଚେତାବନୀ ଦେଇଛି ସଙ୍ଘ ।

ଆହୁରି ପଢ଼ନ୍ତୁ: ସ୍ଥଗିତ ରହିଲା ବସ୍‌ ଧର୍ମଘଟ, STA କମିଶନରଙ୍କ ସହ ଆଲୋଚନା ପରେ ବସ୍ ମାଲିକ ସଂଘର ନିଷ୍ପତ୍ତି

19 Mar 2026 By Madhusudan Das

ରାଜରାସ୍ତାରେ ମାଧ୍ୟାନ୍ନ ଭୋଜନ ପାଚିକା: ସନ୍ଧ୍ୟାସୁଦ୍ଧା ସରକାର ଆଲୋଚନାକୁ ନ ଆସିଲେ ଆନ୍ଦୋଳନକୁ ବ୍ୟାପକ କରିବାକୁ ଚେତାବନୀ

ଭୁବନେଶ୍ୱର: ତୃତୀୟ ଦିନରେ ରାଜରାସ୍ତାରେ ମାଧ୍ୟାନ୍ନ ଭୋଜନ ପାଚିକାଙ୍କ ଦୁର୍ବାର ଆନ୍ଦୋଳନ । ସନ୍ଧ୍ୟା ସୁଦ୍ଧା ସରକାର ଆଲୋଚନାକୁ ନ ଆସିଲେ ଆନ୍ଦୋଳନ କୁ ବ୍ୟାପକ କରିବାକୁ ଚେତାବନୀ ଦେଇଛି ପାଚକ ପାଚିକା ରାଜ୍ୟ ସଙ୍ଘ । ୭ ଦଫା ଦାବି ସହ ବକେୟା ତିନି ମାସର ଦରମା ପ୍ରଦାନ ଦାବି ନେଇ ଲୋୟାର ପିଏମଜି ରେ ସରକାରଙ୍କ ବିରୁଦ୍ଧରେ ଗର୍ଜିଲେ ନିଖିଳ ଓଡିଶା ମଧ୍ୟାନ ଭୋଜନ ପାଚକ ପାଚିକା ରାଜ୍ୟ ସଙ୍ଘ । ବିଜୁ ଶ୍ରମିକ ସାମୁଖ୍ୟ ସହ ଅନୁବନ୍ଧିତ ଏହି ସଙ୍ଘର ରାଜ୍ୟ ସଭାପତି ଯୋଗେନ୍ଦ୍ର ସ୍ୱାଇଁଙ୍କ ସଂଯୋଜନାରେ ଏହି ଆନ୍ଦୋଳନରେ ହଜାର ହଜାର ପାଚକ ପାଚିକା ଦିନରେ ଖରା ଓ ରାତିରେ କାକରରେ ଶୋଇ ଆନ୍ଦୋଳନରେ ସାମିଲ ହୋଇ ଜୋରଦାର ପ୍ରତିବାଦ ଚଳାଇଛନ୍ତି । 

ପାଚକ ପାଚିକାଙ୍କୁ ପରିଚୟ ପତ୍ର ପ୍ରଦାନ, ସର୍ବନିମ୍ନ ମଜୁରୀ ୪୬୨ ଟଙ୍କା ହିସାବରେ ମାସିକ ୧୩୮୬୦  ଟଙ୍କା ପ୍ରଦାନ, ୬୦ ବର୍ଷ ପରେ ପରିବାରରୁ ଜଣଙ୍କୁ ସେହି ପଦବୀରେ ଥଇଥାନ କରିବା ଓ ବର୍ଷରେ ୧୦ ମାସ ବଦଳରେ ୧୨ ମାସର ଦରମା ସହ ମା' ମାନଙ୍କୁ ସାମାଜିକ ସ୍ୱୀକୃତି ପ୍ରଦାନ ଆଦି ୭ ଦଫା ଦାବି ନେଇ ଏହି ଆନ୍ଦୋଳନ ଜାରି ରହିଛି । ବାରମ୍ବାର ଆନ୍ଦୋଳନ ବିକ୍ଷୋଭ କରି ସରକାରଙ୍କୁ ଅବଗତ କରିଥିଲେ ମଧ୍ୟ ଦାବି ପ୍ରତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କର୍ଣ୍ଣପାତ କରୁ ନଥିବା ଅଭିଯୋଗ କରିଛି ରାଜ୍ୟ ସଙ୍ଘ । ଯଦି ଏହି ଦାବି ପୂରଣ ନ କରନ୍ତି ତେବେ ଏହି ଆନ୍ଦୋଳନକୁ ବ୍ୟାପକ କରିବାକୁ ଚେତାବନୀ ଦେଇଛି ସଙ୍ଘ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର