ଏସସିବି ଅଗ୍ନିକାଣ୍ଡ: ସରକାରୀ ଅବହେଳାରୁ ଚାଲିଗଲା ୧୩ ଜୀବନ: ବିଜେଡି

Madhusudan Das Picture
Published On

ଭୁବନେଶ୍ୱର: କଟକର ଏସସିବି ମେଡିକାଲ୍‌ କଲେଜ୍‌ ଏବଂ ହସ୍ପିଟାଲ୍‌ ଗତ ୧୬ ତାରିଖରେ ଘଟିଥିବା ଭୟଙ୍କର ଅଗ୍ନିକାଣ୍ଡ ଘଟଣାକୁ ବିଜେଡି ତୀବ୍ର ଭାବେ ନିନ୍ଦା କରିଛି। ଏହି ଦୁର୍ଘଟଣାରେ ୧୩ ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି ଓ ଏହା ଓଡ଼ିଶା ସରକାରୀ ହସ୍ପିଟାଲ୍‌ ଅଗ୍ନିକାଣ୍ଡ ଇତିହାସରେ ସର୍ବାଧିକ। ଏହା ବିଜେପି ସରକାରଙ୍କର ଗଭୀର ଅପରାଧିକ ଅବହେଳାକୁ ପ୍ରକାଶ କରିଛି। ସମଗ୍ର ଘଟଣାରେ ନୈତିକତା ଦୃଷ୍ଟିରୁ ସ୍ୱାସ୍ଥ୍ୟମନ୍ତ୍ରୀ ଇସ୍ତଫା ପ୍ରଦାନ କରନ୍ତୁ ବୋଲି ବିଜେଡି ଦାବି କରିଛି। 

ଆହୁରି ପଢ଼ନ୍ତୁ: ନୟାଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗଛରେ ପିଟି ହେଲା ବସ୍, ଜଣେ ମୃତ ଓ ୨୫ ଆହତ

ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବରିଷ୍ଠ ଉପସଭାପତି ତଥା ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ଏବଂ ଉପସଭାପତି ତଥା ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ବିଜେପି ସରକାରଙ୍କ ଉପରେ ପ୍ରବଳ ବର୍ଷିଥିଲେ। ଦେବୀ ପ୍ରସାଦ ମିଶ୍ର କହିଥିଲେ ଯେ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତେ୍ୱ ଟ୍ରମା ସେଣ୍ଟର ସମେତ ୩୩ଟି ଭବନରେ ଅଗ୍ନି ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇ ନାହିଁ୤ ପୂର୍ବ ଘଟଣାରୁ ପ୍ରଶାସନ କୌଣସି ଶିକ୍ଷା ନେଇପାରିଲା ନାହିଁ । ଏସସିବି ଅଗ୍ନିକାଣ୍ଡ ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବିଚାର ବିଭାଗୀୟ ନିର୍ଦ୍ଦେଶ ସ୍ୱାଗତଯୋଗ୍ୟ । ୨୪ ଘଣ୍ଟା ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ତଦନ୍ତ କମିଟି ଏଯାଏଁ ରିପୋର୍ଟ ଦାଖଲ ନ କରିବା ଦୁର୍ଭାଗ୍ୟଜନକ। ପରିବାରବର୍ଗ ଶୋକରେ ଥିବା ସମୟରେ ରାଜ୍ୟସଭା ନିର୍ବାଚନ ପାଇଁ ବିଧାନସଭାରେ ରାଜନୈତିକ କାର୍ଯ୍ୟକଳାପରେ ସ୍ୱାସ୍ଥ୍ୟମନ୍ତ୍ରୀ ବ୍ୟସ୍ତ ରହିବା ନିନ୍ଦନୀୟ । ନୈତିକତା ଦୃଷ୍ଟିରୁ ସ୍ୱାସ୍ଥ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ସେ ଦାବି କରିଥିଲେ।

ଆହୁରି ପଢ଼ନ୍ତୁ: ମା' ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗିବା ପାଇଁ ବାହାରିଲା ଲଗ୍ନ, ସେପ୍ଟମ୍ବର ୧୫ରେ ନୂଆଁଖାଇ

 ଅତନୁ ସବ୍ୟସାଚୀ ନାୟକ କହିଥିଲେ ଯେ ଏସସିବିରେ ସୁପରିନଟେଣ୍ଡେଣ୍ଟଙ୍କ ନିଯୁକ୍ତି ନ୍ୟାସନାଲ ମେଡିକାଲ କମିଶନ ନିୟମ ଉଲ୍ଲଙ୍ଘନ କରୁଛି। ବିଜେପି ଚାପରେ ରାଜନୈତିକ ସମ୍ପର୍କିତ ବ୍ୟକ୍ତିକୁ ନିଯୁକ୍ତି ଦିଆଯାଇଛି । ବିଜେପି ସରକାର ଆସିବା ପରେ କୌଣସି ସ୍ୱାସ୍ଥ୍ୟ ସୁରକ୍ଷା ଅଡିଟ୍‌ ହୋଇନାହିଁ। ଏସସିବିର ସୁପରିନଟେଣ୍ଡେଣ୍ଟ ଏବଂ ଅତିରିକ୍ତ ସୁପରିନଟେଣ୍ଡେଣ୍ଟଙ୍କୁ ଅପରାଧିକ ଅବହେଳା ପାଇଁ ଗିରଫ କରାଯିବା ଦରକାର। ଏହାସହିତ ମୃତକଙ୍କ ପରିବାରବର୍ଗଙ୍କୁ ୫୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦିଆଯାଉ । ତଦନ୍ତ ରିପୋର୍ଟ ଶୀଘ୍ର ଦାଖଲ କରିବା ସହ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ। ସେହିପରି ସମସ୍ତ ସରକାରୀ ହସ୍ପିଟାଲରେ ଅଗ୍ନି ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଉ। ନହେଲେ ଆଗାମୀ ଦିନରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉନ୍ନତି ନ ଆସିଲେ ବିଜେଡି ରାଜରାସ୍ତାକୁ ଓହ୍ଲାଇବ ବୋଲି ଶ୍ରୀ ନାୟକ କହିଥିଲେ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ୯ ଜଣ ଯୁବ ଆଇଏଏସ୍ ଅଫିସରଙ୍କୁ ଉପ-ଜିଲ୍ଲାପାଳ ଭାବେ ନିଯୁକ୍ତି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର