ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ହେଲେ ଦ୍ରାବିଡ୍, ଆଗାମୀ ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ସିରିଜରୁ ନେବେ ଦାୟିତ୍ୱ
ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ କୋଚ୍ ହେଲେ ରାହୁଲ ଦ୍ରାବିଡ। ବୁଧବାର ବିସିସିଆଇ କ୍ରିକେଟ୍ ଆଡଭାଇଜରି କମିଟି ଦ୍ରାବିଡଙ୍କୁ ଟିମ୍ ଇଣ୍ଡିଆର ନୂଆ କୋଚ ଭାବେ ବିଧିବଦ୍ଧ ଭାବେ ଦାୟିତ୍ୱ ଦେଇଛନ୍ତି । ଏଥସହିତ ଆସନ୍ତା ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ସିରିଜରୁ ଦ୍ରାବିଡ୍ ଦଳର ଦାୟିତ୍ୱ ନେବେ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି। "It is an absolute honour to be appointed as the new Head Coach of the […]
ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ କୋଚ୍ ହେଲେ ରାହୁଲ ଦ୍ରାବିଡ। ବୁଧବାର ବିସିସିଆଇ କ୍ରିକେଟ୍ ଆଡଭାଇଜରି କମିଟି ଦ୍ରାବିଡଙ୍କୁ ଟିମ୍ ଇଣ୍ଡିଆର ନୂଆ କୋଚ ଭାବେ ବିଧିବଦ୍ଧ ଭାବେ ଦାୟିତ୍ୱ ଦେଇଛନ୍ତି । ଏଥସହିତ ଆସନ୍ତା ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ସିରିଜରୁ ଦ୍ରାବିଡ୍ ଦଳର ଦାୟିତ୍ୱ ନେବେ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି।
"It is an absolute honour to be appointed as the new Head Coach of the Indian Cricket Team and I am really looking forward to this role. Under Shastri, the team has done very well, and I hope to work with the team to take this forward," said Rahul Dravid, as per a BCCI release https://t.co/5oN5ChTCGj
ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିର ରତ୍ନ ଅଳଙ୍କାର ଗଣତି ମଣତିର ଶୁଭ ମୁହୂର୍ତ୍ତକୁ ନେଇ କେଁ; ତିଥି ଓ ବାରକୁ ନେଇ ଆପତ୍ତି ଉଠାଇଲେ ଜ୍ୟୋତିର୍ବିଦ୍— ANI (@ANI) November 3, 2021
ଏଥି ସହିତ ଟିମ୍ ଇଣ୍ଡିଆ ମୁଖ୍ୟ କୋଚ୍ ଭାବେ ଦାୟିତ୍ୱ ନେବା ପୂର୍ବରୁ ଜାତୀୟ କ୍ରିକେଟ ଏକାଡେମୀ ମୁଖ୍ୟ ପଦରୁ ଇସ୍ତଫା ଦେବେ ଦ୍ରାବିଡ଼ । ଅନ୍ୟପଟେ ବୋଲିଂ କୋଚ୍ ଭାବେ ପାରସ ମାହାମ୍ବ୍ରେଙ୍କୁ ଦାୟିତ୍ୱ ମିଳିପାରେ ବୋଲି ସମ୍ଭାବନା ରହିଛି । ଦଳର ବ୍ୟାଟିଂ କୋଚ୍ ଭାବେ ବିକ୍ରମ ରାଠୋଡ ଏବଂ ଫିଲ୍ଡିଂ କୋଚ୍ ପଦ ବଜାୟ ରଖିପାରନ୍ତି ଆର. ଶ୍ରୀଧର । ଆଗାମୀ ୨ ବର୍ଷ ପାଇଁ ଅର୍ଥାତ ୨୦୨୩ ଯାଏଁ ମୁଖ୍ୟ କୋଚ୍ ପଦରେ ରହିବା ପାଇଁ ରାହୁଲ ଦ୍ରାବିଡଙ୍କ ସହ ଚୁକ୍ତି ହୋଇଥିବା ସୂଚନା ମିଳୁଛି । ଏଥିପାଇଁ ତାଙ୍କୁ ୧୦ କୋଟି ଟଙ୍କା ଦରମା ଆକାରରେ ମିଳିବ । ଟି-୨୦ ବିଶ୍ୱକପ ପରେ ଟିମ୍ ଇଣ୍ଡିଆ ମୁଖ୍ୟ କୋଚ୍ ପଦରୁ ଇସ୍ତଫା ଦେବା ନେଇ ପୂର୍ବରୁ ଘୋଷଣା କରିଥିଲେ ରବି ଶାସ୍ତ୍ରୀ । ତେଣୁ ନ୍ୟୁଜିଲାଣ୍ଡ ସିରିଜ ବେଳକୁ ଦାୟିତ୍ୱ ଗ୍ରହଣ କରିବେ ରାହୁଲ ଦ୍ରାବିଡ଼ ।
ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ହେଲେ ଦ୍ରାବିଡ୍, ଆଗାମୀ ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ସିରିଜରୁ ନେବେ ଦାୟିତ୍ୱ
ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ କୋଚ୍ ହେଲେ ରାହୁଲ ଦ୍ରାବିଡ। ବୁଧବାର ବିସିସିଆଇ କ୍ରିକେଟ୍ ଆଡଭାଇଜରି କମିଟି ଦ୍ରାବିଡଙ୍କୁ ଟିମ୍ ଇଣ୍ଡିଆର ନୂଆ କୋଚ ଭାବେ ବିଧିବଦ୍ଧ ଭାବେ ଦାୟିତ୍ୱ ଦେଇଛନ୍ତି । ଏଥସହିତ ଆସନ୍ତା ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ସିରିଜରୁ ଦ୍ରାବିଡ୍ ଦଳର ଦାୟିତ୍ୱ ନେବେ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି।
"It is an absolute honour to be appointed as the new Head Coach of the Indian Cricket Team and I am really looking forward to this role. Under Shastri, the team has done very well, and I hope to work with the team to take this forward," said Rahul Dravid, as per a BCCI release https://t.co/5oN5ChTCGj
— ANI (@ANI) November 3, 2021