କୋହଲିଙ୍କ ଉଇକେଟକୁ ନେଇ ଅମ୍ପାୟାରଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ

The Sakala Picture
Published On

ନୂଆଦିଲ୍ଲୀ : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ନିକଟରେ ଏକ ବଡ଼ ଯୁଦ୍ଧ ଆରମ୍ଭ ହୋଇଛି। ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ କିପରି ଆଉଟ୍‌ ଦିଆଯାଇଥିଲା ସେନେଇ ପ୍ରଶ୍ନ ଉଠିଛି। କେବଳ ପ୍ରଶଂସକ ନୁହଁନ୍ତି ବିରାଟ କୋହଲି ନିଜେ ଏବଂ ଟିମ୍ ଇଣ୍ଡିଆର ମ୍ୟାନେଜମେଣ୍ଟ ଏହି ୱିକେଟ୍ ନେଇ ସମ୍ପୂର୍ଣ୍ଣ ଭାବେ ଏକମତ ନୁହଁନ୍ତି। ଭାରତ ଇନିଂସର ୫୦ତମ ଓଭରରେ ମାଥ୍ୟୁ କୁନ୍ହେମାନ କୋହଲିଙ୍କୁ ବୋଲିଂ କରିଥିଲେ, ତାହା […]

ନୂଆଦିଲ୍ଲୀ : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ନିକଟରେ ଏକ ବଡ଼ ଯୁଦ୍ଧ ଆରମ୍ଭ ହୋଇଛି। ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ କିପରି ଆଉଟ୍‌ ଦିଆଯାଇଥିଲା ସେନେଇ ପ୍ରଶ୍ନ ଉଠିଛି। କେବଳ ପ୍ରଶଂସକ ନୁହଁନ୍ତି ବିରାଟ କୋହଲି ନିଜେ ଏବଂ ଟିମ୍ ଇଣ୍ଡିଆର ମ୍ୟାନେଜମେଣ୍ଟ ଏହି ୱିକେଟ୍ ନେଇ ସମ୍ପୂର୍ଣ୍ଣ ଭାବେ ଏକମତ ନୁହଁନ୍ତି।

ଭାରତ ଇନିଂସର ୫୦ତମ ଓଭରରେ ମାଥ୍ୟୁ କୁନ୍ହେମାନ କୋହଲିଙ୍କୁ ବୋଲିଂ କରିଥିଲେ, ତାହା ପ୍ୟାଡ୍‌ରେ ବାଜିଥିଲା। ଅମ୍ପାୟାର ଏହାକୁ ଆଉଟ୍‌ ଦେଇଥିଲେ। ପରେ ବିରାଟ ଏହାର ରିଭ୍ୟୁ ନେଇଥିଲେ। ସେଥିରେ ମଧ୍ୟ କୌଣସି ସ୍ପଷ୍ଟ ଚିତ୍ର ମିଳି ନଥିଲା। ଏଣୁ ଅମ୍ପାୟାର ତାଙ୍କୁ ଆଉଟ୍‌ ଦେଇଥିଲା। ଥର୍ଡ ଅମ୍ପାୟାର ଆଉଟ୍‌ ଦେବା ପରେ କୋହଲି ରାଗିଯାଇ ନିଷ୍ପତ୍ତିରେ ନିରାଶ ହୋଇ ପ୍ୟାଭିଲିୟନ ଫେରିଥିଲେ।

ଡ୍ରେସିଂ ରୁମ୍‌ରେ ବସିଥିବା ଟିମ୍‌ ଇଣ୍ଡିଆର ପରିଚାଳନା ନିଷ୍ପତ୍ତିରେ ଖୁସି ନ ଥିଲା। କୋଚ୍‌ ରାହୁଲ ଦ୍ରାବିଡ ଏବଂ ବ୍ୟାଟିଂ ପ୍ରଶିକ୍ଷକ ବିକ୍ରମ ରାଠୋର ମଧ୍ୟ ଖୁସି ନ ଥିଲେ। କାରଣ ଦଳର ଖରାପ ଇନିଂସ ବେଳେ ମଙ୍ଗ ସମ୍ଭାଳିଥିଲେ କୋହଲି। କୋହଲିଙ୍କ ଏହି ଉଇକେଟ ନେଇ ଅନେକ ହଙ୍ଗାମା ହୋଇଛି। ଅନେକ ଭେଟେରାନ ଏଥିନେଇ ଅମ୍ପାୟାରଙ୍କୁ ପ୍ରଶ୍ନ କରିଛନ୍ତି। ଓ୍ବାସିମ ଜାଫର ଟୁଇଟ କରି ଏହା ତାଙ୍କ ପାଇଁ ନଟ୍‌ ଆଉଟ୍‌ ବୋଲି କହିଛନ୍ତି।

About The Author

ରାଶିଫଳ