IPL ଫ୍ରାଞ୍ଚାଇଜିକୁ ଲାଗିବ ଝଟକା : ବିଦେଶୀ ଖେଳାଳି ଆଇପିଏଲ୍‌ ଖେଳିବା ନେଇ ଆଶଙ୍କା

The Sakala Picture
Published On

ମୁମ୍ବାଇ : ଆଇପିଏଲ୍‌ ପୁଣି ମେ ୧୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଟୁର୍ଣ୍ଣାମେଣ୍ଟ ଜୁନ୍‌ ୩ ପର୍ଯ୍ୟନ୍ତ ଚାଲିବ। ତେବେ ଏକାଧିକ ବିଦେଶୀ ଖେଳାଳି ଆଇପିଏଲ୍‌ର ବାକି ମ୍ୟାଚ୍‌ ଖେଳିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। କିନ୍ତୁ ୱେଷ୍ଟଇଣ୍ଡିଜର ଆନ୍ଦ୍ରେ ରସେଲ ଓ ସୁନୀଲ ନାରିନ କୋଲକାତା ତରଫରୁ ବେଙ୍ଗାଲୁରୁ ବିପକ୍ଷରେ ଖେଳିବେ। ଏହି ମ୍ୟାଚ୍‌ରେ ପରାସ୍ତ ହେଲେ ପ୍ଲେ-ଅଫ୍‌ ଦୌଡ଼ରୁ ବାଦ୍‌ ପଡିବ। ଅନ୍ୟପଟେ ଆସନ୍ତା ୨୯ ତାରିଖରୁ ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ […]

ମୁମ୍ବାଇ : ଆଇପିଏଲ୍‌ ପୁଣି ମେ ୧୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଟୁର୍ଣ୍ଣାମେଣ୍ଟ ଜୁନ୍‌ ୩ ପର୍ଯ୍ୟନ୍ତ ଚାଲିବ। ତେବେ ଏକାଧିକ ବିଦେଶୀ ଖେଳାଳି ଆଇପିଏଲ୍‌ର ବାକି ମ୍ୟାଚ୍‌ ଖେଳିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। କିନ୍ତୁ ୱେଷ୍ଟଇଣ୍ଡିଜର ଆନ୍ଦ୍ରେ ରସେଲ ଓ ସୁନୀଲ ନାରିନ କୋଲକାତା ତରଫରୁ ବେଙ୍ଗାଲୁରୁ ବିପକ୍ଷରେ ଖେଳିବେ। ଏହି ମ୍ୟାଚ୍‌ରେ ପରାସ୍ତ ହେଲେ ପ୍ଲେ-ଅଫ୍‌ ଦୌଡ଼ରୁ ବାଦ୍‌ ପଡିବ।

ଆହୁରି ପଢ଼ନ୍ତୁ: ବିଶ୍ୱ ଚାମ୍ପିଅନସିପ୍‌ରୁ ବିଦାୟ ନେଲେ ସିନ୍ଧୁ: ଭାଙ୍ଗିଲା ଚୀନ୍ ବିପକ୍ଷ ଅପରାଜେୟ ରେକର୍ଡ

ଅନ୍ୟପଟେ ଆସନ୍ତା ୨୯ ତାରିଖରୁ ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଦିନିକିଆ ସିରିଜ ଆରମ୍ଭ ହେବାକୁ ଯାଉଥିବା ବେଳେ ଦୁଇ ଦଳର ଖେଳାଳି ଆଇପିଏଲ ଖେଳିବା ନେଇ ସମସ୍ୟା ସୃଷ୍ଟି ହୋଇଛି। ଫଳରେ ବେଙ୍ଗାଲୁରୁ, ଗୁଜରାଟ ଓ ମୁମ୍ବାଇ ଦଳ କ୍ଷତିର ସମ୍ମୁଖୀନ ହେବେ। ତେବେ ଇଂଲଣ୍ଡର ଜୋଶ ବଟଲର ଓ ଦକ୍ଷିଣ ଆଫ୍ରିକାର ଗେରାଲ୍ଡ କୁଟ୍‌ଜି ଗୁଜରାଟ ପାଇଁ ଉପଲବ୍ଧ ହେବେ ଓ ବୁଧବାର ଦଳରେ ଯୋଗ ଦେବେ ବୋଲି ଆଶା କରାଯାଉଛି।

ଆହୁରି ପଢ଼ନ୍ତୁ: ସୂର୍ଯ୍ୟକୁମାର ଯାଦବଙ୍କ 'ସିକ୍ରେଟ୍ସ'ର ଖୁଲାସା: କହିଲେ, 'ଟିମ୍‌ରେ ନାଁ ନଥିଲା, ତଥାପି ଏମିତି ହିଁ ହସୁଥିଲି...'

ସେହିପରି ଇଂଲଣ୍ଡ ଜ୍ୟାକବ ବେଥେଲ ବେଙ୍ଗାଲୁରୁ ଓ ମୁମ୍ବାଇର ୱିଲ ଜ୍ୟାକ୍ସ ପ୍ଲେଅଫ୍‌ ଖେଳିବା କଷ୍ଟକର ମନେ ହେଉଛି। ଅନ୍ୟପଟେ ଅଷ୍ଟ୍ରେଲିଆର ପ୍ୟାଟ କୁମିନ୍ସ ଓ ଟ୍ରାଭିସ ହେଡ୍‌ ସେମାନଙ୍କ ଦଳ ପାଇଁ ଆଇପିଏଲ ଖେଳିବେ। କିନ୍ତୁ ଜୋଶ ହାଜଲେଉଡ୍‌ ଓ ମିଚେଲ ଷ୍ଟାର୍କ ଆଇପିଏଲ ଖେଳିବା କଷ୍ଟକର ମନେ ହେଉଛି। ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ (ଡବ୍ଳ୍ୟଟିସି) ଫାଇନାଲରେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ତେଣୁ ଏହି ଦୁଇ ଦଳର ଏକାଧିକ ଖେଳାଳି ଆଇପିଏଲ ଖେଳିବାକୁ ମନା କରିପାରନ୍ତି।

ଆହୁରି ପଢ଼ନ୍ତୁ: ବିଦେଶ ମାଟିରେ ଇତିହାସ ରଚିଲେ ରିଷଭ ପନ୍ତ: ଭାଙ୍ଗିଲେ ମହେନ୍ଦ୍ର ସିଂହ ଧୋନିଙ୍କ ବଡ଼ ରେକର୍ଡ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp