ମନୋରଞ୍ଜନ
ପୁଣି ମେ ୧୬ରୁ ଆରମ୍ଭ ହୋଇପାରେ ଆଇପିଏଲ, କେନ୍ଦ୍ର ସରକାରଙ୍କ ଅନୁମତିକୁ ଅପେକ୍ଷା
ମୁମ୍ବଇ : ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଏକ ସପ୍ତାହ ସ୍ଥଗିତ ରହିବା ପରେ ଏହାକୁ ପୁନଃ ଆରମ୍ଭ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ବିସିସିଆଇ। ଏହା ମଧ୍ୟସ୍ଥ ସୂତ୍ରରୁ ପ୍ରକାଶ ଯେ ଚଳିତମାସ ୧୬ (ଶୁକ୍ରବାର)ଠାରୁ ଆଇପିଏଲ୍ ଆରମ୍ଭହେବ। ଏହାର ଫାଇନାଲ ମ୍ୟାଚ୍ ନିର୍ଦ୍ଧାରିତ ଦିନର ସପ୍ତାହକ ପରେ; ଅର୍ଥାତ୍ ମେ’ ୩୦ କିମ୍ବା ଜୁନ୍ ୧ରେ ଖେଳାଯିବ। ପୂର୍ବ ପରି ବିଭିନ୍ନ ସହରର ମ୍ୟାଚ୍ସବୁ ଖେଳାଯିବ। ଏହା ବିଷୟରେ ୧୦ଟିଯାକ ଫ୍ରାଞ୍ଚାଇଜି ଦଳଙ୍କୁ ବିସିସିଆଇ […]
ମୁମ୍ବଇ : ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଏକ ସପ୍ତାହ ସ୍ଥଗିତ ରହିବା ପରେ ଏହାକୁ ପୁନଃ ଆରମ୍ଭ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ବିସିସିଆଇ। ଏହା ମଧ୍ୟସ୍ଥ ସୂତ୍ରରୁ ପ୍ରକାଶ ଯେ ଚଳିତମାସ ୧୬ (ଶୁକ୍ରବାର)ଠାରୁ ଆଇପିଏଲ୍ ଆରମ୍ଭହେବ। ଏହାର ଫାଇନାଲ ମ୍ୟାଚ୍ ନିର୍ଦ୍ଧାରିତ ଦିନର ସପ୍ତାହକ ପରେ; ଅର୍ଥାତ୍ ମେ’ ୩୦ କିମ୍ବା ଜୁନ୍ ୧ରେ ଖେଳାଯିବ। ପୂର୍ବ ପରି ବିଭିନ୍ନ ସହରର ମ୍ୟାଚ୍ସବୁ ଖେଳାଯିବ। ଏହା ବିଷୟରେ ୧୦ଟିଯାକ ଫ୍ରାଞ୍ଚାଇଜି ଦଳଙ୍କୁ ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି। ୧୬ରେ ଲକ୍ଷ୍ନୌରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ-ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମ୍ୟାଚ୍ ସହ ଆଇପିଏଲ୍ ପୁନଃ ଆରମ୍ଭ ହେବ। ତେଣୁ ଉଭୟ ଦଳଙ୍କୁ ୧୩ ସୁଦ୍ଧା ଲକ୍ଷ୍ନୌରେ ପହଞ୍ଚିବା ଲାଗି ଜଣାଇ ଦିଆଯାଇଛି। କ୍ବାଲିଫାୟର-୧ ଓ ଏଲମିନେଟର ମ୍ୟାଚ୍ ହାଇଦରବାଦରେ ଏବଂ କ୍ବାଲିଫାୟର-୨ ଓ ଫାଇନାଲ ମ୍ୟାଚ୍ କଲକାତାରେ ଖେଳାଯିବ। କଲକାତାରେ ଯଦି ବର୍ଷାର ସମ୍ଭାବନା ଥାଏ; ତେବେ ଫାଇନାଲ ମ୍ୟାଚ୍ ଅହମ୍ମଦାବାଦକୁ ସ୍ଥାନାନ୍ତର କରା ଯାଇପାରେ। ୨/୩ ଦିନ ମଧ୍ୟରେ ବିସିସିଆଇ ସାନି ଖେଳସୂଚୀ ଘୋଷଣା କରିବ।