ଟୋକିଓ ପାରାଲିମ୍ପିକ୍ସରେ ଭାରତକୁ ୩ୟ ପଦକ, ଡିସକସ୍ ଥ୍ରୋ’ରେ ବ୍ରୋଞ୍ଜ ଜିତିଲେ ବିନୋଦ କୁମାର

The Sakala Picture
Published On

ଟୋକିଓ : ଟୋକିଓ ପାରାଲିମ୍ପିକ୍ସରେ ଭାରତକୁ ମିଳିଲା ତୃତୀୟ ପଦକ । ପୁରୁଷ ଡିସକସ୍ ଥ୍ରୋରେ ବିନୋଦ କୁମାର ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଏଫ-୫୨ ଡିସକସ୍ ଥ୍ରୋରେ ବିନୋଦ କୁମାର ୧୯ ଦଶମିକ ୯୨ ମିଟରକୁ ଡିସକସ୍ ଫିଙ୍ଗି ନୂଆ ଏସିଆନ ରେକର୍ଡ ସ୍ଥାପନ ସହ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। India is rejoicing thanks to Vinod Kumar’s stupendous performance! Congratulations to him for the Bronze Medal. […]

ଟୋକିଓ : ଟୋକିଓ ପାରାଲିମ୍ପିକ୍ସରେ ଭାରତକୁ ମିଳିଲା ତୃତୀୟ ପଦକ । ପୁରୁଷ ଡିସକସ୍ ଥ୍ରୋରେ ବିନୋଦ କୁମାର ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଏଫ-୫୨ ଡିସକସ୍ ଥ୍ରୋରେ ବିନୋଦ କୁମାର ୧୯ ଦଶମିକ ୯୨ ମିଟରକୁ ଡିସକସ୍ ଫିଙ୍ଗି ନୂଆ ଏସିଆନ ରେକର୍ଡ ସ୍ଥାପନ ସହ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।

ଆହୁରି ପଢ଼ନ୍ତୁ: ବିସିସିଆଇର ବଡ଼ ନିଷ୍ପତ୍ତି: ପ୍ରଜ୍ଞାନ ଓଝା ହେଲେ ନୂଆ ମୁଖ୍ୟ ଚୟନକର୍ତ୍ତା


ଫାଇନାଲ ରାଉଣ୍ଡର ୬ଟି ପ୍ରୟାସରେ ବିନୋଦ ଯଥାକ୍ରମେ ୧୭.୪୬ ମିଟର, ୧୮.୩୨ ମିଟର, ୧୭.୮୦ ମିଟର, ୧୯.୧୨ ମିଟର ଓ ୧୯.୮୧ ମିଟର ଡିସକସ୍ ଫୋଫାଡ଼ିଛନ୍ତି । ଏହି ଇଭେଣ୍ଟରେ ତାଙ୍କ ସର୍ବଶ୍ରେଷ୍ଠ ପ୍ରଦର୍ଶନକୁ ହିସାବ କରାଯାଇଥିଲା । ଏହି କାଟାଗୋରୀରେ ପୋଲାଣ୍ଡର ପିଓ କୋସୱିକ ୨୦.୦୨ ମିଟର ଡିସକସ ଫୋଫାଡ଼ି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ସେହିଭଳି କୋଏସିଆର ଭେଲିମିର ସାଣ୍ଡର ୧୯.୯୮ ମିଟର ଡିସକସ୍ ଫିଙ୍ଗି ରୌପ୍ୟ ପଦକ ହାସଲ କରିଛନ୍ତି ।


ଏହାସହ ଟୋକିଓ ପାରାଲିମ୍ପିକ୍ସରେ ଆଜିର ଦିନ ଭାରତ ପାଇଁ ଲକି ଡେ ସାବ୍ୟସ୍ତ ହୋଇଛି କାରଣ ଗୋଟିଏ ଦିନରେ ଭାରତ ୩ଟି ପଦକ ହାସଲ କରିଛି। ପ୍ରଥମେ ଟେବୁଲ ଟେନିସ ଇଭେଣ୍ଟରେ ଭାବିନା ପଟେଲ ଭାରତ ପାଇଁ ରୌପ୍ୟ ପଦକ ହାସଲ କରିଥିଲେ  । ଏହାପରେ ଉଚ୍ଚ ଡିଆଁ ଇଭେଣ୍ଟରେ ଭାରତର ନିଷାଦ କୁମାର ରୌପ୍ୟ ପଦକ ହାସଲ କରିଥିବା ବେଳେ ବର୍ତ୍ତମାନ ଡିସକସ୍ ଥ୍ରୋ ଇଭେଣ୍ଟରେ ଭାରତ ପାଇଁ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ପାରା ଆଥଲେଟ ବିନୋଦ କୁମାର।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର