ମେଲବୋର୍ଣ୍ଣ ମହାମୁକାବିଲା : ପାକିସ୍ତାନ ବିପକ୍ଷରେ ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଲା ଭାରତ

The Sakala Picture
Published On

ମେଲବୋର୍ଣ୍ଣ : ଅଷ୍ଟ୍ରେଲିଆରେ ଚାଲିଥିବା ଟି-୨୦ ବିଶ୍ୱକପର ଅଷ୍ଟମ ସଂସ୍କରଣରେ ଭାରତ ରବିବାର ପାରିମ୍ପରିକ ପ୍ରତିଦ୍ୱନ୍ଦ୍ୱି ପାକିସ୍ତାନ ବିପକ୍ଷରୁ ଅଭିଯାନ ଆରମ୍ଭ କରିବ। ବହୁପ୍ରତୀକ୍ଷାର ଅନ୍ତ ଘଟିବା ସହ ହାଇଭୋଲଟେଜ୍ ମୁକାବିଲାରେ ଟସ୍ ଜିତି ଭାରତ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଅଧିନାୟକ ରୋହିତ ଶର୍ମା ତିନି ଦ୍ରୁତ ବୋଲର ଏବଂ ଦୁଇ ଜଣ ସ୍ପିନରଙ୍କୁ ନେଇ ପଡିଆକୁ ଓହ୍ଲାଉଛି।ଗତ ବିଶ୍ଵ କପ୍ ପରାଜୟର ପ୍ରତିଶୋଧ ନେବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ ରୋହିତ […]

ମେଲବୋର୍ଣ୍ଣ : ଅଷ୍ଟ୍ରେଲିଆରେ ଚାଲିଥିବା ଟି-୨୦ ବିଶ୍ୱକପର ଅଷ୍ଟମ ସଂସ୍କରଣରେ ଭାରତ ରବିବାର ପାରିମ୍ପରିକ ପ୍ରତିଦ୍ୱନ୍ଦ୍ୱି ପାକିସ୍ତାନ ବିପକ୍ଷରୁ ଅଭିଯାନ ଆରମ୍ଭ କରିବ। ବହୁପ୍ରତୀକ୍ଷାର ଅନ୍ତ ଘଟିବା ସହ ହାଇଭୋଲଟେଜ୍ ମୁକାବିଲାରେ ଟସ୍ ଜିତି ଭାରତ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଅଧିନାୟକ ରୋହିତ ଶର୍ମା ତିନି ଦ୍ରୁତ ବୋଲର ଏବଂ ଦୁଇ ଜଣ ସ୍ପିନରଙ୍କୁ ନେଇ ପଡିଆକୁ ଓହ୍ଲାଉଛି।ଗତ ବିଶ୍ଵ କପ୍ ପରାଜୟର ପ୍ରତିଶୋଧ ନେବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ ରୋହିତ ଶର୍ମାଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ।

ଆହୁରି ପଢ଼ନ୍ତୁ: ମାଆ କୋଳକୁ ଫେରିଲା ନିଖୋଜ ୪ ମାସର ଶିଶୁପୁତ୍ର, ବାପା କରିଥିଲା ଅପହରଣ ନାଟକ

ଆହୁରି ପଢ଼ନ୍ତୁ: ଉଚ୍ଚଶିକ୍ଷା ବିଭାଗ SSB ପକ୍ଷରୁ ପିଜି ପ୍ରବେଶିକା ପରୀକ୍ଷା ସୂଚୀ ପ୍ରକାଶିତ, ମେ' ୫ରୁ ୧୬ ପର୍ଯ୍ୟନ୍ତ ହେବ ପରୀକ୍ଷା

ଆତ୍ମବିଶ୍ୱାସରେ ଭରପୂର ଭାରତ ଗତ ବିଶ୍ୱକପ୍‌‌ ପରାଜୟର ପ୍ରତିଶୋଧ ନେବା ସହ ଖାତା ଖୋଲିବା ଲକ୍ଷ୍ୟରେ ରହିଛି। ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ଅନୁଷ୍ଠିତ ଗତ ସଂସ୍କରଣରେ ପାକିସ୍ତାନଠାରୁ ୧୦ ୱିକେଟ୍‌‌ରେ ଭାରତ ହାରିଥିଲା। ବିଶ୍ୱକପ୍‌‌ ଇତିହାସରେ ପାକିସ୍ତାନଠାରୁ ଏହା ଥିଲା ଭାରତର ପ୍ରଥମ ପରାଜୟ। କିନ୍ତୁ ଇତିମଧ୍ୟରେ ଗୋଟିଏ ବର୍ଷ ବିତି ଯାଇଛି। ଭାରତର ଏହି ପରାଜୟରେ ପାକିସ୍ତାନ ତାରକା ଦ୍ରୁତ ବୋଲର ଶାହିନ ଶାହା ଆଫ୍ରିଦ (୩/୩୧) ହିରୋ ଥିଲେ। ଦୁବାଇରେ ଅନୁଷ୍ଠିତ ଏହି ମ୍ୟାଚ୍‌‌ରେ ଆଫ୍ରିଦି ଟପ୍‌‌ ଅର୍ଡର ୩ ୱିକେଟ ନେଇ ଭାରତର ବ୍ୟାଟିଂ ବିପର୍ଯ୍ୟାୟ ଘଟାଇଥିଲେ। ଭାରତ ଏଥର ନୂଆ ରୂପରେ ମ୍ୟାଚ୍‌‌ରେ ଅବତୀର୍ଣ୍ଣ ହୋଇଛି।

ଆହୁରି ପଢ଼ନ୍ତୁ: ଦଲାଲଙ୍କ ଜାଲରେ ଉଜ୍ଜ୍ୱଳା ଉପଭୋକ୍ତା, ନିରବଦ୍ରଷ୍ଟା ସାଜିଛି ଯୋଗାଣ ବିଭାଗ

ପାକିସ୍ତାନ ଦଳରେ ୩ଜଣ ବାମହାତୀ ବ୍ୟାଟର ଶାନ ମାସୁଦ/ଫକର ଜମାନ, ମହମ୍ମଦ ନୱାଜ ଓ ଖୁସ୍‌‌ଦିଲ ଶାହା ଅଛନ୍ତି। ତେଣୁ ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କୁ ସୁଯୋଗ ମିଳିଛି। ଶାହିନ ଫିଟ୍‌‌ ହେବାପରେ ପାକିସ୍ତାନର ଆତ୍ମବିଶ୍ୱାସ ଦ୍ୱିଗୁଣିତ ହୋଇଛି। ଅଧିନାୟକ ବାବର ଆଜମ ଓ ମହମ୍ମଦ ରିଜୱାନଙ୍କୁ ନେଇ ଗଠିତ ପାକ୍‌‌ ଓପନିଂ ଯୋଡି ଜବରଦସ୍ତ ଫର୍ମରେ ରହିଛି। ଦଳରେ କେତେଜଣ ଅଲରାଉଣ୍ଡର ତଥା ମ୍ୟାଚ ୱିନର ରହିଛନ୍ତି। ବୋଲିଂରେ ପାକିସ୍ତାନ ମଧ୍ୟ ବେଶ୍‌‌ ଶକ୍ତିଶାଳୀ ମନେ ହେଉଛି।

୩୭ ବର୍ଷ ପରେ ମେଲବୋର୍ଣ୍ଣରେ ଭାରତ-ପାକ ମୁକାବିଲା

ଦୀର୍ଘ ୩୭ ବର୍ଷ ପରେ ମେଲବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡ (ଏମ୍‌‌ସିଜି)ରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବେ। ଏହାପୂର୍ବରୁ ୧୯୮୫ରେ ବେନସନ ଆଣ୍ଡ ହେଜେସ୍‌‌ ବିଶ୍ୱ ଚାମ୍ପିଅନସିପ୍‌‌ରେ ଦୁଇ ଦଳ ଫାଇନାଲରେ ପରସ୍ପରକୁ ଭେଟିଥିଲେ। ଏଥିରେ ଭାରତ ୧୭ଟି ବଲ ବାକି ରଖି ୮ ୱିକେଟରେ ଅତି ସହଜରେ ବିଜୟୀ ହୋଇ ଟାଇଟଲ ହାସଲ କରିଥିଲା। ରବି ଶାସ୍ତ୍ରୀ ପ୍ଲେୟର ଅଫ୍‌‌ ଦି ଟୁର୍ଣ୍ଣାମେଣ୍ଟ ଓ କ୍ରିସ୍‌‌ ଶ୍ରୀକାନ୍ତ ପ୍ଲେୟର ଅଫ୍‌‌ ଦି ମ୍ୟାଚ୍‌‌ ବିବେଚିତ ହୋଇଥିଲେ।

ଭାରତ: ରୋହିତ ଶର୍ମା (ଅଧିନାୟକ), ଲୋକେଶ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଦୀନେଶ କାର୍ତ୍ତିକ (ୱିକେଟକିପର),  ଅକ୍ଷର ପଟେଲ, ରବିଚନ୍ଦ୍ରନ ଅଶ୍ୱିନ, ମହମ୍ମଦ ସାମି, ଭୁବନେଶ୍ୱର କୁମାର, ଅର୍ଶଦୀପ ସିଂ।

ପାକିସ୍ତାନ: ମହମ୍ମଦ ରିଜୱାନ, ବାବର ଆଜମ(ଅଧିନାୟକ), ସାନ ମାସୁଦ, ହାଇଦର ଅଲି, ଇଫତିଖର ଅହମ୍ମଦ, ଆସିଫ ଅଲି, ମହମ୍ମଦ ନୱାଜ, ଶଦାବ ଖାନ, ନସିମ ଶାହ, ଶାହିନ ଆଫ୍ରିଦି, ହ୍ୟାରିସ ରୌଫ ।

23 Oct 2022 By The Sakala

ମେଲବୋର୍ଣ୍ଣ ମହାମୁକାବିଲା : ପାକିସ୍ତାନ ବିପକ୍ଷରେ ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଲା ଭାରତ

ମେଲବୋର୍ଣ୍ଣ : ଅଷ୍ଟ୍ରେଲିଆରେ ଚାଲିଥିବା ଟି-୨୦ ବିଶ୍ୱକପର ଅଷ୍ଟମ ସଂସ୍କରଣରେ ଭାରତ ରବିବାର ପାରିମ୍ପରିକ ପ୍ରତିଦ୍ୱନ୍ଦ୍ୱି ପାକିସ୍ତାନ ବିପକ୍ଷରୁ ଅଭିଯାନ ଆରମ୍ଭ କରିବ। ବହୁପ୍ରତୀକ୍ଷାର ଅନ୍ତ ଘଟିବା ସହ ହାଇଭୋଲଟେଜ୍ ମୁକାବିଲାରେ ଟସ୍ ଜିତି ଭାରତ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଅଧିନାୟକ ରୋହିତ ଶର୍ମା ତିନି ଦ୍ରୁତ ବୋଲର ଏବଂ ଦୁଇ ଜଣ ସ୍ପିନରଙ୍କୁ ନେଇ ପଡିଆକୁ ଓହ୍ଲାଉଛି।ଗତ ବିଶ୍ଵ କପ୍ ପରାଜୟର ପ୍ରତିଶୋଧ ନେବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ ରୋହିତ ଶର୍ମାଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ।

ଆତ୍ମବିଶ୍ୱାସରେ ଭରପୂର ଭାରତ ଗତ ବିଶ୍ୱକପ୍‌‌ ପରାଜୟର ପ୍ରତିଶୋଧ ନେବା ସହ ଖାତା ଖୋଲିବା ଲକ୍ଷ୍ୟରେ ରହିଛି। ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ଅନୁଷ୍ଠିତ ଗତ ସଂସ୍କରଣରେ ପାକିସ୍ତାନଠାରୁ ୧୦ ୱିକେଟ୍‌‌ରେ ଭାରତ ହାରିଥିଲା। ବିଶ୍ୱକପ୍‌‌ ଇତିହାସରେ ପାକିସ୍ତାନଠାରୁ ଏହା ଥିଲା ଭାରତର ପ୍ରଥମ ପରାଜୟ। କିନ୍ତୁ ଇତିମଧ୍ୟରେ ଗୋଟିଏ ବର୍ଷ ବିତି ଯାଇଛି। ଭାରତର ଏହି ପରାଜୟରେ ପାକିସ୍ତାନ ତାରକା ଦ୍ରୁତ ବୋଲର ଶାହିନ ଶାହା ଆଫ୍ରିଦ (୩/୩୧) ହିରୋ ଥିଲେ। ଦୁବାଇରେ ଅନୁଷ୍ଠିତ ଏହି ମ୍ୟାଚ୍‌‌ରେ ଆଫ୍ରିଦି ଟପ୍‌‌ ଅର୍ଡର ୩ ୱିକେଟ ନେଇ ଭାରତର ବ୍ୟାଟିଂ ବିପର୍ଯ୍ୟାୟ ଘଟାଇଥିଲେ। ଭାରତ ଏଥର ନୂଆ ରୂପରେ ମ୍ୟାଚ୍‌‌ରେ ଅବତୀର୍ଣ୍ଣ ହୋଇଛି।

ପାକିସ୍ତାନ ଦଳରେ ୩ଜଣ ବାମହାତୀ ବ୍ୟାଟର ଶାନ ମାସୁଦ/ଫକର ଜମାନ, ମହମ୍ମଦ ନୱାଜ ଓ ଖୁସ୍‌‌ଦିଲ ଶାହା ଅଛନ୍ତି। ତେଣୁ ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କୁ ସୁଯୋଗ ମିଳିଛି। ଶାହିନ ଫିଟ୍‌‌ ହେବାପରେ ପାକିସ୍ତାନର ଆତ୍ମବିଶ୍ୱାସ ଦ୍ୱିଗୁଣିତ ହୋଇଛି। ଅଧିନାୟକ ବାବର ଆଜମ ଓ ମହମ୍ମଦ ରିଜୱାନଙ୍କୁ ନେଇ ଗଠିତ ପାକ୍‌‌ ଓପନିଂ ଯୋଡି ଜବରଦସ୍ତ ଫର୍ମରେ ରହିଛି। ଦଳରେ କେତେଜଣ ଅଲରାଉଣ୍ଡର ତଥା ମ୍ୟାଚ ୱିନର ରହିଛନ୍ତି। ବୋଲିଂରେ ପାକିସ୍ତାନ ମଧ୍ୟ ବେଶ୍‌‌ ଶକ୍ତିଶାଳୀ ମନେ ହେଉଛି।

୩୭ ବର୍ଷ ପରେ ମେଲବୋର୍ଣ୍ଣରେ ଭାରତ-ପାକ ମୁକାବିଲା

ଦୀର୍ଘ ୩୭ ବର୍ଷ ପରେ ମେଲବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡ (ଏମ୍‌‌ସିଜି)ରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବେ। ଏହାପୂର୍ବରୁ ୧୯୮୫ରେ ବେନସନ ଆଣ୍ଡ ହେଜେସ୍‌‌ ବିଶ୍ୱ ଚାମ୍ପିଅନସିପ୍‌‌ରେ ଦୁଇ ଦଳ ଫାଇନାଲରେ ପରସ୍ପରକୁ ଭେଟିଥିଲେ। ଏଥିରେ ଭାରତ ୧୭ଟି ବଲ ବାକି ରଖି ୮ ୱିକେଟରେ ଅତି ସହଜରେ ବିଜୟୀ ହୋଇ ଟାଇଟଲ ହାସଲ କରିଥିଲା। ରବି ଶାସ୍ତ୍ରୀ ପ୍ଲେୟର ଅଫ୍‌‌ ଦି ଟୁର୍ଣ୍ଣାମେଣ୍ଟ ଓ କ୍ରିସ୍‌‌ ଶ୍ରୀକାନ୍ତ ପ୍ଲେୟର ଅଫ୍‌‌ ଦି ମ୍ୟାଚ୍‌‌ ବିବେଚିତ ହୋଇଥିଲେ।

ଭାରତ: ରୋହିତ ଶର୍ମା (ଅଧିନାୟକ), ଲୋକେଶ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଦୀନେଶ କାର୍ତ୍ତିକ (ୱିକେଟକିପର),  ଅକ୍ଷର ପଟେଲ, ରବିଚନ୍ଦ୍ରନ ଅଶ୍ୱିନ, ମହମ୍ମଦ ସାମି, ଭୁବନେଶ୍ୱର କୁମାର, ଅର୍ଶଦୀପ ସିଂ।

ପାକିସ୍ତାନ: ମହମ୍ମଦ ରିଜୱାନ, ବାବର ଆଜମ(ଅଧିନାୟକ), ସାନ ମାସୁଦ, ହାଇଦର ଅଲି, ଇଫତିଖର ଅହମ୍ମଦ, ଆସିଫ ଅଲି, ମହମ୍ମଦ ନୱାଜ, ଶଦାବ ଖାନ, ନସିମ ଶାହ, ଶାହିନ ଆଫ୍ରିଦି, ହ୍ୟାରିସ ରୌଫ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର