ଦିନିକିଆ ବିଶ୍ୱକପ୍‌‌ ୱାର୍ମ-ଅପ୍‌ ମ୍ୟାଚ୍‌: ଇଂଲଣ୍ଡ୍‌ ବିପକ୍ଷରେ ଟସ୍‌ ଜିତି ବ୍ୟାଟିଙ୍ଗ୍‌ କରିବାକୁ ଭାରତର ନିଷ୍ପତ୍ତି

The Sakala Picture
Published On

ଗୁଆହାଟୀ: ଆଉ ୫ ଦିନପରେ ଆରମ୍ଭ ହେବାକୁ ଯାଉଥିବା ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଦିନିକିଆ ବିଶ୍ୱକପ୍‌‌ର ଅଭ୍ୟାସ ମ୍ୟାଚ୍‌‌ ଖେଳାଯିବା ପ୍ରକ୍ରିୟା ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ଆୟୋଜକ ଭାରତ ଆଜି ତା’ର ପ୍ରଥମ ଅଭ୍ୟାସ ମ୍ୟାଚ୍‌‌ରେ ଡିଫେଣ୍ଡିଂ ଚାମ୍ପିଅନ ଇଂଲଣ୍ଡକୁ ଭେଟୁଛି । ଉତ୍ତରପୂର୍ବାଞ୍ଚଳ ରାଜ୍ୟ ଆସାମ ରାଜଧାନୀ ଗୁଆହାଟୀର ବର୍ଷାପରା କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଥିବା ମ୍ୟାଚରେ ଭାରତ ଟସ୍‌ ଜିତି ବ୍ୟାଟିଙ୍ଗ୍‌ କରିବାକୁ ନିଷ୍ପତ୍ତି ନେଇଛି। ବର୍ତ୍ତମାନ ଗୁଆହାଟୀରେ ବର୍ଷା ହେଉଥିବା କାରଣରୁ ମ୍ୟାଚ […]

ଗୁଆହାଟୀ: ଆଉ ୫ ଦିନପରେ ଆରମ୍ଭ ହେବାକୁ ଯାଉଥିବା ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଦିନିକିଆ ବିଶ୍ୱକପ୍‌‌ର ଅଭ୍ୟାସ ମ୍ୟାଚ୍‌‌ ଖେଳାଯିବା ପ୍ରକ୍ରିୟା ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ଆୟୋଜକ ଭାରତ ଆଜି ତା’ର ପ୍ରଥମ ଅଭ୍ୟାସ ମ୍ୟାଚ୍‌‌ରେ ଡିଫେଣ୍ଡିଂ ଚାମ୍ପିଅନ ଇଂଲଣ୍ଡକୁ ଭେଟୁଛି । ଉତ୍ତରପୂର୍ବାଞ୍ଚଳ ରାଜ୍ୟ ଆସାମ ରାଜଧାନୀ ଗୁଆହାଟୀର ବର୍ଷାପରା କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଥିବା ମ୍ୟାଚରେ ଭାରତ ଟସ୍‌ ଜିତି ବ୍ୟାଟିଙ୍ଗ୍‌ କରିବାକୁ ନିଷ୍ପତ୍ତି ନେଇଛି। ବର୍ତ୍ତମାନ ଗୁଆହାଟୀରେ ବର୍ଷା ହେଉଥିବା କାରଣରୁ ମ୍ୟାଚ କିଛି ସମୟ ଡେରିରେ ଆରମ୍ଭ ହେବ।

ଆହୁରି ପଢ଼ନ୍ତୁ: ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ସମ୍ବଲପୁର ବିଶ୍ଵବିଦ୍ୟାଳୟର ଆସିଷ୍ଟାଣ ପ୍ରଫେସର ନିଲମ୍ବିତ

ଭାରତ ତା’ର ଦ୍ୱିତୀୟ ଅଭ୍ୟାସ ମ୍ୟାଚ୍‌‌ରେ ଥିରୁଅନନ୍ତପୁରମରେ ଆସନ୍ତା ୩ ତାରିଖରେ ନେଦରଲାଣ୍ଡସକୁ ଭେଟିବ। ଏହା ୮ ତାରିଖରେ ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚ୍‌‌ ଖେଳି ଭାରତ ଅଭିଯାନ ଆରମ୍ଭ କରିବ। ଯୁବ ଓପନର ଶୁବମାନ ଗିଲ, ଇଶାନ କିଶାନ, ଅକ୍ଷର ପଟେଲଙ୍କ ସ୍ଥାନରେ ଦଳରେ ସ୍ଥାନ ପାଇଥିବା ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଓ ଅଲରାଉଣ୍ଡର ଶାର୍ଦ୍ଦୁଳ ଠାକୁର ଗୁରୁବାର ଅଭ୍ୟାସ କରିଥିଲେ। ଭାରତ ଏସିଆ କପ୍‌‌ ଓ ପରେ ଅଷ୍ଟ୍ରେଲିଆ ବିପକ୍ଷରେ ୩ ମ୍ୟାଚ୍‌‌ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିଛି। ଅଭ୍ୟାସ ମ୍ୟାଚ୍‌‌ରେ ଦଳଗୁଡିକ ସେମାନଙ୍କର ୧୫ଜଣ ଖେଳାଳିଙ୍କୁ ଖେଳାଇପାରିବେ। ତେଣୁ ଏହି ମ୍ୟାଚ୍‌‌ରେ ଉଭୟ ଦଳ ଅଦଳବଦଳ କରିବା ସହ କେତୋଟି ପରୀକ୍ଷା ନିରୀକ୍ଷା କରିବେ।

ଆହୁରି ପଢ଼ନ୍ତୁ: ରାଜଧାନୀରେ ଚାଞ୍ଚଲ୍ୟ, ଶିଶୁଭବନ ଛକରେ ଘଟିଥିବା ସଡକ ଦୁର୍ଘଟଣା କେସରେ ମର୍ଡର ଲିଙ୍କ୍

ଭାରତ ଦିନିକିଆ ସମେତ ଟେଷ୍ଟ ଓ ଟି-୨୦ ମାନ୍ୟତାର ଶୀର୍ଷ ସ୍ଥାନରେ ରହିଛି। ଅନ୍ୟପଟେ ଇଂଲଣ୍ଡ ୫ ନଂ ଦଳ ଭାବେ ବିଶ୍ୱକପ୍‌‌ ଖେଳିବ। ଲଣ୍ଡନରୁ ଗୁଆହାଟୀକୁ ଆସିବା ପୂର୍ବରୁ ୩୮ ଘଣ୍ଟାର ଯାତ୍ରା କରି ଇଂଲଣ୍ଡ ଖେଳାଳିମାନେ କ୍ଲାନ୍ତ ଅନୁଭବ କରୁଥିବେ। ଭାରତ ଅପେକ୍ଷା ଇଂଲଣ୍ଡ ପାଇଁ ଏହି ମ୍ୟାଚ୍‌‌ ଅଧିକ ଗୁରୁତ୍ୱ ବହନ କରୁଛି। ଉଭୟ ଦଳ ବିଶ୍ୱକପ୍‌‌ ଟାଇଟଲ ଦାବିଦାର ହୋଇଥିବାରୁ ଏହି ଅଭ୍ୟାସ ମ୍ୟାଚ୍‌‌କୁ ଆଦୌ ହାଲ୍‌‌କା ଭାବେ ନେବେ ନାହିଁ।

ଆହୁରି ପଢ଼ନ୍ତୁ: ସାବଧାନ ! ବିବାହ ୱେବସାଇଟ୍‌ରେ ବି ଠକେଇ: ଡାକ୍ତର ପରିଚୟ ଦେଇ ଅସଲି ଡାକ୍ତରାଣୀଙ୍କୁ ଚୂନା ଲଗାଇଲେ

ଭାରତୀୟ ଟିମ୍‌: ରୋହିତ ଶର୍ମା (ଅଧିନାୟକ), ଶୁବମନ୍‌ ଗିଲ୍‌, ବିରାଟ କୋହଲି, ଈଶାନ୍‌ କିଷନ୍‌, ଶ୍ରେୟସ୍‌ ଆୟେର୍‌, କେ. ଏଲ୍‌. ରାହୁଲ୍‌ (ୱିକେଟ୍‌ରକ୍ଷକ), ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଦେଜା, ରବିଚନ୍ଦ୍ରନ୍‌ ଅଶ୍ବିନ୍‌, କୁଳଦୀପ ଯାଦବ, ଶାର୍ଦ୍ଦୁଳ ଠାକୁର, ଜସପ୍ରୀତ୍‌ ବୁମ୍‌ରା, ମହମ୍ମଦ୍‌ ସିରାଜ ଓ ମହମ୍ମଦ୍‌ ଶାମି।

ଇଂଲଣ୍ଡ୍‌ ଟିମ୍‌ : ଡେୱିଡ୍‌ ମାଲାନ୍‌, ଜନି ବେୟାରଷ୍ଟୋ, ଜୋ ରୁଟ୍‌, ହ୍ୟାରି ବ୍ରୁକ୍‌, ଜସ୍‌ ବଟ୍‌ଲର୍‌ (ୱିକେଟ୍‌ରକ୍ଷକ/ଅଧିନାୟକ), ଲିୟାମ୍‌ ଲିଭିଙ୍ଗଷ୍ଟୋନ୍‌, ବେନ୍‌ ଷ୍ଟୋକ୍ସ୍‌, ମୋଇନ୍‌ ଅଲି, କ୍ରିସ୍‌ ୱାଆକ୍ସ୍‌, ସାମ୍‌ କ୍ୟୁରାନ୍‌, ଡେଭିଡ୍‌ ୱିଲି, ଆଦିଲ୍‌ ରଶିଦ୍‌, ଗସ୍‌ ଏଟ୍‌କିନ୍‌ସନ୍‌, ରିସି ଟପ୍‌ଲି ଓ ମାର୍କ ଉଡ୍‌।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp