ସୂର୍ଯ୍ୟକୁମାରଙ୍କ ଦମ୍‌ଦାର ଶତକ ସତ୍ତ୍ବେ ଇଂଲଣ୍ଡ ଠାରୁ ୧୭ ରନ୍‌ରେ ତୃତୀୟ ଟି-୨୦ ହାରିଲା ଟିମ୍‌ ଇଣ୍ଡିଆ

The Sakala Picture
Published On

ନର୍ଟିଂହାମ : ଏଠାରେ ଖେଳାଯାଉଥିବା ଭାରତ ଓ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚରେ ଭାରତ ପରାସ୍ତ ହୋଇଛି। ଶେଷ ମ୍ୟାଚ୍‌ ବିଜୟ ସହ ଆଗୁଆ ସିରିଜ ହାରିଥିବା ଘରୋଇ ଇଂଲଣ୍ଡକୁ ଶାନ୍ତ୍ୱନାମୂଳକ ବିଜୟ ମିଳିଛି। ଇଂଲଣ୍ଡର ୨୧୬ ରନ୍‌ ବିଜୟ ଲକ୍ଷ୍ୟକୁ ପିଛା କରି ବ୍ୟାଟିଂ କରୁଥିବା ଭାରତ ସୂର୍ଯ୍ୟକୁମାର ଯାଦବଙ୍କ ଦମ୍‌ଦାର ଶତକ ସତ୍ତ୍ବେ ଇଂଲଣ୍ଡ ନିକଟରୁ ୧୭ ରନ୍‌ରେ ପରାଜୟ ବରଣ କରିଛି। ସୂର୍ଯ୍ୟକୁମାର […]

ନର୍ଟିଂହାମ : ଏଠାରେ ଖେଳାଯାଉଥିବା ଭାରତ ଓ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚରେ ଭାରତ ପରାସ୍ତ ହୋଇଛି। ଶେଷ ମ୍ୟାଚ୍‌ ବିଜୟ ସହ ଆଗୁଆ ସିରିଜ ହାରିଥିବା ଘରୋଇ ଇଂଲଣ୍ଡକୁ ଶାନ୍ତ୍ୱନାମୂଳକ ବିଜୟ ମିଳିଛି। ଇଂଲଣ୍ଡର ୨୧୬ ରନ୍‌ ବିଜୟ ଲକ୍ଷ୍ୟକୁ ପିଛା କରି ବ୍ୟାଟିଂ କରୁଥିବା ଭାରତ ସୂର୍ଯ୍ୟକୁମାର ଯାଦବଙ୍କ ଦମ୍‌ଦାର ଶତକ ସତ୍ତ୍ବେ ଇଂଲଣ୍ଡ ନିକଟରୁ ୧୭ ରନ୍‌ରେ ପରାଜୟ ବରଣ କରିଛି। ସୂର୍ଯ୍ୟକୁମାର ବିସ୍ଫୋରକ୍‌ ଇଂନିସ ଖେଳି ୫୫ ବଲ୍‌ରେ ୧୪ ଟି ଚୌକା-୬ଟି ଛକା ବଳରେ ୧୧୭ ରନ୍‌ କରିଥିଲେ। ଏହା ସତ୍ତ୍ବେ ଭାରତ ୨୦ ଓଭର ଖେଳି ୯ ୱିକେଟ ହରାଇ ୧୯୮ ରନ୍‌ କରିବାକୁ ସକ୍ଷମ ହୋଇଥିଲା।

ଆହୁରି ପଢ଼ନ୍ତୁ: ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଖୁବଶୀଘ୍ର ଘୋଷଣା ହେବ ଭାରତୀୟ ଦଳ, ବିରାଟ କୋହଲିଙ୍କ ଫିଟନେସକୁ ନେଇ ଆସିଲା ବଡ଼ ଖବର

ଆଜିର ମ୍ୟାଚ୍‌ରେ ପ୍ରଥମେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ  ଇଂଲଣ୍ଡ କ୍ୟାପ୍ଟେନ୍ ଜସ ବଟଲର। ସିରିଜର ଦୁଇଟି ମ୍ୟାଚ ହାରି ସାରିଥିବା ଇଂଲଣ୍ଡ ଆଜି ଭଲ ପଦର୍ଶନ ସହ ଭାରତ ଆଗରେ ଏକ ବିଶାଳ ସ୍କୋର ଛିଡା କରିଥିଲା । ଅନ୍ତିମ ମୁକାବିଲାରେ ଇଂଲଣ୍ଡ ବ୍ୟାଟ ଭଲ ବ୍ୟାଟିଂ କରିଥିଲେ । ଦାୱିଦ୍‌ ମଲାନ୍‌ ଓ ଲିଆମ୍‌ ଲିଭିଂଷ୍ଟୋନ୍‌ ବିସ୍ଫୋରକ ବ୍ୟାଟିଂ ବଳରେ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଘରୋଇ ଇଂଲଣ୍ଡ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୭ଟି ୱିକେଟ୍‌ ହରାଇ ୨୧୫ ରନ୍‌ କରିଥିଲେ।  ଇଂଲଣ୍ଡର ଦୁଇ ଓପନର ଜାସନ ରୟ ଏବଂ ଅଧିନାୟକ ଜୋସ୍ ବଟଲର ୩୧ ରନ ଯୋଡିଥିଲେ।ଏହା ପରେ ଡେଭିଡ୍ ମଲାନ ଏବଂ ଲିଭିଙ୍ଗଷ୍ଟୋନ ବିସ୍ଫୋରକ ବ୍ୟାଟିଂ କରି ଦଳର ସ୍କୋରକୁ ଆଗକୁ ବଢାଇଥିଲେ। ମଲାନ ଅର୍ଦ୍ଧଶତକ ହାସଲ କରିବା ସହିତ ୩୯ ବଲରୁ ୬ ଚୌକା ଏବଂ ୫ ଛକା ଜରିଆରେ ୭୭ ରନର ବିସ୍ଫୋରକ ଇନିଂସ ଖେଳିଥିଲେ। ମଲାନ ଏବଂ ଲିଭିଙ୍ଗଷ୍ଟୋନ ଚତୁର୍ଥ ଓ୍ଵିକେଟରେ ୮୪ ରନ ଯୋଡିଥିଲେ। ଶେଷ ଆଡକୁ ଲିଆମ ଲିଭିଙ୍ଗଷ୍ଟୋନ ଦ୍ରୁତ ବ୍ୟାଟିଂ କରି ୪୨ ରନର ଇନିଂସ ଖେଳିବାରୁ ଇଂଲଣ୍ଡ ୭ ଓ୍ଵିକେଟ୍ ହରାଇ ୨୧୫ ରନ କରିଥିଲା। ଫଳରେ ରୋହିତ ଶର୍ମାଙ୍କ ନେତୃତ୍ବ ଭାରତକୁ ୨୧୬ ରନ୍‌ର ବିଜୟ ଲକ୍ଷ୍ୟ ମିଳିଥିଲା।

ଆହୁରି ପଢ଼ନ୍ତୁ: ବୈଭବ ସୂର୍ଯ୍ୟବଂଶୀଙ୍କ ପାଇଁ କପିଲ ଦେବଙ୍କ ଆହ୍ୱାନ: 'ସେ ୨୦-୨୨ ବର୍ଷର ହେବା ପରେ ଆମେ ବିଚାର କରିବୁ'

ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ଦୁଇଟି ମ୍ୟାଚ ବିଜୟ ସହ ଆଗୁଆ ସିରିଜ ଜିତିଥିବା ଭାରତ ଅନ୍ତିମ ମ୍ୟାଚ ବିଜୟ ସହ ସିରିଜ କ୍ଲିନ୍‌ ସୁଇପ କରିବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇଥିଲା। ହେଲେ ଓପନ କରୁଥିବା ରିଷଭ ଦଳର ସ୍କୋର ଦୁଇ ରନଥିବା ବେଳେ ଏକ ରନ୍‌ କରି ପ୍ୟାଭିଲିୟନ ଫେରିଥିଲେ। ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ପୂର୍ବତନ ଅଧିନାକୟ କୋହଲି ମଧ୍ୟ ଅଧିକ ସମୟ ପଡିଆରେ ରହିପାରିନଥିଲେ। କୋହଲି ମାତ୍ର ୧୧ ରନ୍‌ କରି ପଡିଆରୁ ଫେରିଥିଲେ। ଏହାପରେ ଅଧିନାୟକ ରୋହିତ ମଧ୍ୟ ୧୧ ରନରେ ଆଉଟ ହୋଇଥିଲେ। ଏହାପରେ ସୂର୍ଯ୍ୟକୁମାର ଓ ଶ୍ରେୟସ ଆୟର ଇଂଲଣ୍ଡ ବୋଲରଙ୍କୁ ଭଲ ମୁକାବିଲା କରିବା ସହ ଦଳର ସ୍କୋରକୁ ଏକ ମଜଭୁତ ସ୍ଥିତିରେ ପହଞ୍ଚାଇଥିଲେ। କିନ୍ତୁ ଶ୍ରେୟସ ଆୟର ୨୮ ରନ କରି ଆଉଟ ହୋଇଯାଇଥିଲେ। ସୂର୍ଯ୍ୟକୁମାର ଓ ଶ୍ରେୟସଙ୍କ ବ୍ୟତିତ ବାକି ବ୍ୟାଟସମ୍ୟାନ ନିରାଶ କରିଥିଲେ । ଯାହା ଫଳରେ ସିରିଜ କ୍ଲିନ୍‌ ସୁଇପ କରିବାରୁ ବଞ୍ଚିତ ହେଲା ଭାରତ।

ଆହୁରି ପଢ଼ନ୍ତୁ: ବିଶ୍ୱର ସବୁଠାରୁ ଗ୍ଲାମରସ୍ ଫୁଟବଲର୍ ଆଲିଶା ଲେହମ୍ୟାନ୍‌ଙ୍କ ନିର୍ବନ୍ଧ ସମ୍ପନ୍ନ: ବୟଫ୍ରେଣ୍ଡ ମଣ୍ଟେଲ ମ୍ୟାକେଞ୍ଜି କଲେ ରୋମାଣ୍ଟିକ୍ ପ୍ରପୋଜ୍

10 Jul 2022 By The Sakala

ସୂର୍ଯ୍ୟକୁମାରଙ୍କ ଦମ୍‌ଦାର ଶତକ ସତ୍ତ୍ବେ ଇଂଲଣ୍ଡ ଠାରୁ ୧୭ ରନ୍‌ରେ ତୃତୀୟ ଟି-୨୦ ହାରିଲା ଟିମ୍‌ ଇଣ୍ଡିଆ

ନର୍ଟିଂହାମ : ଏଠାରେ ଖେଳାଯାଉଥିବା ଭାରତ ଓ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚରେ ଭାରତ ପରାସ୍ତ ହୋଇଛି। ଶେଷ ମ୍ୟାଚ୍‌ ବିଜୟ ସହ ଆଗୁଆ ସିରିଜ ହାରିଥିବା ଘରୋଇ ଇଂଲଣ୍ଡକୁ ଶାନ୍ତ୍ୱନାମୂଳକ ବିଜୟ ମିଳିଛି। ଇଂଲଣ୍ଡର ୨୧୬ ରନ୍‌ ବିଜୟ ଲକ୍ଷ୍ୟକୁ ପିଛା କରି ବ୍ୟାଟିଂ କରୁଥିବା ଭାରତ ସୂର୍ଯ୍ୟକୁମାର ଯାଦବଙ୍କ ଦମ୍‌ଦାର ଶତକ ସତ୍ତ୍ବେ ଇଂଲଣ୍ଡ ନିକଟରୁ ୧୭ ରନ୍‌ରେ ପରାଜୟ ବରଣ କରିଛି। ସୂର୍ଯ୍ୟକୁମାର ବିସ୍ଫୋରକ୍‌ ଇଂନିସ ଖେଳି ୫୫ ବଲ୍‌ରେ ୧୪ ଟି ଚୌକା-୬ଟି ଛକା ବଳରେ ୧୧୭ ରନ୍‌ କରିଥିଲେ। ଏହା ସତ୍ତ୍ବେ ଭାରତ ୨୦ ଓଭର ଖେଳି ୯ ୱିକେଟ ହରାଇ ୧୯୮ ରନ୍‌ କରିବାକୁ ସକ୍ଷମ ହୋଇଥିଲା।

ଆଜିର ମ୍ୟାଚ୍‌ରେ ପ୍ରଥମେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ  ଇଂଲଣ୍ଡ କ୍ୟାପ୍ଟେନ୍ ଜସ ବଟଲର। ସିରିଜର ଦୁଇଟି ମ୍ୟାଚ ହାରି ସାରିଥିବା ଇଂଲଣ୍ଡ ଆଜି ଭଲ ପଦର୍ଶନ ସହ ଭାରତ ଆଗରେ ଏକ ବିଶାଳ ସ୍କୋର ଛିଡା କରିଥିଲା । ଅନ୍ତିମ ମୁକାବିଲାରେ ଇଂଲଣ୍ଡ ବ୍ୟାଟ ଭଲ ବ୍ୟାଟିଂ କରିଥିଲେ । ଦାୱିଦ୍‌ ମଲାନ୍‌ ଓ ଲିଆମ୍‌ ଲିଭିଂଷ୍ଟୋନ୍‌ ବିସ୍ଫୋରକ ବ୍ୟାଟିଂ ବଳରେ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଘରୋଇ ଇଂଲଣ୍ଡ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୭ଟି ୱିକେଟ୍‌ ହରାଇ ୨୧୫ ରନ୍‌ କରିଥିଲେ।  ଇଂଲଣ୍ଡର ଦୁଇ ଓପନର ଜାସନ ରୟ ଏବଂ ଅଧିନାୟକ ଜୋସ୍ ବଟଲର ୩୧ ରନ ଯୋଡିଥିଲେ।ଏହା ପରେ ଡେଭିଡ୍ ମଲାନ ଏବଂ ଲିଭିଙ୍ଗଷ୍ଟୋନ ବିସ୍ଫୋରକ ବ୍ୟାଟିଂ କରି ଦଳର ସ୍କୋରକୁ ଆଗକୁ ବଢାଇଥିଲେ। ମଲାନ ଅର୍ଦ୍ଧଶତକ ହାସଲ କରିବା ସହିତ ୩୯ ବଲରୁ ୬ ଚୌକା ଏବଂ ୫ ଛକା ଜରିଆରେ ୭୭ ରନର ବିସ୍ଫୋରକ ଇନିଂସ ଖେଳିଥିଲେ। ମଲାନ ଏବଂ ଲିଭିଙ୍ଗଷ୍ଟୋନ ଚତୁର୍ଥ ଓ୍ଵିକେଟରେ ୮୪ ରନ ଯୋଡିଥିଲେ। ଶେଷ ଆଡକୁ ଲିଆମ ଲିଭିଙ୍ଗଷ୍ଟୋନ ଦ୍ରୁତ ବ୍ୟାଟିଂ କରି ୪୨ ରନର ଇନିଂସ ଖେଳିବାରୁ ଇଂଲଣ୍ଡ ୭ ଓ୍ଵିକେଟ୍ ହରାଇ ୨୧୫ ରନ କରିଥିଲା। ଫଳରେ ରୋହିତ ଶର୍ମାଙ୍କ ନେତୃତ୍ବ ଭାରତକୁ ୨୧୬ ରନ୍‌ର ବିଜୟ ଲକ୍ଷ୍ୟ ମିଳିଥିଲା।

ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ଦୁଇଟି ମ୍ୟାଚ ବିଜୟ ସହ ଆଗୁଆ ସିରିଜ ଜିତିଥିବା ଭାରତ ଅନ୍ତିମ ମ୍ୟାଚ ବିଜୟ ସହ ସିରିଜ କ୍ଲିନ୍‌ ସୁଇପ କରିବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇଥିଲା। ହେଲେ ଓପନ କରୁଥିବା ରିଷଭ ଦଳର ସ୍କୋର ଦୁଇ ରନଥିବା ବେଳେ ଏକ ରନ୍‌ କରି ପ୍ୟାଭିଲିୟନ ଫେରିଥିଲେ। ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ପୂର୍ବତନ ଅଧିନାକୟ କୋହଲି ମଧ୍ୟ ଅଧିକ ସମୟ ପଡିଆରେ ରହିପାରିନଥିଲେ। କୋହଲି ମାତ୍ର ୧୧ ରନ୍‌ କରି ପଡିଆରୁ ଫେରିଥିଲେ। ଏହାପରେ ଅଧିନାୟକ ରୋହିତ ମଧ୍ୟ ୧୧ ରନରେ ଆଉଟ ହୋଇଥିଲେ। ଏହାପରେ ସୂର୍ଯ୍ୟକୁମାର ଓ ଶ୍ରେୟସ ଆୟର ଇଂଲଣ୍ଡ ବୋଲରଙ୍କୁ ଭଲ ମୁକାବିଲା କରିବା ସହ ଦଳର ସ୍କୋରକୁ ଏକ ମଜଭୁତ ସ୍ଥିତିରେ ପହଞ୍ଚାଇଥିଲେ। କିନ୍ତୁ ଶ୍ରେୟସ ଆୟର ୨୮ ରନ କରି ଆଉଟ ହୋଇଯାଇଥିଲେ। ସୂର୍ଯ୍ୟକୁମାର ଓ ଶ୍ରେୟସଙ୍କ ବ୍ୟତିତ ବାକି ବ୍ୟାଟସମ୍ୟାନ ନିରାଶ କରିଥିଲେ । ଯାହା ଫଳରେ ସିରିଜ କ୍ଲିନ୍‌ ସୁଇପ କରିବାରୁ ବଞ୍ଚିତ ହେଲା ଭାରତ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର