ଆଜି ଭାରତ-ଇଂଲଣ୍ଡ ଦ୍ୱିତୀୟ ଟି-୨୦ : ସିରିଜ ବିଜୟ ଲକ୍ଷ୍ୟରେ ଭାରତ

The Sakala Picture
Published On

ଏଜ୍‍ବାଷ୍ଟନ/ବର୍ମିଂହାମ୍‍: ରୋଜ୍‍ ବାଉଲ୍‍ରେ ଇଂଲଣ୍ଡକୁ ୫୦ ରନ୍‌ରେ ପରାସ୍ତ କରି ଭାରତ ଏଠାରେ ଚାଲିଥିବା ୩ ମ୍ୟାଚ୍‍ ବିଶିଷ୍ଟ ଟି-୨୦ ସିରିଜରେ ୧-୦ରେ ଆଗୁଆ ରହିଛି। ହାର୍ଦ୍ଦିକ ପାଣ୍ଡ୍ୟା ୫୧ ରନ୍‍ ସହ ୪ଟି ୱିକେଟ ନେଇ ପ୍ରଥମ ଟି-୨୦ ବିଜୟରେ ହିରୋ ସାଜିଥିଲେ। ଏଭଳି ସ୍ଥିତିରେଳ ଆଜି ଏଜ୍‍ବାଷ୍ଟନରେ ଚଳିତ ସିରିଜ୍‍ର ଦ୍ୱିତୀୟ ମ୍ୟାଚ୍‍ ଖେଳାଯିବ। ଏଠାରେ ନିକଟରେ ଖେଳାଯାଇଥିବା ପ୍ରତିଦ୍ୱନ୍ଦ୍ୱିତାମୂଳକ ଟେଷ୍ଟ ମ୍ୟାଚ୍‍ରେ ଭାରତ ପରାଜିତ ହୋଇଥିଲା। ଏବେ ଦ୍ୱିତୀୟ ଟି-୨୦ ସମାନ ଷ୍ଟାଡିୟମରେ […]

ଏଜ୍‍ବାଷ୍ଟନ/ବର୍ମିଂହାମ୍‍: ରୋଜ୍‍ ବାଉଲ୍‍ରେ ଇଂଲଣ୍ଡକୁ ୫୦ ରନ୍‌ରେ ପରାସ୍ତ କରି ଭାରତ ଏଠାରେ ଚାଲିଥିବା ୩ ମ୍ୟାଚ୍‍ ବିଶିଷ୍ଟ ଟି-୨୦ ସିରିଜରେ ୧-୦ରେ ଆଗୁଆ ରହିଛି। ହାର୍ଦ୍ଦିକ ପାଣ୍ଡ୍ୟା ୫୧ ରନ୍‍ ସହ ୪ଟି ୱିକେଟ ନେଇ ପ୍ରଥମ ଟି-୨୦ ବିଜୟରେ ହିରୋ ସାଜିଥିଲେ। ଏଭଳି ସ୍ଥିତିରେଳ ଆଜି ଏଜ୍‍ବାଷ୍ଟନରେ ଚଳିତ ସିରିଜ୍‍ର ଦ୍ୱିତୀୟ ମ୍ୟାଚ୍‍ ଖେଳାଯିବ। ଏଠାରେ ନିକଟରେ ଖେଳାଯାଇଥିବା ପ୍ରତିଦ୍ୱନ୍ଦ୍ୱିତାମୂଳକ ଟେଷ୍ଟ ମ୍ୟାଚ୍‍ରେ ଭାରତ ପରାଜିତ ହୋଇଥିଲା। ଏବେ ଦ୍ୱିତୀୟ ଟି-୨୦ ସମାନ ଷ୍ଟାଡିୟମରେ ଖେଳାଯାଉଥିବାରୁ ଭାରତ ଏହି ମ୍ୟାଚ୍‍ ବିଜୟ ସହ ସିରିଜ୍‍ କବ୍‍ଜା କରିବ ଓ ଟେଷ୍ଟ ପରାଜୟର ମଧୁର ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଛି। ଅନ୍ୟ ପକ୍ଷରେ ଇଂଲଣ୍ଡ ଦଳର ନୂଆ ସୀମିତ ଓଭର ଅଧିନାୟକ ଜୋଶ୍‍ ବଟ୍ଟଲର ନେତୃତ୍ୱ ନେବାର ପ୍ରଥମ ମ୍ୟାଚରେ ବିଫଳ ହୋଇଥିବାରୁ ଏଠାରେ ବିଜୟୀ ହୋଇ ସିରିଜ୍‍ ବଞ୍ଚାଇବାକୁ ନିଶ୍ଚିତ ଚେଷ୍ଟା କରିବେ। ଇଂଲଣ୍ଡ ଦଳରେ ପ୍ରଥମ ପସନ୍ଦର ବୋଲର ନଥିଲେ ମଧ୍ୟ ଏହି ମ୍ୟାଚ୍‍ ଜିତିବାକୁ ଦଳ ନିକଟରେ ଦକ୍ଷ ଖେଳାଳି ରହିଛନ୍ତି। ଏଣୁ ଉଭୟ ପକ୍ଷ ଜୋରଦାର ଲଢ଼େଇ କରିବାକୁ ପ୍ରସ୍ତୁତ ଥିବାରୁ ମ୍ୟାଚଟି ତୀବ୍ର ପ୍ରତିଦ୍ୱନ୍ଦ୍ୱିତାମୂଳକ ହେବ ବୋଲି ଆଶା କରିବା ସ୍ୱାଭାବିକ୍‍।

ଆହୁରି ପଢ଼ନ୍ତୁ: ଅବସର ପ୍ରଶ୍ନ ଉପରେ ସାମ୍ବାଦିକଙ୍କୁ ହରମନପ୍ରୀତ କୌରଙ୍କ କଡ଼ା ଜବାବ: 'ଆପଣ ଭାବୁଛନ୍ତି ମୁଁ ଖେଳିବା ଛାଡ଼ିଦେବା ଉଚିତ?'

ପ୍ରଥମ ମ୍ୟାଚର ବିଜୟ ପରେ ଜୋସରେ ଟିମ୍ ଇଣ୍ଡିଆ । ଆଗୁଆ ସିରିଜ କବଜା ଲକ୍ଷ୍ୟରେ ଭାରତ । ୫ ମାସ ପରେ ଟି-ଟ୍ୱେଣ୍ଟିକୁ ଫେରିଥିବାରୁ କୋହଲିଙ୍କ ଉପରେ ନଜର ରହିଛି । ଏହି ମ୍ୟାଚ୍‌ ଜିତି ୩ ମ୍ୟାଚ୍‌ ବିଶି‌ଷ୍ଟ ଶୃଙ୍ଖଳାକୁ ଆଗୁଆ କବ୍‌ଜା କରିବା ଲକ୍ଷ୍ୟରେ ରହିବ ଭାରତ । ‌ଟେଷ୍ଟ୍‌ ମ୍ୟାଚ୍‌‌ ପରେ ବିଶ୍ରାମ ନେଇଥିବା ବିରାଟ କୋହଲି, ଋଷଭ ପନ୍ତ, ଯଶ୍‌ପ୍ରୀତ ବୁମ୍‌ରା, ରବୀନ୍ଦ୍ର ଜାଦେଜା ଓ ଶ୍ରେୟସ ଆୟର ଦଳକୁ ଫେରିଛନ୍ତି । ଫଳରେ ପ୍ରଥମ ଟ୍ବେଣ୍ଟି-୨୦ ଖେଳିଥିବା ଚୂଡ଼ାନ୍ତ ‌ଏକାଦଶରେ ଅନେକ ପରିବର୍ତ୍ତନ ସମ୍ଭାବନା ରହିଛି ।

ଆହୁରି ପଢ଼ନ୍ତୁ: ଫିଫା ବିଶ୍ୱକପ୍‌ ୨୦୨୬: ଫୋକସରେ ବିଶ୍ୱର ଏହି ୫ ତାରକା ଡିଫେଣ୍ଡର...

ସବୁଠୁ ବଡ଼ କଥା ହେଉଛି ପୂର୍ବତନ ଭାରତୀୟ ଅଧିନାୟକ କୋହଲି ୫ ମାସ ପରେ ଟ୍ବେଣ୍ଟି-୨୦କୁ ଫେରିବେ। ଫର୍ମରେ ନଥିବାରୁ ଏହି ବ୍ୟାଟର୍‌ ନିଜ ପୂରୁଣା ଚମକ ଫେରିପାଇବା ଲାଗି ଚେଷ୍ଟା କରିବେ । ସେ ଦୀପକ ହୁଦାଙ୍କ ସ୍ଥାନରେ ଖେଳିବାର ସମ୍ଭାବନା ରହିଛି । ହୁଦା ପ୍ରଥମ ଟ୍ବେଣ୍ଟି-୨୦ରେ ୧୭ ବଲ୍‌ରେ ୩୩ ରନ୍‌ କରି ଫର୍ମରେ ଥିବା ସୂଚନା ଦେଇଥିଲେ । ଏଥିପାଇଁ କୋହଲିଙ୍କ ଉପରେ ଚାପ ରହିପାରେ । ଯଦି ହୁଦା ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଆନ୍ତି ତେବେ ଅଧିନାୟକ ରୋହିତ ଶର୍ମାଙ୍କ ସହ କୋହଲି ପାଳି ଆରମ୍ଭ କରିବାର ବିକଳ୍ପ ରହିଛି । ୱେଷ୍ଟ୍‌ଇଣ୍ଡିଜ୍‌ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ କୋହଲି ବିଶ୍ରାମ ନେବାକୁ ଚାହୁଁଥିବାରୁ ବିଶ୍ବକପ୍‌ ପୂର୍ବରୁ ଇଂଲଣ୍ଡ ବିପକ୍ଷ ଏହି ୨ ମ୍ୟାଚ୍‌ ତାଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ।

ଆହୁରି ପଢ଼ନ୍ତୁ: ଭାରତୀୟ କ୍ରୀଡ଼ା ଜଗତରେ ଶୋକର ଛାୟା: ପ୍ରସିଦ୍ଧ ସୁଟର ତଥା କୋଚ୍ ଯଶପାଲ ରାଣାଙ୍କ ୪୯ ବର୍ଷ ବୟସରେ ପରଲୋକ

ସାଉଥାମ୍ପଟନରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍‍ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଲରାଉଣ୍ଡ ସଫଳତା ଦଳ ଲାଗି ବେଶ ଉପଯୋଗୀ ସାବ୍ୟସ୍ତ ହୋଇଥିଲା। ସେ ଗୁରୁତ୍ୱପୂର୍ଣ୍ଣ ସମୟରେ ବ୍ୟାଟିଂ କରିବାକୁ ଆସି ୫୧ ରନ୍‍ କରିବା ଫଳରେ ଦଳ ଏକ ସମ୍ମାନଜନକ ସ୍କୋର କରିଥିଲା। ତାଙ୍କ ବ୍ୟତୀତ ଅନ୍ୟ ସମସ୍ତ ବ୍ୟାଟ୍ସମ୍ୟାନ୍‍ ଭଲ ଆରମ୍ଭ ପାଇଥିଲେ ମଧ୍ୟ ବେଶି ସମୟ ତିଷ୍ଠି ପାରି ନଥିଲେ। ସୂର୍ଯ୍ୟକୁମାର ଯାଦବ ୩୯, ଦୀପକ ହୁଦା ୩୩ ଓ ଅଧିନାୟକ ରୋହିତ ଶର୍ମାଙ୍କ ୨୪ ରନ୍‍ ଦଳକୁ ଫାଇଦାରେ ରଖିଥିଲା। ଏଣୁ ଦଳ ବ୍ୟାଟିଂକୁ ନେଇ ଏତେଟା ଚିନ୍ତିତ ନୁହେଁ। ନୂଆ ପିଢ଼ିର ଖେଳାଳିମାନେ ଭଲ ଭାବେ ଶୂନ୍ୟସ୍ଥାନ ପୂରଣ କରିବାରେ ସମର୍ଥ ହୋଇଛନ୍ତି। ଏପରି ହେଲେ ଦୀପକ ହୁଦା, ଦୀନେଶ କାର୍ତ୍ତିକ ଓ ଅକ୍ଷର ପଟେଲଙ୍କୁ ଚୂଡାନ୍ତ ଦଳରେ ସାମିଲ କରାଯାଇପାରେ।

ବୋଲିଂରେ ଦଳ ପ୍ରଥମ ମ୍ୟାଚରେ ସଫଳ ହୋଇଥିଲେ ମଧ୍ୟ ଇଂଲଣ୍ଡର ଆକ୍ରମଣାତ୍ମକ ଖେଳ ଆଗରେ କେତେ ତିଷ୍ଠିବେ ତାହା କହିବା କଷ୍ଟକର। ଭୁବନେଶ୍ୱର କୁମାର ଏବେ ଭଲ ଫର୍ମରେ ଅଛନ୍ତି। ସେ ବୋଲିଂ ଓପନ କରୁଥିବାରୁ ତାଙ୍କଠାରୁ ଦଳ ବ୍ରେକଥ୍ରୁ ଆଶା କରୁଛି। ଡେବ୍ୟୁଟାଣ୍ଟ ବାମହାତୀ ମିଡିୟମ୍‍ ପେସ୍‍ ବୋଲର ଅର୍ଶଦୀପ ସିଂ ଓ ହର୍ଷଲ ପଟେଲ ନିଜ ନିୟନ୍ତ୍ରଣରେ ରହିଛି। ଦୁଇ ସ୍ପିନର ଯୁଜବେନ୍ଦ୍ର ଚହଲ ଏବେ ମଧ୍ୟ ଯାଦୁକରୀ ବୋଲିଂ କରିଛନ୍ତି। ଅକ୍ଷର ପଟେଲ ତାଙ୍କୁ ସାଥ ଦେଉଛନ୍ତି। ପ୍ରଥମ ମ୍ୟାଚ୍‍ରେ ଭାରତ ଲାଗି ସବୁ ଠିକ୍‍ଠାକ୍‍ ରହିଥିଲା। ଏହି ପ୍ରଦର୍ଶନ ଶନିବାର ଦ୍ୱିତୀୟ ମ୍ୟାଚ୍‍ରେ ବଜାୟ ରଖିଲେ ଭାରତ ଯେ ସିରିଜ୍‍ କବ୍‍ଜା କରିବ ତାହା ନିଃସନ୍ଦେହରେ କୁହାଯାଇପାରେ।

ଅନ୍ୟ ପକ୍ଷରେ ଇଂଲଣ୍ଡ ପ୍ରଥମ ମ୍ୟାଚ୍‍ରେ ଲଢ଼େଇ କରିବା ପୂର୍ବରୁ ହାରିଯାଇଥିଲା। ଦଳର ଟପ୍‍ ଅର୍ଡର ଖେଳାଳିମାନେ ଫେଲ୍‍ ମାରିଥିଲେ। ଏହା ସତ୍ତ୍ବେ ଦ୍ୱିତୀୟ ମ୍ୟାଚ୍‍ ଯେ ଏକତରଫା ହେବ ତାହା ଆଦୌ କହିହେବ ନାହିଁ। ବଟ୍ଟଲର, ଲିଆମ୍‍ ଲିଭିଙ୍ଗ୍‍ଷ୍ଟୋନ, ଜେସନ ରୟ ଓ ଡାୱିଡ ମଲାନ୍‍ଙ୍କ ଭଳି ଖେଳାଳି ଯେଉଁ ଦଳରେ ଅଛନ୍ତି, ସେମାନଙ୍କୁ କୌଣସି ପରିସ୍ଥିତିରେ ହାଲକା ଭାବେ ଗ୍ରହଣ କରିହେବ ନାହିଁ। ହଁ ଦଳ ବୋଲିଂରେ କିଛିଟା ଦୁର୍ବଳ ରହିଛି। ଏହାକୁ ସେମାନେ ଠିକ୍‍ କରିନେଲେ ଭାରତକୁ ମ୍ୟାଚ୍‍ ଜିତିବା କଷ୍ଟକର ହୋଇ ପଡ଼ିବ।

09 Jul 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର