ହାଇ ସ୍କୋରିଂ ହେବ ଭାରତ-ବାଂଲାଦେଶ ଦ୍ବିତୀୟ ଟି-୨୦, ସିରିଜ୍ ଜିତିବା ଲକ୍ଷ୍ୟରେ ଭାରତ
ନୂଆଦିଲ୍ଲୀ : ଭାରତ ଓ ବାଂଲାଦେଶ ମଧ୍ୟରେ ଚାଲିଥିବା ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ବୁଧବାର ନୂଆଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମରେ ଖେଳାଯିବ। ଏହା ପୂର୍ବରୁ ଗ୍ୱାଲିୟରରେ ଖେଳାଯାଇଥିବା ପ୍ରଥମ ମୁକାବିଲାକୁ ୭ ୱିକେଟରେ ଜିତି ଭାରତ ୧-୦ରେ ଆଗୁଆ ରହିଛି। ଏଠାରେ କ୍ରମାଗତ ବିଜୟ ସହ ଆତ୍ମବିଶ୍ୱାସୀ ଭାରତ ୨-୦ରେ ଆଗୁଆ ସିରିଜ୍ କବ୍ଜା କରିବା ଲକ୍ଷ୍ୟରେ ରହିଛି। ଭାରତୀୟ ଦଳରେ ଅନେକ ନବାଗତ ଖେଳାଳି ସାମିଲ ହୋଇଥିବାରୁ ସମସ୍ତଙ୍କୁ ଟିମ୍ […]
ନୂଆଦିଲ୍ଲୀ : ଭାରତ ଓ ବାଂଲାଦେଶ ମଧ୍ୟରେ ଚାଲିଥିବା ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ବୁଧବାର ନୂଆଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମରେ ଖେଳାଯିବ। ଏହା ପୂର୍ବରୁ ଗ୍ୱାଲିୟରରେ ଖେଳାଯାଇଥିବା ପ୍ରଥମ ମୁକାବିଲାକୁ ୭ ୱିକେଟରେ ଜିତି ଭାରତ ୧-୦ରେ ଆଗୁଆ ରହିଛି। ଏଠାରେ କ୍ରମାଗତ ବିଜୟ ସହ ଆତ୍ମବିଶ୍ୱାସୀ ଭାରତ ୨-୦ରେ ଆଗୁଆ ସିରିଜ୍ କବ୍ଜା କରିବା ଲକ୍ଷ୍ୟରେ ରହିଛି। ଭାରତୀୟ ଦଳରେ ଅନେକ ନବାଗତ ଖେଳାଳି ସାମିଲ ହୋଇଥିବାରୁ ସମସ୍ତଙ୍କୁ ଟିମ୍ ମ୍ୟାନେଜମେଣ୍ଟ ସୁଯୋଗ ଦେବ ବୋଲି ଆଶା କରାଯାଉଛି। ଏଣୁ ଉଭୟ ଦଳରେ ଜଣେ କିମ୍ବା ଦୁଇ ଜଣ ଖେଳାଳିଙ୍କୁ ପରିବର୍ତ୍ତନ କରାଯାଇପାରେ।
ଅନ୍ୟ ପକ୍ଷରେ ଏହି ଷ୍ଟାଡିୟମ୍ରେ ଚଳିତବର୍ଷ ୫ଟି ଆଇପିଏଲ୍ ମ୍ୟାଚ୍ ଖେଳାଯାଇଥିଲା। ଏଥିରେ ୧୦ଟି ପାଳିରୁ ୮ଥର ୨୦୦ କିମ୍ବା ତା’ଠାରୁ ଅଧିକ ରନ୍ ସଂଗୃହୀତ ହୋଇଥିଲା। ଏଣୁ ଏହି ମ୍ୟାଚ୍ ଯେ ହାଇ ସ୍କୋରିଂ ହେବ ଏଥିରେ କୌଣସି ସନ୍ଦେହ ନାହିଁ। ଭାରତୀୟ ଖେଳାଳିମାନେ ହାଇ ସ୍କୋରିଂ ମ୍ୟାଚ୍ ଖେଳିବାରେ ଅଭ୍ୟସ୍ତ ଥିଲାବେଳେ ଏଠାରେ ଆୟୋଜକ ଦଳକୁ ଫେବରାଇଟ୍ ବୋଲି ବିବେଚନା କରାଯାଉଛି।
ଅନେକ ନବାଗତ ଖେଳାଳିଙ୍କୁ ନେଇ ଭାରତୀୟ ଦଳ ପ୍ରଥମ ଟି-୨୦ରେ ଜବରଦସ୍ତ ଖେଳିଥିଲା। ବୋଲିଂ ହେଉ ବା ବ୍ୟାଟିଂ ସବୁଥିରେ ପ୍ରାଧାନ୍ୟ ବିସ୍ତାର କରିଥିଲା ଘରୋଇ ଦଳ। ଏହି ପ୍ରଦର୍ଶନ ପରେ ଦଳର ଆତ୍ମବିଶ୍ୱାସ ଢେ଼ର ବଢ଼ିଯାଇଛି। ବ୍ୟାଟିଂରେ ପଦାର୍ପଣ କରିଥିବା ନୀତୀଶ କୁମାର ରେଡ୍ଡୀଙ୍କୁ ବାଦ୍ ଦେଲେ ଏହି ମ୍ୟାଚ୍ ଖେଳିଥିବା ସମସ୍ତ ବ୍ୟାଟରଙ୍କ ଷ୍ଟ୍ରାଇକରେଟ ୧୫୦ରୁ ଅଧିକ ରହିଥିଲା। ବିଶେଷକରି ହାର୍ଦ୍ଦିକ ପାଣ୍ଡ୍ୟା ମାତ୍ର ୧୬ ବଲ୍ରେ ୩୯ ରନ୍ କରି ତାଙ୍କ ବିସ୍ଫୋରକ ମନୋଭାବ ପ୍ରଦର୍ଶନ କରିଛନ୍ତି। ଅଧିନାୟକ ସୂର୍ଯ୍ୟକୁମାର ଯାଦବ ହୁଅନ୍ତୁ କିମ୍ବା ସଞ୍ଜୁ ସାମସନ ବରିଷ୍ଠ ଖେଳାଳିମାନେ ଦକ୍ଷତା ଅନୁଯାୟୀ ଖେଳିଛନ୍ତି। ଏଭଳି ସ୍ଥିତିରେ ଦଳ ନିକଟରେ ୮ଟି ବୋଲିଂ ଅପ୍ସନ ରହିଛି। ଏହାକୁ ଅଧିନାୟକ ସୂର୍ଯ୍ୟକୁମାର ହାପି ହେଡ୍ଏଚ୍ ବା ଖୁସିରେ ମୁଣ୍ଡବିନ୍ଧା ବୋଲି ବର୍ଣ୍ଣନା କରିଛନ୍ତି। ଅଭିଜ୍ଞ ଅର୍ଶଦୀପ ସିଂ ଓ ୩ବର୍ଷ ପରେ ଦଳକୁ ଫେରିଥିବା ବରୁଣ ଚକ୍ରବର୍ତ୍ତୀ ୩ଜଣ ଲେଖାଏଁ ଖେଳାଳିଙ୍କୁ ଆଉଟ କରି ସଫଳ ସାବ୍ୟସ୍ତ ହୋଇଥିଲେ। ଅନ୍ୟମାନେ ମଧ୍ୟ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ଏଣୁ ଭାରତ ଲାଗି କୌଣସି ମୁଣ୍ଡବ୍ୟଥାର କାରଣ ନାହିଁ।
ସେହିପରି ଭାରତ ଏହି ମ୍ୟାଚ୍ ଜିତିଲେ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ଦଳ ସର୍ବାଧିକ ୧୩ଟି ମ୍ୟାଚ୍ ଜିତିବାର ବିଶ୍ୱରେକର୍ଡ କରିବ। ସେହିପରି ସୂର୍ଯ୍ୟକୁମାର ଯାଦବ ଆଉ ୩୯ ରନ୍ କରିପାରିଲେ ଟି-୨୦ କ୍ରିକେଟରେ ଦ୍ରୁତତମ ୨୫୦୦ ରନ୍ କରିବାରେ ବିରାଟ କୋହଲିଙ୍କ ରେକର୍ଡ ସହ ସମକକ୍ଷ ହେବେ। ବାଂଲାଦେଶ ନିକଟରେ ଭାରତକୁ ହରାଇବାର ଶକ୍ତି ଓ ସାମର୍ଥ୍ୟ ନାହିଁ। କିନ୍ତୁ ଗୋଟିଏ ବୋଲିଂ ସ୍ପେଲ୍ କିମ୍ବା ଜଣେ ଖେଳାଳିଙ୍କ ବିସ୍ଫୋରକ ବ୍ୟାଟିଂ ଭାରତର ସମୀକରଣକୁ ଓଲଟପାଲଟ କରିଦେଇପାରେ। ବାଂଲାଦେଶ ମଧ୍ୟ ଏହି ମ୍ୟାଚ୍ ଜିତି ସିରିଜ୍କୁ ଫେରିବା ଲକ୍ଷ୍ୟରେ ରହିଛି। ଅଧିନାୟକ ନାଜମୋଲ ହୋସେନ ସାଣ୍ଟୋ ଓ ଅଭିଜ୍ଞ ପେସ ବାହିନୀ ଦଳର ଭାଗ୍ୟ ପରିବର୍ତ୍ତନ କରିବେ ବୋଲି ସମର୍ଥକ ଆଶା ରଖିଛନ୍ତି। ସେହିପରି ଯୁବ ଖେଳାଳି ତୋହିଦ୍ ଦୃଦୟ ଓ ରିଶାଦ୍ଙ୍କ ପ୍ରଦର୍ଶନ ଉପରେ ବାଂଲାଦେଶର ସଫଳତା ଅନେକାଂଶରେ ନିର୍ଭର କରୁଛି।