ମନୋରଞ୍ଜନ

ସଲମାନ ଖାନଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହଠାତ୍ ଅଦୃଶ୍ୟ, X ପେଜ୍ ସକ୍ରିୟ ଥିବାରୁ ପ୍ରଶଂସକଙ୍କ ମଧ୍ୟରେ ଛନକା
ଏଆଇ (AI) ଦ୍ୱାରା ନିର୍ମିତ ନକଲି ଫଟୋ ଭାଇରାଲ୍ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ 'କାନ୍ତାରା' ଅଭିନେତ୍ରୀ ରୁକ୍ମିଣୀ ବସନ୍ତ
ଖୁସି କପୁରଙ୍କ ସହ ବ୍ରେକଅପ୍ ପରେ ରାଜେଶ ଖାନ୍ନାଙ୍କ ନାତୁଣୀଙ୍କ ପ୍ରେମରେ ବେଦାଙ୍ଗ ରୈନା! ଥିଏଟର ବାହାରେ ଭିଡିଓ ଭାଇରାଲ
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଘଟଣ: ମିସ୍ ଭେନେଜୁଏଲା ୨୦୨୫ ଆଣ୍ଡ୍ରିଆ ଡେଲ୍ ଭାଲ୍‌ଙ୍କୁ ସେଲିବ୍ରିଟି ଷ୍ଟାଇଲିଷ୍ଟଙ୍କ ଆକ୍ରମଣ, ରକ୍ତାକ୍ତ ଭିଡିଓ ଭାଇରାଲ
ପ୍ରସିଦ୍ଧ ଗାୟକଙ୍କୁ ବିବାହ କରିବେ କି କୋଟିପତି କାବ୍ୟା ମାରନ୍? ସ୍ପେନରେ ବାହାଘର ନେଇ ଜୋର ଧରିଛି ଚର୍ଚ୍ଚା

୫ମ ଟେଷ୍ଟ : ପ୍ରଥମ ପାଳିରେ ଇଂଲଣ୍ଡ ୨୮୪ ରନରେ ଅଲଆଉଟ୍, ୧୩୨ ରନରେ ଆଗୁଆ ଭାରତ

The Sakala Picture
Published On

ବର୍ମିଂହାମ୍‍ : ଇଂଲଣ୍ଡ ବିପକ୍ଷ ପଞ୍ଚମ ତଥା ଶେଷ ଟେଷ୍ଟ୍‌ରେ ଘରୋଇ ଇଂଲଣ୍ଡ ଭାରତୀୟ ବୋଲରଙ୍କ ମୁକାବିଲା କରିନପାରି ୨୮୪ ରନରେ ଅଲଆଉଟ୍ ହୋଇଛି।ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ଭାରତ ୧୩୨ ରନରେ ଆଗୁଆ ରହିଛି। ଏଜବଷ୍ଟନରେ ଚାଲିଥିବା ଭାରତ ଇଂଲଣ୍ଡ ବିପକ୍ଷ ପଞ୍ଚମ ଟେଷ୍ଟର ତୃତୀୟ ଦିନରେ ୮୪ ରନ୍‌ରେ ୫ ୱିକେଟ୍ରୁ ଖେଳ ଆରମ୍ଭ କରିଥିଲା। ଆଜି କିନ୍ତୁ ପରବର୍ତ୍ତୀ ୫ଟି ୱିକେଟ୍‌ ବିନିମୟରେ ୨୦୦ ରନ୍‌ ସଂଗ୍ରହ କରିଥିଲା। ଇଂଲଣ୍ଡ ପକ୍ଷରୁ ଜୋନି […]

ବର୍ମିଂହାମ୍‍ : ଇଂଲଣ୍ଡ ବିପକ୍ଷ ପଞ୍ଚମ ତଥା ଶେଷ ଟେଷ୍ଟ୍‌ରେ ଘରୋଇ ଇଂଲଣ୍ଡ ଭାରତୀୟ ବୋଲରଙ୍କ ମୁକାବିଲା କରିନପାରି ୨୮୪ ରନରେ ଅଲଆଉଟ୍ ହୋଇଛି।ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ଭାରତ ୧୩୨ ରନରେ ଆଗୁଆ ରହିଛି। ଏଜବଷ୍ଟନରେ ଚାଲିଥିବା ଭାରତ ଇଂଲଣ୍ଡ ବିପକ୍ଷ ପଞ୍ଚମ ଟେଷ୍ଟର ତୃତୀୟ ଦିନରେ ୮୪ ରନ୍‌ରେ ୫ ୱିକେଟ୍ରୁ ଖେଳ ଆରମ୍ଭ କରିଥିଲା। ଆଜି କିନ୍ତୁ ପରବର୍ତ୍ତୀ ୫ଟି ୱିକେଟ୍‌ ବିନିମୟରେ ୨୦୦ ରନ୍‌ ସଂଗ୍ରହ କରିଥିଲା। ଇଂଲଣ୍ଡ ପକ୍ଷରୁ ଜୋନି ବେୟାରଷ୍ଟୋ ୧୦୬ ରନ କରିଥିଲେ। ସାମ ବିଲିଙ୍ଗ୍ସ ୩୬ ରନ କରିଥିବା ବେଳେ ଜୋ ରୁଟ୍ ୩୧ ରନ କରିଛନ୍ତି।

ଆହୁରି ପଢ଼ନ୍ତୁ: କିଛି ବଡ଼ ଯୋଜନାରେ ଅଛନ୍ତି ବିରାଟ କୋହଲି, କିନ୍ତୁ ଟେଷ୍ଟ କ୍ରିକେଟକୁ ପ୍ରତ୍ୟାବର୍ତ୍ତନର ରାସ୍ତା ବନ୍ଦ

ଭାରତ ପକ୍ଷରୁ ଭାରତ ପକ୍ଷରୁ ମହମ୍ମଦ ସିରାଜ ସର୍ବାଧିକ ୪ଟି ୱିକେଟ୍‌ ନେଇଛନ୍ତି। ସେହିପରି ଜସପ୍ରୀତ ବୁମାରଙ୍କୁ ୩ଟି, ମହମ୍ମଦ ସାମିଙ୍କୁ ୨ଟି ଓ ଶାର୍ଦ୍ଦୁଲ ଠାକୁରଙ୍କୁ ଗୋଟିଏ ୱିକେଟ୍‌ ମିଳିଛି। ଏଥି ସହିତ ଭାରତୀୟ ଟିମ୍‌ ପ୍ରଥମ ପାଳି ଆଧାରରେ ୧୩୨ ରନ୍‌ରେ ଅଗ୍ରଣୀ ରହିଛି।ମ୍ୟାଚ୍ ଆହୁରି ଅଢେଇ ଦିନ ବାକି ଥିବା ବେଳେ ଯଦି ବର୍ଷା ନହୁଏ ତେବେ ଭାରତ ବିଜୟଲାଭ କରିବାର ଯଥେଷ୍ଟ ସମ୍ଭାବନା ରହିଛି।

ଆହୁରି ପଢ଼ନ୍ତୁ: ଆଇପିଏଲ-୨୦୨୬ ପ୍ଲେ-ଅଫ୍‌ରୁ ବାଦ୍ ପଡିଲା ସିଏସକେ, ଅଧିନାୟକ ରୁତୁରାଜ ଗାଏକୱାଡ କହିଲେ ଏହାର କାରଣ...

ସୂଚନାଯୋଗ୍ୟ ଭାରତ ପ୍ରଥମ ପାଳିରେ ସମସ୍ତ ୱିକେଟ ହରାଇ ୪୧୬ ରନ୍‌ ସଂଗ୍ରହ କରିଥିଲା। ଋଷଭ ପନ୍ତଙ୍କ ୧୪୬ ଓ ରବୀନ୍ଦ୍ର ଜାଡେଜାଙ୍କ ୧୦୪ ରନ୍‌ ବଳରେ ଟିମ୍ ଇଣ୍ଡିଆ ଏହି ବିରାଟ ସ୍କୋର କରିଥିଲା। କ୍ୟାପଟେନ ଯଶପ୍ରୀତ ବୁମ୍ରା ଧୂଆଁଧାର ବ୍ୟାଟିଂର ପ୍ରଦର୍ଶନ କରି ୧୬ ବଲ୍‌ରେ ଅପରାଜିତ ୩୧ ରନ୍ କରିଥିଲେ। ଯେଉଁଥିରେ ୪ଟି ଚୌକା ଓ ୨ଟି ଛକା ଥିଲା। ତେବେ ଶେଷରେ ଆସିଥିବା ମହମ୍ମଦ ସିରାଜ ମାତ୍ର ୨ ରନ୍ କରି ଆଣ୍ଡରସନଙ୍କ ବଲ୍‌ରେ ଆଉଟ ହେବାରୁ ଟିମ୍ ଇଣ୍ଡିଆ ସମସ୍ତ ଓ୍ୱିକେଟ ହରାଇ ମାତ୍ର ୪୧୬ ରନ୍ କରିପାରିଥିଲା। ଏହା ଭିତରେ ୪୦ ଅତିରିକ୍ତ ରନ୍ ରହିଥିଲା। ଟସ୍ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଟିମ୍ ଇଣ୍ଡିଆ ପାଇଁ ଋଷଭ ପନ୍ତ ଓ ରବୀନ୍ଦ୍ର ଜାଡେଜାଙ୍କ ଗୁରୁତ୍ୱପୂର୍ଣ୍ଣ ଶତକୀୟ ସ୍କୋର ମୁସକିଲରେ ପଡ଼ିଥିବା ଦଳକୁ ବଳ ଦେଇଥିଲା। ଟିମ୍ ଇଣ୍ଡିଆ ପକ୍ଷରୁ ଶୁବମନ ଗିଲ ୧୭ ରନ୍‌, ଚେତେଶ୍ୱର ପୂଜାରା ୧୩ ରନ୍, ହନୁମା ବିହାରୀ ୨୦, ବିରାଟ କୋହଲି ୧୧, ଋଷଭ ପନ୍ତ ୧୪୬, ଶ୍ରେୟସ ଆୟର ୧୫, ରବୀନ୍ଦ୍ର ଜାଡେଜା ୧୦୪, ଶର୍ଦୁଲ ଠାକୁର ୧, ମହମ୍ମଦ ସାମୀ ୧୬, ଯଶପ୍ରୀତ ବୁମ୍ରା ୩୧, ମହମଦ ସିରାଜ ୨ ରନ କରିଛନ୍ତି।

ଆହୁରି ପଢ଼ନ୍ତୁ: କୁସ୍ତି କାହିଁକି କ୍ଷତି ସହିବ? ବିନେଶ ଫୋଗାଟଙ୍କୁ ଏସୀୟ କ୍ରୀଡ଼ା ଟ୍ରାଏଲରୁ ବାଦ୍ ଦେବା ପ୍ରସଙ୍ଗରେ ଡବ୍ଲ୍ୟୁଏଫଆଇ ଉପରେ ବର୍ଷିଲେ ଦିଲ୍ଲୀ ହାଇକୋର୍ଟ

03 Jul 2022 By The Sakala

୫ମ ଟେଷ୍ଟ : ପ୍ରଥମ ପାଳିରେ ଇଂଲଣ୍ଡ ୨୮୪ ରନରେ ଅଲଆଉଟ୍, ୧୩୨ ରନରେ ଆଗୁଆ ଭାରତ

ବର୍ମିଂହାମ୍‍ : ଇଂଲଣ୍ଡ ବିପକ୍ଷ ପଞ୍ଚମ ତଥା ଶେଷ ଟେଷ୍ଟ୍‌ରେ ଘରୋଇ ଇଂଲଣ୍ଡ ଭାରତୀୟ ବୋଲରଙ୍କ ମୁକାବିଲା କରିନପାରି ୨୮୪ ରନରେ ଅଲଆଉଟ୍ ହୋଇଛି।ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ଭାରତ ୧୩୨ ରନରେ ଆଗୁଆ ରହିଛି। ଏଜବଷ୍ଟନରେ ଚାଲିଥିବା ଭାରତ ଇଂଲଣ୍ଡ ବିପକ୍ଷ ପଞ୍ଚମ ଟେଷ୍ଟର ତୃତୀୟ ଦିନରେ ୮୪ ରନ୍‌ରେ ୫ ୱିକେଟ୍ରୁ ଖେଳ ଆରମ୍ଭ କରିଥିଲା। ଆଜି କିନ୍ତୁ ପରବର୍ତ୍ତୀ ୫ଟି ୱିକେଟ୍‌ ବିନିମୟରେ ୨୦୦ ରନ୍‌ ସଂଗ୍ରହ କରିଥିଲା। ଇଂଲଣ୍ଡ ପକ୍ଷରୁ ଜୋନି ବେୟାରଷ୍ଟୋ ୧୦୬ ରନ କରିଥିଲେ। ସାମ ବିଲିଙ୍ଗ୍ସ ୩୬ ରନ କରିଥିବା ବେଳେ ଜୋ ରୁଟ୍ ୩୧ ରନ କରିଛନ୍ତି।

ଭାରତ ପକ୍ଷରୁ ଭାରତ ପକ୍ଷରୁ ମହମ୍ମଦ ସିରାଜ ସର୍ବାଧିକ ୪ଟି ୱିକେଟ୍‌ ନେଇଛନ୍ତି। ସେହିପରି ଜସପ୍ରୀତ ବୁମାରଙ୍କୁ ୩ଟି, ମହମ୍ମଦ ସାମିଙ୍କୁ ୨ଟି ଓ ଶାର୍ଦ୍ଦୁଲ ଠାକୁରଙ୍କୁ ଗୋଟିଏ ୱିକେଟ୍‌ ମିଳିଛି। ଏଥି ସହିତ ଭାରତୀୟ ଟିମ୍‌ ପ୍ରଥମ ପାଳି ଆଧାରରେ ୧୩୨ ରନ୍‌ରେ ଅଗ୍ରଣୀ ରହିଛି।ମ୍ୟାଚ୍ ଆହୁରି ଅଢେଇ ଦିନ ବାକି ଥିବା ବେଳେ ଯଦି ବର୍ଷା ନହୁଏ ତେବେ ଭାରତ ବିଜୟଲାଭ କରିବାର ଯଥେଷ୍ଟ ସମ୍ଭାବନା ରହିଛି।

ସୂଚନାଯୋଗ୍ୟ ଭାରତ ପ୍ରଥମ ପାଳିରେ ସମସ୍ତ ୱିକେଟ ହରାଇ ୪୧୬ ରନ୍‌ ସଂଗ୍ରହ କରିଥିଲା। ଋଷଭ ପନ୍ତଙ୍କ ୧୪୬ ଓ ରବୀନ୍ଦ୍ର ଜାଡେଜାଙ୍କ ୧୦୪ ରନ୍‌ ବଳରେ ଟିମ୍ ଇଣ୍ଡିଆ ଏହି ବିରାଟ ସ୍କୋର କରିଥିଲା। କ୍ୟାପଟେନ ଯଶପ୍ରୀତ ବୁମ୍ରା ଧୂଆଁଧାର ବ୍ୟାଟିଂର ପ୍ରଦର୍ଶନ କରି ୧୬ ବଲ୍‌ରେ ଅପରାଜିତ ୩୧ ରନ୍ କରିଥିଲେ। ଯେଉଁଥିରେ ୪ଟି ଚୌକା ଓ ୨ଟି ଛକା ଥିଲା। ତେବେ ଶେଷରେ ଆସିଥିବା ମହମ୍ମଦ ସିରାଜ ମାତ୍ର ୨ ରନ୍ କରି ଆଣ୍ଡରସନଙ୍କ ବଲ୍‌ରେ ଆଉଟ ହେବାରୁ ଟିମ୍ ଇଣ୍ଡିଆ ସମସ୍ତ ଓ୍ୱିକେଟ ହରାଇ ମାତ୍ର ୪୧୬ ରନ୍ କରିପାରିଥିଲା। ଏହା ଭିତରେ ୪୦ ଅତିରିକ୍ତ ରନ୍ ରହିଥିଲା। ଟସ୍ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଟିମ୍ ଇଣ୍ଡିଆ ପାଇଁ ଋଷଭ ପନ୍ତ ଓ ରବୀନ୍ଦ୍ର ଜାଡେଜାଙ୍କ ଗୁରୁତ୍ୱପୂର୍ଣ୍ଣ ଶତକୀୟ ସ୍କୋର ମୁସକିଲରେ ପଡ଼ିଥିବା ଦଳକୁ ବଳ ଦେଇଥିଲା। ଟିମ୍ ଇଣ୍ଡିଆ ପକ୍ଷରୁ ଶୁବମନ ଗିଲ ୧୭ ରନ୍‌, ଚେତେଶ୍ୱର ପୂଜାରା ୧୩ ରନ୍, ହନୁମା ବିହାରୀ ୨୦, ବିରାଟ କୋହଲି ୧୧, ଋଷଭ ପନ୍ତ ୧୪୬, ଶ୍ରେୟସ ଆୟର ୧୫, ରବୀନ୍ଦ୍ର ଜାଡେଜା ୧୦୪, ଶର୍ଦୁଲ ଠାକୁର ୧, ମହମ୍ମଦ ସାମୀ ୧୬, ଯଶପ୍ରୀତ ବୁମ୍ରା ୩୧, ମହମଦ ସିରାଜ ୨ ରନ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର