ଆଜି ଭାରତ-ପାକ୍ ମହାଲଢ଼େଇ; ବିଶ୍ବକପ୍ କ୍ରିକେଟରେ ମୁହାଁମୁହିଁ ହେବେ ଦୁଇ ଚିର ପ୍ରତିଦ୍ବନ୍ଦ୍ବୀ
ଅହମ୍ମଦାବାଦ୍: ଆଜି ଭାରତ-ପାକିସ୍ତାନ ମହାଲଢେଇ । ବିଶ୍ବକପ୍ କ୍ରିକେଟରେ ମୁହାଁମୁହିଁ ହେବେ ଦୁଇ ଚିର ପ୍ରତିଦ୍ବନ୍ଦ୍ବୀ । ବିଶ୍ୱ କ୍ରିକେଟର ଦୁଇ ଶକ୍ତିଶାଳୀ ଓ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ୍ର ଭାରତ ଓ ପାକିସ୍ତାନ ମଧ୍ୟରେ ମୁକାବିଲାକୁ ବିଶ୍ୱର ସମସ୍ତ କ୍ରିକେଟ ପ୍ରେମୀ ମନଭରି ଉପଭୋଗ କରିଥାନ୍ତି। ଏହି ମୁକାବିଲା କ୍ରିକେଟ ଖେଳ ଅପେକ୍ଷା ଅଧିକ ସାମାଜିକ ଓ ରାଜନୈତିକ ଦୃଷ୍ଟିକୋଣରୁ ଅଧିକ ଗୁରୁତ୍ୱ ବହନ କରିଥାଏ। ଏହାକୁ ଉଭୟ ଦେଶର ସମର୍ଥକମାନେ ଏକ ପ୍ରକାର ଯୁଦ୍ଧ ଭାବେ […]
ଅହମ୍ମଦାବାଦ୍: ଆଜି ଭାରତ-ପାକିସ୍ତାନ ମହାଲଢେଇ । ବିଶ୍ବକପ୍ କ୍ରିକେଟରେ ମୁହାଁମୁହିଁ ହେବେ ଦୁଇ ଚିର ପ୍ରତିଦ୍ବନ୍ଦ୍ବୀ । ବିଶ୍ୱ କ୍ରିକେଟର ଦୁଇ ଶକ୍ତିଶାଳୀ ଓ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ୍ର ଭାରତ ଓ ପାକିସ୍ତାନ ମଧ୍ୟରେ ମୁକାବିଲାକୁ ବିଶ୍ୱର ସମସ୍ତ କ୍ରିକେଟ ପ୍ରେମୀ ମନଭରି ଉପଭୋଗ କରିଥାନ୍ତି। ଏହି ମୁକାବିଲା କ୍ରିକେଟ ଖେଳ ଅପେକ୍ଷା ଅଧିକ ସାମାଜିକ ଓ ରାଜନୈତିକ ଦୃଷ୍ଟିକୋଣରୁ ଅଧିକ ଗୁରୁତ୍ୱ ବହନ କରିଥାଏ। ଏହାକୁ ଉଭୟ ଦେଶର ସମର୍ଥକମାନେ ଏକ ପ୍ରକାର ଯୁଦ୍ଧ ଭାବେ ବିବେଚନା କରିଥାନ୍ତି। ଏହାରି ମଧ୍ୟରେ ଭାରତ ଶକ୍ତିଶାଳୀ ହୋଇଯାଇଥିଲାବେଳେ ପାକିସ୍ତାନ ସାମାନ୍ୟ ଦୁର୍ବଳ ହୋଇପଡ଼ିଛି। ସବୁଠାରୁ ବଡ଼ କଥା ହେଉଛି ଭାରତ ବିପକ୍ଷ ଦିନିକିଆ କ୍ରିକେଟରେ ପାକିସ୍ତାନର ରେକର୍ଡ (୧୩୪ ମୁକାବିଲାରେ ୭୩ ବିଜୟ) ଭଲ ହୋଇଥିଲେ ମଧ୍ୟ ଦିନିକିଆ ବିଶ୍ୱକପରେ ୭ଥର ମୁକାବିଲାରୁ ଥରେ ହେଲେ ଜିତିନାହିଁ। ଏହି ସୁଯୋଗ ଅହମ୍ମଦାବାଦ୍ରେ ମିଳିବ ବୋଲି ଏହି ଦେଶର ସମର୍ଥକମାନେ ଆଶା ବାନ୍ଧି ରହିଛନ୍ତି।
କ୍ରିକେଟ ଦୃଷ୍ଟି କୋଣରୁ ଦେଖିଲେ ଉଭୟ ଦଳର ସନ୍ତୁଳନ ଭଲ ରହିଛି। କାଗଜ କଲମରେ ଭାରତୀୟ ବ୍ୟାଟିଂ ବିଶ୍ୱରେ ଶ୍ରେଷ୍ଠ। କିନ୍ତୁ ଅଷ୍ଟ୍ରେଲିଆ ବିପକ୍ଷରେ ୨ ରନ୍ରେ ୩ଟି ୱିକେଟ ହରାଇବା ପରେ ଏମାନଙ୍କ ଉପରେ ବେଳେ ବେଳେ ସନ୍ଦେହ ରହିଛି। ସେହିପରି ଆଉ ଏକ ବଡ଼ ଦୁର୍ବଳତା ହେଉଛି ପାକିସ୍ତାନୀ ଫାଷ୍ଟ ବୋଲର ସାହିନ ଶାହା ଆଫ୍ରିଦୀଙ୍କୁ ଭାରତୀୟ ଟପ୍ ଅର୍ଡର ବ୍ୟାଟରଙ୍କ ଭୟ। ଅବଶ୍ୟ ନିକଟରେ ଶ୍ରୀଲଙ୍କାରେ ଅନୁଷ୍ଠିତ ଏସିଆ କପ୍ରେ ଶୁବମାନ ଗିଲ ଚୌକା ଛକା ବର୍ଷଣ କରି ଏହି ଭୟକୁ ଏଡ଼ାଇଦେଇଥିଲେ। ଡେଙ୍ଗୁ ଜ୍ୱରରୁ ଭଲ ହେବା ପରେ ଏଠାରେ ଶୁବମାନ ଗତ ଦୁଇଦିନ ଧରି ଅଭ୍ୟାସ କରିଛନ୍ତି। ଆଫ୍ରିଦୀଙ୍କ ସହ ହାରିସ ରୌଫ, ହାସନ ଅଲ୍ଲୀ, ଦୁଇ ସ୍ପିନର ତଥା ଫର୍ମରେ ନଥିବା ମହମ୍ମଦ ନୱାଜ ଓ ସଦାବ।ାନ କିପରି ପ୍ରଦର୍ଶନ କରିବେ। ଏମାନଙ୍କ ପ୍ରଦର୍ଶନ ଉପରେ ପାକିସ୍ତାନର ଭାଗ୍ୟ ନିର୍ଣ୍ଣିତ ହେବ।
ବିଶ୍ୱକପ୍ରେ ୭ଟି ମୁକାବିଲାରୁ ୭ଟିରେ ଜିତିବା, ଅନ୍ୟ ଆଇସିସି ଟୁର୍ଣ୍ଣାମେଣ୍ଟରେ ପ୍ରଭାବ ବିସ୍ତାର କରିଥିବାରୁ ଭାରତ ଅଷ୍ଟମ ମୁକାବିଲାରେ ମଧ୍ୟ ବିଜୟୀ ହେବ ବୋଲି ଆଶା ରଖିଛି। ଦଳରେ ବେଶ ପ୍ରତିଷ୍ଠିତ କ୍ରିକେଟର ଅଛନ୍ତି। ଟି-୨୦ ହେଉ କିମ୍ବା ଦିନିକିଆରେ ପାକିସ୍ତାନକୁ ନିକଟରେ ରୋହିତ ଶର୍ମାଙ୍କ ଦଳ ପରାସ୍ତ କରିଛି। ଆତ୍ମବିଶ୍ୱାସ ହେଉ ଅବା ଫର୍ମରେ ପ୍ରତିଦ୍ୱନ୍ଦୀ ପାକିସ୍ତାନଠାରୁ ଭାରତ ବହୁ ଆଗରେ। କିନ୍ତୁ ବିଶ୍ୱକ୍ରୀଡ଼ା ଜଗତର ଅନ୍ୟତମ ପ୍ରତିଦ୍ୱନ୍ଦ୍ୱୀ ଦେଶ ଭାବେ ବିବେଚିତ ଭାରତ-ପାକିସ୍ତାନ ମୁକାବିଲାରେ ଫର୍ମ ନୁହେଁ ପ୍ରବଳ ଚାପ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏପରି ମୁକାବିଲାରେ ଯେଉଁ ଦଳ ଯେତେ ଚାପକୁ ମୁକାବିଲା କରିପାରିବ, ସେହି ଦଳ ବିଜୟୀ ହେବ। ଏଣୁ ଫର୍ମ, ଦକ୍ଷତା କିମ୍ବା ପ୍ରତିଭା ଅପେକ୍ଷା ଚାପ ହିଁ ଏହି ମ୍ୟାଚ୍ରେ ବିଜେତା ନିର୍ଣ୍ଣୟ କରିବ। ଏ ସମସ୍ତ ଉତ୍କଣ୍ଠା ସତ୍ତ୍ବେ ବର୍ଷା ଏହି ମ୍ୟାଚ୍ରେ ବାଧା ସୃଷ୍ଟି କରିବାର ଯଥେଷ୍ଟ ଆଶଙ୍କା ରହିଛି। ସ୍ଥାନୀୟ ପାଣିପାଗ ଅଫିସର ପୂର୍ବାନୁମାନଯାୟୀ ଶନିବାର ସାମାନ୍ୟ ବର୍ଷା ହୋଇପାରେ। କିନ୍ତୁ ଖେଳ ପରେ କ’ଣ ହେବ ତାହା ଜଣାଯିବ।