କରୋନା ପାଇଁ ରବ୍ଦ ହେଲା ଭାରତ ଓ ଇଂଲଣ୍ଡ ପଞ୍ଚମ ଟେଷ୍ଟ୍

The Sakala Picture
Published On

ମାଞ୍ଚେଷ୍ଟର: ଭାରତ ଓ ଇଂଲଣ୍ଡ ମଧ୍ୟରେ ଆଜି ଖେଳାଯିବାକୁ ଥିବା ପଞ୍ଚମ ଟେଷ୍ଟ୍ ରବ୍ଦ ହୋଇଛି। କରୋନା ସଙ୍କଟ କାରଣରୁ ଏହି ନିଷ୍ପତ୍ତି ନିଆଯାଇଛି । ମ୍ୟାଚ୍ ପାଇଁ ଯେପରି କରୋନା ସଂକ୍ରମଣ ଆଉ ବୃଦ୍ଧି ନ ହୁଏ ତାହାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି। ଇସିବି ପକ୍ଷରୁ ବିସିସିଆଇ ସହ ଆଲୋଚନା ପରେ କୁହାଯାଇଛି ଯେ, ମାଞ୍ଚେଷ୍ଟରରେ ଖେଳାଯିବାକୁ ଥିବା ପଞ୍ଚମ ଟେଷ୍ଟକୁ ରଦ୍ଦ କରାଯାଇଛି। କୋଭିଡ ସଂକ୍ରମଣ ବୃଦ୍ଧି ଆଶଙ୍କାରେ ଭାରତୀୟ ଟିମ୍ […]

ମାଞ୍ଚେଷ୍ଟର: ଭାରତ ଓ ଇଂଲଣ୍ଡ ମଧ୍ୟରେ ଆଜି ଖେଳାଯିବାକୁ ଥିବା ପଞ୍ଚମ ଟେଷ୍ଟ୍ ରବ୍ଦ ହୋଇଛି। କରୋନା ସଙ୍କଟ କାରଣରୁ ଏହି ନିଷ୍ପତ୍ତି ନିଆଯାଇଛି । ମ୍ୟାଚ୍ ପାଇଁ ଯେପରି କରୋନା ସଂକ୍ରମଣ ଆଉ ବୃଦ୍ଧି ନ ହୁଏ ତାହାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି।

ଆହୁରି ପଢ଼ନ୍ତୁ: ରୋନାଲ୍ଡୋ-ଜର୍ଜିନାଙ୍କ ସିକ୍ରେଟ୍ ୱେଡିଂ: ଘରର ଲିଭିଂ ରୁମ୍‌ରେ ଜୀବନସାଥୀ ହେଲେ ଏହି ଷ୍ଟାର୍ କପଲ୍

ଇସିବି ପକ୍ଷରୁ ବିସିସିଆଇ ସହ ଆଲୋଚନା ପରେ କୁହାଯାଇଛି ଯେ, ମାଞ୍ଚେଷ୍ଟରରେ ଖେଳାଯିବାକୁ ଥିବା ପଞ୍ଚମ ଟେଷ୍ଟକୁ ରଦ୍ଦ କରାଯାଇଛି। କୋଭିଡ ସଂକ୍ରମଣ ବୃଦ୍ଧି ଆଶଙ୍କାରେ ଭାରତୀୟ ଟିମ୍ ମୈଦାନକୁ ଓହ୍ଲାଇବାକୁ ଅସର୍ମଥ ଥିବା ଦର୍ଶାଇଥିଲା । ତେଣୁ ମ୍ୟାଚକୁ ରଦ୍ଦ କରାଯାଉଛି । ଏହାପୂର୍ବରୁ କେବଳ ଆଜି ଦିନର ଖେଳ ରଦ୍ଦ ହୋଇଥିବା ନେଇ ଖବର ସାମ୍ନାକୁ ଆସିଥିଲା । କିନ୍ତୁ ଏବେ ପୂରା ମ୍ୟାଚ୍ ରଦ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ଆହୁରି ପଢ଼ନ୍ତୁ: କଳିଙ୍ଗରେ ଐତିହାସିକ ବିଶ୍ୱ ଆଥ୍‌ଲେଟିକ୍ସ କଣ୍ଟିନେଣ୍ଟାଲ ଟୁର୍‌ ସିଲ୍‌ଭର୍‌ ମିଟ୍‌, ଅଗଷ୍ଟ ୨୨ରେ କଳିଙ୍ଗ ଷ୍ଟାଡିୟମରେ ଜମିବ କ୍ରିଡା କୁମ୍ଭ

ଦଳର ସହକାରୀ ଫିଜିଓ ଯୋଗେଶ ପରମାର କରୋନା ସଂକ୍ରମିତ ହେବା ପରେ ମ୍ୟାଚ୍‌ ଆୟୋଜନ ନେଇ ଆଶଙ୍କା ଦେଖା ଦେଇଥିଲା । ଭାରତୀୟ ଦଳର ଗତକାଲି ଅଭ୍ୟାସ ଶିବିର ବାତିଲ କରାଯାଇଥିଲା । ଦଳର କୌଣସି ସଦସ୍ୟଙ୍କୁ ହୋଟେଲ କକ୍ଷରୁ ବାହାରିବାକୁ ଅନୁମତି ଦିଆଯାଇନଥିଲା । ଦଳର ବାକି ସବୁ ସଦସ୍ୟଙ୍କ ଆରଟି-ପିସିଆର ରିପୋର୍ଟ ଉପରେ ମ୍ୟାଚ୍‌ ଆୟୋଜନ ନିର୍ଭର କରୁଥିଲା ।

ଆହୁରି ପଢ଼ନ୍ତୁ: ସୂର୍ଯ୍ୟକୁମାର ଯାଦବଙ୍କ 'ସିକ୍ରେଟ୍ସ'ର ଖୁଲାସା: କହିଲେ, 'ଟିମ୍‌ରେ ନାଁ ନଥିଲା, ତଥାପି ଏମିତି ହିଁ ହସୁଥିଲି...'

ସୂଚନାଯୋଗ୍ୟ, ପୂର୍ବରୁ ମୁଖ୍ୟ କୋଚ ରବି ଶାସ୍ତ୍ରୀ, ବୋଲିଂ କୋଚ ଭାରତ ଅରୁଣ ଓ ଫିଲ୍ଡିଂ କୋଚ ଆର ଶ୍ରୀଧର କରୋନା ସଂକ୍ରମିତ ହୋଇ ଲଣ୍ଡନରେ ଆଇସୋଲେସନରେ ରହିଛନ୍ତି ।ବୁଧବାର ସକାଳେ ଭାରତୀୟ ଦଳ ଅଭ୍ୟାସ କରିଥିଲା । ହୋଟେଲକୁ ଫେରିବା ପରେ ପରମାର ଅସୁସ୍ଥ ଅନୁଭବ କରିଥିଲେ। ଅପରାହ୍ଣରେ ତାଙ୍କର କରୋନା ଟେଷ୍ଟ କରାଯାଇଥିଲା । ରିପୋର୍ଟ ପଜିଟିଭ ବାହାରିବା ପରେ ଭାରତୀୟ ଦଳ ଉପରେ କଟକଣା ଜାରି କରାଯାଇଥିଲା । ଗୁରୁବାର ସକାଳେ ଦଳର ପ୍ରତ୍ୟେକ ସଦସ୍ୟଙ୍କ ଆରଟି-ପିସିଆର ଟେଷ୍ଟ କରାଯାଇଥିଲା । ନିତିନ ପଟେଲ ଭାରତୀୟ ଦଳର ମୁଖ୍ୟ ଫିଜିଓ ନିଯୁକ୍ତ ଅଛନ୍ତି । ପରମାର ତାଙ୍କୁ ସହାୟତା କରନ୍ତି ।

ଓଭାଲ୍‌ ଟେଷ୍ଟ ସମୟରେ ରବି ଶାସ୍ତ୍ରୀ କରୋନା ସଂକ୍ରମିତ ହେବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ନିତିନ, ଅରୁଣ ଓ ଶ୍ରୀଧରଙ୍କୁ ଆଇସୋଲେସନରେ ରଖାଯାଇଥିଲା । ପରେ ଅରୁଣ ଓ ଶ୍ରୀଧରଙ୍କ ରିପୋର୍ଟ ପଜିଟିଭ ବାହାରିଥିଲା । ନିତିନଙ୍କ ରିପୋର୍ଟ ନେଗେଟିଭ ରହିଥିଲା । ସେ ମାଞ୍ଚେଷ୍ଟର ଆସିଥିଲେ ହେଁ ଏପର୍ୟ୍ୟନ୍ତ ଦଳ ସହ ଯୋଗ ନଦେଇ ହୋଟେଲ କକ୍ଷରେ ସଙ୍ଗରୋଧରେ ରହିଛନ୍ତି । ୫ଜଣ କୋଚିଂ ସଦସ୍ୟ କରୋନା ସଂକ୍ରମିତ ହେବା ପରେ କେବଳ ବ୍ୟାଟିଂ କୋଚ୍‌ ବିକ୍ରମ ରାଠୋର ଦଳର ଦାୟିତ୍ୱ ସମ୍ଭାଳିଥିଲେ ।

10 Sep 2021 By The Sakala

କରୋନା ପାଇଁ ରବ୍ଦ ହେଲା ଭାରତ ଓ ଇଂଲଣ୍ଡ ପଞ୍ଚମ ଟେଷ୍ଟ୍

ମାଞ୍ଚେଷ୍ଟର: ଭାରତ ଓ ଇଂଲଣ୍ଡ ମଧ୍ୟରେ ଆଜି ଖେଳାଯିବାକୁ ଥିବା ପଞ୍ଚମ ଟେଷ୍ଟ୍ ରବ୍ଦ ହୋଇଛି। କରୋନା ସଙ୍କଟ କାରଣରୁ ଏହି ନିଷ୍ପତ୍ତି ନିଆଯାଇଛି । ମ୍ୟାଚ୍ ପାଇଁ ଯେପରି କରୋନା ସଂକ୍ରମଣ ଆଉ ବୃଦ୍ଧି ନ ହୁଏ ତାହାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି।

ଇସିବି ପକ୍ଷରୁ ବିସିସିଆଇ ସହ ଆଲୋଚନା ପରେ କୁହାଯାଇଛି ଯେ, ମାଞ୍ଚେଷ୍ଟରରେ ଖେଳାଯିବାକୁ ଥିବା ପଞ୍ଚମ ଟେଷ୍ଟକୁ ରଦ୍ଦ କରାଯାଇଛି। କୋଭିଡ ସଂକ୍ରମଣ ବୃଦ୍ଧି ଆଶଙ୍କାରେ ଭାରତୀୟ ଟିମ୍ ମୈଦାନକୁ ଓହ୍ଲାଇବାକୁ ଅସର୍ମଥ ଥିବା ଦର୍ଶାଇଥିଲା । ତେଣୁ ମ୍ୟାଚକୁ ରଦ୍ଦ କରାଯାଉଛି । ଏହାପୂର୍ବରୁ କେବଳ ଆଜି ଦିନର ଖେଳ ରଦ୍ଦ ହୋଇଥିବା ନେଇ ଖବର ସାମ୍ନାକୁ ଆସିଥିଲା । କିନ୍ତୁ ଏବେ ପୂରା ମ୍ୟାଚ୍ ରଦ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ଦଳର ସହକାରୀ ଫିଜିଓ ଯୋଗେଶ ପରମାର କରୋନା ସଂକ୍ରମିତ ହେବା ପରେ ମ୍ୟାଚ୍‌ ଆୟୋଜନ ନେଇ ଆଶଙ୍କା ଦେଖା ଦେଇଥିଲା । ଭାରତୀୟ ଦଳର ଗତକାଲି ଅଭ୍ୟାସ ଶିବିର ବାତିଲ କରାଯାଇଥିଲା । ଦଳର କୌଣସି ସଦସ୍ୟଙ୍କୁ ହୋଟେଲ କକ୍ଷରୁ ବାହାରିବାକୁ ଅନୁମତି ଦିଆଯାଇନଥିଲା । ଦଳର ବାକି ସବୁ ସଦସ୍ୟଙ୍କ ଆରଟି-ପିସିଆର ରିପୋର୍ଟ ଉପରେ ମ୍ୟାଚ୍‌ ଆୟୋଜନ ନିର୍ଭର କରୁଥିଲା ।

ସୂଚନାଯୋଗ୍ୟ, ପୂର୍ବରୁ ମୁଖ୍ୟ କୋଚ ରବି ଶାସ୍ତ୍ରୀ, ବୋଲିଂ କୋଚ ଭାରତ ଅରୁଣ ଓ ଫିଲ୍ଡିଂ କୋଚ ଆର ଶ୍ରୀଧର କରୋନା ସଂକ୍ରମିତ ହୋଇ ଲଣ୍ଡନରେ ଆଇସୋଲେସନରେ ରହିଛନ୍ତି ।ବୁଧବାର ସକାଳେ ଭାରତୀୟ ଦଳ ଅଭ୍ୟାସ କରିଥିଲା । ହୋଟେଲକୁ ଫେରିବା ପରେ ପରମାର ଅସୁସ୍ଥ ଅନୁଭବ କରିଥିଲେ। ଅପରାହ୍ଣରେ ତାଙ୍କର କରୋନା ଟେଷ୍ଟ କରାଯାଇଥିଲା । ରିପୋର୍ଟ ପଜିଟିଭ ବାହାରିବା ପରେ ଭାରତୀୟ ଦଳ ଉପରେ କଟକଣା ଜାରି କରାଯାଇଥିଲା । ଗୁରୁବାର ସକାଳେ ଦଳର ପ୍ରତ୍ୟେକ ସଦସ୍ୟଙ୍କ ଆରଟି-ପିସିଆର ଟେଷ୍ଟ କରାଯାଇଥିଲା । ନିତିନ ପଟେଲ ଭାରତୀୟ ଦଳର ମୁଖ୍ୟ ଫିଜିଓ ନିଯୁକ୍ତ ଅଛନ୍ତି । ପରମାର ତାଙ୍କୁ ସହାୟତା କରନ୍ତି ।

ଓଭାଲ୍‌ ଟେଷ୍ଟ ସମୟରେ ରବି ଶାସ୍ତ୍ରୀ କରୋନା ସଂକ୍ରମିତ ହେବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ନିତିନ, ଅରୁଣ ଓ ଶ୍ରୀଧରଙ୍କୁ ଆଇସୋଲେସନରେ ରଖାଯାଇଥିଲା । ପରେ ଅରୁଣ ଓ ଶ୍ରୀଧରଙ୍କ ରିପୋର୍ଟ ପଜିଟିଭ ବାହାରିଥିଲା । ନିତିନଙ୍କ ରିପୋର୍ଟ ନେଗେଟିଭ ରହିଥିଲା । ସେ ମାଞ୍ଚେଷ୍ଟର ଆସିଥିଲେ ହେଁ ଏପର୍ୟ୍ୟନ୍ତ ଦଳ ସହ ଯୋଗ ନଦେଇ ହୋଟେଲ କକ୍ଷରେ ସଙ୍ଗରୋଧରେ ରହିଛନ୍ତି । ୫ଜଣ କୋଚିଂ ସଦସ୍ୟ କରୋନା ସଂକ୍ରମିତ ହେବା ପରେ କେବଳ ବ୍ୟାଟିଂ କୋଚ୍‌ ବିକ୍ରମ ରାଠୋର ଦଳର ଦାୟିତ୍ୱ ସମ୍ଭାଳିଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର