ପୃଥ୍ବୀ ଶ’, ଶିଖର ଧାୱନଙ୍କ ଧୂଆଁଧାର ଅର୍ଦ୍ଧଶତକ, ଚେନ୍ନାଇକୁ ୭ ୱିକେଟ୍ରେ ହରାଇଲା ଦିଲ୍ଲୀ
ମୁମ୍ବଇ : ଶିଖର ଧାୱନ ଓ ପୃଥ୍ୱୀ ଶ’ଙ୍କ ଧୂଆଁଧାର ଅର୍ଦ୍ଧଶତକ ସହାୟତାରେ ଏଠାରେ ଶନିବାର ଖେଳାଯାଇଥିବା ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ଦ୍ୱିତୀୟ ମ୍ୟାଚ୍ରେ ଋଷଭ ପନ୍ତ୍ଙ୍କ ଦିଲ୍ଲୀ କ୍ୟାପିଟାଲ୍ସ ୭ ୱିକେଟରେ ମହେନ୍ଦ୍ର ସିଂ ଧୋନିଙ୍କ ଚେନ୍ନଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଏହି ମ୍ୟାଚ୍ରେ ଆଇପିଏଲ୍କୁ ପ୍ରତ୍ୟାବର୍ତ୍ତନ କରିଥିବା ସୁରେଶ ରାଇନା ୫୦, ମୋଇନ୍ ଅଲ୍ଲୀ ୩୬ ଓ ସାମ୍ କୁରାନ ୩୪ ରନ୍ କରିବା ଫଳରେ ପ୍ରଥମେ ବ୍ୟାଟିଂ କରି ଚେନ୍ନଇ […]
ମୁମ୍ବଇ : ଶିଖର ଧାୱନ ଓ ପୃଥ୍ୱୀ ଶ’ଙ୍କ ଧୂଆଁଧାର ଅର୍ଦ୍ଧଶତକ ସହାୟତାରେ ଏଠାରେ ଶନିବାର ଖେଳାଯାଇଥିବା ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ଦ୍ୱିତୀୟ ମ୍ୟାଚ୍ରେ ଋଷଭ ପନ୍ତ୍ଙ୍କ ଦିଲ୍ଲୀ କ୍ୟାପିଟାଲ୍ସ ୭ ୱିକେଟରେ ମହେନ୍ଦ୍ର ସିଂ ଧୋନିଙ୍କ ଚେନ୍ନଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଏହି ମ୍ୟାଚ୍ରେ ଆଇପିଏଲ୍କୁ ପ୍ରତ୍ୟାବର୍ତ୍ତନ କରିଥିବା ସୁରେଶ ରାଇନା ୫୦, ମୋଇନ୍ ଅଲ୍ଲୀ ୩୬ ଓ ସାମ୍ କୁରାନ ୩୪ ରନ୍ କରିବା ଫଳରେ ପ୍ରଥମେ ବ୍ୟାଟିଂ କରି ଚେନ୍ନଇ ୭ ୱିକେଟରେ ୧୮୮ ରନ୍ କରିଥିଲା। ଜବାବରେ ଦିଲ୍ଲୀ କ୍ୟାପିଟାଲ୍ସ ୧୮.୪ ଓଭରରେ ୩ ୱିକେଟ ହରାଇ ବିଜୟ ଲକ୍ଷ୍ୟରେ ପହଞ୍ଚିଯାଇଥିଲା। ବିଜୟୀ ଦଳ ପକ୍ଷରୁ ଧାୱନ ୫୪ ବଲ୍ରେ ୧୦ ଚୌକା ଓ ୨ଛକା ସହ ସର୍ବାଧିକ ୮୫ ଓ ପୃଥ୍ୱୀ ଶ’ ୩୮ବଲ୍ରେ ୯ଚୌକା ଓ ୩ଛକା ସହ ୭୨ ରନ୍ କରି ଆଉଟ ହୋଇଯାଇଥିଲେ। ଏମାନଙ୍କ ଓପନିଂ ପାର୍ଟନରଶିପ୍ରୁ ୮୨ ବଲ୍ରେ ୧୩୮ ରନ୍ ମିଳିବା ପରେ ଦଳର ବିଜୟ ରାସ୍ତା ପରିଷ୍କାର ହୋଇଯାଇଥÒଲା। ଅନ୍ୟମାନଙ୍କ ମଧ୍ୟରେ ଅଧିନାୟକ ପନ୍ତ୍ ଶେଷଯାଏ ଆଉଟ ନହୋଇ ୧୫ ରନ୍ରେ ଅପରାଜିତ ରହିଥିଲେ। ରବିବାର କୋଲକାତା ନାଇଟ୍ ରାଇଡର୍ସ ଓ ସନ୍ରାଇଜର୍ସ ହାଇଦରାବାଦ୍ ମଧ୍ୟରେ ଖେଳାଯିବ।
ଏହି ଟୁର୍ଣ୍ଣାମେଣ୍ଟରେ ଦିଲ୍ଲୀର ନୂଆ ଅଧିନାୟକ ଋଷଭ ପନ୍ତ୍ ଟସ୍ ଜିତିବା ପରେ ଚେନ୍ନଇକୁ ପ୍ରଥମେ ବ୍ୟାଟିଂ କରିବା ଲାଗି ଆମନ୍ତ୍ରଣ କରିଥିଲେ। କିନ୍ତୁ ଚେନ୍ନଇ ୭ ରନ୍ରେ ଦୁଇ ଓପନର ଫାଫ ଡୁ ପ୍ଲେସିସ୍ (୦) ଓ ଋତୁରାଜ ଗାଏକ୍ୱାଡ଼ (୫)ଙ୍କୁ ହରାଇବା ପରେ ମୋଇନ୍ ଅଲ୍ଲୀଙ୍କ ସହ ସୁରେଶ ରାଇନା ଯୋଗଦେବା ପରେ ଖେଳର ସ୍ଥିତି ବଦଳିଯାଇଥିଲା। ଉଭୟ ଖେଳାଳି ପ୍ରଥମେ ଧୈର୍ଯ୍ୟର ସହ ବ୍ୟାଟିଂ କରିବାପରେ ଆକ୍ରମଣ ରଚନା କରିଥିଲେ। ଯାହା ଫଳରେ ଏମାନଙ୍କ ତୃତୀୟ ୱିକେଟ ପାର୍ଟନରଶିପ୍ରୁ ୩୮ ବଲ୍ରେ ୫୩ ରନ୍ ସଂଗୃହୀତ ହୋଇଥିଲା। ଏହି ସମୟରେ ମୋଇନ୍ ୨୨ ବଲ୍ରେ ୩୬ ରନ୍ କରି ଆଉଟ ହେବା ପରେ ରାଇନାଙ୍କ ସହ ଅମ୍ବତି ରାୟୁଡୁ ଯୋଗଦେଇ ୩୩ ବଲ୍ରେ ୬୩ ରନ୍ ଉଠାଇଥିଲେ। ରାୟୁଡୁ ମଧ୍ୟ ବଡ଼ ଇନିଂସ ଖେଳି ନପାରି ୧୬ ବଲ୍ରେ ୨୩ ରନ୍ କରି ଆଉଟ ହୋଇଯାଇଥିଲେ।
ଏହା ପରେ ନିଜେ ରାଇନା ୩୬ ବଲ୍ରେ ୩ଚୌକା ଓ ୪ଛକା ସହାୟତାରେ ୫୪ ଓ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଖାତା ଖୋଲି ନପାରି ଆଉଟ ହେବା ପରେ ୧୬ତମ ଓଭରରେ ଚେନ୍ନଇ ୧୩୭ ରନ୍ରେ ୬ ୱିକେଟ ହରାଇ ବିପଦରେ ପଡ଼ିଥିଲା। ଧୋନିଙ୍କ ଆଇପିଏଲ୍ କ୍ୟାରିୟରରେ ଚତୁର୍ଥଥର ଲାଗି ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଛନ୍ତି। ଏହି ସମୟରେ ଫିଟ୍ ରବୀନ୍ଦ୍ର ଜାଡେଜା ଓ ଇଂଲିଶ ଅଲରାଉଣ୍ଡର ସାମ୍ କୁରାନ ୭ମ ୱିକେଟ ପାର୍ଟନରଶିପ୍ରୁ ୨୮ ବଲ୍ରେ ୫୧ ରନ୍ ଉଠାଇ ଦଳକୁ ଏକ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ। ଅଷ୍ଟ୍ରେଲିଆ ଟୁର୍ ପରେ ପ୍ରଥମଥର ପ୍ରତିଯୋଗିତାମୂଳକ କ୍ରିକେଟ ଖେଳୁଥିବା ଜାଡେଜା ୧୭ବଲ୍ରେ ୩ ଚୌକା ସହ ଅପରାଜିତ ୨୬ ରନ୍ କରିଥିଲେ। କିନ୍ତୁ ଜୁନିୟର କୁରାନ ୧୫ ବଲ୍ରେ ୪ ଚୌକା ଓ ୨ଛକା ସହ ଦ୍ରୁତ ୩୪ ରନ୍ କରି ଚେନ୍ନାଇକୁ ସମ୍ମାନ ପ୍ରଦାନ କରିଥିଲେ।
ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ କ୍ରିସ୍ ୱକ୍ସ ଓ ଅଭେଶ ଖାନ ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ। ଅଭେଶ ଚେନ୍ନଇର ଦୁଇ କିମ୍ବଦନ୍ତୀ ଖେଳାଳି ଫାଫ ଡୁ ପ୍ଲେସିସ୍ ଓ ଧୋନିଙ୍କୁ ଖାତା ଖୋଲିବାର ସୁଯୋଗ ଦେଇ ନଥିଲେ। ନିଜ କୋଟାର ୪ ଓଭରରେ ସର୍ବାଧିକ ୪୭ ରନ୍ ଦେଇଥିବା ଆର୍ ଅଶ୍ୱିନ ଓ ସାମ୍ଙ୍କ ବିପକ୍ଷ ଦଳରେ ଖେଳୁଥିବା ଟମ୍ କୁରାନଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଥିଲା। ଏହି ମ୍ୟାଚ୍ରେ ଇଂଲଣ୍ଡର ଦୁଇ ଭାଇ ସାମ୍ ଓ ଟମ୍ ବିପକ୍ଷ ଦଳରୁ ପ୍ରତିନିଧିତ୍ୱ କରିଥିଲେ।