ଚେସ୍‌ ଅଲିମ୍ପିଆଡ୍‌, ଭାରତକୁ ଐତିହାସିକ ଡବଲ ସ୍ୱର୍ଣ୍ଣ

The Sakala Picture
Published On

ବୁଦାପେଷ୍ଟ : ଭାରତର ଉଭୟ ପୁରୁଷ ଓ ମହିଳା ଦଳ ଚେସ୍‌ ଅଲିମ୍ପିଆଡ଼ରେ ସ୍ୱର୍ଣ୍ଣପଦକ ହାସଲ କରି ଇତିହାସ ସୃଷ୍ଟି କରିଛନ୍ତି। ୪୫ ବର୍ଷର ଚେସ୍‌ ଇତିହାସରେ ପ୍ରଥମସ୍ଥାନ ଅଧିକାର କରି ସ୍ୱର୍ଣ୍ଣପଦକ ଜିତିବା ଭାରତ ଲାଗି ପ୍ରଥମ ଘଟଣା। ଭାରତୀୟ ଚେସ୍‌ ଜଗତରେ ଆନନ୍ଦର ଲହରୀ ଖେଳିଯାଇଛି। ଭାରତ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ରାଷ୍ଟ୍ରପତି ଦୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତୀୟ ଖେଳାଳିଙ୍କୁ ଅଭିନନ୍ଦନ ଜଣାଇଛନ୍ତି। […]

ବୁଦାପେଷ୍ଟ : ଭାରତର ଉଭୟ ପୁରୁଷ ଓ ମହିଳା ଦଳ ଚେସ୍‌ ଅଲିମ୍ପିଆଡ଼ରେ ସ୍ୱର୍ଣ୍ଣପଦକ ହାସଲ କରି ଇତିହାସ ସୃଷ୍ଟି କରିଛନ୍ତି। ୪୫ ବର୍ଷର ଚେସ୍‌ ଇତିହାସରେ ପ୍ରଥମସ୍ଥାନ ଅଧିକାର କରି ସ୍ୱର୍ଣ୍ଣପଦକ ଜିତିବା ଭାରତ ଲାଗି ପ୍ରଥମ ଘଟଣା। ଭାରତୀୟ ଚେସ୍‌ ଜଗତରେ ଆନନ୍ଦର ଲହରୀ ଖେଳିଯାଇଛି। ଭାରତ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ରାଷ୍ଟ୍ରପତି ଦୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତୀୟ ଖେଳାଳିଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଆହୁରି ପଢ଼ନ୍ତୁ: ଅଷ୍ଟ୍ରେଲିଆର ଐତିହାସିକ ବିଜୟ: ଇଂଲଣ୍ଡକୁ ୭ ୱିକେଟରେ ହରାଇ ସପ୍ତମ ଥର ମହିଳା ଟି-୨୦ ବିଶ୍ୱକପ୍ ଚାମ୍ପିଅନ୍

ଭାରତୀୟ ପୁରୁଷ ଦଳରେ ସୁପର ଗ୍ରାଣ୍ଡମାଷ୍ଟର ଦୋମାରାଜୁ ଗୁକେଶ, ଅର୍ଜୁନ ଏରିଗାଇସି, ରମେଶବାବୁ ପ୍ରଜ୍ଞାନନ୍ଦା, ବିଦିତ ଗୁଜରାଟୀ ଓ ପେଣ୍ଟାଲ୍ୟା ହରିକ୍ରିଷ୍ଣା ପ୍ରତିନିଧିତ୍ୱ କରୁଥିଲେ। ସେହିପରି ମହିଳା ବିଭାଗରେ ରମେଶବାବୁ ବୈଶାଳୀ, ଭାଣ୍ଟିକା ଅଗରୱାଲ, ଦିବ୍ୟା ଦେଶମୁଖ, ଦ୍ରୋଣାଭାଲି ହାରିକା ଓ ତାନିଆ ସଚଦେବା ଭାଗନେଇଥିଲେ। ଭାରତର ଏହି ସଫଳତା ଚେସ୍‌ ଇତିହାସରେ ସ୍ୱର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ ହୋଇ ରହିବ। ଚେସ ଅଲିମ୍ପିଆଡ ଇତିହାସରେ ଭାରତୀୟ ପୁରୁଷ ଦଳ ୨ଥର ଓ ମହିଳା ଦଳ ଥରେ କାଂସ୍ୟ ପଦକ ବିଜୟୀ ହୋଇଥିଲେ। ଗତଥର ଭାରତରେ ଅନୁଷ୍ଠିତ ବିଶ୍ୱର ଏହି ସର୍ବଶ୍ରେଷ୍ଠ ଦଳଗତ ଚେସ୍‌ ପ୍ରତିଯୋଗିତାରେ ଭାରତର ଉଭୟ ଦଳ କାଂସ୍ୟ ଜିତିଥିଲା। ଏଥର ଭାରତୀୟ ଖେଳାଳି ସ୍ୱର୍ଣ୍ଣ ଜିତି ଏକ ବିରଳ ସଫଳତା ହାସଲ କରିଛନ୍ତି।

ଆହୁରି ପଢ଼ନ୍ତୁ: ଆନ୍ତର୍ଜାତିକ କ୍ରିକେଟ୍‌କୁ ଫେରିବା ପାଇଁ ପ୍ରସ୍ତୁତ ଯଶପ୍ରୀତ ବୁମ୍‌ରା: ଇଂଲଣ୍ଡ ବିପକ୍ଷ ଦିନିକିଆରୁ କରିବେ ପ୍ରତ୍ୟାବର୍ତ୍ତନ

ହଙ୍ଗେରୀର ରାଜଧାନୀ ବୁଦାପେଷ୍ଟରେ ଚେସ୍‌ ଅଲିମ୍ପିଆଡ୍‌ର ୪୫ତମ ସଂସ୍କରଣ ଅନୁଷ୍ଠିତ ହୋଇଥିଲା। ଏଥିରେ ଓପନ (ଉଭୟ ପୁରୁଷ ଓ ମହିଳା ଖେଳିପାରିବେ) କାଟାଗୋରୀରେ ୧୯୩ଟି ଦେଶ ଓ ମହିଳା ବିଭାଗରେ ୧୮୧ଟି ଦେଶ ଭାଗନେଇଥିଲେ। ଓପନ ବିଭାଗରେ ଭାରତର ହାରାହାରି ରେଟିଂ ୨୭୫୫ ଥିଲାବେଳେ ଆମେରିକା (ରେଟିଂ-୨୭୫୮) ପଛକୁ ଦ୍ୱିତୀୟ ସିଡ ରହିଥିଲା। ୧୧ ରାଉଣ୍ଡ ବିଶିଷ୍ଟ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯାଇଥିଲା। ଚାମ୍ପିଅନ ଭାରତ ୧୦ଟିରେ ଜିତିଥିଲାବେଳେ ଗତଥରର ଚାମ୍ପିଅନ ଉଜ୍‌ବେକିସ୍ତାନ ସହ ଏକମାତ୍ର ମ୍ୟାଚ୍‌ ଡ୍ର ରଖିଥିଲା। ସର୍ବାଧିକ ୨୧ ପଏଣ୍ଟ ପାଇ ଭାରତ ସ୍ୱର୍ଣ୍ଣ, ୧୭ ପଏଣ୍ଟ ସହ ଆମେରିକା ରୌପ୍ୟ ଓ ଉଜବେକିସ୍ତାନ କାଂସ୍ୟ ପଦକ ଜିତିଥିଲା। ରବିବାର ଗୁରୁତ୍ୱପୂର୍ଣ୍ଣ ୧୧ତମ ରାଉଣ୍ଡରେ ଭାରତ ୩-୦ ପଏଣ୍ଟରେ ସ୍ଲୋଭେନିଆକୁ ପରାସ୍ତ କରି ଟାଇଟଲ ଜିତିନେଇଥିଲା। ଏହି ମୁକାବିଲାରେ ଭାରତ ପକ୍ଷରୁ ଗୁକେଶ, ଅର୍ଜୁନ ଓ ପ୍ରଜ୍ଞାନନ୍ଦା ବିଜୟୀ ହୋଇଥିଲେ।

ଆହୁରି ପଢ଼ନ୍ତୁ: ବିଦେଶ ମାଟିରେ ଇତିହାସ ରଚିଲେ ଓଡ଼ିଆ ଧାବକ ଅନିମେଶ କୁଜୁର, ୧୦୦ ମିଟରରେ କଲେ ସର୍ବଶ୍ରେଷ୍ଠ ପ୍ରଦର୍ଶନ

ମହିଳା ବିଭାଗରେ ଭାରତ ମଧ୍ୟ ୧୧ ରାଉଣ୍ଡରୁ ୯ଟିରେ ଜିତିଥିଲାବେଳେ ଗୋଟିଏ ଲେଖାଏଁ ଡ୍ର ଓ ପରାଜୟ ବରଣ କରି ସର୍ବାଧିକ ୧୯ ପଏଣ୍ଟ ସହ ସ୍ୱର୍ଣ୍ଣ ପଦକ ଜିତିଥିଲେ। କାଜାଖସ୍ତାନକୁ ରୌପ୍ୟ ଓ ଆମେରିକାକୁ କାଂସ୍ୟ ପଦକ ମିଳିଛି। ରବିବାର ଖେଳାଯାଇଥିଲା ୧୧ତମ ତଥା ଶେଷ ରାଉଣ୍ଡରେ ଦିବ୍ୟା ଦେଶମୁଖ, ଭାଣ୍ଟିକା ଅଗରୱାଲ ଓ ଡି ହାରିକା ମ୍ୟାଚ୍‌ ଜିତିଥିଲାବେଳେ ବୈଶାଳୀ ମ୍ୟାଚ୍‌ ଡ୍ର ରଖିଥିଲେ। ଫଳରେ ଭାରତ ୩.୫ -୦.୫ ପଏଣ୍ଟ ବ୍ୟବଧାନରେ ଆଜରବୈଜାନକୁ ହରାଇଥିଲା। ଅନ୍ୟ ଏକ ମ୍ୟାଚ୍‌ରେ ଶୀର୍ଷରେ ରହିଥିବା କାଜାକସ୍ତାନ ସହ ଆମେରିକା ମ୍ୟାଚ୍‌ ଡ୍ର ରଖିବା ଫଳରେ ଭାରତର ଟାଇଟଲ ଜିତିବା ସହଜ ହୋଇଯାଇଥିଲା। ଭାରତ ପକ୍ଷରୁ ପ୍ରଥମ ଭାଇ ଭଉଣୀ ଯୋଡି ପ୍ରଜ୍ଞାନନ୍ଦା ଓ ବୈଶାଳୀ ଅଲିମ୍ପିଆଡ ଜିତି ଆଉ ଏକ ଇତିହାସ ସୃଷ୍ଟି କରିଛନ୍ତି। ବ୍ୟକ୍ତିଗତ ବିଭାଗ ଓପନ କାଟାଗୋରୀର ବୋର୍ଡ ନଂ-୧ରେ ଗୁକେଶ, ମହିଳା ବୋର୍ଡ ନଂ-୩ରେ ଦିବ୍ୟା ଦେଶମୁଖ, ବୋର୍ଡ ନଂ-୪ରେ ଭାଣ୍ଟିକା ଅଗରୱାଲ ଅପରାଜିତ ରହିବା ସହ ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଛନ୍ତି।

23 Sep 2024 By The Sakala

ଚେସ୍‌ ଅଲିମ୍ପିଆଡ୍‌, ଭାରତକୁ ଐତିହାସିକ ଡବଲ ସ୍ୱର୍ଣ୍ଣ

ବୁଦାପେଷ୍ଟ : ଭାରତର ଉଭୟ ପୁରୁଷ ଓ ମହିଳା ଦଳ ଚେସ୍‌ ଅଲିମ୍ପିଆଡ଼ରେ ସ୍ୱର୍ଣ୍ଣପଦକ ହାସଲ କରି ଇତିହାସ ସୃଷ୍ଟି କରିଛନ୍ତି। ୪୫ ବର୍ଷର ଚେସ୍‌ ଇତିହାସରେ ପ୍ରଥମସ୍ଥାନ ଅଧିକାର କରି ସ୍ୱର୍ଣ୍ଣପଦକ ଜିତିବା ଭାରତ ଲାଗି ପ୍ରଥମ ଘଟଣା। ଭାରତୀୟ ଚେସ୍‌ ଜଗତରେ ଆନନ୍ଦର ଲହରୀ ଖେଳିଯାଇଛି। ଭାରତ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ରାଷ୍ଟ୍ରପତି ଦୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତୀୟ ଖେଳାଳିଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଭାରତୀୟ ପୁରୁଷ ଦଳରେ ସୁପର ଗ୍ରାଣ୍ଡମାଷ୍ଟର ଦୋମାରାଜୁ ଗୁକେଶ, ଅର୍ଜୁନ ଏରିଗାଇସି, ରମେଶବାବୁ ପ୍ରଜ୍ଞାନନ୍ଦା, ବିଦିତ ଗୁଜରାଟୀ ଓ ପେଣ୍ଟାଲ୍ୟା ହରିକ୍ରିଷ୍ଣା ପ୍ରତିନିଧିତ୍ୱ କରୁଥିଲେ। ସେହିପରି ମହିଳା ବିଭାଗରେ ରମେଶବାବୁ ବୈଶାଳୀ, ଭାଣ୍ଟିକା ଅଗରୱାଲ, ଦିବ୍ୟା ଦେଶମୁଖ, ଦ୍ରୋଣାଭାଲି ହାରିକା ଓ ତାନିଆ ସଚଦେବା ଭାଗନେଇଥିଲେ। ଭାରତର ଏହି ସଫଳତା ଚେସ୍‌ ଇତିହାସରେ ସ୍ୱର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ ହୋଇ ରହିବ। ଚେସ ଅଲିମ୍ପିଆଡ ଇତିହାସରେ ଭାରତୀୟ ପୁରୁଷ ଦଳ ୨ଥର ଓ ମହିଳା ଦଳ ଥରେ କାଂସ୍ୟ ପଦକ ବିଜୟୀ ହୋଇଥିଲେ। ଗତଥର ଭାରତରେ ଅନୁଷ୍ଠିତ ବିଶ୍ୱର ଏହି ସର୍ବଶ୍ରେଷ୍ଠ ଦଳଗତ ଚେସ୍‌ ପ୍ରତିଯୋଗିତାରେ ଭାରତର ଉଭୟ ଦଳ କାଂସ୍ୟ ଜିତିଥିଲା। ଏଥର ଭାରତୀୟ ଖେଳାଳି ସ୍ୱର୍ଣ୍ଣ ଜିତି ଏକ ବିରଳ ସଫଳତା ହାସଲ କରିଛନ୍ତି।

ହଙ୍ଗେରୀର ରାଜଧାନୀ ବୁଦାପେଷ୍ଟରେ ଚେସ୍‌ ଅଲିମ୍ପିଆଡ୍‌ର ୪୫ତମ ସଂସ୍କରଣ ଅନୁଷ୍ଠିତ ହୋଇଥିଲା। ଏଥିରେ ଓପନ (ଉଭୟ ପୁରୁଷ ଓ ମହିଳା ଖେଳିପାରିବେ) କାଟାଗୋରୀରେ ୧୯୩ଟି ଦେଶ ଓ ମହିଳା ବିଭାଗରେ ୧୮୧ଟି ଦେଶ ଭାଗନେଇଥିଲେ। ଓପନ ବିଭାଗରେ ଭାରତର ହାରାହାରି ରେଟିଂ ୨୭୫୫ ଥିଲାବେଳେ ଆମେରିକା (ରେଟିଂ-୨୭୫୮) ପଛକୁ ଦ୍ୱିତୀୟ ସିଡ ରହିଥିଲା। ୧୧ ରାଉଣ୍ଡ ବିଶିଷ୍ଟ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯାଇଥିଲା। ଚାମ୍ପିଅନ ଭାରତ ୧୦ଟିରେ ଜିତିଥିଲାବେଳେ ଗତଥରର ଚାମ୍ପିଅନ ଉଜ୍‌ବେକିସ୍ତାନ ସହ ଏକମାତ୍ର ମ୍ୟାଚ୍‌ ଡ୍ର ରଖିଥିଲା। ସର୍ବାଧିକ ୨୧ ପଏଣ୍ଟ ପାଇ ଭାରତ ସ୍ୱର୍ଣ୍ଣ, ୧୭ ପଏଣ୍ଟ ସହ ଆମେରିକା ରୌପ୍ୟ ଓ ଉଜବେକିସ୍ତାନ କାଂସ୍ୟ ପଦକ ଜିତିଥିଲା। ରବିବାର ଗୁରୁତ୍ୱପୂର୍ଣ୍ଣ ୧୧ତମ ରାଉଣ୍ଡରେ ଭାରତ ୩-୦ ପଏଣ୍ଟରେ ସ୍ଲୋଭେନିଆକୁ ପରାସ୍ତ କରି ଟାଇଟଲ ଜିତିନେଇଥିଲା। ଏହି ମୁକାବିଲାରେ ଭାରତ ପକ୍ଷରୁ ଗୁକେଶ, ଅର୍ଜୁନ ଓ ପ୍ରଜ୍ଞାନନ୍ଦା ବିଜୟୀ ହୋଇଥିଲେ।

ମହିଳା ବିଭାଗରେ ଭାରତ ମଧ୍ୟ ୧୧ ରାଉଣ୍ଡରୁ ୯ଟିରେ ଜିତିଥିଲାବେଳେ ଗୋଟିଏ ଲେଖାଏଁ ଡ୍ର ଓ ପରାଜୟ ବରଣ କରି ସର୍ବାଧିକ ୧୯ ପଏଣ୍ଟ ସହ ସ୍ୱର୍ଣ୍ଣ ପଦକ ଜିତିଥିଲେ। କାଜାଖସ୍ତାନକୁ ରୌପ୍ୟ ଓ ଆମେରିକାକୁ କାଂସ୍ୟ ପଦକ ମିଳିଛି। ରବିବାର ଖେଳାଯାଇଥିଲା ୧୧ତମ ତଥା ଶେଷ ରାଉଣ୍ଡରେ ଦିବ୍ୟା ଦେଶମୁଖ, ଭାଣ୍ଟିକା ଅଗରୱାଲ ଓ ଡି ହାରିକା ମ୍ୟାଚ୍‌ ଜିତିଥିଲାବେଳେ ବୈଶାଳୀ ମ୍ୟାଚ୍‌ ଡ୍ର ରଖିଥିଲେ। ଫଳରେ ଭାରତ ୩.୫ -୦.୫ ପଏଣ୍ଟ ବ୍ୟବଧାନରେ ଆଜରବୈଜାନକୁ ହରାଇଥିଲା। ଅନ୍ୟ ଏକ ମ୍ୟାଚ୍‌ରେ ଶୀର୍ଷରେ ରହିଥିବା କାଜାକସ୍ତାନ ସହ ଆମେରିକା ମ୍ୟାଚ୍‌ ଡ୍ର ରଖିବା ଫଳରେ ଭାରତର ଟାଇଟଲ ଜିତିବା ସହଜ ହୋଇଯାଇଥିଲା। ଭାରତ ପକ୍ଷରୁ ପ୍ରଥମ ଭାଇ ଭଉଣୀ ଯୋଡି ପ୍ରଜ୍ଞାନନ୍ଦା ଓ ବୈଶାଳୀ ଅଲିମ୍ପିଆଡ ଜିତି ଆଉ ଏକ ଇତିହାସ ସୃଷ୍ଟି କରିଛନ୍ତି। ବ୍ୟକ୍ତିଗତ ବିଭାଗ ଓପନ କାଟାଗୋରୀର ବୋର୍ଡ ନଂ-୧ରେ ଗୁକେଶ, ମହିଳା ବୋର୍ଡ ନଂ-୩ରେ ଦିବ୍ୟା ଦେଶମୁଖ, ବୋର୍ଡ ନଂ-୪ରେ ଭାଣ୍ଟିକା ଅଗରୱାଲ ଅପରାଜିତ ରହିବା ସହ ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର