ଭାରତ-ଇଂଲଣ୍ଡ ପ୍ରଥମ ଟି-୨୦ : ଟସ୍ ହାରି ବ୍ୟାଟିଂ କରୁଛି ଭାରତ
ଅହମଦାବାଦ : ମୋଟେରାର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆଜିଠୁ ଆରମ୍ଭ ହୋଇଛି ଭାରତ-ଇଂଲଣ୍ଡ ଟି-୨୦ ସିରିଜ୍ର ପ୍ରଥମ ମ୍ୟାଚ। ଏଥିରେ ଇଂଲଣ୍ଡ ଦଳ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ଏହି ମ୍ୟାଚରେ ଭାରତର ତାରକା ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କୁ ବିଶ୍ରାମ ଦିଆଯାଇଛି । ତେବେ ଅନ୍ୟତମ ତାରକା ବ୍ୟାଟ୍ସମ୍ୟାନ ଶିଖର ଧଓ୍ବନ ଦଳକୁ ଫେରିଛନ୍ତି । ଶିଖର ଧୱନଙ୍କ ସହ ଲୋକେଶ ରାହୁଲ୍ ଓପନ୍ କରିବେ। Here are the playing […]
ଅହମଦାବାଦ : ମୋଟେରାର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆଜିଠୁ ଆରମ୍ଭ ହୋଇଛି ଭାରତ-ଇଂଲଣ୍ଡ ଟି-୨୦ ସିରିଜ୍ର ପ୍ରଥମ ମ୍ୟାଚ। ଏଥିରେ ଇଂଲଣ୍ଡ ଦଳ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ଏହି ମ୍ୟାଚରେ ଭାରତର ତାରକା ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କୁ ବିଶ୍ରାମ ଦିଆଯାଇଛି । ତେବେ ଅନ୍ୟତମ ତାରକା ବ୍ୟାଟ୍ସମ୍ୟାନ ଶିଖର ଧଓ୍ବନ ଦଳକୁ ଫେରିଛନ୍ତି । ଶିଖର ଧୱନଙ୍କ ସହ ଲୋକେଶ ରାହୁଲ୍ ଓପନ୍ କରିବେ।
Here are the playing XIs for the first @Paytm #INDvENG T20I. #TeamIndia
ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀFollow the match 👉 https://t.co/XYV4KmdfJk pic.twitter.com/L0VJBXR27Y
ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ— BCCI (@BCCI) March 12, 2021
ସେହିପରି ମିଡଲ୍ ଅର୍ଡରରେ ବିରାଟ୍ କୋହଲି, ଶ୍ରେୟସ ଆୟର୍, ହାର୍ଦ୍ଦିକ ପାଣ୍ଡ୍ୟା ଓ ଋଷଭ ପନ୍ତ ରହିଛନ୍ତି। ଦଳରେ ତିନିଜଣ ସ୍ପିନରଙ୍କୁ ସ୍ଥାନ ମିଳିଛି। ୱାଶିଂଟନ୍ ସୁନ୍ଦର, ୟୁଜବେନ୍ଦ୍ର ଚହଲ୍ ଓ ଅକ୍ଷର ପଟେଲ ଚୂଡ଼ାନ୍ତ ଏକାଦଶରେ ସାମିଲ୍ ହୋଇଛନ୍ତି। ସେହିପରି ପେସ୍ ବିଭାଗରେ ଭୁବନେଶ୍ୱର କୁମାର ଓ ଶାର୍ଦ୍ଦୁଲ ଠାକୁର ରହିଛନ୍ତି। ଇଂଲଣ୍ଡ ଦଳରେ ଜୋଫ୍ରା ଆର୍ଚର୍, ମାର୍କ ଉଡ୍ ଓ କ୍ରିସ୍ ଜୋର୍ଡାନ୍ ଭଳି ପେସ୍ ବୋଲରଙ୍କୁ ସାମିଲ୍ କରାଯାଇଛି।






