ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ଭାରତ-ଇଂଲଣ୍ଡ ଦିନିକିଆ ସିରିଜ୍‍, ଆଉ କିଛି ସମୟ ପରେ ନିର୍ଣ୍ଣାୟକ ମୁକାବିଲା

The Sakala Picture
Published On

ପୁଣେ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ୩ ମ୍ୟାଚ୍‍ ବିଶିଷ୍ଟ ଦିନିକିଆ ସିରିଜ୍‍ର ତୃତୀୟ ତଥା ଶେଷ ମୁକାବିଲା ଆଜି  ସ୍ଥାନୀୟ ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଗ୍ରାଉଣ୍ଡରେ ଖେଳାଯିବ। ଏହା ପୂର୍ବରୁ ଏଠାରେ ଖେଳାଯାଇଥିବା ଦୁଇଟି ମ୍ୟାଚ୍‍ ମଧ୍ୟରୁ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍‍ରେ ବିଜୟୀ ହୋଇଛନ୍ତି। ଏଣୁ ତୃତୀୟ ମ୍ୟାଚ୍‍ ଯେଉଁ ଦଳ ଜିତିବ ସେହି ଦଳ ଦିନିକିଆ ସିରିଜ୍‍ କବ୍‍ଜା କରିବ। ଚଳିତ ଟୁର୍‍ର ପ୍ରଥମ ଦୁଇଟି ଫର୍ମାଟରେ ଭାରତ ୩-୧ରେ […]

ପୁଣେ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ୩ ମ୍ୟାଚ୍‍ ବିଶିଷ୍ଟ ଦିନିକିଆ ସିରିଜ୍‍ର ତୃତୀୟ ତଥା ଶେଷ ମୁକାବିଲା ଆଜି  ସ୍ଥାନୀୟ ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଗ୍ରାଉଣ୍ଡରେ ଖେଳାଯିବ। ଏହା ପୂର୍ବରୁ ଏଠାରେ ଖେଳାଯାଇଥିବା ଦୁଇଟି ମ୍ୟାଚ୍‍ ମଧ୍ୟରୁ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍‍ରେ ବିଜୟୀ ହୋଇଛନ୍ତି। ଏଣୁ ତୃତୀୟ ମ୍ୟାଚ୍‍ ଯେଉଁ ଦଳ ଜିତିବ ସେହି ଦଳ ଦିନିକିଆ ସିରିଜ୍‍ କବ୍‍ଜା କରିବ। ଚଳିତ ଟୁର୍‍ର ପ୍ରଥମ ଦୁଇଟି ଫର୍ମାଟରେ ଭାରତ ୩-୧ରେ ଟେଷ୍ଟ ଓ ୩-୨ରେ ଟି-୨୦ ସିରିଜ୍‍ ଜିତିସାରିଛି। ଏହି ମ୍ୟାଚ୍‍ ଜିତି ଭାରତ ସମସ୍ତ ସିରିଜ୍‍ କବ୍‍ଜା କରିବାକୁ ଲକ୍ଷ୍ୟ ରଖିଛି। ଅନ୍ୟପକ୍ଷରେ ଇଂଲଣ୍ଡ ଭଲ ଟିମ୍‍ ହୋଇଥିଲେ ମଧ୍ୟ ଏହି ସିରିଜ୍‍ରେ ଗୋଟିଏ ହେଲେ ଟ୍ରଫି ଜିତିପାରି ନାହିଁ। ଦିନିକିଆ ଫର୍ମାଟରେ ବିଶ୍ୱଚାମ୍ପିଅନ୍‍ ଇଂଲଣ୍ଡ ଏହି ମ୍ୟାଚ୍‍ ଜିତି ଚଳିତ ସିରିଜ୍‍ରେ ଅତିକମ୍‍ରେ ଗୋଟିଏ ଟ୍ରଫି କବ୍‍ଜା କରିବା ସହ ଦିନିକିଆ Ñଙ୍କିଙ୍ଗ୍‍ରେ ନଂ-୧ ସ୍ଥାନ ବଜାୟ ରଖିବାକୁ ଚେଷ୍ଟା କରିବ।

ଆହୁରି ପଢ଼ନ୍ତୁ: ଆଫଗାନିସ୍ତାନ ବିପକ୍ଷ ଟେଷ୍ଟ ବିଜୟ ଭଲ, କିନ୍ତୁ ଏଥିରୁ ବଡ଼ ଫାଇଦା ଖୋଜିବା ଠିକ୍ ନୁହେଁ

ଏହି ସିରିଜ୍‍ର ଦ୍ୱିତୀୟ ମ୍ୟାଚ୍‍ରେ ୩୩୭ ରନ୍‍ର ଟାର୍ଗେଟକୁ ଇଂଲଣ୍ଡ ଅତି ସହଜରେ ଜିତିନେଇଥିଲା। ଦିନିକିଆରେ ଏହା ଏକ ଛୋଟିଆ ଟାର୍ଗେଟ ନୁହେଁ। ଏହା ସତ୍ତ୍ବେ ଇଂଲଣ୍ଡ ଦଳ ରେକର୍ଡ ୨୦ଟି ଛକା ମାରି ଜିତିବା, ଦୁଇ ସ୍ପିନର କୁଲଦୀପ ଯାଦବ ଓ କ୍ରୁନାଲ ପାଣ୍ଡ୍ୟା ମିଳତଭାବେ ୧୬ ଓଭରରେ ବୋଲିଂ କରି ୧୫୬ ରନ୍‍ ବ୍ୟୟ କରିବା ଭାରତୀୟ ଅଧିନାୟକ ଓ ଟିମ୍‍ ମ୍ୟାନେଜମେଣ୍ଟକୁ ଚିନ୍ତାରେ ପକାଇଛି। ଏଭଳି ପ୍ରଦର୍ଶନ ପରେ ଏହି ସ୍ପିନରଙ୍କୁ ଟିମ୍‍ରେ ସ୍ଥାନ ମିଳିବା ସହଜ ହେବ ନାହିଁ। ବିଶେଷ କରି ପ୍ରଥମ ମ୍ୟାଚ୍‍ରେ ୬୪ ଓ ଦ୍ୱିତୀୟ ମ୍ୟାଚ୍‍ରେ ୮୪ ରନ୍‍ ଦେଇଥିବା କୁଲଦୀପଙ୍କର ଆତ୍ମବିଶ୍ୱାସ ଥିଲା ଭଳି ମନେ ହେଉନାହିଁ। ଏଣୁ ତାଙ୍କୁ ବାଦ୍‍ ଦିଆଯାଇ ଲେଗ୍‍ ସ୍ପିନର ୟୁଜବେନ୍ଦ୍ର ଚହଲ କିମ୍ବା ୱାଶିଂଟନ ସୁନ୍ଦର କିମ୍ବା ଉଭୟଙ୍କୁ ଦଳରେ ସାମିଲ କରାଯିବାର ସମ୍ଭାବନାକୁ ଏଡ଼ାଇ ଦେଇ ହେବ ନାହିଁ। କ୍ରୁନାଲଙ୍କ ବ୍ୟାଟିଂ ଉନ୍ନତ। ଏହି ଦୃଷ୍ଟିରୁ ବିଚାର କଲେ ତାଙ୍କୁ ଦଳରେ ରଖାଯାଇପାରେ।

ଆହୁରି ପଢ଼ନ୍ତୁ: ଆଜିଠୁ ଆରମ୍ଭ ହେଉଛି ଫିଫା ବିଶ୍ବକପର ୨୩ତମ ସଂସ୍କରଣ: ମେକ୍ସିକୋ- ଦ.ଆଫ୍ରିକା ମଧ୍ୟରେ ଉଦଘାଟନୀ ମୁକାବିଲା

ସେହିପରି ଭାରତୀୟ ଟିମ୍‍ ଟସ୍‍ ଜିତି ପ୍ରଥମେ ବ୍ୟାଟିଂ କଲେ ଏକ ଚ୍ୟାଲେଞ୍ଜିଂ ସ୍କୋର ଛିଡ଼ାକରାଇବା ନିହାତି ଜରୁରୀ। ଇଂଲଣ୍ଡ ୩୩୭ ରନ୍‍ର ଟାର୍ଗେଟକୁ ଯେପରି ସହଜରେ ଜିତିନେଲା, ସେଥିରୁ ଭାରତୀୟ ବୋଲିଂର ଦୁର୍ବଳତା ପଦାରେ ପଡ଼ିଯାଇଛି। ଯାହା ଫଳରେ ଭାରତ ଯଦି ତାହାର କୌଶଳରେ ପରିବର୍ତ୍ତନ ନକରିବ ତେବେ ବିଶ୍ୱଚାମ୍ପିଅନ୍‍ ଟିମ୍‍ ଇଂଲଣ୍ଡକୁ ହରାଇବା କଷ୍ଟକର। ବ୍ୟାଟିଂ କଲାବେଳେ ଭାରତ ଇନିଂସର ଶେଷ ୧୫ ଓଭରରେ ଅଧିକ ରନ୍‍ ସଂଗ୍ରହ କରିବାକୁ ଟାର୍ଗେଟ କରୁଛି। ଯାହା ଫଳରେ ଏହା କେତେବେଳେ କ୍ଲିକ୍‍ କରୁଛି ତ ଆଉ କେତେବେଳେ ଫେଲ ମାରୁଛି। ଏଣୁ ଆରମ୍ଭରୁ ଆକ୍ରମଣ କରିବା ଜରୁରୀ। ଏହିଭଳି କିଛି ରଣନୀତିରେ ପରିବର୍ତ୍ତନ ନକଲେ ଭାରି ଦିନିକିଆ ସିରିଜ୍‍ ଜିତିବା କଷ୍ଟକର ହେବ।

ଆହୁରି ପଢ଼ନ୍ତୁ: ଫିଫା ବିଶ୍ୱକପ୍‌ ୨୦୨୬: ଫୋକସରେ ବିଶ୍ୱର ଏହି ୫ ତାରକା ଡିଫେଣ୍ଡର...

ଅନ୍ୟପକ୍ଷରେ ଇଂଲଣ୍ଡର ଉଭୟ ବ୍ୟାଟିଂ ଓ ବୋଲିଂରେ ଦମ୍‍ଦାର ପ୍ରଦର୍ଶନ କରିଛି। ଦୁଇ ଓପନର ଜେସନ ରୟ ଓ ଜନ୍ନି ବେୟାରଷ୍ଟୋ, ନଂ-୩ ବେନ୍‍ ଷ୍ଟୋକ୍ସ ଯେପରି ବ୍ୟାଟିଂ କରୁଛନ୍ତି, ସେଥିରେ ବ୍ରେକ୍‍ ଲଗାଇବା ଆବଶ୍ୟକ। ସେହିପରି ରିସି ଟୋପ୍‍ଲେଙ୍କ ସହ ମାର୍କ ଉଡ୍‍ ପାର୍ଟନର ହେଲେ ଭାରତୀୟ ବ୍ୟାଟିଂକୁ ନିୟନ୍ତ୍ରଣରେ ରଖିହେବ ବୋଲି ଆଶା କରାଯାଉଛି। ଇଂଲଣ୍ଡ ସ୍ପିନରମାନେ ଭାରତୀୟଙ୍କଠାରୁ ଢ଼େର ଭଲ ପ୍ରଦର୍ଶନ କରୁଛନ୍ତି। ଏମାନଙ୍କ ସହାୟତାରେ ଇଂଲଣ୍ଡ ଦିନିକିଆ ସିରିଜ୍‍ ଜିତିବାକୁ ନିଶ୍ଚୟ ଆଶା ରଖିଛି।

28 Mar 2021 By The Sakala

ଭାରତ-ଇଂଲଣ୍ଡ ଦିନିକିଆ ସିରିଜ୍‍, ଆଉ କିଛି ସମୟ ପରେ ନିର୍ଣ୍ଣାୟକ ମୁକାବିଲା

ପୁଣେ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ୩ ମ୍ୟାଚ୍‍ ବିଶିଷ୍ଟ ଦିନିକିଆ ସିରିଜ୍‍ର ତୃତୀୟ ତଥା ଶେଷ ମୁକାବିଲା ଆଜି  ସ୍ଥାନୀୟ ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଗ୍ରାଉଣ୍ଡରେ ଖେଳାଯିବ। ଏହା ପୂର୍ବରୁ ଏଠାରେ ଖେଳାଯାଇଥିବା ଦୁଇଟି ମ୍ୟାଚ୍‍ ମଧ୍ୟରୁ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍‍ରେ ବିଜୟୀ ହୋଇଛନ୍ତି। ଏଣୁ ତୃତୀୟ ମ୍ୟାଚ୍‍ ଯେଉଁ ଦଳ ଜିତିବ ସେହି ଦଳ ଦିନିକିଆ ସିରିଜ୍‍ କବ୍‍ଜା କରିବ। ଚଳିତ ଟୁର୍‍ର ପ୍ରଥମ ଦୁଇଟି ଫର୍ମାଟରେ ଭାରତ ୩-୧ରେ ଟେଷ୍ଟ ଓ ୩-୨ରେ ଟି-୨୦ ସିରିଜ୍‍ ଜିତିସାରିଛି। ଏହି ମ୍ୟାଚ୍‍ ଜିତି ଭାରତ ସମସ୍ତ ସିରିଜ୍‍ କବ୍‍ଜା କରିବାକୁ ଲକ୍ଷ୍ୟ ରଖିଛି। ଅନ୍ୟପକ୍ଷରେ ଇଂଲଣ୍ଡ ଭଲ ଟିମ୍‍ ହୋଇଥିଲେ ମଧ୍ୟ ଏହି ସିରିଜ୍‍ରେ ଗୋଟିଏ ହେଲେ ଟ୍ରଫି ଜିତିପାରି ନାହିଁ। ଦିନିକିଆ ଫର୍ମାଟରେ ବିଶ୍ୱଚାମ୍ପିଅନ୍‍ ଇଂଲଣ୍ଡ ଏହି ମ୍ୟାଚ୍‍ ଜିତି ଚଳିତ ସିରିଜ୍‍ରେ ଅତିକମ୍‍ରେ ଗୋଟିଏ ଟ୍ରଫି କବ୍‍ଜା କରିବା ସହ ଦିନିକିଆ Ñଙ୍କିଙ୍ଗ୍‍ରେ ନଂ-୧ ସ୍ଥାନ ବଜାୟ ରଖିବାକୁ ଚେଷ୍ଟା କରିବ।

ଏହି ସିରିଜ୍‍ର ଦ୍ୱିତୀୟ ମ୍ୟାଚ୍‍ରେ ୩୩୭ ରନ୍‍ର ଟାର୍ଗେଟକୁ ଇଂଲଣ୍ଡ ଅତି ସହଜରେ ଜିତିନେଇଥିଲା। ଦିନିକିଆରେ ଏହା ଏକ ଛୋଟିଆ ଟାର୍ଗେଟ ନୁହେଁ। ଏହା ସତ୍ତ୍ବେ ଇଂଲଣ୍ଡ ଦଳ ରେକର୍ଡ ୨୦ଟି ଛକା ମାରି ଜିତିବା, ଦୁଇ ସ୍ପିନର କୁଲଦୀପ ଯାଦବ ଓ କ୍ରୁନାଲ ପାଣ୍ଡ୍ୟା ମିଳତଭାବେ ୧୬ ଓଭରରେ ବୋଲିଂ କରି ୧୫୬ ରନ୍‍ ବ୍ୟୟ କରିବା ଭାରତୀୟ ଅଧିନାୟକ ଓ ଟିମ୍‍ ମ୍ୟାନେଜମେଣ୍ଟକୁ ଚିନ୍ତାରେ ପକାଇଛି। ଏଭଳି ପ୍ରଦର୍ଶନ ପରେ ଏହି ସ୍ପିନରଙ୍କୁ ଟିମ୍‍ରେ ସ୍ଥାନ ମିଳିବା ସହଜ ହେବ ନାହିଁ। ବିଶେଷ କରି ପ୍ରଥମ ମ୍ୟାଚ୍‍ରେ ୬୪ ଓ ଦ୍ୱିତୀୟ ମ୍ୟାଚ୍‍ରେ ୮୪ ରନ୍‍ ଦେଇଥିବା କୁଲଦୀପଙ୍କର ଆତ୍ମବିଶ୍ୱାସ ଥିଲା ଭଳି ମନେ ହେଉନାହିଁ। ଏଣୁ ତାଙ୍କୁ ବାଦ୍‍ ଦିଆଯାଇ ଲେଗ୍‍ ସ୍ପିନର ୟୁଜବେନ୍ଦ୍ର ଚହଲ କିମ୍ବା ୱାଶିଂଟନ ସୁନ୍ଦର କିମ୍ବା ଉଭୟଙ୍କୁ ଦଳରେ ସାମିଲ କରାଯିବାର ସମ୍ଭାବନାକୁ ଏଡ଼ାଇ ଦେଇ ହେବ ନାହିଁ। କ୍ରୁନାଲଙ୍କ ବ୍ୟାଟିଂ ଉନ୍ନତ। ଏହି ଦୃଷ୍ଟିରୁ ବିଚାର କଲେ ତାଙ୍କୁ ଦଳରେ ରଖାଯାଇପାରେ।

ସେହିପରି ଭାରତୀୟ ଟିମ୍‍ ଟସ୍‍ ଜିତି ପ୍ରଥମେ ବ୍ୟାଟିଂ କଲେ ଏକ ଚ୍ୟାଲେଞ୍ଜିଂ ସ୍କୋର ଛିଡ଼ାକରାଇବା ନିହାତି ଜରୁରୀ। ଇଂଲଣ୍ଡ ୩୩୭ ରନ୍‍ର ଟାର୍ଗେଟକୁ ଯେପରି ସହଜରେ ଜିତିନେଲା, ସେଥିରୁ ଭାରତୀୟ ବୋଲିଂର ଦୁର୍ବଳତା ପଦାରେ ପଡ଼ିଯାଇଛି। ଯାହା ଫଳରେ ଭାରତ ଯଦି ତାହାର କୌଶଳରେ ପରିବର୍ତ୍ତନ ନକରିବ ତେବେ ବିଶ୍ୱଚାମ୍ପିଅନ୍‍ ଟିମ୍‍ ଇଂଲଣ୍ଡକୁ ହରାଇବା କଷ୍ଟକର। ବ୍ୟାଟିଂ କଲାବେଳେ ଭାରତ ଇନିଂସର ଶେଷ ୧୫ ଓଭରରେ ଅଧିକ ରନ୍‍ ସଂଗ୍ରହ କରିବାକୁ ଟାର୍ଗେଟ କରୁଛି। ଯାହା ଫଳରେ ଏହା କେତେବେଳେ କ୍ଲିକ୍‍ କରୁଛି ତ ଆଉ କେତେବେଳେ ଫେଲ ମାରୁଛି। ଏଣୁ ଆରମ୍ଭରୁ ଆକ୍ରମଣ କରିବା ଜରୁରୀ। ଏହିଭଳି କିଛି ରଣନୀତିରେ ପରିବର୍ତ୍ତନ ନକଲେ ଭାରି ଦିନିକିଆ ସିରିଜ୍‍ ଜିତିବା କଷ୍ଟକର ହେବ।

ଅନ୍ୟପକ୍ଷରେ ଇଂଲଣ୍ଡର ଉଭୟ ବ୍ୟାଟିଂ ଓ ବୋଲିଂରେ ଦମ୍‍ଦାର ପ୍ରଦର୍ଶନ କରିଛି। ଦୁଇ ଓପନର ଜେସନ ରୟ ଓ ଜନ୍ନି ବେୟାରଷ୍ଟୋ, ନଂ-୩ ବେନ୍‍ ଷ୍ଟୋକ୍ସ ଯେପରି ବ୍ୟାଟିଂ କରୁଛନ୍ତି, ସେଥିରେ ବ୍ରେକ୍‍ ଲଗାଇବା ଆବଶ୍ୟକ। ସେହିପରି ରିସି ଟୋପ୍‍ଲେଙ୍କ ସହ ମାର୍କ ଉଡ୍‍ ପାର୍ଟନର ହେଲେ ଭାରତୀୟ ବ୍ୟାଟିଂକୁ ନିୟନ୍ତ୍ରଣରେ ରଖିହେବ ବୋଲି ଆଶା କରାଯାଉଛି। ଇଂଲଣ୍ଡ ସ୍ପିନରମାନେ ଭାରତୀୟଙ୍କଠାରୁ ଢ଼େର ଭଲ ପ୍ରଦର୍ଶନ କରୁଛନ୍ତି। ଏମାନଙ୍କ ସହାୟତାରେ ଇଂଲଣ୍ଡ ଦିନିକିଆ ସିରିଜ୍‍ ଜିତିବାକୁ ନିଶ୍ଚୟ ଆଶା ରଖିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp