ନିର୍ଣ୍ଣାୟକ ମୁକାବିଲାରେ ଭାରତର ଆକ୍ରମଣାତ୍ମକ ବ୍ଯାଟିଂ, ଇଂଲଣ୍ଡକୁ ୨୨୫ ରନ୍ ଟାର୍ଗେଟ ଦେଲା ଭାରତ

The Sakala Picture
Published On

ଅହମ୍ମଦାବାଦ୍‍: ଭାରତ ଓ ଇଂଲଣ୍ଡ ମଧ୍ୟରେ ଅହମ୍ମଦବାଦର ନରେନ୍ଦ୍ର ମୋଦୀ କ୍ରିକେଟ ଷ୍ଟାଡ଼ିୟମରେ  ସିରିଜ୍‍ର ୫ମ ତଥା ନିର୍ଣ୍ଣାୟକ ମୁକାବିଲା ଆରମ୍ଭ ହୋଇଛି। ଏହି ମ୍ୟାଚ୍‍ରେ ଟସ ଜିତି ଇଂଲଣ୍ଡ ବୋଲିଂ ନିଷ୍ପତ୍ତି ନେଇଛି। ଭରତ ପ୍ରଥମ ଇଂନିସରେ ୨ ୱିକେଟ ହରାଇ ୨୨୪ ରନ ସଂଗ୍ରହ କରିଛି। ଇଂଲଣ୍ଡକୁ ଏହି ସିରଜ ଜିତିବାକୁ ହେଲେ ୨୨୫ ରନ କରିବାକୁ ପଡ଼ିବ। ପ୍ରଥମ ଇଂନିସରେ ଭାରତ ପକ୍ଷରୁ ରୋହିତ ଶର୍ମା ଓ ବିରାଟ କୋହଲି ଓପନିଂ କରିଥିଲେ। […]

ଅହମ୍ମଦାବାଦ୍‍: ଭାରତ ଓ ଇଂଲଣ୍ଡ ମଧ୍ୟରେ ଅହମ୍ମଦବାଦର ନରେନ୍ଦ୍ର ମୋଦୀ କ୍ରିକେଟ ଷ୍ଟାଡ଼ିୟମରେ  ସିରିଜ୍‍ର ୫ମ ତଥା ନିର୍ଣ୍ଣାୟକ ମୁକାବିଲା ଆରମ୍ଭ ହୋଇଛି। ଏହି ମ୍ୟାଚ୍‍ରେ ଟସ ଜିତି ଇଂଲଣ୍ଡ ବୋଲିଂ ନିଷ୍ପତ୍ତି ନେଇଛି। ଭରତ ପ୍ରଥମ ଇଂନିସରେ ୨ ୱିକେଟ ହରାଇ ୨୨୪ ରନ ସଂଗ୍ରହ କରିଛି। ଇଂଲଣ୍ଡକୁ ଏହି ସିରଜ ଜିତିବାକୁ ହେଲେ ୨୨୫ ରନ କରିବାକୁ ପଡ଼ିବ।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ପ୍ରଥମ ଇଂନିସରେ ଭାରତ ପକ୍ଷରୁ ରୋହିତ ଶର୍ମା ଓ ବିରାଟ କୋହଲି ଓପନିଂ କରିଥିଲେ। ଏହି ମ୍ଯାଚରେ ପ୍ରଥମରୁ ହିଁ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଥିଲା। ରୋହିତ ଶର୍ମାଙ୍କ ଧୂଆଁଦାର ବ୍ଯାଟିଂକରି ୬୪ ରନ କରି ଆଉଟ ହୋଇଥିଲେ। ବିରାଟଙ୍କ ସହ ସୂର୍ଯ୍ଯକୁମାର ଯାଦବ ପାରିକୁ ସମ୍ଭାଳିଥିଲେ। ସୂର୍ଯ୍ଯକୁମାର ଯାଦବ ମଧ୍ଯ ଦୃତ ଗତିରେ ରନ ସଂଗ୍ରହ କରିଥିଲେ। ସେ ୧୭ ବଲରେ ୩୨ ରନ କରି ଆଉଟ ହୋଇଛନ୍ତି। ଏହାପରେ ପାରିକୁ ସମ୍ଭାଳିବା ପାଇଁ ହାର୍ଦ୍ଦିକ ପାଣ୍ଡ୍ୟା ପିଚକୁ ଆସିଥିଲେ। ଭାରତ ୨୦ ଓଭରରେ ୨୨୪ ରନ ସଂଗ୍ରହ କରିଥିବା ବେଳେ ବିରାଟ କୋହଲି ୮୦ ଓ ହାର୍ଦ୍ଦିକ ପାଣ୍ଡ୍ୟା ୩୯ ରନ କରି ଅପରାଜିତ ଅଛନ୍ତି।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

ସେହିପରି ଇଂଲଣ୍ଡର ବେନ ଷ୍ଟୋକ୍ସ ଓ ଆଦିଲ ରସିଦଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଛି।

ଆହୁରି ପଢ଼ନ୍ତୁ: ଏସୀୟ କ୍ରୀଡ଼ା ୨୦୨୬: ଥମିଲା ହୋଟେଲ ବିବାଦ, ଆୟୋଜକଙ୍କ ବ୍ୟବସ୍ଥାରେ ରହିବେ ଭାରତୀୟ କ୍ରିକେଟର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp