ପୋଲାର୍ଡଙ୍କ ବିସ୍ଫୋରକ ବ୍ଯାଟିଂ, ୬ ବଲରେ ୬ଟି ଛକା

The Sakala Picture
Published On

ଆଣ୍ଟିଗୁଆ: ଆଣ୍ଟିଗୁଆରେ ଓ୍ଵେଷ୍ଟଇଣ୍ଡିଜ ଓ  ଶ୍ରୀଲଙ୍କା ମଧ୍ଯରେ ପ୍ରଥମ ଟି-୨୦ ଆରମ୍ଭ ହୋଇଛି। ପ୍ରଥମ ମ୍ଯାଚରେ ଓ୍ଵେଷ୍ଟଇଣ୍ଡିଜର ୩୩ ବର୍ଷୀୟ ଅଧିନାୟକ କିରଣ ପୋଲାର୍ଡ କ୍ରିକେଟ୍ ଜଗତରେ ରେକର୍ଡ କରିଛନ୍ତି। ଗୋଟିଏ ଓଭରରେ ୬ ଛକା ମାରିବାର ରେକର୍ଡ କରିଛନ୍ତି। ଏହି ମ୍ୟାଚ୍‌ରେ ପୋଲାର୍ଡ ଯେଉଁ ବୋଲରଙ୍କୁ ୬ଟି ଛକା ମାରିଛନ୍ତି, ଉକ୍ତ ବୋଲର ଏହାର ପୂର୍ବ ଓଭରରେ ହ୍ୟାଟ୍ରିକ ୱିକେଟ ନେଇଥିଲେ। ପୋଲାର୍ଡ ଟି-୨୦ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍‌ରେ ଦ୍ଵିତୀୟ ବ୍ୟାଟସମ୍ୟାନ ହେବାର ଗୌରବ ଅର୍ଜନ କରିଛନ୍ତି। […]

ଆଣ୍ଟିଗୁଆ: ଆଣ୍ଟିଗୁଆରେ ଓ୍ଵେଷ୍ଟଇଣ୍ଡିଜ ଓ  ଶ୍ରୀଲଙ୍କା ମଧ୍ଯରେ ପ୍ରଥମ ଟି-୨୦ ଆରମ୍ଭ ହୋଇଛି। ପ୍ରଥମ ମ୍ଯାଚରେ ଓ୍ଵେଷ୍ଟଇଣ୍ଡିଜର ୩୩ ବର୍ଷୀୟ ଅଧିନାୟକ କିରଣ ପୋଲାର୍ଡ କ୍ରିକେଟ୍ ଜଗତରେ ରେକର୍ଡ କରିଛନ୍ତି। ଗୋଟିଏ ଓଭରରେ ୬ ଛକା ମାରିବାର ରେକର୍ଡ କରିଛନ୍ତି। ଏହି ମ୍ୟାଚ୍‌ରେ ପୋଲାର୍ଡ ଯେଉଁ ବୋଲରଙ୍କୁ ୬ଟି ଛକା ମାରିଛନ୍ତି, ଉକ୍ତ ବୋଲର ଏହାର ପୂର୍ବ ଓଭରରେ ହ୍ୟାଟ୍ରିକ ୱିକେଟ ନେଇଥିଲେ।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ପୋଲାର୍ଡ ଟି-୨୦ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍‌ରେ ଦ୍ଵିତୀୟ ବ୍ୟାଟସମ୍ୟାନ ହେବାର ଗୌରବ ଅର୍ଜନ କରିଛନ୍ତି। ପୋଲାର୍ଡଙ୍କ ପୂର୍ବରୁ ଯୁବରାଜ ନାମରେ ଏହି ରେକର୍ଡ ଥିଲା । ସେ ୨୦୦୭ ଟି-୨୦ ବିଶ୍ଵ କପରେ ଇଂଲଣ୍ଡ ବିପକ୍ଷରେ ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡଙ୍କ ଗୋଟିଏ ଓଭରରେ ୬ ଛକା ମାରିଥିଲେ।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

ଆଜି ଖେଳାଯାଇଥିବା ପ୍ରଥମ ଟି-୨୦ରେ ଅଧିନାୟକ ପୋଲାର୍ଡ ଅକିଲା ଧନଞ୍ଜୟଙ୍କ ଗୋଟିଏ ଓଭରରେ ୬ ଛକା ମାରିଛନ୍ତି ଉକ୍ତ ଇନିଂସରେ ଧନଞ୍ଜୟ ହ୍ୟାଟ୍ରିକ ଓ୍ଵିକେଟ୍ ନେଇଥିଲେ। ଇନିଂସର ଷଷ୍ଠ ଓଭରରେ ପୋଲାର୍ଡ ୬ଟି ଛକା ମାରିଛନ୍ତି। ସେ ୧୧ ବଲ୍‌ରୁ ୩୮ ରନ କରି ପାଭିଲିୟନ ଫେରିଥିଲେ।

ପୋଲାର୍ଡ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍‌ରେ ଗୋଟିଏ ଓଭରରେ ଛଅ ଛକା ମାରିବାରେ ତୃତୀୟ ବ୍ୟାଟସମ୍ୟାନ। ଦକ୍ଷିଣ ଆଫ୍ରିକାର ହର୍ସଲ ଗିବ୍ସ ୨୦୦୭ ଦିନିକିଆ ବିଶ୍ଵ କପ୍‌ର ଗୋଟିଏ ଓଭରରେ ୩୬ ରନ କରି ସର୍ବପ୍ରଥମେ ଏହି ଉପଲବ୍ଧି ହାସଲ କରିଥିଲେ।

ଶ୍ରୀଲଙ୍କା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୯ ଓ୍ଵିକେଟ୍ ହରାଇ ୧୩୧ ରନ କରିଥିଲା। ଜବାବରେ ଓ୍ଵେଷ୍ଟଇଣ୍ଡିଜ  ୧୩.୧ ଓଭରରେ ୬ ଓ୍ଵିକେଟ୍‌ ହରାଇ ୧୩୪ ରନ କରି ପ୍ରଥମ ମ୍ୟାଚ୍‌ରେ ବିଜୟୀ ହୋଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର