ବାଂଲାଦେଶରେ IPL ପ୍ରସାରଣ ଉପରେ ବ୍ୟାନ୍‌ ଲଗାଇଲେ ୟୁନୁସ୍ ସରକାର, ମୁସ୍ତାଫିଜୁରଙ୍କୁ KKR ବାଦ୍‌ ଦେବାରୁ ବଢିଲା ବିବାଦ

Madhusudan Das Picture
Published On

ନୂଆଦିଲ୍ଲୀ: ବାଂଲାଦେଶ ସରକାର ଦେଶରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ର ଟେଲିକାଷ୍ଟ ଏବଂ ଷ୍ଟ୍ରିମିଂ ଉପରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ରୋକ ଲଗାଇଛନ୍ତି। କୋଲକାତା ନାଇଟ୍ ରାଇଡର୍ସ ଦଳରୁ ବାଂଲାଦେଶୀ ଦ୍ରୁତ ବୋଲର ମୁସ୍ତାଫିଜୁର ରେହମାନଙ୍କୁ ମୁକ୍ତ କରାଯିବା ପରେ ୟୁନୁସ୍ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ଭାରତ ଏବଂ ବାଂଲାଦେଶ ମଧ୍ୟରେ ବଢୁଥିବା ତିକ୍ତତା ମଧ୍ୟରେ ଏହି ଘଟଣା ସାମ୍ନାକୁ ଆସିଛି।

ଆହୁରି ପଢ଼ନ୍ତୁ: ବିସିସିଆଇର ବଡ଼ ନିଷ୍ପତ୍ତି: ପ୍ରଜ୍ଞାନ ଓଝା ହେଲେ ନୂଆ ମୁଖ୍ୟ ଚୟନକର୍ତ୍ତା

ଆଜି ବାଂଲାଦେଶ ସରକାର ଏହି ନିର୍ଦ୍ଦେଶ ଜାରି କରିଛନ୍ତି। ଏହି ନିଷ୍ପତ୍ତି ଫଳରେ ବାଂଲାଦେଶର କ୍ରିକେଟ୍ ପ୍ରେମୀମାନେ ଆଉ ଆଇପିଏଲ୍ ମ୍ୟାଚ୍ କୌଣସି ଟିଭି ଚ୍ୟାନେଲ୍ କିମ୍ବା ଡିଜିଟାଲ୍ ପ୍ଲାଟଫର୍ମରେ ଦେଖିପାରିବେ ନାହିଁ। ସରକାରୀ ବିଜ୍ଞପ୍ତିରେ କୁହାଯାଇଛି ଯେ, ବିସିସିଆଇ ବିନା କୌଣସି ଯୁକ୍ତିଯୁକ୍ତ କାରଣରେ ମୁସ୍ତାଫିଜୁରଙ୍କୁ ଆଇପିଏଲ୍‌ରୁ ବାଦ୍ ଦେବା ନିଷ୍ପତ୍ତି ନେଇଛି, ଯାହା ବାଂଲାଦେଶର ଜନସାଧାରଣଙ୍କୁ ବ୍ୟଥିତ ଓ କ୍ଷୁବ୍ଧ କରିଛି। ତେଣୁ ଜନସ୍ୱାର୍ଥକୁ ଦୃଷ୍ଟିରେ ରଖି ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଆଇପିଏଲ୍‌ର ସମସ୍ତ ପ୍ରସାରଣ ବନ୍ଦ ରହିବ।

ଆହୁରି ପଢ଼ନ୍ତୁ: ଏସୀୟ ପାରା ଗେମ୍ସ: ମହିଳା ୪୦୦ ମିଟର T47 ରେ ଅଞ୍ଜନାବେନଙ୍କୁ ସ୍ୱର୍ଣ୍ଣ ଏବଂ ଓଡ଼ିଶାର ଜୟନ୍ତୀ ବେହେରାଙ୍କୁ ରୌପ୍ୟ

ଉଲ୍ଲେଖଯୋଗ୍ୟ ଯେ, ମିନି ନିଲାମରେ କେକେଆର ମୁସ୍ତାଫିଜୁରଙ୍କୁ ୯.୨୦ କୋଟି ଟଙ୍କାରେ କିଣିଥିଲା। ତେବେ ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଆକ୍ରମଣ ଘଟଣାକୁ ନେଇ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଖରାପ ହେବା ପରେ, ବିସିସିଆଇ କୋଲକାତା ଫ୍ରାଞ୍ଚାଇଜିକୁ ତାଙ୍କୁ ଛାଡିବାକୁ ନିର୍ଦ୍ଦେଶ ଦେଇଥିଲା। ନିୟମ ଅନୁଯାୟୀ କେକେଆର ତାଙ୍କୁ ମୁକ୍ତ କରିଛି ଏବଂ ଏବେ ଦଳ ଜଣେ ବିକଳ୍ପ ଖେଳାଳିଙ୍କୁ ଚୁକ୍ତିବଦ୍ଧ କରିପାରିବ।

ଆହୁରି ପଢ଼ନ୍ତୁ: ୨୨୬ ରନ୍‌ର ବିଶାଳ ଲକ୍ଷ୍ୟ ହାସଲ କରି ଇତିହାସ ରଚିଲା ଭାରତ, ସଞ୍ଜୁ ସାମସନ୍‌ଙ୍କ ଧୂଆଁଧାର ବ୍ୟାଟିଂ

ଏହି ବିବାଦର ପ୍ରଭାବ ଆଗାମୀ ଟି-୨୦ ବିଶ୍ୱକପ୍ ଉପରେ ମଧ୍ୟ ପଡିଛି। ବାଂଲାଦେଶ କ୍ରିକେଟ୍ ବୋର୍ଡ ଅନ୍ତର୍ଜାତୀୟ କ୍ରିକେଟ୍ କାଉନସିଲ୍ (ICC) କୁ ଚିଠି ଲେଖି ନିଜର ମ୍ୟାଚଗୁଡ଼ିକୁ ଭାରତରୁ ଶ୍ରୀଲଙ୍କାକୁ ସ୍ଥାନାନ୍ତର କରିବାକୁ ଅନୁରୋଧ କରିଛି। ବର୍ତ୍ତମାନର କାର୍ଯ୍ୟସୂଚୀ ଅନୁଯାୟୀ ବାଂଲାଦେଶର ମ୍ୟାଚ୍ କୋଲକାତା ଓ ମୁମ୍ବାଇରେ ହେବାର ଥିଲା, କିନ୍ତୁ ଆଇସିସି ଏବେ ଗ୍ରୁପ୍-ସି ମ୍ୟାଚଗୁଡ଼ିକୁ ଶ୍ରୀଲଙ୍କାରେ ଆୟୋଜନ କରିବାକୁ ବିଚାର କରୁଥିବା ରିପୋର୍ଟ ପ୍ରକାଶ ପାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର