ଆଇପିଏଲ୍ ଏଲିମିନେଟର: ଆଜି ମୁହାଁମୁହିଁ ହେବେ ଗୁଜରାଟ-ମୁମ୍ବାଇ
ମୁଲାନପୁର,ଚଣ୍ଡିଗଡ: ଆଇପିଏଲ୍ର ଦୁଇ ଦମ୍ଦାର ଦଳ ଗୁଜରାଟ ଟାଇଟନ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଚଳିତ ସଂସ୍କରଣର ଦ୍ୱିତୀୟ ପ୍ଲେ ଅଫ ବା ଏଲିମିନେଟର ମ୍ୟାଚ୍ ଏଠାରେ ଆସନ୍ତାକାଲି ଖେଳାଯିବ। ଦୀର୍ଘ ଦୁଇମାସ ଧରି ଲଢେ଼ଇ କରୁଥିବା ଏହି ଦୁଇ ଦଳ ଲାଗି ମ୍ୟାଚ୍ଟି ସବୁଠାରୁ ଅଧିକ ଗୁରୁତ୍ୱ ବହନ କରୁଛି। ଏହାର ଅର୍ଥ ଏହି ମୁକାବିଲାରେ ଯେଉଁ ଦଳ ପରାଜିତ ହେବ, ସେହି ଦଳ ପ୍ରତିଯୋଗିତାରୁ ବିଦାୟ ନେବ। ଏଣୁ ତାରକା ବିହୀନ ଖେଳାଳିଙ୍କୁ ନେଇ […]
ମୁଲାନପୁର,ଚଣ୍ଡିଗଡ: ଆଇପିଏଲ୍ର ଦୁଇ ଦମ୍ଦାର ଦଳ ଗୁଜରାଟ ଟାଇଟନ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଚଳିତ ସଂସ୍କରଣର ଦ୍ୱିତୀୟ ପ୍ଲେ ଅଫ ବା ଏଲିମିନେଟର ମ୍ୟାଚ୍ ଏଠାରେ ଆସନ୍ତାକାଲି ଖେଳାଯିବ। ଦୀର୍ଘ ଦୁଇମାସ ଧରି ଲଢେ଼ଇ କରୁଥିବା ଏହି ଦୁଇ ଦଳ ଲାଗି ମ୍ୟାଚ୍ଟି ସବୁଠାରୁ ଅଧିକ ଗୁରୁତ୍ୱ ବହନ କରୁଛି। ଏହାର ଅର୍ଥ ଏହି ମୁକାବିଲାରେ ଯେଉଁ ଦଳ ପରାଜିତ ହେବ, ସେହି ଦଳ ପ୍ରତିଯୋଗିତାରୁ ବିଦାୟ ନେବ। ଏଣୁ ତାରକା ବିହୀନ ଖେଳାଳିଙ୍କୁ ନେଇ ଉଭୟ ଦଳ କିପରି ଏହି ୪୦ ଓଭରକୁ ମୁକାବିଲା କରିବେ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ନଂ-୩ରେ ଥିବା ଗୁଜରାଟ ଟାଇଟନ୍ସର ଅଳ୍ପଦିନ ପ୍ରବେଶ ମଧ୍ୟରେ ଦୁଇଥର ଫାଇନାଲ ଖେଳିଥିଲାବେଳେ ୨୦୨୨ରେ ଚାମ୍ପିଅନ ହୋଇଥିଲା। ଆରମ୍ଭରୁ ଏଯାଏ ୧୮ଟି ଯାକ ସଂସ୍କରଣ ଖେଳିଥିବା ମୁମ୍ବାଇ ୫ଥର ଟାଇଟଲ ଜିତିଛି। ଏଭଳି ସ୍ଥିତିରେ କେହି କାହାରିକୁ ଇଞ୍ଚେ ଛାଡ଼ିବେ ନାହିଁ ବୋଲି ସେମାନଙ୍କ ରଣନୀତିରୁ ସୂଚନା ମିଳିଛି।
ଗୁଜରାଟ ଦଳରେ ୩ଜଣ ଖେଳାଳି ସର୍ବାଧିକ ରନ୍ ସଂଗ୍ରହ କରିଛନ୍ତି। ଦଳର ଦୁଇ ଓପନର ସାଇ ସୁଦର୍ଶନ ୬୭୯ ଓ ଅଧିନାୟକ ଶୁବମନ ଗିଲ୍ ୬୪୯ ରନ୍ କରିଛନ୍ତି। ଏମାନଙ୍କ ମଧ୍ୟରୁ ଜଣେ ଆଉଟ ହେଲେ ଇଂଲିଶ ଖେଳାଳି ଜୋଶ ବଟ୍ଟଲର ୫୩୮ ରନ୍ କରି ସ୍ଥିତି ସମ୍ଭାଳିଛନ୍ତି। ଏହି ମ୍ୟାଚ୍ରେ ବଟ୍ଟଲର କିମ୍ବା ଦକ୍ଷିଣ ଆଫ୍ରିକୀୟ ଫାଷ୍ଟ ବୋଲର କାଗିସୋ ରାବାଡ଼ା ଖେଳିବେ ନାହିଁ। ଏଣୁ ସୁଦର୍ଶନ ଓ ଗିଲ ଚାପରେ ରହିବେ। ଅନ୍ୟ ପକ୍ଷରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ଭଲ ଖେଳୁଥିଲାବେଳେ ସୂର୍ଯ୍ୟକୁମାର ଯାଦବ ୬୪୦ ରନ୍ କରି ସ୍ଥିର ପ୍ରଦର୍ଶନ ଦେଇଆସିଛନ୍ତି। ଓପନର ରିୟାନ ରିକେଲଟନ ଓ ୱିଲ ଜ୍ୟାକ୍ସ ଏହି ମ୍ୟାଚ୍ ଖେଳିବେ ନାହିଁ। ରୋହିତ ଶର୍ମା (୩୨୯) ହୁଅନ୍ତୁ କି ତିଲକ ବର୍ମା (୨୭୪) ସ୍ଥିର ପ୍ରଦର୍ଶନ ଦେଇପାରି ନାହାନ୍ତି। ବୋଲିଂରେ ମୁମ୍ବାଇର ଶକ୍ତି ଅଧିକ। ଯଶପ୍ରୀତ ବୁମ୍ରା (୧୭ ୱିକେଟ), ଟ୍ରେଣ୍ଟ ବୋଲ୍ଟ (୧୯ ୱିକେଟ), ହାର୍ଦ୍ଦିକ ପାଣ୍ଡ୍ୟା (୧୩) ଓ ଦୀପକ ଚହର (୧୧) ସ୍ଥିର ପ୍ରଦର୍ଶନ ଦେଇଛନ୍ତି। ଗୁଜରାଟର ଦୁଇ ସଫଳ ବୋଲର ହେଲେ ପ୍ରସିଦ୍ଧ କ୍ରିଷ୍ଣା ଓ ମହମ୍ମଦ୍ ସିରାଜ। କ୍ରିଷ୍ଣା ୨୩ଟି ଓ ସିରାଜ ୧୫ଟି ୱିକେଟ ପାଇଛନ୍ତି। ବାମହାତୀ ସ୍ପିନର ଆର୍ ସାଇ କିଶୋରଙ୍କୁ ୧୭ଟି ୱିକେଟ ମିଳିଛି। ଏମାନଙ୍କୁ ବାଦ୍ ଦେଲେ ରସିଦ୍ ଖାନଙ୍କ ସମେତ ଅନ୍ୟ ଖେଳାଳି ସଫଳ ହୋଇ ନାହାନ୍ତି। ପ୍ରଦର୍ଶନ ଯାହା ହେଉନା କାହିଁକି, ଦୁଇ ସମକକ୍ଷ ଦଳ ମଧ୍ୟରେ ଏହି ମୁକାବିଲାଟି ବେଶ ରୋମାଞ୍ଚକ ହେବ ବୋଲି ଆଶା କରିବା ସ୍ୱାଭାବିକ୍।