୨୮ ବର୍ଷ ପରେ ସାକାର ହେଲା ମେସୀଙ୍କ ସ୍ବପ୍ନ, ବ୍ରାଜିଲକୁ ହରାଇ ଆର୍ଜେଣ୍ଟିନା ଜିତିଲା କୋପା ଆମେରିକା ଟ୍ରଫି
ଆମେରିକା: ଆର୍ଜେଣ୍ଟିନା ୧-୦ ଗୋଲରେ ବ୍ରାଜିଲକୁ ହରାଇ କୋପା ଆମେରିକା ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଚାମ୍ପିୟନ ହୋଇଛି । ୨୮ ବର୍ଷ ପରେ ଆର୍ଜେଣ୍ଟିନା ଟିମକୁ ଏହି ସଫଳତା ମିଲିଛି। ଲିଓନେଲ ମେସୀଙ୍କ ନେତୃତ୍ବାଧୀନ ଆର୍ଜେଣ୍ଟିନା ଦଳ ଫାଇନାଲ ମୁକାବିଲାରେ ୧-୦ରେ ମାତ୍ ଦେଇ ଟ୍ରଫି ବିଜୟୀ ହୋଇଛି। ୧୯୯୩ ମସିହା ପରେ ପ୍ରଥମଥର ପାଇଁ ଆର୍ଜେଣ୍ଟିନା କୋପା କପ୍ ହାସଲ କରିବାରେ ସଫଳ ହୋଇଛି। A moment that’s been a career in the making: […]
ଆମେରିକା: ଆର୍ଜେଣ୍ଟିନା ୧-୦ ଗୋଲରେ ବ୍ରାଜିଲକୁ ହରାଇ କୋପା ଆମେରିକା ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଚାମ୍ପିୟନ ହୋଇଛି । ୨୮ ବର୍ଷ ପରେ ଆର୍ଜେଣ୍ଟିନା ଟିମକୁ ଏହି ସଫଳତା ମିଲିଛି। ଲିଓନେଲ ମେସୀଙ୍କ ନେତୃତ୍ବାଧୀନ ଆର୍ଜେଣ୍ଟିନା ଦଳ ଫାଇନାଲ ମୁକାବିଲାରେ ୧-୦ରେ ମାତ୍ ଦେଇ ଟ୍ରଫି ବିଜୟୀ ହୋଇଛି। ୧୯୯୩ ମସିହା ପରେ ପ୍ରଥମଥର ପାଇଁ ଆର୍ଜେଣ୍ଟିନା କୋପା କପ୍ ହାସଲ କରିବାରେ ସଫଳ ହୋଇଛି।
A moment that’s been a career in the making: Lionel Messi hoists a major trophy for Argentina 🇦🇷 #CopaAmerica
ଆହୁରି ପଢ଼ନ୍ତୁ: ଏସୀୟ ପାରା ଗେମ୍ସ: ମହିଳା ୪୦୦ ମିଟର T47 ରେ ଅଞ୍ଜନାବେନଙ୍କୁ ସ୍ୱର୍ଣ୍ଣ ଏବଂ ଓଡ଼ିଶାର ଜୟନ୍ତୀ ବେହେରାଙ୍କୁ ରୌପ୍ୟ(via @FoxSoccer) pic.twitter.com/RL18AM2NPL
— Planet Fútbol (@si_soccer) July 11, 2021
ସୂଚନା ଅନୁଯାୟୀ, ମେସୀ ବିଭିନ୍ନ କ୍ଲବ ତରଫରୁ ଖେଳି ଟାଇଟଲ ଜିତିଥିଲେ ମଧ୍ୟ ନିଜ ଦେଶକୁ କୌଣସି ବଡ଼ ଟାଇଟଲ ଜିତାଇବାରେ ବିଫଳ ହେଉଥିଲେ। ପ୍ରଥମଥର ପାଇଁ ମେସୀ ଜାତୀୟ ଦଳକୁ ଟାଇଟଲ ଦେବାରେ ସଫଳ ହୋଇଛନ୍ତି। ଲିୟୋନଲ ମେସୀଙ୍କ ନେତୃତ୍ୱରେ ଆର୍ଜେଣ୍ଟିନା ୨୦୧୫ ଓ ୨୦୧୬ରେ ଦୁଇଥର ଫାଇନାଲରେ ପହଁଚିଥିଲା। କିନ୍ତୁ ଟାଇଟଲ ଜିତି ନ ଥିଲା। ଦଳ ଶେଷ ଥର ପାଇଁ ୧୯୯୩ରେ କପ୍ ଜିତିଥିଲା।






