ଆଇସିସି ପକ୍ଷରୁ ଆନୁଷ୍ଠାନିକ ଘୋଷଣା: ୟୁଏଇ ଏବଂ ଓମାନରେ ହେବ ୨୦୨୧ ଟି-୨୦ ୱାର୍ଲ୍ଡକପ୍‍

The Sakala Picture
Published On

ନୂଆଦିଲ୍ଲୀ: ୟୁନାଇଟେଡ୍‍ ଆରବ ଏମିରେଟ୍ସ (ୟୁଏଇ) ଏବଂ ଓମାନରେ ହେବ ୨୦୨୧ ଟି-୨୦ ୱାର୍ଲ୍ଡକପ୍‍। ଏ ସମ୍ପର୍କରେ ଏହି ମେଗା ଇଭେଣ୍ଟର ଆୟୋଜନ ଅଧିକାର ପାଇଥିବା ବିସିସିଆଇ ପକ୍ଷରୁ ସୋମବାର ଆନୁଷ୍ଠାନିକ ଘୋଷଣା କରାଯିବା ପରେ ଆଜି ଆଇସିସି ପକ୍ଷରୁ ଏନେଇ ବିଧିବଦ୍ଧ  ଘୋଷଣା କରାଯାଇଛି। ଏହି ଟୁର୍ଣ୍ଣାମେଣ୍ଟ ୧୭ ଅକ୍ଚୋବରରୁ ଆରମ୍ଭ ହୋଇ ୧୪ ନଭେମ୍ବରର ଯାଏ ଖେଳାଯିବ। 🚨 ANNOUNCEMENT 🚨 Details 👉 https://t.co/FzfXTKb94M pic.twitter.com/8xEzsmhWWN — ICC (@ICC) June 29, […]

ନୂଆଦିଲ୍ଲୀ: ୟୁନାଇଟେଡ୍‍ ଆରବ ଏମିରେଟ୍ସ (ୟୁଏଇ) ଏବଂ ଓମାନରେ ହେବ ୨୦୨୧ ଟି-୨୦ ୱାର୍ଲ୍ଡକପ୍‍। ଏ ସମ୍ପର୍କରେ ଏହି ମେଗା ଇଭେଣ୍ଟର ଆୟୋଜନ ଅଧିକାର ପାଇଥିବା ବିସିସିଆଇ ପକ୍ଷରୁ ସୋମବାର ଆନୁଷ୍ଠାନିକ ଘୋଷଣା କରାଯିବା ପରେ ଆଜି ଆଇସିସି ପକ୍ଷରୁ ଏନେଇ ବିଧିବଦ୍ଧ  ଘୋଷଣା କରାଯାଇଛି। ଏହି ଟୁର୍ଣ୍ଣାମେଣ୍ଟ ୧୭ ଅକ୍ଚୋବରରୁ ଆରମ୍ଭ ହୋଇ ୧୪ ନଭେମ୍ବରର ଯାଏ ଖେଳାଯିବ।

ଆହୁରି ପଢ଼ନ୍ତୁ: କରୁର ଦଳାଚକଟା ମାମଲା: ଅଭିନେତା ତଥା TVK ମୁଖ୍ୟ ବିଜୟଙ୍କୁ ସିବିଆଇ ସମନ

ଏହି ଟୁର୍ଣ୍ଣାମେଣ୍ଟରେ ଭାରତରେ ଆୟୋଜିତ ହେବାର କାର୍ଯ୍ୟକ୍ରମ ରହିଥିଲା। କିନ୍ତୁ ଭାରତରେ କୋଭିଡ୍‍-୧୯ ସଂକ୍ରମଣ ନିୟନ୍ତ୍ରଣରେ ନ ରହିବାରୁ ଏହି ଟୁର୍ଣ୍ଣାମେଣ୍ଟକୁ ୟୁଏଇରେ ଆୟୋଜନ କରିବାକୁ ବିସିସିଆଇ ସୋମବାର ସନ୍ଧ୍ୟାରେ ଏହାର ମୁଖ୍ୟ ଆୟୋଜନକାରୀ ଅନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ (ଆଇସିସି)କୁ ଜଣାଇଦେଇଛି ବୋଲି ଏହାର ସମ୍ପାଦକ ଜୟ ଶାହ କହିଥିଲେ।

ୟୁଏଇର ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ, ଶେଖ୍ ଜୟାଦ ଷ୍ଟାଡିୟମ, ଶାରଜାହା ଷ୍ଟାଡିୟମ ଏବଂ ଓମାନ କ୍ରିକେଟ୍ ଏକାଡେମୀ ଗ୍ରାଉଣ୍ଡରେ ଖେଳାଯିବ । ତେବେ ପ୍ରଥମ ପର୍ୟ୍ୟାୟରେ ଯୋଗ୍ୟତା ଭିତ୍ତିକ ମ୍ୟାଚ୍ ଏବଂ ପରେ ମୁଖ୍ୟ ମ୍ୟାଚ୍ ଖେଳାଯିବ ।

ବାଲାଂଦେଶ ସହିତ ଶ୍ରୀଲଙ୍କା, ନେଦରଲ୍ୟାଣ୍ଡ, ସ୍କଟଲ୍ୟାଣ୍ଡ, ନାମ୍ବିବିଆ, ଓମାନ ଏବଂ ପପୁଆ ନ୍ୟୁ ଗିନି ଯୋଗ୍ୟତା ଭିତ୍ତିକ ମ୍ୟାଚ୍ ଖେଳେବେ । ଏହି ଟିମମାନଙ୍କ ମଧ୍ୟରୁ ୨ଟି ଟିମ୍ ପ୍ଲେ-ଅଫ୍ ଷ୍ଟେଜକୁ ଉତ୍ତୀର୍ଣ୍ଣ ହେବେ । ତେବେ କରୋନା କଟକଣା ଭିତରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ ବୋଲି ଆଇସିସି ପକ୍ଷରୁ ଘୋଷଣା କରାଯାଇଛି । ଏହି ମେଗା ଇଭେଣ୍ଟରେ ଅଂଶଗ୍ରହଣ କରିବାକୁ ଥିବା ସମସ୍ତଙ୍କ ସୁରକ୍ଷା ଲାଗି ଏହି ନିଷ୍ପତ୍ତି ହୋଇଛି।

ସୂଚନା ଅନୁଯାୟୀ, ଏହି ଟୁର୍ଣ୍ଣାମେଣ୍ଟ ସମ୍ପର୍କରେ ନିଷ୍ପତ୍ତି ନେବାକୁ ଚଳିତମାସ ଆରମ୍ଭରେ ଆଇସିସି କାର୍ଯ୍ୟନିର୍ବାହୀ ପରିଷଦର ବୈଠକ ବସିଥିଲା। ଏଥିରେ କୌଣସି ନିଷ୍ପତ୍ତି ହୋଇ ନପାରିବାରୁ ବିସିସିଆଇକୁ ଆଉ ୪ ସପ୍ତାହ ସମୟ ଦିଆଯାଇଥିଲା। କିନ୍ତୁ ବିସିସିଆଇ ନିକଟରେ ଆୟୋଜନ ଅଧିକାର ରହିବ ବୋଲି ସ୍ଥିର କରାଯାଇଥିଲା। ଏହା ପରେ ଭାରତରେ ଏହି ଟୁର୍ଣ୍ଣାମେଣ୍ଟକୁ ଆୟୋଜନ କରିବା ଲାଗି ବିସିସିଆଇ ପକ୍ଷରୁ ଅନେକ ଯୋଜନା କରାଯାଇଥିଲା। କିନ୍ତୁ କୌଣସିଟି ଫଳପ୍ରଦ ହୋଇ ପାରି ନଥିଲା। ସବୁଠାରୁ ବଡ଼ କଥା ହେଲା ସ୍ଥଗିତ ରହିଥିବା ଆଇପିଏଲ୍‍-୨୦୨୧ର ଅବଶିଷ୍ଟ ମ୍ୟାଚ୍‍ ଆୟୋଜନ କରିବାକୁ ବିସିସିଆଇ ୟୁଏଇକୁ ବାଛିଥିଲା। ଯାହା ଫଳରେ ଟି-୨୦ ବିଶ୍ୱକପ୍‍ ମଧ୍ୟ ସ୍ଥାନାନ୍ତରିତ ହେବ ବୋଲି ସ୍ପଷ୍ଟ ହୋଇଥିଲା।

29 Jun 2021 By The Sakala

https://www.thesakala.in/sports/icc-mens-t20-world-cup-shifted-to-uae-oman-from-17-october-to-14-november/article-3331
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର